Posted inରାଜ୍ୟ

ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଜାପାନ-ଓଡ଼ିଶା ପୁଞ୍ଜିନିବେଶ ଆଲୋଚନାଚକ୍ର ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ଶିଳ୍ପ ଏବଂ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଡିଜିଟାଲ ମୋଡ୍‌ରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜାପାନ ଓଡ଼ିଶାର ଏକ ସମ୍ମାନିତ ବ୍ୟବସାୟିକ ଭାଗିଦାର ହୋଇପାରିଛି। ଅନେକ ଓଡ଼ିଆ ବ୍ୟବସାୟୀ ଏବଂ ବୃତ୍ତିଧାରୀ ଜାପାନକୁ ସେମାନଙ୍କର ଘର ଭାବେ ଗ୍ରହଣ କରିଛନ୍ତି। ମିସ୍‌ ମାସାକୋ ଓନୋଙ୍କ ପରି ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସଂସ୍କୃତିପ୍ରେମୀ ଜାପାନୀମାନେ ମଧ୍ୟ ଓଡ଼ିଆ ସଂସ୍କୃତିର ଅଭିନ୍ନ ଅଂଶ ପାଲଟି ଯାଇଛନ୍ତି। ଆଲୋଚନାଚକ୍ରରେ ଓଡ଼ିଶାରେ ଜାପାନୀ ଶିଳ୍ପପତିମାନଙ୍କର ପୁଞ୍ଜିନିବେଶ ପାଇଁ ରହିଥିବା ସମ୍ଭାବନା ଓ ସମ୍ବଳ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଓଡ଼ିଶାରେ ପୁଞ୍ଜିନିବେଶ ଏବଂ ବ୍ୟବସାୟ ଅନୁକୂଳ ବାତାବରଣ ବିକଶିତ ହୋଇଛି। ଆର୍ସେଲର ମିତ୍ତଲ୍‌, ନିପନ୍‌ ଷ୍ଟିଲ୍ସ, ଟିଆର୍‌ଏଲ୍‌ କ୍ରୋସାକି ଆଦି ଜାପାନୀ ଶିଳ୍ପସଂସ୍ଥାମାନେ ଓଡ଼ିଶାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଜାପାନର ପୁଞ୍ଜିନିବେଶକାରୀଙ୍କୁ ପ୍ରକଳ୍ପ ପ୍ରସ୍ତାବ ଅନୁମୋଦନଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା, ଅବ୍ୟାହତ ଉତ୍ପାଦନ ଓ ବିପଣୀ ନିମନ୍ତେ ସବୁପ୍ରକାରର ସହଯୋଗ ନିଶ୍ଚିତ କରାଯିବ। ଭାରତର ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଥିଲେ, ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି। ବ୍ୟାପକ ଶିଳ୍ପ ଭିତ୍ତିଭୂମି, ରାଜନୈତିକ ଇଚ୍ଛାଶକ୍ତି, ଏକ ସକ୍ରିୟ ପ୍ରଶାସନିକ ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ ଓଡ଼ିଶାରେ ଶିଳ୍ପକରଣକୁ ତ୍ୱରାନ୍ବିିତ କରିଛି। ଏଠାରେ ଜାପାନୀ ପୁଞ୍ଜିନିବେଶ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ। ସେହିପରି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ, ଓଡ଼ିଶାରେ ଇସ୍ପାତ, ଇସ୍ପାତ-ପ୍ରକ୍ରିୟାକରଣ, ଆଲୁମିନିୟମ, ଆଲୁମିନିୟମ-ପ୍ରକ୍ରିୟାକରଣ, ରସାୟନ, ପେଟ୍ରୋକେମିକାଲ୍ସ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ବୈଦ୍ୟୁତିକ ଯନ୍ତ୍ରପାତି ଓ ଉପକରଣ ଏବଂ ମୋଟର ଯାନ ଉତ୍ପାଦନ ଆଦି କ୍ଷେତ୍ରରେ ଜାପାନୀ ପୁଞ୍ଜିନିବେଶର ସୁଯୋଗ ରହିଛି। ଓଡ଼ିଶାରେ ଏକକ ବାତାୟନ, ଗୋ-ସ୍ବିଫ୍ଟ ପୋର୍ଟାଲ ଏବଂ ଅନ୍‌ଲାଇନ ପୋର୍ଟାଲ ମାଧ୍ୟମରେ ପୁଞ୍ଜିନିବେଶ ପ୍ରସ୍ତାବ ଦାଖଲ, ଅନୁମୋଦନ, ବିଭିନ୍ନ ପ୍ରକାର ଆଇନ ଅନୁମତି, କ୍ଷମତାପତ୍ର, ଶିଳ୍ପ ପ୍ରତିଷ୍ଠା, ଉତ୍ପାଦନ, ପରିବହନ ଓ ବିପଣୀ ନିମନ୍ତେ ଯୋଗାଇ ଦିଆଯାଉଥିବା ସହଯୋଗ ବିଷୟରେ ସୂଚନା ଦେଇଥିଲେ। ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସତୋସି ସୁଜୁକୀଙ୍କ ନେତୃତ୍ୱରେ ଜାପାନର ଉଦ୍ୟୋଗପତିମାନେ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ନୂଆ ଶିଳ୍ପ ଓ ବ୍ୟବସାୟିକ ବାତାବରଣ ଜାପାନୀ ପୁଞ୍ଜିନିବେଶକୁ ସଫଳ କରିବ ବୋଲି ସୁଜୁକୀ କହିଥିଲେ। ଆର୍ସେଲର ମିତ୍ତଲ୍‌, ନିପନ୍‌ ଷ୍ଟିଲ୍‌, ଟିଆର୍‌ଏଲ୍‌ କ୍ରୋସାକି, ଟାଟା ଗ୍ରୁପ୍‌, ଆଦିତ୍ୟ ବିିର୍ଲା ଗ୍ରୁପ୍‌, ଇଣ୍ଡୋ-ନିସିନ୍‌ ଫୁଡ୍ସ, ରିଲାଏନ୍ସ ଏବଂ ମାଇଣ୍ଡ-ଟ୍ରି ଆଦି ଶିଳ୍ପ ସଂସ୍ଥାର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଓଡ଼ିଶାରେ ନିଜ ନିଜ ଶିଳ୍ପ ପ୍ରତିଷ୍ଠା ଏବଂ ବ୍ୟବସାୟ ସମ୍ବନ୍ଧିତ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଇପିକଲ ସିଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ ଆଲୋଚନାଚକ୍ରର ସଂଯୋଜନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri