ଲୋକଙ୍କୁ ଶୋଷଣ

ଦେଶରେ ତେଲ ଦର ଖୁବ୍‌ ଜୋର୍‌ରେ ବଢ଼ିଚାଲିଛି। ଏପରିକି ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ପମ୍ପ ପ୍ରାଇସ୍‌ ବା ଦର ସବୁଠୁ ବେଶି ରହିଛି। ଏକ ଲମ୍ବା ସମୟ ଧରି ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ କୋଭିଡ୍‌ ମହାମାରୀ ଜନିତ ଦୁଃଖ ବି ବଢ଼ିଯାଇଛି। ଏହା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ନିରନ୍ତର ବୃଦ୍ଧି ସାଧାରଣ ଲୋକଟିକୁ ଦେଇଛି ସବୁଠୁ ଅଧିତ୍କ ଦୁଃଖ । ଗତ ତିନି ସପ୍ତାହ ମଧ୍ୟରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୨.୫ ଟଙ୍କା ବୃଦ୍ଧି ପାଇଛି ଓ ଡିଜେଲ ଲିଟର ପିଛା ବୃଦ୍ଧି ପାଇଛି ୩ଟଙ୍କା। ପେଟ୍ରୋଲ ଏବେ ଲିଟର ପିଛା ପାଖାପାଖି ୯୦ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଦର ରହିଛି ୮୦ ଟଙ୍କାରୁ ଊର୍ଦ୍ଧ୍ୱରେ । ମହାମାରୀ ସମୟରେ ଘରୋଇ ଆୟ ସବୁଠୁ କମ୍‌ ରହିଥିବାବେଳେ ସାଧାରଣ ଲୋକଙ୍କ ଉପରେ ଏହା ବେଡ଼ି ଉପରେ କୋରଡ଼ା ମାଡ ଭଳି ହୋଇଛି। ତେଲ ଦର ୬ ଦିନର କ୍ରମାଗତ ବୃଦ୍ଧି ପାଇବା ପରେ ଗୁରୁବାର ଏହା ବନ୍ଦ ରହିଛି। ତେଲ ଦର ବୃଦ୍ଧି ଯୋଗୁ ଖାଉଟି ମୂଲ୍ୟସୂଚୀ ବୃଦ୍ଧି ହେଉଛି। କାରଣ ଖାଉଟି ମୂଲ୍ୟ ବୃଦ୍ଧିରେ ତେଲ ଦର ବୃଦ୍ଧିର ପ୍ରମୁଖ ଭୂମିକା ରହିଛି ବୋଲି ଚଳିତ ମାସ ପ୍ରାରମ୍ଭରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସତର୍କ କରିଦେଇଥିଲା। ଏପରିକି ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ କୋଭିଡ-୧୯ ଯୋଗୁ ପ୍ରଭାବିତ ଓ ଏହା ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସଂଗ୍ରାମ କରୁଥିବା ସମୟରେ ବର୍ତ୍ତମାନର ତେଲ ଦର ବୃଦ୍ଧି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ସମୟରେ ତେଲ ଦର କାହିଁକି ବଢୁଛି ତାହା ବୁଝାପଡୁନି। ତେଲ ଦରରେ ପରିବର୍ତ୍ତନ ହେବାର ଦୁଇଟି କାରଣ ରହିଛି। ପ୍ରଥମତଃ ଅନ୍ତର୍ଜାତୀୟ ଅଶୋଧିତ ତେଲ ଦରରେ ପରିବର୍ତ୍ତନ ଏବଂ ଦ୍ୱିତୀୟରେ କେନ୍ଦ୍ର ଓ ରାଜ୍ୟ ସରକାର ଲଗାଇଥିବା ଟିକସ ଯୋଗୁ ଏହା ହୋଇଥାଏ। ପ୍ରଥମରେ ବିଶ୍ୱସ୍ତରୀୟ କାରଣଗୁଡ଼ିକୁ ଦେଖିବା। ୨୦୧୮ରେ ପ୍ରତି ବ୍ୟାରେଲର ମୂଲ୍ୟ ରହିଥିଲା ୭୦ ଡଲାର। ଏହା ଏବକାର ମୂଲ୍ୟଠାରୁ ଯଥେଷ୍ଟ ଅଧିକ। ଅଶୋଧିତ ତେଲ(ବ୍ରୁଣ୍ଟ)ର ବ୍ୟାରେଲ ପିଛା ମୂଲ୍ୟ ୫୦ ଡଲାରରୁ କମ୍‌ ରହିଛି। ତଥାପି ସବୁବେଳେ ତେଲ ଦର ଉଚ୍ଚରେ ରହୁଛି। ଆମେ କିଣୁଥିବା ପ୍ରତି ଲିଟର ପେଟ୍ରୋଲ ଉପରେ ୫୦ ଟଙ୍କାରୁ ବେଶୀ ଟିକସ ଆକାରରେ ଦେଉଛୁ। ସେମିତି ଡିଜେଲ ଲିଟର ପିଛା ଦେଉଛୁ ୪୦ ଟଙ୍କାରୁ ଅଧିକ ଟିକସ । କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ଉଚ୍ଚ ସ୍ତରର ଉପତ୍ାଦ ଶୁଳ୍କ ଏବଂ ରାଜ୍ୟ ଦ୍ୱାରା ଲାଗୁ କରାଯାଇଥିତ୍ବା ଭାଟ ମୋଟରେ ପେଟ୍ରୋଲ ଦରର ୬୫% ଓ ଡିଜେଲ ଦରର ୬୦%। କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଉପରେ ପ୍ରାୟ ୩୦ ଟଙ୍କା ଟିକସ ଲଗାଏ। ଏହା ମଧ୍ୟରେ ରହିଛି ମୂଳ ଉପତ୍ାଦ ଶୁଳ୍କ,ସ୍ବତନ୍ତ୍ର ଅତିରିକ୍ତ ଉପତ୍ାଦ ଶୁଳ୍କ ଏବଂ ରୋଡ କିମ୍ବା ଇନ୍‌ଫ୍ରା ସେସ। ଗତ ବର୍ଷ ତୁଳନାରେ ଏହି ପରିମାଣ ପ୍ରାୟ ଦୁଇଗୁଣ ହୋଇଯାଇଛି। ଏହା ସହ ରାଜ୍ୟ ସରକାରଙ୍କ ଟିକସ ରହିଛି ଯାହା ରାଜ୍ୟରୁ ରାଜ୍ୟ ଅଲଗା ଅଲଗା ହୋଇଥାଏ।
ଭାଜପା ନେତା ସୁବ୍ରମଣିୟନ ସ୍ବାମୀ ଏବକାର ଦେଲ ଦର ବୃଦ୍ଧିକୁ ଭାରତୀୟଙ୍କ ଉପରେ କେନ୍ଦ୍ରର ଏକ ସ୍ମରଣୀୟ ଶୋଷଣ ବୋଲି ସମାଲୋଚନା କରିଛନ୍ତି। ସ୍ବାମୀ କହିଛନ୍ତି,ପେଟ୍ରୋଲ ଲିଟର ପିଛା ଅତି ବେଶିରେ ୪୦ ଟଙ୍କାରେ ବିକ୍ରି ହେବା ଉଚିତ। ତେଲରୁ ସଂଗ୍ରହ ଟିକସ ରାଜ୍ୟ ଅର୍ଥନୀତିର ଏକ ସିଂହଭାଗ ଏବଂ ଏହି କାରଣ ଯୋଗୁ ରାଜ୍ୟ ସରକାର ଏହାକୁ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବାକୁ କେବେ ବି ଚାହାନ୍ତିନି। ତେଲ ଦର ଯେତେ ବଢ଼ିବ, ସରକାରଙ୍କ ରାଜକୋଷ ସେତେ ବଢ଼ିବ। ଏପରିକି ବେପରୁଆ ତେଲ ଦର ବୃଦ୍ଧିରେ ଗରିବମାନେ ନୀରବ ଯନ୍ତ୍ରଣା ଭୋଗୁଥିବାବେଳେ କେନ୍ଦ୍ର ଓ ରାଜ୍ୟ ୍‌ସରକାରଙ୍କର ଏଥିପ୍ରତି ଖାତିର ନାହିଁ। ଅପରପକ୍ଷେ ପେଟ୍ରୋଲ ଓ ଡିଜେଲ ଉପରେ ଶୁଳ୍କ ଶୀଘ୍ର ବଢିଥିବାବେଳେ ସରକାରଙ୍କର ଟିକସ ସଂଗ୍ରହ କମିଛି। କେନ୍ଦ୍ର ଉପତ୍ାଦ ଶୁଳ୍କ ବାବଦରେ ଯାହା ସଂଗ୍ରହ କରିଛି ତାହାର ଏକ ବଡ ଅଂଶ ପାଇଛି ପେଟ୍ରୋଲ, ଡିଜେଲ ଏବଂ ଅଶୋଧିତ ତେଲରୁ। ଗଲା ବର୍ଷ ତୁଳନାରେ ଏହା ୪୦% ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ତେଲ ଦର ଉଚ୍ଚରେ ରହିଲେ ତେଲର ଚାହିଦା କମିଯିବ ଏହା ପ୍ରତିକୂଳ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡିବ। ତାହା ବ୍ୟତୀତ ତେଲ ଖାଉଟି ମୂଲ୍ୟ ମୁଦ୍ରାସ୍ଫୀତି ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ନେଉଥିବାରୁ ଅପ୍ରତ୍ୟାଶିତ ତେଲ ଦର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ। ଭାରତର ଖାଉଟି ମୁଦ୍ରାସ୍ଫୀତି ସାତ ବର୍ଷରେ ସୁବଠୁ ଉଚ୍ଚ ୭.୬% ରହିଛି। ଖାଦ୍ୟ ମୁଦ୍ରାସ୍ଫୀତି ବି ଅଧିକ ବଢ଼ିଗଲାଣି ଓ ଉଚ୍ଚ ତେଲ ଦର ଯୋଗୁ ଗ୍ରସେରି ବିଲ୍‌ ମଧ୍ୟ ବଢ଼ିଛି। ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟରେ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ମଙ୍ଗଳବାର କୃଷକମାନଙ୍କ ଦ୍ୱାରା କରାଯାଇଥିବା ଭାରତ ବନ୍ଦ ସଫଳତାରେ ଏହାର ପ୍ରତିଫଳନ ହେଲା। ଲୋମାନେ ସ୍ବତଃସ୍ଫୃୂର୍ତ୍ତ ଭାବେ ବନ୍ଦରେ ସାମିଲ ହୋଇ ଏହାକୁ ସମର୍ଥନ କଲେ। ଏଣୁ ଗରିବଙ୍କ ପ୍ରତି ଏହି ଦୁଃଖଦାୟକ ଶୋଷଣ ବନ୍ଦ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri