ଜମାକାରୀଙ୍କ ଅର୍ଥ ହଡ଼ପ

ବାରିପଦା ଅଫିସ,୭ା୧: ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ମୁକ୍ତାପୁର ପଞ୍ଚାୟତର ଶତାଧିକ ଲୋକଙ୍କଠାରୁ କିଓସ୍କ ବ୍ୟାଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ପଦାକୁ ଆସିଛି। ଏନେଇ ବେତନଟୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସର ନୀରବତାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଜମାକାରୀମାନେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଚଞ୍ଚକତା ପୂର୍ବକ ଟଙ୍କା ହରିଲୁଟ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଛନ୍ତି ା
ମୁକ୍ତାପୁର ପଞ୍ଚାୟତର ଛଚିନାପଦାଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କିଓସ୍କୋ ଶାଖା ଖୋଲାଯାଇ ଟଙ୍କା ଦେଣନେଣ କରାଯାଉଥିଲା। ପଞ୍ଚାୟତର ଛୋଟରାୟପୁର, ମଣତାପାଳ, ଛଚିନାପଦା, ପାରୋଇ, ପଡ଼ପଡ଼ା, ନୂଆଗାଁ, କରଞ୍ଜକୁଇଲି, ନୂଆସାହି ଗ୍ରାମର ଗରିବ ଲୋକେ ଉକ୍ତ ଶାଖାରେ ନିଜ ସ୍ବଅର୍ଜ୍ଜିତ ଟଙ୍କା ସଞ୍ଚୟ କରିଥିଲେ। କିଓସ୍କୋ ବ୍ୟାଙ୍କର ପରିଚାଳକ ପ୍ରଦୀପ ବେହେରା ଓ ସହଯୋଗୀ ରାଜନ ମୋଦି ଟଙ୍କା ଡିପୋଜିଟ ସମୟରେ ଜମା ରସିଦ ପ୍ରଦାନ କରିବା ସହିତ ପାସ୍‌ବୁକ୍‌ରେ ଲିଖିତ ଭାବେ ରେକର୍ଡଭୁକ୍ତ କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ ବା ଅନିୟମିତତା ବୋଲି ବ୍ୟାଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି। ସେହିପରି ସରକାରଙ୍କ ପ୍ରଦତ୍ତ ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ଭତ୍ତା ଜମାଖାତାରୁ ଗାଏବ ହେବା ପରେ ଆକାଉଣ୍ଟଧାରୀମାନେ ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ଆକାଉଣ୍ଟଧାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ପ୍ରଦାନ କରାଯିବ ବୋଲି କହି ବାରମ୍ବାର ହଇରାଣ ହରକତ କରାଯାଉଥିଲା। ଏପରିକି ଥାଲାସେମିଆ ରୋଗୀଙ୍କ ପରିବାର ଲୋକଙ୍କ ୨ଲକ୍ଷ ୬୦ହଜାର ଟଙ୍କା ଚଞ୍ଚକତା ପୂର୍ବକ ଉଠାଣ କରାଯାଇଥିଲା। ଏହାକୁ ନେଇ ମୁକ୍ତାପୁର ଗ୍ରାମର କୁମୁଦିନୀ ସାହୁଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ୨୦୨୨ ଡିସେମ୍ବର ୧୫ରେ ଏକ ମାମଲା (ନଂ.୩୬୮/୨୨)ରୁଜୁ କରି ଚୁପ୍‌ ବସିଛି। ମାମଲାକୁ ନେଇ ଅଭିଯୋଗକାରୀମାନେ ବାରମ୍ବାର ଥାନାକୁ ଯାଇ ଥାନାଧିକାରୀଙ୍କଠାରୁ ଅପମାନିତ ହୋଇ ଫେରୁଥିବା ମୀନତୀ ବେହେରା ଓ କବିତା ରଣା ପ୍ରକାଶ କରିଛନ୍ତି।
କିଓସ୍କୋ ଶାଖା ବନ୍ଦ ଥିବାରୁ ଜମାକାରୀମାନେ ପରିଚାଳକଙ୍କ ଘରକୁ ବାରମ୍ବାର ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି। କିଓସ୍କୋ ପରିଚାଳକ ଜଣକ ବାରିପଦା ସ୍ଥିତ ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ରିକୋଭାରି ଦାୟିତ୍ୱରେ ରହି ଏଭଳି କଳାକାରନାମା ଚଳାଇ ଆସୁଥିବା ଅଭିଯୋଗ ହୋଇଛି। ପୋଲିସର ନିଷ୍କ୍ରିୟତାକୁ ନେଇ ଜମାକାରୀମାନେ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିବା ପରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଏ ସଂକ୍ରାନ୍ତରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ଦେବ ପ୍ରସାଦ କୋହରଙ୍କୁ ପଚାରିବାରୁ କାହାରି ଟଙ୍କା ବୁଡ଼ିବ ନାହିଁ ଓ ଜମାକାରୀମାନେ କିପରିି ସେମାନଙ୍କ ଅର୍ଥ ଫେରିପାଇବେ ତାହାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri