ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା ହେବାର ପ୍ରାୟ ଏକ ବର୍ଷ ପରେ ସ୍ତ୍ରୀ ବର୍ଷା ଗୁରୁବାର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଅନେକ ଅଭିଯୋଗ ଆଣିଥିଲେ। ତେବେ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଗୁଲୁଆ ଟିମ୍‌ରେ କାମକରୁଥିବା ଅନ୍ୟଜଣେ ୟୁଟ୍ୟୁବର ହାସ୍ୟ ଅଭିନେତା କାଳିଆ ଷଣ୍ଢ କହିଛନ୍ତି, ଗୋଟିଏ ଦିନରେ ସେମାନଙ୍କ ୧୭ ହଜାର ଜିନିଷକୁ ନେଇ ଝଗଡ଼ା। ଗୋଡି କାଇଁ ଏଇଠି ପଡ଼ିଲା ସେଇଟାକୁ ନେଇ ଝଗଡ଼ା। ଚୁଟି ନ ବାନ୍ଧିଲେ ବି ଝଗଡ଼ା। କିଏ ଖରାପ କହି ପାରିବିନି ଉଭୟ ମତେ ସ୍ନେହ ଆଦର କରନ୍ତି। ମୋ ଜାଣତରେ ଗୁଲୁଆ ଭାଇ କୌଣସି ଝିଅ ସହ ଖରାପ ସମ୍ପର୍କରେ ନାହାନ୍ତି। ସମସ୍ୟା ସମଧାନ ହୋଇଯାଉ ଉଭୟ ଖୁସିରେ ରୁହନ୍ତୁ ବୋଲି କାଳିଆ କହିଛନ୍ତି।
ତେବେ ଗୁଲଆ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି।ସେ କହିଛନ୍ତି, ମୁଁ ବର୍ଷାଙ୍କୁ ବାଡ଼ାଇ ନାହିଁ ବରଂ ସେ ମୋତେ ପ୍ରଥମେ ବାଡ଼ାନ୍ତି। ସେ ମୋତେ ଏବଂ ମୋ ବାପାଙ୍କୁ ରାତିରେ ଫୋନ କରି ଧମକ ଦେଇଛନ୍ତି। ମୋତେ ବର୍ଷା କୋଟିଏ ଟଙ୍କା ମାଗିଥିଲେ। ଘର ପାଖକୁ ଗୁଣ୍ଡା ନେଇ ଅନେକ ଥର ଆସିଥିଲେ। ମୋ ଶ୍ବଶୁର ମୋତେ ଗୋଟିଏ ଟଙ୍କା ଦେଇନାହାନ୍ତି। ଅଯଥା ମୋତେ ବଦନାମ କରାଯାଉଛି, ଅପରାଧୀ ସଜାଉଛନ୍ତି ବର୍ଷା। ମୁଁ ବର୍ଷାଙ୍କ ସହ ଚାପରେ ବାହା ହୋଇଥିଲି। ବାହା ନ ହେଲେ ଜୀବନ ହାରିବେ ବୋଲି ମୋତେ ଧମକ ଦେଇଥିଲେ। ବାହା ହେବା ପରେ ବର୍ଷା ମୋତେ ନିର୍ଯାତନା ଦେଇଛନ୍ତି। ଶାରିରୀକ ସଂପର୍କ ରଖିବାକୁ ବର୍ଷା ମୋତେ ମନା କରିଥିଲେ ବୋଲି ଗୁଲୁଆ କହିଛନ୍ତି।
ସୂଚନାଯୋଗ୍ୟ, ଗୁଲୁଆ ଗୁରୁବାର ସକାଳେ ଜୀବନ ପ୍ରତି ବିପଦ ଥିବା କହିଥିଲେ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଥିଲେ। ସେଥିରେ କାହାରି ନାଁ ନ ନେଇ ଭାବବିହ୍ବଳ ହୋଇ ତାଙ୍କୁ ହତ୍ୟା ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ କରିଥିଲେ। ଗଲା କିଛି ଦିନ ଧରି ତାଙ୍କୁ ହତ୍ୟା ଧମକ ଦିଆଯାଉଥିବାରୁ ସେ ମାନସିକ ଚାପରେ ରହିଛନ୍ତି। ଏନେଇ ପ୍ରଶାସନ ଓ ପୋଲିସକୁ ସହାୟତା ପାଇଁ ନିବେଦନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri