ଦାମୀ ପାନ

ଓଡ଼ିଶା ଓ ଓଡ଼ିଶା ବାହାରେ ବି ପାନର ଢେର ଚାହିଦା ରହିଛି। ତେଣୁ ପାନ ବ୍ୟବସାୟୀ ବିଭିନ୍ନ ପ୍ରକାରର ପାନ ବିକ୍ରି କରିଥାନ୍ତି। ତେବେ ଏଠାରେ ଯେଉଁ ପାନ କଥା କୁହାଯାଉଛି ତାହା ବହୁତ ଖାସ୍‌ । ସେଥିପାଇଁ ତ ଏହାକୁ ଦାମୀ ପାନରେ ଗଣାଯାଉଛି…

* ଗୋଲ୍ଡେନ୍‌ ନାଇଟ୍‌ ପାନ: ଜୟପୁରରେ ଥିବା ଅନ୍ନୁ ମୋବାଇଲ ପାନ ଭଣ୍ଡାରର ମୁଖ୍ୟ ଆକର୍ଷଣ ହେଉଛି ଗୋଲ୍ଡେନ୍‌ ନାଇଟ୍‌ ପାନ; ଯାହା ମୁଖ୍ୟତଃ ନବଦମ୍ପତିଙ୍କ ପାଇଁ ଉଦ୍ଦିଷ୍ଟ। ଷ୍ଟଫିଂ ଆଉ ଡିଜାଇନ୍‌କୁ ନେଇ ଏଠାରେ ଏହି ପାନ ୫୧୦୦ରୁ ଆରମ୍ଭ କରି ୧୧୦୦୦ ଟଙ୍କାରେ ବିକ୍ରି କରାଯାଇଥାଏ। ତେବେ ୫୧୦୦ ଟଙ୍କାରେ ମିଳୁଥିବା ଗୋଲ୍ଡେନ୍‌ ନାଇଟ୍‌ ପାନରେ ମୁଖ୍ୟତଃ ୭ ପ୍ରକାରର ଦେଶୀ ମାଉଥ୍‌ ଫ୍ରେଶନର୍‌, କେଶର, ଗୁଲକନ୍ଦ, ନଡିଆ କୋରା, ଟୁଟି ଫ୍ରୁଟି, ଖୁରଚାନ୍ଦ ଆଦି ବ୍ୟବହାର କରାଯିବା ସହ ପରେ ଏହାକୁ ଖାଇବାଯୋଗ୍ୟ ଗୋଲ୍ଡ ଫଏଲ୍‌ରେ ଆକର୍ଷଣୀୟ ଭାବେ ଗୁଡାଇ ଦିଆଯାଏ। ତା’ପରେ ଏକ ମଖମଲିଆ ନାଲି ରଙ୍ଗର ବକ୍ସ ଭିତରେ ଥିବା ତିନୋଟି ଗୋଲ୍ଡ ପ୍ଲେଟେଡ୍‌ ଗିନା ମଧ୍ୟରୁ ଗୋଟିଏରେ ଏହି ପାନକୁ ରଖିଦିଆଯାଏ। ଅନ୍ୟ ଏକ ଗିନାରେ ୬/୭ଟି ସିଲ୍‌ଭର୍‌ କୋଟ୍‌ ହୋଇଥିବା ପାନ ଖଜୁର୍‌ ଏବଂ ଆଉ ଏକ ଗିନାରେ କିଛି ଟୁଟି ଫ୍ରୁଟି, ନଡିଆ କୋରା ତଥା ମାଉଥ୍‌ ଫ୍ରେସନର୍‌ ଆଦି ରଖିଦିଆଯାଏ। ସର୍ଭ କରିବା ପାଇଁ ସେଥିରେ ଦୁଇଟି ଗୋଲ୍ଡ ପ୍ଲେଟେଡ୍‌ ଚାମଚ ଏବଂ ଗୋଟିଏ ଗୋଲ୍ଡ ପ୍ଲେଟେଡ୍‌ ପ୍ଲେଟ୍‌ ବି ରଖିଦିଆଯାଏ; ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଯଦି କେହି ଷ୍ଟଫିଂ ଆଉ ଡିଜାଇନ୍‌କୁ ନେଇ ଆଉ କିଛି ନୂଆ କରିବାକୁ ଚାହିଁଲେ ତା’ହେଲେ ସେହି ଅନୁଯାୟୀ ଦାମ୍‌ ବି ବଢିଯାଏ।
*କୋହିନୁର ମସାଲା ପାନ: ମହାରାଷ୍ଟ୍ରର ଓରଙ୍ଗାବାଦ୍‌ରେ ଥିବା ତାରା ପାନ୍‌ ସେଣ୍ଟରରେ ପ୍ରାୟ ୫୧ ପ୍ରକାରର ପାନ ବିକ୍ରି ହୋଇଥାଏ। କୋହିନୂର ମସାଲା ପାନ ହେଉଛି ଏହି ସେଣ୍ଟରର ସବୁଠାରୁ ଖାସ୍‌ ଆଉ ଦାମୀ ପାନ; ଯାହାର ମୂଲ୍ୟ ୫୦୦୦ଟଙ୍କା। ମୁଖ୍ୟତଃ ନବଦମ୍ପତିଙ୍କ ପାଇଁ ଏହି ପାନଟି ଉଦ୍ଦିଷ୍ଟ। କାରଣ ଏଥିରେ ବିଭିନ୍ନ ପ୍ରକାରର ମୁଖବାସ ସହିତ ଏକ ସ୍ବତନ୍ତ୍ର ଧରଣର କସ୍ତୁରୀ, କେଶର, ରୋଜ୍‌ ଏକ୍ସଟ୍ରାକ୍ଟସ୍‌, ସ୍ବତନ୍ତ୍ର ଲିକ୍ୟୁଡ ଫ୍ରାଗରାନ୍ସ ତଥା ଏକ ସୁପର୍‌ ସିକ୍ରେଟ୍‌ ଇନ୍‌ଗ୍ରିଡିଏଣ୍ଟର ବ୍ୟବହାର କରାଯାଇଥାଏ; ଯେଉଁ ସିକ୍ରେଟ୍‌କୁ ଉକ୍ତ ପାନ ସେଣ୍ଟରର ମାଲିକ ଆଜିଯାଏଁ କାହାକୁ କହି ନାହାନ୍ତି। ଏପରିକି ନିଜ ପିଲାଙ୍କୁ ମଧ୍ୟ। ପିଲା ପ୍ରାପ୍ତ ବୟସର ହୋଇଗଲେ ସେମାନଙ୍କୁ ଏହି ସିକ୍ରେଟ୍‌ ଜଣାଇବେ ବୋଲି ସେ କହିଥାନ୍ତି। ତେବେ ଏହି ପାନର ସ୍ବାଦ କୁଆଡ଼େ ବେଶ୍‌ ମତୁଆଲା ହୋଇଥାଏ; ଯାହାକୁ ଖାଇଲେ ସ୍ବାମୀସ୍ତ୍ରୀଙ୍କ ସମ୍ପର୍କରେ ନିବିଡ଼ତା ଆସିଥାଏ ବୋଲି ଉକ୍ତ ପାନ ସେଣ୍ଟରର ମାଲିକ ମତ ଦେଇଥାନ୍ତି। ସେଥିପାଇଁ ବାହାଘର ସିଜିନ୍‌ ଆସିଲେ ଖାସ୍‌ ଏହି ପାନକୁ କିଣିବାକୁ ଏଠି ଗ୍ରାହକଙ୍କର ଭିଡ଼ ଜମେ। ଏକ ସୁନ୍ଦର ପ୍ୟାକେଟ୍‌ ଭିତରେ ଗୋଟିଏ ସୁଗନ୍ଧଯୁକ୍ତ ଅତର ସହିତ ବରକନ୍ୟାଙ୍କ ପାଇଁ ଭିନ୍ନ ଭିନ୍ନ ଦୁଇଟି କୋହିନୁର ମସାଲା ପାନ ରଖି ଗ୍ରାହକଙ୍କୁ ଏହା ଦିଆଯାଇଥାଏ।
*ଗୋଲ୍ଡ ଫେରେରୋ ରସର୍‌ ପାନ: ସିଲଭର୍‌ କୋଟେଡ୍‌ ପାନମଧୁରି, ସିଲଭର୍‌ କୋଟେଡ୍‌ ଗୁଜୁରାତି, ସିଲଭର୍‌ କୋଟେଡ୍‌ ପୁଦିନାର ମଞ୍ଜି, ରୋଜ୍‌ ପାଉଡ଼ର୍‌, ଖଜୁର୍‌, ଗୁଲକନ୍ଦ୍‌, ଫେରେରୋ ରସର୍‌ ଚକୋଲେଟ୍‌ ତଥା ଅନ୍ୟାନ୍ୟ କେତେକ ମୁଖବାସକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ପାନକୁ ସ୍ବତନ୍ତ୍ର ଖାଦ୍ୟ ଉପଯୋଗୀ ଗୋଲ୍ଡ ଫଏଲ୍‌ରେ ଗୁଡାଇ ଗ୍ରାହକଙ୍କୁ ଦିଆଯାଇଥାଏ। ଏହା ୭୫୦ ଟଙ୍କାରେ ବିକ୍ରି ହୋଇଥାଏ। ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ପାନ ବିକ୍ରି ହେଉଥିବାର ଦେଖିବାକୁ ମିଳେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri