Posted inଫୁରସତ

ଦାମୀ ଖ୍ରୀଷ୍ଟମାସ ଟ୍ରି

ଖ୍ରୀଷ୍ଟମାସ ପର୍ବର ମୁଖ୍ୟ ଆକର୍ଷଣ ହୋଇଥାଏ ଖ୍ରୀଷ୍ଟମାସ ଟ୍ରି। କାରଣ କେତେକଙ୍କର ବିଶ୍ୱାସ ଥାଏ ଯେ, ଯେଉଁ ଘରେ ସୁନ୍ଦର ଭାବରେ ସଜାଇବାକୁ ଲୋକେ ତତ୍ପରତା ଦେଖାଇଥାନ୍ତି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ବି କିଛି ଖ୍ରୀଷ୍ଟମାସ ଟ୍ରି ଥିଲା, ଯାହାକୁ ସୁନା, ହୀରା ଭଳି ବହୁ ଦାମୀ ଜିନିଷରେ ସଜା ଯାଇଥିଲା; ଫଳରେ ସେଗୁଡ଼ିକୁ ଦାମୀ ଖ୍ରୀଷ୍ଟମାସ ଟ୍ରିର ମାନ୍ୟତା ମିଳିଥିଲା…

*ଏମିରେଟ୍ସ ପ୍ୟାଲେସ୍‌ ଖ୍ରୀଷ୍ଟମାସ ଟ୍ରି: ଆବୁଧାବିରବେ ସଜା ଯାଇଥିବା ଖ୍ରୀଷ୍ଟମାସ ଟ୍ରି ରହିଥାଏ, ସେହି ଘରକୁ ସାନ୍ତା ସୌଭାଗ୍ୟ ନେଇ ଆସିଥାନ୍ତି, ଯଦ୍ଦ୍ବାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ। ସେଥିପାଇଁ ଏହାକୁ ରଙ୍ଗିନ ଆଲୋକମାଳା ହେଉ ଅବା କୌଣସି ଚକମକିଆ ଜିନିଷ ଦ ଏମିରେଟ୍ସ ପ୍ୟାଲେସ୍‌ ନାମକ ଏକ ପଞ୍ଚତାରକା ହୋଟେଲ୍‌ରେ ୨୦୧୦ରେ ତିଆରି କରାଯାଇଥିଲା ଏକ ଦାମୀ ଖ୍ରୀଷ୍ଟମାସ ଟ୍ରି; ଯାହାକୁ ସଜାଇବା ପାଇଁ ସୁନା, ହୀରା, ମୋତି, ମାଣିକ ତଥା କେତେକ ଦାମୀ ପଥରର ମଧ୍ୟ ବ୍ୟବହାର ହୋଇଥିଲା। କେବଳ ସେତିକି ନୁହେଁ ଏହି ଟ୍ରିର ସାଜସଜ୍ଜାରେ କେତେକ ଦାମୀ ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌ ଏବଂ ହାତଘଣ୍ଟାର ବି ବ୍ୟବହୃତ ହୋଇଥିଲା। ତେଣୁ ଏହାର ମୂଲ୍ୟ ଥିଲା ପ୍ରାୟ ୧୧.୪ ମିଲିୟନ୍‌ ଡଲାର୍‌।

*ଡିଜ୍‌ନୀ ଗୋଲ୍ଡ ଖ୍ରୀଷ୍ଟମାସ ଟ୍ରି: ଜାପାନର ଟୋକିଓରେ ରହିଛି ଗିଞ୍ଜା ନାମକ ଏକ ଜିଲା। ଏହି ଜିଲାଟି ଅପ୍‌ ମାର୍କେଟ୍‌ ଶପିଂ, ଡାଇନିଂ, ବୁଟିକ୍‌, ଆର୍ଟ ଗାଲେରୀ, ରେଷ୍ଟୁରାଣ୍ଟ, ନାଇଟ୍‌ କ୍ଲବ ତଥା କାଫେ ପାଇଁ ବେଶ୍‌ ଲୋକପ୍ରିୟ। ସୂଚନାନୁଯାୟୀ, ୨୦୧୨ରେ ଏହି ଜିଲାର ଗିଞ୍ଜା ଟୋକିଓ ନାମକ ଏକ ଲକ୍‌ଜୁରୀ ଷ୍ଟୋର୍‌ରେ ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ସୁନାର ଏକ ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଥିଲା, ଯେଉଁଥିରେ ପ୍ରାୟ ୫୦ଟି ଡିଜ୍‌ନୀ କ୍ୟାରେକ୍ଟରକୁ ଡେକୋରେଟ୍‌ ପାଇଁ ଲଗାଯାଇଥିଲା। ଆଉ ସେହି ଡିଜ୍‌ନୀ କ୍ୟାରେକ୍ଟରଗୁଡ଼ିକ ବି ସୁନାରେ ତିଆରି ହୋଇଥିଲା। ପ୍ରାୟ ୪୦ କି.ଗ୍ରା ଓଜନ ବିଶିଷ୍ଟ ଏହି ଖ୍ରୀଷ୍ଟମାସ ଟ୍ରିକୁ ତିଆରି କରିବାକୁ ୧୦ ଜଣ କାରିଗରଙ୍କୁ ପାଖାପାଖି ଦୁଇ ମାସ ସମୟ ଲାଗିଯାଇଥିଲା। ସେଥିପାଇଁ ଏହାର ଦାମ୍‌ ପ୍ରାୟ ୪.୨ ମିଲିୟନ୍‌ ଡଲାର୍‌ ରହିଥିଲା।

*କ୍ରିଷ୍ଟାଲ୍‌ ଖ୍ରୀଷ୍ଟମାସ ଟ୍ରି: ୨୦୧୩ରେ ହଂକଂର ଏୟାରପୋର୍ଟ ଗ୍ରାଉଣ୍ଡରେ ପ୍ରାୟ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ କ୍ରିଷ୍ଟାଲ୍‌ ଖ୍ରୀଷ୍ଟମାସ ଟ୍ରିକୁ ଲୋକଙ୍କ ଦେଖିବା ନିମନ୍ତେ ରଖାଯାଇଥିଲା; ଯେଉଁଥିରେ ଲାଗିଥିଲା ଏକାଧିକ ସ୍ବରଭସ୍କି ଗୋଲ୍ଡ ଓ ସିଲ୍‌ଭର୍‌ର କ୍ରିଷ୍ଟାଲ୍‌। ଆଉ ସେହି କ୍ରିଷ୍ଟାଲ୍‌ଗୁଡ଼ିକୁ ଅଷ୍ଟ୍ରେଲିଆରୁ କିଣିକି ଅଣାଯାଇଥିଲା। ତେଣୁ ଏହାର ମୂଲ୍ୟ ପ୍ରାୟ ୧.୮ ମିଲିୟନ୍‌ ଡଲାର୍‌ ରହିଥିଲା।

*ଗିଞ୍ଜା ଟନକା ଗୋଲ୍ଡ ଟେବୁଲ୍‌ ଟପ୍‌ ଟ୍ରି: ଜାପାନର ଏକ ଜୁଏଲେରୀ ଶପ୍‌ ହେଲା ଗିଞ୍ଜା ଟନକା। ଏହା ନିଜର ୯୦ତମ ବାର୍ଷିକୋତ୍ସବ ଉପଲକ୍ଷେ ୨୦୧୬ରେ ଖ୍ରୀଷ୍ଟମାସ ଟ୍ରି ଶେପ୍‌ର ଏହି ଟେବୁଲ୍‌ ଟ୍ରି ଟିକୁ ତିଆରି କରାଇଥିଲା; ଯେଉଁଥିରେ ବ୍ୟବହାର ହୋଇଥିଲା ପ୍ରାୟ ୧୯ କି.ଗ୍ରା ଓଜନର ସୁନା। ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ଏଥିରେ ସୁନାର ସରୁ ସରୁ ତାରକୁ ବି ଛନ୍ଦା ଯାଇଥିଲା। ତେଣୁ ଏହାର ଦାମ୍‌ ବି ଥିଲା ପ୍ରାୟ ୧.୮ ମିଲିୟନ୍‌ ଡଲାର୍‌।

*ରୋଜ୍‌ମିନି ଖ୍ରୀଷ୍ଟମାସ ଟ୍ରି: ପ୍ୟାରିସ୍‌ର ଏକ ଲୋକପ୍ରିୟ ଫୁଲ ବ୍ୟବସାୟ କମ୍ପାନୀ ହେଲା କ୍ଲାଉଡେ କୁଇନ୍‌କ୍ୱାଉଡ୍‌। ସେହିପରି ଟକ୍‌ସିମାୟା ହେଲା ଏକ ଡିପାର୍ଟମେଣ୍ଟ ଷ୍ଟୋର କମ୍ପାନୀ। ଏହି ଦୁଇଟି କମ୍ପାନୀର ମିଳିତ ଉଦ୍ୟମରେ କିଛିଦିନ ତଳେ କେତେଗୁଡ଼ାଏ ଗୋଲାପ ଫୁଲରେ ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଥିଲା। ଆଉ ଏହି ଟ୍ରିରେ ଖଞ୍ଜା ଯାଇଥିବା ପ୍ରତିଟି ଗୋଲାପ ଫୁଲରେ ଲାଗିଥିଲା ଅଷ୍ଟ୍ରେଲିଆ ଓ ଆଫ୍ରିକାରୁ ଆସିଥିବା ଦାମୀ ହୀରା। ଆକାରରେ ବହୁତ ବଡ଼ ହୋଇ ନ ଥିଲେ ବି ଦେଖିବାକୁ ଏହା ଥିଲା ଖୁବ୍‌ ସୁନ୍ଦର; ସେଥିପାଇଁ ଏହାର ବଜାର ମୂଲ୍ୟ ବି ପ୍ରାୟ ୧.୮ ମିଲିୟନ୍‌ ଡଲାର୍‌ ରଖାଯାଇଥିଲା।

*ଷ୍ଟେଭ୍‌ କୁଇକ୍‌ ଗୋଲ୍ଡ ଟେବୁଲ୍‌ଟପ୍‌ ଟ୍ରି: ଚିକାଗୋର ଷ୍ଟେଭ କୁଇକ୍‌ ନାମକ ଏକ ଜୁଏଲେରି ଶପ୍‌ ୨୦୦୭ରେ ଖ୍ରୀଷ୍ଟମାସ ଟ୍ରି ଶେପ୍‌ର ଏହି ଟେବୁଲ୍‌ ଟପ୍‌ ଟ୍ରିକୁ ତିଆରି କରିଥିଲା। ୧୮ କ୍ୟାରେଟ୍‌ ଗୋଲ୍ଡରେ ନିର୍ମିତ ଏହି ଟ୍ରିରେ ଏକାଧିକ ହୀରା ମଧ୍ୟ ଖଚିତ ହୋଇଥିଲା। ସେହିପରି ଏହି ଟ୍ରିର ଉପରି ଭାଗରେ ଲାଗିଥିବା ତାରା ଆକାରର ପେଣ୍ଡେଣ୍ଟଟି ପ୍ରାୟ ୪.୫୨ କ୍ୟାରେଟ୍‌ର ପ୍ଲାଟିନମ୍‌ ଓ ହୀରା ଦ୍ୱାରା ତିଆରି ହୋଇଥିଲା। ତେଣୁ ଏହାର ମୂଲ୍ୟ ରହିଥିଲା ପ୍ରାୟ ୫ ଲକ୍ଷ ଡଲାର୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri