Posted inଫୁରସତ

ଦାମୀ ଛତା: ଦେଖିବାକୁ ଆକର୍ଷଣୀୟ, ଦର ଆକାଶଛୁଆଁ

ଖରାଦିନ ହେଉ ଅବା ବର୍ଷାଦିନ ଛତାର ଆବଶ୍ୟକତା ସବୁବେଳେ ରହିଥାଏ। ସେଥିପାଇଁ ଏହାର ଚାହିଦାକୁ ଲକ୍ଷ୍ୟ କରି କେତେ ନୂଆ ନୂଆ ଡିଜାଇନ୍‌ର ଛତା ମାର୍କେଟ୍‌କୁ ଆସେ। କିନ୍ତୁ ଏଠାରେ ଯେଉଁ ଛତାଗୁଡ଼ିକ ସମ୍ପର୍କରେ କୁହାଯାଉଛି, ତାହା ଦେଖିବାକୁ ସିନା ଆକର୍ଷଣୀୟ ହୋଇଥାଏ ହେଲେ ତାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ। କାରଣ ଏଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ଦାମୀ ଛତା, ଯାହାର ଦର ରହିଛି ବେଶ୍‌ ଆକାଶଛୁଆଁ…

*ପସୋଟ୍ଟି ଇଟାଲିଆନ୍‌ ଅମ୍ବ୍ରେଲା ଉଇଥ୍‌ ସ୍ବରୋଭସ୍କି କ୍ରିଷ୍ଟାଲ୍ସ: ପସୋଟ୍ଟି ହେଉଛି ଏକ ଲୋକପ୍ରିୟ ଇଟାଲିଆନ୍‌ କମ୍ପାନୀ, ଯାହା ୧୯୫୬ ମସିହାରୁ ଉତ୍ତମ କ୍ୱାଲିଟି ଯୁକ୍ତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀମାନ ବିକ୍ରି କରିଆସୁଛି। ଆକର୍ଷଣୀୟ ଦାମୀ ଛତା ତିଆରି କରିବାରେ ମଧ୍ୟ ଏହି କମ୍ପାନୀର ବେଶ୍‌ ନାଁ ରହିଛି। ସ୍ବରୋଭସ୍କି କମ୍ପାନୀ ସହ କଣ୍ଟ୍ରାକ୍ଟ ସାଇନ୍‌ କରି ପ୍ରତିବର୍ଷ ଏହା ଅଳ୍ପ କିଛି ପରିମାଣରେ ଛତା ତିଆରି କରିଥାଏ। କ୍ୱାଣ୍ଟିଟି ତୁଳନାରେ କ୍ୱାଲିଟିକୁ ଗୁରୁତ୍ୱ ଦେଉଥିବାରୁ ଏହି କମ୍ପାନୀ ଛତାର ବେଶ୍‌ ଚାହିଦା ମଧ୍ୟ ରହିଥାଏ। ମୁଖ୍ୟତଃ ଏହି କମ୍ପାନୀ ଛତାର ହ୍ୟାଣ୍ଡେଲ୍‌ ଓ କନାର ଉପରି ଭାଗରେ ସ୍ବରୋଭସ୍କି କ୍ରିଷ୍ଟାଲ୍‌ ଲଗାଯାଇଥିବାରୁ ଏହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିବା ସହ ଦାମ୍‌ ବି ପ୍ରାୟ ୩୬୦ ଡଲାର୍‌ ଉପରକୁ ରହିଥାଏ।

*ଆଇଏଲ୍‌ ମାର୍ଚ୍ଚେସାଟୋ ପିୟୋର୍‌ ସିଲ୍କ ଆଣ୍ଡ ସ୍ବରୋଭସ୍କି ଅମ୍ବ୍ରେଲା: ଆଇଏଲ୍‌ ମାର୍ଚ୍ଚେସାଟୋ ହେଉଛି ଜର୍ମାନୀସ୍ଥିତ ଏକ ଲୋକପ୍ରିୟ ଛତା ତିଆରି କମ୍ପାନୀ। ଏହା ମୁଖ୍ୟତଃ ପିୟୋର୍‌ ସିଲ୍କ କପଡ଼ାରେ ଛତାମାନ ତିଆରି କରିଥାଏ। ଖାସ୍‌କରି ଏହି କମ୍ପାନୀ ଦ୍ୱାରା ତିଆରି କରାଯାଇଥିବା ଛତାର ହ୍ୟାଣ୍ଡେଲ୍‌ ପାଖରେ ଲାଗିଥିବା ସୁନେଲି ରଙ୍ଗର ଏକ ଫ୍ରେମ୍‌ ଏବଂ ତା’ଉପରେ ରହିଥିବା ନାଲି ରଙ୍ଗର ସ୍ବରୋଭସ୍କି କ୍ରିଷ୍ଟାଲ୍‌ ଜେମ୍ସ ଷ୍ଟୋନ ଛତାକୁ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ସେଥିପାଇଁ ଉକ୍ତ ଛତାର ଦର ପ୍ରାୟ ୩୮୫ ଡଲାରରୁ ଊର୍ଦ୍ଧ୍ୱ ରହିଥାଏ।

*ମାଗ୍‌ଲିଆ ଫ୍ରାନ୍ସେସ୍କୋ ବ୍ଲାକ୍‌ ଓ୍ବାଚ୍‌ ସ୍ପୋଟର୍‌ସ ଅମ୍ବ୍ରେଲା: ସୂଚନାନୁଯାୟୀ, ମାଗ୍‌ଲିଆ ଫ୍ରାନ୍ସେସ୍କୋ ହେଉଛି ଏକ ଲୋକପ୍ରିୟ ଛତା କମ୍ପାନୀ; ଯାହା ପିୟୋର୍‌ କଟନ୍‌ ଓ ସଲିଡ୍‌ ଉଡ୍‌ର ସହାୟତାରେ ଛତାମାନ ତିଆରି କରିଥାଏ। ତେବେ ଏହି କମ୍ପାନୀ ଦ୍ୱାରା ତିଆରି କରାଯାଉଥିବା ଛତାର ବିଶେଷତ୍ତ୍ୱ ହେଉଛି ଏହାର ହ୍ୟାଣ୍ଡେଲ୍‌ରେ ଲାଗିଥିବା ଏକ ସ୍ବତନ୍ତ୍ର ଧରଣର ଷ୍ଟାଣ୍ଡ ଫ୍ରେମ୍‌, ଯାହା କି ଛତାକୁ ସିଧାକରି ରଖିବାରେ ବେଶ୍‌ ସହାୟକ ହୋଇଥାଏ। ତେବେ ଏହି ଛତାର ମୂଲ୍ୟ ମାର୍କେଟ୍‌ରେ ପ୍ରାୟ ୪୫୦ ଡଲାର ରହିଛି।

*ଆଲେକ୍‌ଜାଣ୍ଡର୍‌ ମାକକୁଇନ୍‌ ସ୍କଲ୍‌ ହ୍ୟାଣ୍ଡେଲ୍‌ ଅମ୍ବ୍ରେଲା: ଆଲେକ୍‌ଜାଣ୍ଡର ମାକକୁଇନ୍‌ ଇଟାଲିସ୍ଥିତ ଏମିତି ଏକ କମ୍ପାନୀ, ଯିଏ କି ଅଜବ ଡିଜାଇନ୍‌ର ଛତା ତିଆରି କରିବାରେ ବେଶ୍‌ ନାଁ ହାସଲ କରିପାରିଛି। ଖାସ୍‌କରି ଛତାର ହ୍ୟାଣ୍ଡେଲ୍‌ରେ ମଣିଷଙ୍କ ଖପୁରି ସଦୃଶ ଡିଜାଇନ୍‌ କରାଇବାରେ ଏହି କମ୍ପାନୀ ଭଲ ନାଁ କମାଇପାରିଛି। ତା’ସାଙ୍ଗକୁ ସେହି ଆର୍ଟିଫିସିଆଲ୍‌ ଖପୁରି ଉପରେ ସୁନେଲୀ ରଙ୍ଗର କୋଟ୍‌ ଦେଇ ତାହାକୁ ଆହୁରି ଆକର୍ଷଣୀୟ କରାଇବାରେ ଏହି କମ୍ପାନୀ ଖୁବ୍‌ ସିଦ୍ଧହସ୍ତ। ସେଥିପାଇଁ ଏହି ଛତାର ଦର ପ୍ରାୟ ୫୬୫ ଡଲାର ରହିଥାଏ।

*ବର୍‌ବେରୀ ନୁବକ୍‌ ଡକ୍‌ ହ୍ୟାଣ୍ଡେଲ୍‌ ଅମ୍ବ୍ରେଲା: ଏହା ଏକ ବ୍ରିଟିଶ୍‌ ବ୍ରାଣ୍ଡର କମ୍ପାନୀ, ଯିଏ କି ଦାମୀ ବ୍ୟାଗ୍‌, କୋଟ୍‌ , ସ୍କାର୍ଭସ୍‌ ତଥା ଛତା ତିଆରି କରିବାରେ ବେଶ୍‌ ମାହିର। ବିଶେଷକରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି କମ୍ପାନୀ ଅଜବ ଡିଜାଇନ୍‌ର ଛତା ତିଆରି କରିଥାଏ। ବିଶେଷକରି ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ପ୍ଲାଟିନମ୍‌ କୋଟ୍‌ର ବତକ ମୁହଁ ସଦୃଶ ଛତାର ହ୍ୟାଣ୍ଡେଲ୍‌ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ଏହାର ଦାମ୍‌ ବି ଟିକେ ଅଧିକ ଥାଏ ଅର୍ଥାତ୍‌ ପ୍ରାୟ ୮୫୦ ଡଲାର ରହିଥାଏ ଏହି ଛତାର ଦର।

*ବିଲିଅନେୟାର୍‌ କୌଟୁର୍ସ କ୍ରକୋଡାଇଲ୍‌ ସ୍କିନ୍‌ ଅମ୍ବ୍ରେଲା: ଏହାକୁ ଦୁନିଆର ସବୁଠାରୁ ଦାମୀ ଛତା ଭାବେ ପରିଗଣିତ କରାଯାଇଥାଏ। କାରଣ ଏହି ଛତାଟି କୁଆଡ଼େ କୁମ୍ଭୀର ଚମଡ଼ାରେ ତିଆରି। ସେଥିପାଇଁ ଏହାର ଦାମ୍‌ ପ୍ରାୟ ୧୫,୦୦୦ ଡଲାର ରଖାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri