ଏମ୍‌ସିଏଲ୍‌ କୋଇଲା ଖଣିରେ ବିସ୍ଫୋରଣ

ଝାରସୁଗୁଡ଼ା ଅଫିସ,୨୩ା୩: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ରାଧିନ ବେଲପାହାଡ଼ ଖୋଲାମୁହଁ କୋଇଲା ଖଣି ୧ନଂ କ୍ୱାରୀରେ ବିସ୍ଫୋରଣ ହେବା ଫଳରେ ଖଣି ପାର୍ଶ୍ୱ ଯୋରାବଗା ଗ୍ରାମ ପ୍ରଭାବିତ ହେବାରେ ଲାଗିଛି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଖଣି ସମ୍ପ୍ରସାରଣ କରାଯାଉ ବୋଲି ଦୀର୍ଘଦିନରୁ ଗ୍ରାମବାସୀ ଦାବି କରିଆସୁଛନ୍ତି। ଏଥିରେ ବିଳମ୍ବ ହେଉଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଭଳି ସ୍ଥିତିରେ ଗତ ସୋମବାର ଖଣିରେ ବିସ୍ଫୋରଣ ହୋଇଥିଲା। ଏଥିରେ ପଥର ଖଣ୍ଡ ଆସି ଗ୍ରାମର ଆର୍‌ସିପି ପଡାର ଯଦୁ ଗୌଡଙ୍କ ଘର ଉପରେ ପଡିଥିଲା ା ଫଳରେ ଘରର ଆଜବେଷ୍ଟସ୍‌ ଭାଙ୍ଗିଯାଇଥିଲା। ଆଜବେଷ୍ଟସ୍‌ ତଳେ ଭାଡି ଥିବାରୁ ପରିବାର ଅଳ୍ପକେ ବର୍ତ୍ତିଯାଇଥିଲେ। ଏ ନେଇ ସେମାନେ ଖଣି କର୍ତ୍ତୃପକ୍ଷ ଓ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ କେବଳ ଷ୍ଟେଶନ ଡାଇରି କରି ଚୁପ ରହିଥିଲା।
ପରେ ଗ୍ରାମର ମହିଳାମାନେ ଖଣିରୁ କୋଇଲା ପରିବହନ ବନ୍ଦ କରିଥିଲେ। ଅସନ୍ତୁଷ୍ଟ ଗ୍ରାମବାସୀ ବ୍ଲାଷ୍ଟିଂ କରୁଥିବା କେତେଜଣ ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ଗ୍ରାମକୁନେଇ ଅଟକ ରଖିଥିଲେ। ମଙ୍ଗଳବାର ଏସ୍‌ପି ବିକାଶ ଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରି କୋଇଲା ପରିବହନ ଚାଲୁ କରାଇଥିଲେ। ହେଲେ ମଧ୍ୟାହ୍ନରେ ପୁଣି ବିସ୍ଫୋରଣ ହେବା ଫଳରେ ଗ୍ରାମର ଜିତେନ୍ଦ୍ର ପୋଢ ନାମକ ଯୁବକ ଆହତ ହୋଇଥିଲେ। ସେ ବାହାରକୁ ଶୌଚପାଇଁ ଯାଇଥିବାବେଳେ ପଥର ଖଣ୍ଡ ବାଜି ତାଙ୍କ ମୁଣ୍ଡ ଫାଟିଯାଇଥିଲା। ତାଙ୍କୁ ତୁରନ୍ତ ବେଲପାହାଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଏମ୍‌ସିଏଲ୍‌ ତରଫରୁ ପର୍ସନାଲ୍‌ ମ୍ୟାନେଜର ଗଙ୍ଗାଧର ପାଲି ଅଭିଯୋଗ କରିବା ପରେ ପୋଲିସ ବେଲପାହାଡ ଥାନା କେସ୍‌ ନଂ୬୬/୨୨ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଏମ୍‌ସିଏଲ୍‌ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଥିବାବେଳେ ଗ୍ରାମବାସୀଙ୍କ ଅଭିଯୋଗରେ କାହିଁକି କେସ୍‌ ନ କରି ଷ୍ଟେଶନ ଡାଇରି କରିିଛି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏ ନେଇ ଆଇଆଇସି ରଞ୍ଜନ ବିଶ୍ୱାଳ କହିଛନ୍ତି, ବିସ୍ଫୋରଣରେ ଯଦି ଘର ଭାଙ୍ଗିଛି ତା’ହେଲେ କମ୍ପାନୀ ତରଫରୁ କ୍ଷତିପୂରଣ ଦିଆଯିବ, ତାଙ୍କ ନାମରେ କେସ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri