୨ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ

ନୟାଗଡ଼ ଅଫିସ/ରଣପୁର,୨୩ା୩(ସ୍ବ.ପ୍ର.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଏହି ଘଟଣାରେ ଦୁଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ପ୍ରତାପ ଜେନା ସମ୍ପୃକ୍ତ ଅଛନ୍ତି ବୋଲି ମାନସଙ୍କ ସ୍ତ୍ରୀ, ମା ଓ ଭାଇ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଅଭିଯୋଗ କରାଯାଇଛି। ହେଲେ ହତ୍ୟାକାରୀଙ୍କୁ ଗିରଫ କରାଯାଉନାହିଁ। ହତ୍ୟାକାରୀଙ୍କ ପଛରେ ମନ୍ତ୍ରୀ ଓ ବଡ଼ବଡ଼ିଆଙ୍କ ହାତ ଥିବାରୁ ଉକ୍ତ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ ହେଲାଣି। ତେଣୁ ଉଭୟ ମନ୍ତ୍ରୀଙ୍କ ସମେତ ବଡ଼ବଡ଼ିଆଙ୍କୁ ଗିରଫ କରାଯାଉ, ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ମାନସଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ଶର୍ମିଷ୍ଠାଙ୍କ ସହିତ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଓ ରାଜ୍ୟ ସଭା ସାଂସଦ ପ୍ରତାପ ଦେବଙ୍କ ଭଳି ଅନେକ ନେତାଙ୍କ ସହ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ମାନସଙ୍କ ସ୍ତ୍ରୀ ଯମୁନା ସ୍ବାଇଁ କହିଛନ୍ତି, ମୋ ସ୍ବାମୀଙ୍କ ହତ୍ୟା ପଛରେ ୨ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର୍ର ଓ ପ୍ରତାପ ଜେନା ଜଡ଼ିତ ଅଛନ୍ତି। ସେମାନଙ୍କ ଫଟୋ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ଆସିଛି। ମେମୋରି ଚିପ୍‌ରେ ମାଡାମ୍‌ ଶର୍ମିଷ୍ଠା ରାଉତଙ୍କ କିଛି କଳା କାରନାମା ରହିଥିଲା। ସେହି ମେମୋରି ଚିପ୍‌ ଜବତ ହେଲେ ସବୁ ଗୁମର ଫିଟିବ। ନ୍ୟାୟ ନ ପାଇଲେ ମୁଁ ନବୀନ ନିବାସ ସମ୍ମୁଖରେ ଆମତ୍ହତ୍ୟା କରିବି ବୋଲି ସେ କାନ୍ଦି କାନ୍ଦି କହିଛନ୍ତି। ମାନସଙ୍କ ମା’ଜୟନ୍ତୀ ସ୍ବାଇଁ ବି ଏ ସଂକ୍ରାନ୍ତରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି, ଏହି ଘଟଣାରେ ୨ ମନ୍ତ୍ରୀଙ୍କ ସମେତ ବଡ଼ିବଡ଼ିଆଙ୍କ ହାତ ଅଛି। ଶର୍ମିଷ୍ଠା ରାଉତ ମୋ ପୁଅକୁ ମାରିଦେଲେ। ମୋ ପୁଅ କିଛି କଳାକାରନାମା ଜାଣିଥିଲା। ମେମୋରି ଚିପ୍‌ରେ କିଛି ଥିଲା, ଗୁମର ଖୋଲିଯିବା ଭୟରେ ମୋ ପୁଅକୁ ରାସ୍ତାରୁ ହଟାଇ ଦିଆଗଲା। ପୁଅ ମାନସ ସମେତ ଆମ ପରିବାରକୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି। ଭାଇ ରାକେଶ କହିଛନ୍ତି, ଏହି ହତ୍ୟା ପଛରେ ବଡ଼ବଡ଼ ନେତା ଓ ମନ୍ତ୍ରୀ ଅଛନ୍ତି। ମୁଖ୍ୟ ହତ୍ୟାକାରୀ ୱେବ୍‌ ନ୍ୟୁଜ୍‌ ପୋର୍ଟାଲ ସମ୍ପୂର୍ଣ୍ଣାର ମାଲିକାଣୀ ତଥା ଖବରଦାତା ଶର୍ମିଷ୍ଠା ରାଉତ ଗିରଫ ହେବା ଦରକାର। ପୋଲିସ ଥାନାକୁ ଡକାଇ ତାଙ୍କୁ ଛାଡି ଦେଇଛି। ଶର୍ମିଷ୍ଠାଙ୍କ ସହ ବଡ଼ ନେତା, ମନ୍ତ୍ରୀ ଅଛନ୍ତି। ମେମୋରି ଚିପ୍‌ରେ କିଛି ଗୁମର ରହିଥିଲା କିମ୍ବା ଭାଇ କିଛି ଗୁମର ଜାଣିଥିଲେ। ଏଣୁ ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଛି। ପୋଲିସ ଯଦି ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରିପାରୁନି ତେବେ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି।
ମାନସଙ୍କ ସ୍ତ୍ରୀଙ୍କ ଅଭିଯୋଗ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଆପଣମାନେ ସତ୍ୟ କ’ଣ ସବୁ ଜାଣିଛନ୍ତି। ବିଜେଡି ଗୋଟିଏ ଅତ୍ୟନ୍ତ ଶୃଙ୍ଖଳିତ ଦଳ। ଆମେ ଅନୁଶାସନ ଭିତରେ ରହି ବିଧିବ୍ୟବସ୍ଥା ମାନି ରାଜନୀତି କରୁ। ନିଶ୍ଚିତ ଭାବେ ବିଜେଡି ଆଇନକୁ ଅନୁପାଳନ କରିବ ବୋଲି ଦିବ୍ୟଶଙ୍କର କହିଛନ୍ତି।
ଅନ୍ୟପକ୍ଷେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଟେଲିଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ କେମିତି ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?