ଏମ୍‌ପି ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ଅଭିଲିପ୍ସାଙ୍କୁ ସହାୟତା କରୁଥିଲେ ବିଜେଡିର ଅନେକ…

ଭୁବନେଶ୍ୱର,୧୨।୧: ବରଗଡ଼ର ଭାଜପା ଏମ୍‌ପି ପ୍ରଦୀପ ପୁରୋହିତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କଳାହାଣ୍ଡି ଜିଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍‌ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ନେତା ତାଙ୍କୁ ସହାୟତା କରୁଥିଲେ। ସବୁ ନିୟମକୁ ଖିଲାପ କରି ତାଙ୍କୁ କାମ ଦିଆଯାଇଛି। ଶହଶହ କୋଟି ଟଙ୍କା ଲୁଟ୍‌ ହୋଇଛି। ତେବେ ଯାହାଙ୍କ ଲିଙ୍କଥିଲା ସେମାନେ ସମସ୍ତେ ଅଭିଯୁକ୍ତ। ସମସ୍ତେ ତଦନ୍ତ ପରିସରଭୁକ୍ତ ହେବାକଥା। ତେବେ ପୂର୍ବତନ ମନ୍ତ୍ରୀ କିଏ? ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚାଉଠୁଛି।

ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓ ଅନିଲ କୁମାର ମହାନ୍ତି ଏବେ ଝାରପଡ଼ା ଜେଲରେ ଥିବାବେଳେ ସ୍ପେଶାଲ କ୍ରାଇମ୍‌ ୟୁନିଟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏପିରିକି ଉଭୟଙ୍କ ଠକେଇ ଗୁମର ଖୋଲିବାକୁ କ୍ରାଇମ୍‌ ୟୁନିଟ ୩ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ମଙ୍ଗଳବାର ଶେଷ ହୋଇଥିବାବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଇତିମଧ୍ୟରେ ଆୟକର ବିଭାଗ ହଂସିତା ଏବଂ ଅନିଲଙ୍କ ଘର, କାର୍ଯ୍ୟାଳୟ ସମେତ ୧୨ସ୍ଥାନରେ ଚଢ଼ାଉ କରି ତନାଘନା ଆରମ୍ଭ କରିଛି। ନନ୍ଦନକାନନ ରଘୁନାଥ ବିହାରରେ ଥିବା କର୍ପୋରେଟର ଅଫିସ ବନ୍ଦ ଥିବାରୁ ତାଲା କାଟି ଭିତରେ ପଶିବା ସହ ବହୁ କାଗତପତ୍ର ଜବତ କରିଛି। ସେହିପରି ଅନିଲ ରହୁଥିବା ଫ୍ଲାଟରେ ଡିଜିଟାଲ ଲକ୍‌ ବ୍ୟବସ୍ଥା ଥିବାରୁ ସେଠାରେ ଭିତରକୁ ପ୍ରବେଶ କରି ନ ପାରି ଆୟକର ଟିମ୍‌ ନିରାଶ ହୋଇ ଫେରିଛି। ବିନା ଋଣରେ ହଂସିତା ଦାମୀ କାର୍‌ କିଣିବା ସହ ସେମାନଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ତଥ୍ୟ ଆଧାରରେ ଆୟକର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ପୋର୍ସେ ଗାଡ଼ି କିଣି ପାର୍ଟନର ଅନିଲ ମହାନ୍ତିଙ୍କୁ ହଂସିତା ଜନ୍ମଦିନ ଉପହାର ଦେଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଅପରପକ୍ଷେ ହଂସିତା କଳାହାଣ୍ଡି ନର୍ଲାର ହୋଇଥିବାବେଳେ ମୂଳ ନା ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ବୋଲି ପୋଲିସ ଜାଣିବାକୁ ପାଇଛି। ୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ ମାର୍ଚ୍ଚ ୨୬ରେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ବିଭିନ୍ନ ଦାବି ନେଇ ରାଜଧାନୀର ଲୋୟର ପିଏମ୍‌ଜିରେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ନର୍ଲାରୁ ସିଧା ନୂଆଦିଲ୍ଲୀ ଚାଲିଯାଇଥିଲେ ବିଷ୍ଣୁପ୍ରିୟା ଓରଫ ହଂସିତା। ପରେ ଦିଲ୍ଲୀରୁ ଫେରି ୨୦୧୮ରେ କନ୍ଧମାଳର ଜଣେ ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିବାହ କରିଥିବା ଶୁଣିବାକୁ ମିଳିଛି। ତେବେ ବିଷ୍ଣୁପ୍ରିୟା ହଠାତ କାହିଁକି ବଡ଼ବଡ଼ିଆଙ୍କୁ ଠକିବାକୁ ମନସ୍ଥ କଲେ ପୋଲିସ ରିମାଣ୍ଡରେ ଆଣି ତାହାର ତଥ୍ୟ ଓଗାଳିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ସେହିଭଳି ୨୦୧୮ରେ ଫାର୍ମା କମ୍ପାନୀ ଡିଷ୍ଟ୍ରିବ୍ୟୁଟରଙ୍କୁ ୨୦ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ବିଷ୍ଣୁପ୍ରିୟାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ବିଭିନ୍ନ ମାମଲାରୁ ନିଜକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ବିଷ୍ଣୁପ୍ରିୟା ୨୦୨୩ରେ ନିଜ ନାମ ହଂସିତାକୁ ସରକାରୀ କାଗଜାଦିରେ ପରିବର୍ତ୍ତନ କରିଥିଲେ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି।
ସୂଚନା ଅନୁଯାୟୀ, ହଂସିତା ରଘୁନାଥପୁରରେ ଏକ ଆପାର୍ଟମେଣ୍ଟରେ ଅନିଲଙ୍କ ସହ ସ୍ବାମୀସ୍ତ୍ରୀ ଭାବେ ରହୁଥିଲେ। ଅନିଲଙ୍କ ନାଁରେ ଦୁଇଟି କମ୍ପାନୀ ଥିବାବେଳେ ପଟିଆ ଅଞ୍ଚଳରେ ଏକ ଅଫିସ କରି ଲୋକମାନଙ୍କୁ ଠକୁଥିଲେ। ଏପରି କି ସେମାନେ ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚାମାଲ ଯୋଗାଇବା ପାଇଁ ଖଣିମାଲିକଙ୍କୁ ଟେଣ୍ଡର, ବିଲ୍ଡରଙ୍କୁ ଜମି, କୋଠା ଆପ୍ରୁଭାଲ କରାଇବା ଆଦି କହି ବଡ଼ବଡ଼ିଆଙ୍କୁ ଫସାଉଥିଲେ। ବଡ଼ବଡ଼ିଆଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓ ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କ ଫଟୋ ସହ ନିଜ ଫଟୋ ଏଡିଟ୍‌ କରି ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରୁଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri