ରୋଗୀଙ୍କୁ ଘରୋଇ କ୍ଲିନିକ୍‌ ପଠାଇ ଶୋଷଣ

ପୁରୀ ଅଫିସ,୬ା୮: ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ଓ ଚିକିତ୍ସା ସୁବିଧା ଥିବା ସତ୍ତ୍ବେ ରୋଗୀଙ୍କୁ ଘରୋଇ କ୍ଲିିନିକ୍‌ରେ ଅପରେଶନ୍‌ ପାଇଁ ଡାକ୍ତର ବାଧ୍ୟ କରୁଛନ୍ତି। ଏଭଳି ଭାବେ ରୋଗୀଙ୍କୁ ଶୋଷଣ କରାଯାଉଛି। ପୁରୀ ପେଣ୍ଠକଟାର ହରେକୃଷ୍ଣ ସରାବ ଏହି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସରାବ କହିଛନ୍ତି ଯେ, ଗୁରୁବାର ସେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ହାର୍ନିଆ ସମସ୍ୟା ସମ୍ପର୍କରେ ଡାକ୍ତରଙ୍କୁ ଜଣାଇଥିଲେ। ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର ତାଙ୍କୁ କହିଥିଲେ। ଏହାପରେ ସେ ଅସ୍ତ୍ରୋପଚାର ପାଇଁ ଆଗ୍ରହୀ ଥିବା ଜଣାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଘରୋଇ କ୍ଲିନିକ୍‌ରେ ଅସ୍ତ୍ରୋପଚାର ଅଧିକ ସୁରକ୍ଷିତ ବୋଲି କହି ସେଠାକୁ ଯିବାକୁ ପ୍ରବର୍ତ୍ତାଇ ଥିଲେ। ଏଥିଲାଗି ତାଙ୍କୁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ମାତ୍ର ତାଙ୍କ ପାଖରେ ଏତେ ଅର୍ଥ ନ ଥିବା କହିବାରୁ ଚିକିତ୍ସା ବାବଦ ଅର୍ଥ କମ୍‌ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ଦୁଇ ଦିନ ତଳେ ଭୀମସେନ ରାଉତଙ୍କୁ ନେଇ ତାଙ୍କ ପୁତ୍ର ବିଭୂତି ଭୂଷଣ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଡାକ୍ତର ମଧ୍ୟ ତାଙ୍କୁ ଘରୋଇ କ୍ଲିନ୍‌ିକ ଯିବାକୁ କହିଥିଲେ। ବିଭୂତି କହିଛନ୍ତି, ସେ ମୁଖ୍ୟ ଚିକିତ୍ସାଳୟରେ ଆଡମିଶନ ହୋଇଥିଲେ। ମାତ୍ର ପରେ ତାଙ୍କୁ ପରେ ଘରୋଇ କ୍ଲିନିକ୍‌ରେ ଅସ୍ତ୍ରୋପଚାର କରିବା ପାଇଁ ବାଧ୍ୟ କରିଥିଲେ। ମାତ୍ର ସେ ଡାକ୍ତରଙ୍କୁ ମନା କରି ଫେରିଥିଲେ। ପରେ କିନ୍ତୁ ତାଙ୍କୁ ଫୋନ୍‌ କରି କମ୍‌ ଖର୍ଚ୍ଚରେ ଘରୋଇ ହସ୍ପିଟାଲ ଯିବାକୁ ଡାକ୍ତର ପ୍ରବର୍ତ୍ତାଇଥିଲେ। ସୂଚନା ଅଧିକାର କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ହାର୍ନିଆ ଭଳି ଛୋଟ ଅସ୍ତ୍ରୋପଚାର ନ ହେବା ଦୁର୍ଭାଗ୍ୟଜନକ ପ୍ରସଙ୍ଗ। ଏହାର ଫାଇଦା ଉଠାଇ ଡାକ୍ତରମାନେ ରୋଗୀଙ୍କୁ ଘରୋଇ କ୍ଲିନିକ୍‌କୁ ଯିବାକୁ ବାଧ୍ୟ କରୁଛନ୍ତି। ଏନେଇ ସିଡିଏମ୍‌ଓଙ୍କୁ ସୂଚନା ନାହିଁ ବୋଲି କହିବା ଭୁଲ ହେବ। କେବଳ ସେବା ମନୋଭାବ ରହିଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ଅନ୍ୟପକ୍ଷରେ ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ମିଶ୍ର କହିଛନ୍ତି, କୋଭିଡ୍‌ ଯୋଗୁ ବୈଦ୍ୟୁତିକ ପଦ୍ଧତିର ବ୍ୟବହାର ହେଉଥିବା ସବୁ ଅସ୍ତ୍ରୋପଚାର ଏବେ ବନ୍ଦ ରହିଛି। ଜଣେ ମାତ୍ର ଟେକ୍ନିସିଆନ୍‌ ଥିବାରୁ ଅସ୍ତ୍ରୋପଚାର କରାଯାଇପାରୁନାହିଁ। ଅତି ଜରୁରିକାଳୀନ ସ୍ଥିତିରେ ଅପରେଶନ୍‌ କରୁଛୁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ରୋଗୀଙ୍କୁ ଘରୋଇ ଡାକ୍ତରଖାନାକୁ ରେଫର୍‌ କରାଯାଉଛି। ତେବେ ଡାକ୍ତର ଜାଣିଶୁଣି ଡିସ୍‌ଚାର୍ଜ କରିବା ପରେ ଘରୋଇ କ୍ଲିନିକ୍‌କୁ ଡାକୁଛନ୍ତି କାହିଁକି ବୋଲି ପଚାରିବାରୁ ସିଡିଏମ୍‌ଓ ମିଶ୍ର କହିଛନ୍ତି, ଏଭଳି ହୋଇଥିବା ଅଭିଯୋଗ ସମ୍ପର୍କରେ ସୋସିଆଲ୍‌ ମିଡ଼ିଆରୁ ଶୁଣିବାକୁ ପାଇଛି। ଏ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗରେ ସତ୍ୟାସତ୍ୟ ଥିବା ଜଣାପଡ଼ିଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri