ବିଓଏମ୍ ର ଏକ୍ସପୋର୍ଟ ଓରିଏଣ୍ଟେଡ୍‌ ଦକ୍ଷତା ବିକାଶ

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍)ର ୮୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ବିଭିନ୍ନ ପ୍ରମୁଖ ବିଭାଗ ଓ ହିତାଧିକାରୀଙ୍କ ସହ ଏକ ଋଣନୀତିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ (ଫିଓ)ର ସକ୍ରିୟ ସହଯୋଗରେ ଏକ୍ସପୋଟର୍ସମାନଙ୍କ ଏକ ବୈଠକ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷକରି ‘ଏକ୍ସପୋର୍ଟ ଓରିଏଣ୍ଟେଡ୍‌ ଦକ୍ଷତା ବିକାଶ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାରେ ସାମୁଦ୍ରିକ କ୍ଷେତ୍ରରେ ରପ୍ତାନି ସୁଯୋଗ, ଏକ୍ସପୋର୍ଟ ହବ୍‌ ଭାବେ ଭୁବନେଶ୍ୱରର ମହତ୍ତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରପକ୍ଷରେ କମଳକାନ୍ତ ସାହୁ, ଏଡି, ମୁଖ୍ୟ, ଫିଓ-ଓଡ଼ିଶା ଚାପ୍ଟର, ଓସି, ଏମ୍‌ଓସି,ଜିଓଆଇ ଉଦ୍‌ଘାଟନୀ ଅଧିବେଶନରେ ସମ୍ବୋଧନ କରିଥିଲେ। ଏହି ଅବସରରେ ଅନୁପ କେ ସାମନ୍ତରାୟ, ଡିନ୍‌, ଆଇବିସିଏସ୍‌, ମ୍ୟାନେଜମେଣ୍ଟ ସାଇନ୍ସ ଫାକଲ୍ଟି, ସୋଆ ୟୁନିଭର୍ସିଟି, ଦିଲୀପ କୁମାର ସାହୁ, ଓଏଏସ୍‌, ସ୍ବତନ୍ତ୍ର ସଚିବ, ଏମ୍‌ଏସ୍‌ଏମ୍‌ଇ, ଓଡ଼ିଶା ସରକାର ଏବଂ ଏସ୍‌. ଏନ୍‌. ନାୟକ, ସହାୟକ ନିର୍ଦ୍ଦେଶକ, ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ, କଟକ ପ୍ରମୁଖ ଯୋଗଦେଇ ସେମାନଙ୍କ ଦୃଷ୍ଟିକୋଣ ଏବଂ ମୂଲ୍ୟବାନ୍‌ ନୀତିନିୟମଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ରା ରପ୍ତାନିକାରୀଙ୍କୁ ସମ୍ବୋଧିତ କରିବା ସହ ବ୍ୟାଙ୍କର ସଫଳ ପ୍ରଦର୍ଶନ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ବ୍ୟାଙ୍କ ସହ ସକ୍ରିୟ ଭାବେ ଜଡିତ ରହି ରାଜ୍ୟବାସୀଙ୍କୁ ସେବା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରୁଥିବାରୁ ନୀତି ନିର୍ଣ୍ଣାୟକମାନଙ୍କୁ ବ୍ୟାଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବ୍ୟାଙ୍କିଙ୍ଗ୍‌ ଶିଳ୍ପ ସାମ୍ନାରେ ଅନେକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ,୧୩।୫: ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଦେଶର ବ୍ୟାଙ୍କିଙ୍ଗ୍‌ ଶିଳ୍ପ ସାମ୍ନାରେ ବିଭିନ୍ନ ଚ୍ୟାଲେଞ୍ଜ ରହିଥିବା ବନ୍ଧନ...

ଶ୍ରେଷ୍ଠ ୫୦ କର୍ମକ୍ଷେତ୍ର ମଧ୍ୟରେ ଟାଟା ଷ୍ଟିଲ୍‌

ନୂଆଦିଲ୍ଲୀ,୧୬।୨: ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ର...

ଏୟାର ଇଣ୍ଡିଆ ବିକ୍ରି; ମନ୍ତ୍ରିଗୋଷ୍ଠୀର ନେତୃତ୍ୱ ନେବେ ଅମିତ ଶାହ

ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏୟାର ଇଣ୍ଡିଆ ବିକ୍ରି(ପୁଞ୍ଜି ପ୍ରତ୍ୟାହାର) ସଂକ୍ରାନ୍ତ ପୁନର୍ଗଠିତ ମନ୍ତ୍ରିଗୋଷ୍ଠୀର ନେତୃତ୍ୱ ନେବେ। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ...

ବିମାନ ଯାତ୍ରା ବେଳେ ମୁହଁ ହେବ ବୋର୍ଡିଂ ପାସ୍‌;ଡିଜି ଯାତ୍ରା ନାମରେ ଆରମ୍ଭ ହେବ ପ୍ରକଳ୍ପ

ନୂଆଦିଲ୍ଲୀ,୨୨-୫: ଏଣିକି ଦେଶର ସମସ୍ତ ବିମାନ ବନ୍ଦରରେ ଖୁବ୍‌ଶୀଘ୍ର ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଓ ଲମ୍ବା ଲାଇନରୁ ମୁକ୍ତି ମିଳିବାକୁ ଯାଉଛି। ବେଙ୍ଗାଲୁରୁ ବିମାନ ବନ୍ଦରରୁ...

୧.୦୫ ଲକ୍ଷ କୋଟି ଟଙ୍କା ନିବେଶ କରିବ ଗେଲ୍‌

ନୂଆଦିଲ୍ଲୀ, ୨୫-୨: ଦେଶର ସର୍ବବୃହତ୍ତ ଗ୍ୟାସ କମ୍ପାନୀ ଗେଲ୍‌ ଇଣ୍ଡିଆ ଲିମିଟେଡ ଆଗାମୀ ୫ ବର୍ଷରେ ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବା...

ଲକ୍‌ଡାଉନ ବିରୋଧୀ ଲଢେଇ; କମ୍ପାନୀ କର୍ମଚାରୀଙ୍କ ୩ ମାସର ବେତନ ଦେବ ଡେନ୍‌ମାର୍କ

ନୂଆଦିଲ୍ଲୀ,୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା ଫଳରେ...

ସେନ୍‌ସେକ୍ସ ୧୦୭୫ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୪-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ଟିକସ ଓ ଜିଏସଟି ହ୍ରାସ ଘୋଷଣା କରିବା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ବେଶ୍‌ ବୃଦ୍ଧି ପରିଲକ୍ଷିତ ହୋଇଛି।...

ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନ

ନୂଆଦିଲ୍ଲୀ,୧୬।୧: ଚଳିତ ବର୍ଷ ଗ୍ରେଟର ନୋଏଡାଠାରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୩ରେ ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନକୁ ପ୍ରଦର୍ଶିତ କରାଯାଇଛି। ବିଶେଷକରି...

Advertisement
Archives

Model This Week