ଭାରତ ପାଇଁ ମହଙ୍ଗା ରୁଷିଆ ସାର

ମୁମ୍ବାଇ/ଲଣ୍ଡନ୍‌/ମସ୍କୋ,୧୩ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଭାରତ ଭଳି କୃଷି ପ୍ରଧାନ ଦେଶରେ ଚାଷକାର୍ଯ୍ୟ ପାଇଁ ସାର ଅପରିହାର୍ଯ୍ୟ। କିନ୍ତୁ ଦେଶରେ ଆବଶ୍ୟକ ପରିମାଣର ସାର ଉତ୍ପାଦନ ହେଉ ନ ଥିବାରୁ ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳ। ଗତବର୍ଷ ରୁଷିଆରୁ ସର୍ବାଧିକ ସାର ଆମଦାନୀ କରିଥିବା ଦେଶ ହେଉଛି ଭାରତ। ରସାୟନ ଶିଳ୍ପ ଓ ସାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ମାର୍ଚ୍ଚରେ ଶେଷ ହୋଇଥିବା ୨୦୨୨-୨୩ ଆର୍ଥିକ ବର୍ଷରେ ରୁଷିଆରୁ ଭାରତର ସାର ଆମଦାନୀ ୨୪୬% ବୃଦ୍ଧି ପାଇ ୪୩ ନିୟୁତ ଟନ୍‌ରେ ପହଞ୍ଚତ୍ଥିଲା। ୟୁକ୍ରେନ୍‌ ଆକ୍ରମଣ ପରେ ରୁଷିଆରେ ସୃଷ୍ଟି ହୋଇଥିବା ଆର୍ଥିକ ଅଚଳାବସ୍ଥା ମଧ୍ୟରେ ଭାରତ ଆମଦାନୀ କରୁଥିବା କ୍ରୁଡ୍‌ ଅଏଲ୍‌ ଏବଂ ସାର ମସ୍କୋ ପାଇଁ ଇନ୍ଧନ ସାଜିଥିଲା। କିନ୍ତୁ ଏବେ ବିଶ୍ୱ ବଜାରରେ ସାର ଯୋଗାଣ ପ୍ରଭାବିତ ହୋଇଥିବା ଦର୍ଶାଇ ସେହି କମ୍ପାନୀଗୁଡ଼ିକ ରିହାତି ମୂଲ୍ୟରେ ଆଉ ଦେଇହେବ ନାହିଁ ବୋଲି କୁଣ୍ଠା ପ୍ରକାଶ କରିଛନ୍ତି। ଫଳରେ ଭାରତୀୟ କମ୍ପାନୀଗୁଡ଼ିକ ଏଣିକି ଡାଇ-ଆମୋନିୟମ୍‌ ଫସ୍‌ଫେଟ୍‌ (ଡିଏପି), ୟୁରିଆ ଏବଂ ନାଇଟ୍ରୋଜେନ୍‌, ଫସ୍‌ଫରସ୍‌, ପୋଟାସିୟମ୍‌ (ଏନ୍‌ପିକେ) ସମେତ ଅନ୍ୟ ସାରଗୁଡ଼ିକ ଚଢ଼ା ଦରରେ କିଣିବାକୁ ବାଧ୍ୟହେବେ।
ଭାରତୀୟ ବଜାରରେ କାରବାର କରୁଥିବା କମ୍ପାନୀଗୁଡ଼ିକୁ ପୂର୍ବରୁ ରୁଷୀୟ କମ୍ପାନୀଗୁଡ଼ିକ ଡିଏପି ଟନ୍‌ ପିଛା ୮୦ ଆମେରିକୀୟ ଡଲାର ରିହାତିରେ ସାର ଦେଉଥିଲେ। କିଛିଦିନ ପୂର୍ବେ ଜି୨୦ ସମ୍ମିଳନୀରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦାକରି ପ୍ରସ୍ତାବ ଅଣାଯିବ ବୋଲି ଆମେରିକା ଓ ବ୍ରିଟେନ୍‌ ସମେତ ଆଉ କେତେକ ଦେଶ ଆଶା କରୁଥିଲେ। ସେତେବେଳେ ଭାରତର ଆଭିମୁଖ୍ୟକୁ ରୁଷିଆ ମଧ୍ୟ ଅପେକ୍ଷା କରିଥିଲା। ତେବେ ‘ନୂଆଦିଲ୍ଲୀ ଘୋଷଣାନାମା’ରେ ୟୁକ୍ରେନ୍‌ ବିରୋଧରେ ଆଣବିକ ଅସ୍ତ୍ର ପ୍ରୟୋଗ କିମ୍ବା ବ୍ୟବହାର ନେଇ ଧମକ ଦେବା ଗ୍ରହଣଯୋଗ୍ୟ ନୁହେଁ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ପ୍ରତ୍ୟକ୍ଷ ଭାବେ ରୁଷିଆର ଆକ୍ରମଣକୁ ନିନ୍ଦା କରାଯାଇ ନାହିଁ। ଭାରତ ମଧ୍ୟମପନ୍ଥୀ କୂଟନୀତି ଆପଣାଇ ଡିକ୍ଲାରେଶନ୍‌ରେ ଏଭଳି ଭାଷା ବ୍ୟବହାର କରିଛି, ଯଦ୍ଦ୍ବାରା ବାଡ଼ି ଭାଙ୍ଗିବ ନାହିଁ କି ସାପ ମରିବ ନାହିଁ। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ ଉକ୍ତ ଘୋଷଣାନାମାକୁ ନୂଆଦିଲ୍ଲୀରେ ପ୍ରଶଂସା କରି ମସ୍କୋ ଯିବା ପରେ ଭାରତକୁ ରପ୍ତାନି କରାଯାଉଥିବା ସାର ମୂଲ୍ୟ ହଠାତ୍‌ ବଢ଼ିଯାଇଛି। ଏହାକୁ ଲାଭ୍ରୋଭ୍‌ଙ୍କ ‘ନାଇଟ୍ରୋଜେନ୍‌ ଡିପ୍ଲୋମାସି’ କୁହାଯାଉଛି।
ପୂର୍ବରୁ ୮୦ ଡଲାର ରିହାତି ଦେଉଥିବା ରୁଷୀୟ କମ୍ପାନୀଗୁଡ଼ିକ ଏବେ ୫ ଡଲାର ଛାଡ଼ିବାକୁ ମଧ୍ୟ ମଙ୍ଗୁନାହାନ୍ତି। ଫଳରେ ଜୁଲାଇରେ ରୁଷିଆରୁ ଟନ୍‌ ପିଛା ୪୪୦ ଡଲାରରେ ମିଳୁଥିବା ଡିଏପି ବର୍ତ୍ତମାନ ଭାରତୀୟ କ୍ରେତାମାନଙ୍କ ପାଇଁ ୫୭୦ ଡଲାରରେ ପହଞ୍ଚତ୍ଛି। ମୁମ୍ବାଇସ୍ଥିତ ଏକ ସାର କମ୍ପାନୀର ଜଣେ ଅଧିକାରୀଙ୍କ କହିବା ହେଲା, ବିଶ୍ୱ ବଜାରରେ ଗତ ୨ ମାସ ହେଲା ସାର ଦାମ୍‌ ବଢ଼ିବାରେ ଲାଗିଛି। ଆସନ୍ତା ଶୀତଋତୁରେ ଗହମ ଚାଷ ଲାଗି ଡିଏପି ଚାହିଦା ବଢ଼ିଲେ ପର୍ପ୍ୟାପ୍ତ ପରିମାଣର ସାର ମହଜୁଦ ରଖିବା ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ହୋଇଯିବ। ଗତ ଜୁଲାଇରେ ବୈଶ୍ୱିକ ଯୋଗାଣକାରୀମାନେ ୟୁରିଆ ଟନ୍‌ ପିଛା ପ୍ରାୟ ୩୦୦ ଡଲାରରେ ଦେଉଥିଲେ। କିନ୍ତୁ ସେମାନେ ଏବେ ଟନ୍‌ ପ୍ରତି ୪୦୦ ଡଲାର ଦାବି କରୁଛନ୍ତି। ଅନ୍ୟପକ୍ଷେ ଏସିଆର ଅନ୍ୟ କମ୍ପାନୀଗୁଡ଼ିକୁ ମଧ୍ୟ ଏହି ଦରରେ ଡିଏପି ଯୋଗାଇ ଦିଆଯାଉଥିବା ଜଣେ ରୁଷୀୟ ଅଧିକାରୀ କହିଛନ୍ତି। ଅର୍ଥାତ୍‌ ଭାରତ ପାଇଁ କୌଣସି ସ୍ବତନ୍ତ୍ର ଦର ନିର୍ଦ୍ଧାରିତ ହୋଇନାହିଁ। ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍‌ ଏବଂ ଓଡ଼ିଶା ବିଧାନସଭା ଭୋଟ ସମେତ ଲୋକ ସଭା ନିର୍ବାଚନ ପୂର୍ବରୁ ସାର ମୂଲ୍ୟରେ ବୃଦ୍ଧି ଭାଜପାକୁ ଅଡ଼ୁଆରେ ପକାଇପାରେ। ଏବେ କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିକଟରେ ସାର ଉପରେ ସବ୍‌ସିଡି ଦେବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?