Posted inଫୁରସତ

ପଦ୍ମଶ୍ରୀ ବଟକୃଷ୍ଣ

ଚାକିରି ସହିତ ବଳକା ସମୟରେ ଗାଁରେ ରହି କିପରି ଭଲ ରୋଜଗାର ହୋଇପାରିବ ଏଥିପାଇଁ ସେ ଚିନ୍ତା କରୁଥିଲେ। ଏମିତି କିଛି ଯୋଜନା ହୋଇପାରିବ ଯେଉଁଥିରେ କି ନିଜ ପରିବାର ସହିତ ଅନ୍ୟମାନଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରିବେ । ଏଥିପାଇଁ ସେ ଏକ ଖିଆଲ ପଣରୁ ଆରମ୍ଭ କରିଥିଲେ ମାଛ ଚାଷ। କେବଳ ମାଛ ଚାଷ କରୁ ନ ଥିଲେ ଦୀର୍ଘ ୪ ଦଶନ୍ଧି ଧରି ମାଗଣାରେ ମାଛଚାଷ ସମ୍ପର୍କରେ ସେ ଅନେକଙ୍କୁ ତାଲିମ ପ୍ରଦାନକରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିିଛନ୍ତି। ଏଥିପାଇଁ ତାଙ୍କୁ ମିଳିଛି ଦେଶର ସମ୍ମାନଜନକ ପଦ୍ମଶ୍ରୀ ଉପାଧି। ସେ ହେଲେ ବଟକୃଷ୍ଣ ସାହୁ, ଜନ୍ମ ୧୯ା୧ା୧୯୫୨ମସିହାରେ। ପିତା ଭଜନୀ ସାହୁ, ମା’ ରାଜଲକ୍ଷ୍ମୀ। ଘର ଖୋର୍ଦ୍ଧା ଜିଲାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକଣା ଗ୍ରାମରେ। ସେ କୁହନ୍ତି ସେତେବେଳେ ଭିଙ୍ଗାରପୁର ଶ୍ରୀବକ୍ରେଶ୍ୱର ହାଇସ୍କୁଲରେ ଏକାଦଶ ପାସ୍‌ କରିଥିଲି। ଏହାପରେ ବିଜେବିରେ ବିଏ ଯାଏ ପଢ଼ିଲି। ୧୯୭୬ମସିହାରେ ପବ୍ଳିକ ସର୍ଭିସ କମିଶନ ପରୀକ୍ଷାରେ ପାସ କରିଥିଲି। ଏଥିଯୋଗୁ ସଚିବାଳୟର ଅର୍ଥ ବିଭାଗରେ ନିଯୁକ୍ତି ପାଇଲି। ଭୁବନେଶ୍ୱରରୁ ଥରେ ଗାଁକୁ ଆସିଥାଏ। ସେଦିନ ଆମ ଗାଁ ପୋଖରୀରୁ ମାଛ ଧରାଯାଇ ପୋଖରୀ ନିକଟରେ ମାଛବିକ୍ରି ହେଉଥିଲା। ଖୁସିରେ ସେଠାକୁ ମାଛ କିଣିବାକୁ ଯାଇଥିଲି। ହେଲେ ପୋଖରୀ ମାଛ ସରିଯାଇଥିଲା। ଫଳରେ ସେଦିନ ଗାଁ ପୋଖରୀର ମାଛ ଖାଇବା ଅବସୋସ ରହିଯାଇଥିଲା। ତା’ ପରେ ଚିନ୍ତାକଲି, ଆସନ୍ତା ବର୍ଷରୁ କିପରି ସେହି ପୋଖରୀକୁ ନିଲାମ ନେବି। ଏଥିପାଇଁ ତା’ପରବର୍ଷ ମୋର ଜଣେ ବନ୍ଧୁଙ୍କ ସହ ମିଶି ପ୍ରାୟ ୩ବର୍ଷ ପାଇଁ ଅଧିକ ଟଙ୍କାରେ ସେହି ପୋଖରୀକୁ ନିଲାମ ନେଇଥିଲୁ। ଏଥିପାଇଁ ପ୍ରାୟ ୧୨ହଜାର ଟଙ୍କା ଗ୍ରାମପଞ୍ଚାୟତକୁ ଦେବାକୁ ପଡ଼ିଥିଲା। ନିଲାମ ସିନା ନେଇଗଲୁ ହେଲେ ମାଛଚାଷ କିପରି ହେବ, ମୂଳଟଙ୍କା କିପରି ପାଇପାରିବୁ ଏମିତି ନାନା କଥାରେ ଚିନ୍ତାଘାରିଲା। ଏଥିପାଇଁ (ସିଫା )ମଧୁରଜଳ ମତ୍ସ୍ୟ ଚାଷ ଗବେଷଣା କେନ୍ଦ୍ରରୁ ମାଛଚାଷ ସମ୍ପର୍କରେ ପରାମର୍ଶ ନେଲୁ। ପୁଣି ସେହି ପୋଖରୀରେ ମାଛଚାଷ ବାବଦକୁ ଆହୁରି ୧୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ପ୍ରଥମ ବର୍ଷର ମାଛଚାଷରେ ଖର୍ଚ୍ଚ ହୋଇଥିବା ସମସ୍ତ ମୂଳଟଙ୍କାକୁ ମାଛବିକ୍ରିରୁ ପାଇଲୁ। ତା’ ପରେ ମିଆଦ ଥିବା ଆଉ ଦୁଇ ବର୍ଷ ମଧ୍ୟରେ ମାଛଚାଷ କରି ଭଲ ଲାଭବାନ ହୋଇପାରିଥିଲୁ। ପରେ ମାଛ ଯାଅଁାଳ ଚାଷ ପାଇଁ ମନବଳାଇଥିଲୁ। ସମୟକ୍ରମେ ଗାଁର କିଛି ଜାଗାକୁ କିଣି ୪ଟି ପୋଖରୀ କରିଥିଲୁ ଏବଂ ଅଧିକ ପରିମାଣର ଯାଅଁାଳ ଉତ୍ପାଦନ ଯୋଗୁ ଭଲ ଲାଭବାନ ହେଲୁ। ଏ ଭିତରେ ମୋର ଚାକିରି ସହିତ ମାଛଚାଷ ବି ଚାଲିଥାଏ। ମୋର ସହଯୋଗୀ ବନ୍ଧୁ ନୃସିଂହ ଚରଣ ପଣ୍ଡା ଏଥିରେ ବୁଝାଶୁଝା କରୁଥାନ୍ତି। କେବିଏସ ଖୋର୍ଦ୍ଧା ସିଫାର ଜଣେ ମତ୍ସ୍ୟ ଗବେଷକଙ୍କଠାରୁ ପରାମର୍ଶ ନେଇ ସରକାରଙ୍କ ମତ୍ସ୍ୟଚାଷ ବିଭାଗ ତରଫରୁ କିଛି ଆର୍ଥତ୍କ ଅନୁଦାନ ପାଇଥିଲୁ। ପରେ ୧୯୮୯/୯୦ରେ ୨ଏକର ଧାନ ଚାଷ ଜମିକୁ ଫିସ୍‌ଫାର୍ମ ଡେଭଲପମେଣ୍ଟ ଯୋଜନାରେ ପ୍ରାୟ ୨୫ହଜାର ଟଙ୍କା ଋଣ ଆଣି ୫ଟି ପୋଖରୀ ଖୋଳିଥିଲି। ଏଥିରେ ଯାଅଁାଳ ଚାଷ କରିଲୁ । କିନ୍ତୁ ଗାଁ ପାଖରେ ରହିଥିବା ୪ ଏକର ପୈତୃକ ଜମିକୁ ବଦଳକରି ତା’ ବଦଳରେ ଗାଁଠାରୁ ଦୂରରେ ରହିଥିବା କିଛି ଜମିକୁ ରଖିଲୁ। ପ୍ରାୟ ୭ ଗୁଣ୍ଠ ଜାଗାର ପରୀସିମାରେ ଏକ ଛୋଟ ପୋଖରୀ କରି ଏଠାରେ ପ୍ରଥମେ ଚାଇନା ରୋହି ଯାଅଁାଳ ଛାଡ଼ିଥିଲୁ। ମାଛର ଡିମ୍ବ ସହ ବିଭିନ୍ନ ଉପକରଣ ଆଣିଲୁ, ମାଛକୁ ଇଞ୍ଜେକ୍ସନ ଦେଲୁ। ଏଠାରେ ସୃଷ୍ଟି ହେଉଥିବା ମାଛ ଯାଅଁାଳ ଚାହିଦା ଧୀରେ ଧୀରେ ବଢ଼ିଲା। ଅନ୍ୟପକ୍ଷେ ବଡ଼ ବର୍ଷା ହେଲେ ପାଣି ବଢି ହାପାର କନାକୁ କଙ୍କଡ଼ା ଓ ଚିଙ୍ଗୁଡ଼ି କାଟି କ୍ଷତି କରିବାର ଅଧିକ ଆଶଙ୍କା ରହିଥାଏ। ଏଥିପାଇଁ ସିଫାର ମତ୍ସ୍ୟଚାଷ ଗବେଷକମାନଙ୍କ ସାହାଯ୍ୟ ନେଲୁ। ଆଉ ସିଫାରୁ ତାଲିମ ବି ନେଲି। ୧୯୯୫ମସିହାରୁ ହାଚେରି ପାଇଁ ୧ଲକ୍ଷ ୬୦ହଜାର ଟଙ୍କା ଋଣ ଆଣି ସେଥିରେ ଖର୍ଚ୍ଚକରି କେତୋଟି କୁଣ୍ଡ ତିଆରି କରିବା ସହିତ ୧୦ଟି ପୋଖରୀ ଖୋଳିଥିଲୁ। ସେଥିରେ ପ୍ରାୟ ୪ରୁ୫ କୋଟି ଯାଅଁାଳ ଉତ୍ପାଦିତ ହୋଇପାରିଲା। ଏହାପରେ ଅନ୍ୟ ପୋଖରୀରେ ପ୍ରାୟ ୨୦କୋଟି ଯାଅଁାଳ ଉତ୍ପାଦନ ହୋଇପାରିଲା। ମାଛଚାଷରୁ ବର୍ଷକୁ ପ୍ରାୟ ୧୫ରୁ ୨୦ଲକ୍ଷ ଟଙ୍କା ଲାଭବାନ ହୋଇପାରୁଛୁ। ସରକଣା ଓ ଲୁଣାମୌଜାରେ ଆମର ପ୍ରାୟ ୧୬ଟି ପୋଖରୀ ଅଛି। ହାଚେରିରେ ପ୍ରାୟ ୧୫ଜଣ ଶ୍ରମିକ କାମ କରି ସେମାନେ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି। ମୋର ୩ପୁଅ ଏବଂ ମୋର ସହଯୋଗୀ ନୃସିଂହ ପଣ୍ଡାଙ୍କର ୨ପୁଅ ମାଛଚାଷ ପାଇଁ କାମକରିବା ସହିତ ମତେ ସହଯୋଗ କରିଥାନ୍ତି। ତେବେ ମାଛ ଚାଷ ସମ୍ପର୍କରେ ଯାହା ଜାଣିପାରିଛି ତାହାହେଲା ଯେଉଁ ପୋଖରୀରେ ସବୁ ସମୟରେ ପାଣିର ସୁବିଧା ଥିବ, କଳାମାଟି କିମ୍ବା ଦୋରସାମାଟି ଥିବ ସେହି ପୋଖରୀରେ ମାଛ ଯାଆଁଳଙ୍କୁ ଖାଦ୍ୟ ଦେଲେ ଶୀଘ୍ର ବଢ଼ିଥାନ୍ତି। ପୁଣି ମାଛଚାଷ ପାଇଁ ପୋଖରୀର ପାଣି, ମାଟି ଓ ଖାଦ୍ୟର ମାନକୁ ପରୀକ୍ଷଣ କରାଯିବା ପାଇଁ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି। ଏସବୁ ବାଦ ମାଛଚାଷ ସମ୍ପର୍କରେ ତାଲିମ ଦେବା ପାଇଁ ବିଭିନ୍ନ ସ୍ଥାନକୁ ଯାଇଥାଏ। ଯଥା-ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଜଗତସିଂହପୁର ଆଦି ଜିଲାର କେତେକ ଅଞ୍ଚଳର ମାଛଚାଷୀମାନଙ୍କୁ ମାଛ ଯାଅଁାଳ ଉତ୍ପାଦନ ଏବଂ ମାଛଚାଷ ବିଷୟରେ ତାଲିମ ଦେଇଥାଏ। ମାଛଚାଷ ଯୋଗୁ ୨୦୦୦ମସିହାରେ ସିଫାରୁ, ଉଷାପୂର୍ଣ୍ଣ ମେମୋରିଆଲ ଟ୍ରଷ୍ଟ, କୃଷକ ସମାଜ କଟକ ସମେତ ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇପାରିଛି। ତେବେ ପଦ୍ମଶ୍ରୀ ପୁରସ୍କାର ପାଇବା ଖବର ପ୍ରଥମେ ଫୋନରେ ମୋ ପାଖକୁ ବାର୍ତ୍ତା ଆସିଥିଲା ସେତେବେଳେ ଫାର୍ମହାଉସରେ ଖାଇବାକୁ ଯାଉଥିଲି। ଏହି ପୁରସ୍କାର ପାଇଁ ପୂର୍ବରୁ ସିଫାର ଡକ୍ଟର ପିସି ଅନନ୍ତ ମତ୍ସ୍ୟଚାଷ ଗବେଷକ ମୋ ନାମକୁ ସରକାରଙ୍କ ନିକଟକୁ ପଠାଇଥିଲେ। ଏକଥା ସବୁଦିନ ମୋର ଅଭୁଲା ରହିଥିବ। ଏମିତିରେ ପ୍ରାୟ ୪୦ବର୍ଷ ଧରି ମାଗଣାରେ ମାଛ ଚାଷ ସମ୍ପର୍କରେ ଏକ ହଜାରରୁ ଊର୍ଦ୍ଧ୍ୱ ଆଗ୍ରହୀ ମତ୍ସ୍ୟଚାଷୀଙ୍କୁ ତାଲିମ ଦେଇଆସୁଛି। ଆଉ ଜଣେ ସଫଳ ମତ୍ସ୍ୟଚାଷୀ ଭାବେ ନିଜକୁ ପରିଚିତ କରାଇ ପାରିଛିି। ମାଛଚାଷରେ ସ୍ବାବଲମ୍ବୀ ଯୋଗୁ ପଦ୍ମଶ୍ରୀ ସମ୍ମାନ ମିଳିଛି। ଏହା ମତେ ଆତ୍ମସନ୍ତୋଷ ଦେଇଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri