ଦାମୀ ସନ୍‌ଗ୍ଲାସ୍‌: ଯାହାକୁ କେବଳ ଦେଖିବା ସାର

ବିନା ସନ୍‌ଗ୍ଲାସ୍‌ରେ ଖରାଦିନ କଥା ଭାବି ହୁଏନା। ଏହା ଯେ କେବଳ ଉତ୍ତାପରୁ ଆଖିକୁ ଆରାମ ଦିଏ ତାହା ନୁହେଁ ଲୁକ୍‌କୁ ଷ୍ଟାଇଲିଶ୍‌ ବି କରାଏ। ତେବେ କିଛି ସନ୍‌ଗ୍ଲାସ୍‌ ଅଛି ଯାହାକୁ କେବଳ ଦେଖିବା ସାର। କାରଣ ସେସବୁର ମୂଲ୍ୟ ଆକାଶଛୁଆଁ…

ଚପର୍ଡ ଡି ରିଗୋ ଭିଜନ୍‌- ସବୁଠାରୁ ଦାମୀ ସନ୍‌ଗ୍ଲାସ୍‌ ଭାବେ ସ୍ବିସ୍‌ ଲକଜ୍ୟୁରି ଓ୍ବାଚ୍‌ ମେକର୍‌ ଓ ଜୁଏଲର୍‌ ଚପର୍ଡଙ୍କ ‘ଚପର୍ଡ ଡି ରିଗୋ ଭିଜନ୍‌’ ସନ୍‌ଗ୍ଲାସ୍‌ ପରିଚିତ। ଏହାର ମୂଲ୍ୟ ହେଉଛି ୪୦୮,୦୦୦ଡଲାର। ଏହି ସନ୍‌ଗ୍ଲାସ୍‌ର ଫ୍ରେମ୍‌ ୬୦ ଗ୍ରାମ୍‌ର ୨୪ କ୍ୟାରେଟ୍‌ ସୁନାରେ ତିଆରି ହେବା ସହ ଏହାର ଆର୍ମରେ ବ୍ୟବହାର ହୋଇଛି ଡଟେଡ୍‌ ଗୋଲ୍ଡ। ଏହାବାଦ୍‌ ୫୧ଟି ଫୁଲ୍‌ କଟ୍‌ ରିଭର୍‌ ଡାଇମଣ୍ଡର ଏକ ସୁନ୍ଦର ଡିଜାଇନ୍‌ ଭିତରେ ରହିଛି କମ୍ପାନୀର ସିଗ୍‌ନେଚର୍‌।

ଡୋଲ୍ସ ଆଣ୍ଡ ଗବାନା ଡିଜି୨୦୨୭ବି- ଦାମୀ ସନ୍‌ଗ୍ଲାସ୍‌ ଭିତରେ ଡୋଲ୍ସ ଆଣ୍ଡ ଗବାନା ବ୍ରାଣ୍ଡ କେମିତି ବା ନ ରହିବ। ଏହି ସନ୍‌ଗ୍ଲାସ୍‌ର ମୂଲ୍ୟ ହେଉଛି ୩୮୩, ୬୦୯ ଡଲାର। ଏଥିରେ ବ୍ରାଉନ୍‌ ଟିଣ୍ଟେଡ ଲେନ୍ସ, ସୁନାର ରିମ୍‌ ସହ ଆର୍ମରେ ହୀରାରେ ଲେଖାଯାଇଛି କମ୍ପାନୀର ନାମ।

ସିଲ୍‌ସ ଜୁଏଲର୍ସ ଏମେରାଲ୍ଡ- ସିଲ୍‌ସ ଜୁଏଲର୍ସ କମ୍ପାନୀର ଏମେରାଲ୍ଡ ସନଗ୍ଲାସ୍‌ର ସ୍ବତନ୍ତ୍ରତା ହେଉଛି ତା’ର ଇମେରାଲ୍ଡର ଲେନ୍ସ। ଏହି ଲେନ୍ସ ତିଆରି କରିବା ପାଇଁ କମ୍ପାନୀକୁ ୫ ବର୍ଷ ଲାଗିଯାଇଥିଲା। କାରଣ ଏମେରାଲ୍ଡକୁ କଟ୍‌, ପଲିଶ୍‌ ଓ ଶେପ୍‌ ଦେବା ଥିଲା ସମୟସାପେକ୍ଷ। ଏହାବାଦ୍‌ ଏହାର ଫ୍ରେମ୍‌ ଖାଣ୍ଟି ସୁନାରେ ତିଆରି ଏବଂ ଏଥିରେ ହୀରା ଖଚିତ ହୋଇଛି। ତେଣୁ ଏହାର ମୂଲ୍ୟ ୨୦୦,୦୦୦ଡଲାର।

କାର୍ଟିୟର୍‌ ପାନ୍ଥର- କାର୍ଟିୟର୍‌ ଏକ ଲକ୍‌ଜ୍ୟୁରିୟସ୍‌ ଫ୍ୟାଶନ୍‌ ବ୍ରାଣ୍ଡ । ପାନ୍ଥର ସନ୍‌ଗ୍ଲାସ୍‌ର ନାମ ପଛର କାରଣ ହେଉଛି ଏହାର ଫ୍ରେମ୍‌ରେ ଲାଗିଥିବା ୧୮ କ୍ୟାରେଟ୍‌ ହ୍ବାଇଟ୍‌ ଗୋଲ୍ଡରେ ତିଆରି ପାନ୍ଥରର ଛୋଟ ମୂର୍ତ୍ତି। ଏହାସହ ଏଥିରେ ୫୬୧ଟି ହୀରା, ୬୪୫ଟି ବ୍ଲୁ ସାଫାୟର୍‌ ବି ଖଚ୍ଚିତ ହୋଇଛି। ଏହାର ଡିଜାଇନ୍‌ ବହୁତ ଆକର୍ଷକ ଓ ମୂଲ୍ୟ ରହିଛି ୧୫୯,୦୦୦ଡଲାର।
କ୍ଲିକ୍‌ ଗୋଲ୍ଡ ୧୮ କ୍ୟାରେଟ୍‌ ଗୋଲ୍ଡ ସ୍ପୋର୍ଟ- କ୍ଲିକ୍‌ ଗୋଲ୍ଡ କମ୍ପାନୀ ଦାମୀ ରିଡିଂ ଗ୍ଲାସ୍‌ ତିଆରି ପାଇଁ ପରିଚିତ। ଏବେ ଏହା ଦାମୀ ସନ୍‌ଗ୍ଲାସ୍‌ ବି ତିଆରି କରୁଛି। ଏହାର ଲେନ୍ସ ବ୍ୟତୀତ ସବୁକିଛି ସୁନାରେ ତିଆରି। ଲେନ୍ସର ପଛଭାଗରେ କାର୍ଲ ଜିସ୍‌ ସୁପର୍‌ ଇଟି ଆଣ୍ଟି ରିଫ୍ଲେକ୍ଟିଭ୍‌ କୋଟ୍‌ ଦିଆଯାଇଛି। ଏହି ଚଷମାର ଫ୍ରେମ୍‌ ଡିଜାଇନ୍‌ ୟୁନିକ। ଏହାର ବ୍ରିଜ୍‌ରେ ମାଗ୍ନେଟିକ୍‌ ଫ୍ରଣ୍ଟ କନେକ୍ସନ୍‌ ସିଷ୍ଟମ୍‌ ରହିଛି। ଚାହିଁଲେ ଏହି କନେକ୍ସନ୍‌କୁ ଅଲଗା କରିହେବ। ଏହାର ମୂଲ୍ୟ ୭୫,୦୦୦ ଡଲାର।

ଲକ୍‌ଜ୍ୟୁରିଏଟର୍‌ ଷ୍ଟାଇଲ୍‌ ୨୩ କାନାରୀ ଡାଇମଣ୍ଡ- ଲସ୍‌ଏଞ୍ଜେଲ୍‌ସର ଜୁଏଲେରି ମାନୁଫାକ୍‌ଚରିଂ କମ୍ପାନୀ ‘ଜୁଏଲେରି ବାଏ ଫ୍ରାଙ୍କୋ’ ତିଆରି କରିଛନ୍ତି ଷ୍ଟାଇଲ୍‌ ୨୩ ନାମକ ଏହି ଦାମୀ ସନ୍‌ଗ୍ଲାସ୍‌। ଏଥିରେ ୧୮ କ୍ୟାରେଟ୍‌ ଗୋଲ୍ଡର ଫ୍ରେମ୍‌ ସହ ୧୩୨ଟି ହୀରା ଖଚିତ ହୋଇଛି। ଏଥିରେ ଫଟୋକ୍ରୋମିକ୍‌ ଲେନ୍ସ ବ୍ୟବହାର ହୋଇଛି, ଯାହାକି ବାହାର ଆଲୋକର ଔଜଲ୍ୟତା ଅନୁସାରେ ତା’ର ଟିଣ୍ଟ ବଦଳାଇଥାଏ। ଏହାର ମୂଲ୍ୟ ୬୫,୦୦୦ ଡଲାର।

ମେବାକ୍‌ ଦି ଡିପ୍ଲୋମାଟ୍‌ ଓ୍ବାନ୍‌- ମେବାକ୍‌ ଜର୍ମାନୀର ଏକ ଲକଜ୍ୟୁରିୟସ୍‌ କାର୍‌ ବ୍ରାଣ୍ଡ। ଉକ୍ତ କମ୍ପାନୀ ସନ୍‌ଗ୍ଲାସ୍‌ ଇଣ୍ଡଷ୍ଟ୍ରିରେ ବି ପାଦ ଥାପିଛି। ଏହାର ଲକ୍‌ଜ୍ୟୁରିୟସ୍‌ ସନ୍‌ଗ୍ଲାସ୍‌୍‌ର ନାଁ ହେଉଛି ‘ଦି ଡିପ୍ଲୋମାଟ୍‌ ଓ୍ବାନ୍‌’। ସୁନ୍ଦର ଡିଜାଇନ୍‌ ହୋଇଥିବା ଏହି ସନ୍‌ଗ୍ଲାସ୍‌ ୧୮ କ୍ୟାରେଟ୍‌ ସୁନାରେ ତିଆରି। ଏଥିରେ ୧୭୪ଟି ହ୍ୟାଣ୍ଡ କ୍ରାଫ୍ଟେଡ୍‌ ହୀରା ବି ଖଚିତ ହୋଇଛି। ଏହାର ମୂଲ୍ୟ ରହିଛି ୬୦,୦୦୦ଡଲାର।

ବୁଲଗାରିଆ ଫ୍ଲୋରା- ବୁଲଗାରିଆ ହେଉଛି ଏକ ଇଟାଲିଆନ୍‌ ଲକ୍‌ଜ୍ୟୁରି ବ୍ରାଣ୍ଡ। ଏହି ବ୍ରାଣ୍ଡର ସନ୍‌ଗ୍ଲାସ୍‌ର ଚାହିଦା ବହୁତ ରହିଛି। ବୁଲ୍‌ଗାରିଆ ସନ୍‌ଗ୍ଲାସ୍‌ର ଆର୍ମରେ ହୋଇଥିବା ହୀରା ଓ ବ୍ଲୁ ସାଫାୟର୍‌ର ଫ୍ଲୋରାଲ୍‌ ଡିଜାଇନ୍‌ ଏହାକୁ ଖାସ୍‌ କରିଥାଏ। ଆଉ ଏହା ବେଶ୍‌ ଷ୍ଟନିଂ ଓ କ୍ଲାସି ଲାଗିଥାଏ। ଏହାର ଫ୍ରେମ୍‌ ୧୮ କ୍ୟାରେଟ୍‌ ହ୍ବାଇଟ୍‌ ଗୋଲ୍ଡରେ ତିଆରି। ଏହାର ମୂଲ୍ୟ ୫୯,୦୦୦ ଡଲାର।

ଗୋଲ୍ଡ ଆଣ୍ଡ ଉଡ୍‌ ୨୫୩ ଡାଇମଣ୍ଡ- ଏହି ସନ୍‌ଗ୍ଲାସ୍‌ର ଫ୍ରେମ୍‌ରେ ୨୫୩ଟି ହୀରା ଖଚିତ ହୋଇଛି। ସେଥିରୁ ୨୨ଟି ହେଉଛି ପ୍ରିନ୍ସେସ୍‌ କଟ୍‌ ଡାଇମଣ୍ଡ। ଏହାର ମୂଲ୍ୟ ହେଉଛି ୫୫,୦୦୦ ଡଲାର।

ବେଣ୍ଟଲି ପ୍ଲାଟିନମ୍‌- ନାମରୁ ହିଁ ଜାଣି ହେଉଛି ଯେ, ଉକ୍ତ ସନ୍‌ଗ୍ଲାସ୍‌ ପ୍ଲାଟିନମ୍‌ରେ ତିଆରି। ଫ୍ରେମ୍‌ରେ ହୋଇଛି ସୋଫ୍‌ିଷ୍ଟିକେଟେଡ୍‌ ଡିଜାଇନ୍‌। ଏହାର ମୂଲ୍ୟ ହେଉଛି ୪୫,୨୭୬ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୂର୍ଯ୍ୟଙ୍କ ସବୁଠୁ ବଡ଼ ଗୋଚର: ତୁଳା ସମେତ ଏହି ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ବଡ଼ ଅଫର୍‌

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଆତ୍ମବଳ, ପ୍ରତିଷ୍ଠା, ଅଧିକାର, ନେତୃତ୍ୱ ଏବଂ କ୍ୟାରିୟର ସମ୍ୱନ୍ଧିତ ଗ୍ରହ ଭାବେ ବିବେଚନା କରାଯାଏ। ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ରାଶି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?