Posted inଫୁରସତ

ଦାମୀ ଖ୍ରୀଷ୍ଟମାସ ଟ୍ରି

ଖ୍ରୀଷ୍ଟମାସର ମୁଖ୍ୟ ଆକର୍ଷଣ ହେଉଛି ଖ୍ରୀଷ୍ଟମାସ ଟ୍ରି। ବିଶ୍ୱାସ ରହିଛି ଯେ, ସୁସଜ୍ଜିତ ଖ୍ରୀଷ୍ଟମାସ ଟ୍ରି ଯେଉଁଠି ଥାଏ ସେଠାକୁ ସାନ୍ତା ସୌଭାଗ୍ୟ ନେଇ ଆସିଥାନ୍ତି। ତେଣୁ ଏହାକୁ ବିଭିନ୍ନ ରଙ୍ଗିନ ଜିନିଷ ସହ ସୁନା, ହୀରା ଭଳି ବହୁ ଦାମୀ ଜିନିଷରେ ବି ସଜା ଯାଇଥାଏ। ଯାହାକୁ ପରେ ଦାମୀ ଖ୍ରୀଷ୍ଟମାସ ଟ୍ରିର ମାନ୍ୟତା ମିଳିଥାଏ…

* ସ୍ପେନ୍‌ର ଦାମୀ ଖ୍ରୀଷ୍ଟମାସ ଟ୍ରି: ସ୍ପେନ୍‌ର କେମ୍ପିସ୍କି ହୋଟେଲ୍‌ ପରିସରରେ ୨୦୧୯ରେ ଏକ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା; ଯେଉଁଥିରେ ଗୋଲାପୀ, ନାଲି, ଧଳା ଓ କଳା ରଙ୍ଗର ଏକାଧିକ ହୀରା, ଡିଜାଇନର୍‌ ଜୁଏଲେରି ତଥା ବହୁ ଦାମୀ ଷ୍ଟୋନ୍‌ମାନ ଲାଗିଥିଲା। ଡେକୋରେଶନ ପାଇଁ ଏଥିରେ ଅନେକ ଆକର୍ଷଣୀୟ ପରଫ୍ୟୁମ ବୋତଲ, ଥ୍ରୀଡି ପ୍ରିଣ୍ଟେଡ୍‌ର ଚକୋଲେଟ୍‌ ମୟୁର ଓ ଓଟପକ୍ଷୀର ଅଣ୍ଡା (ଯାହାକୁ ଖାଇହେବ) ବି ଲାଗିଥିଲା। ସେଥିପାଇଁ ଏହାର ମୂଲ୍ୟ ପ୍ରାୟ ୧୫ ମିଲିୟନ୍‌ ଡଲାର ରହିଥିଲା।

* ଏମିରେଟ୍ସ ପ୍ୟାଲେସ୍‌ ଖ୍ରୀଷ୍ଟମାସ ଟ୍ରି: ଆବୁଧାବିର ଦ ଏମିରେଟ୍ସ ପ୍ୟାଲେସ୍‌ ନାମକ ଏକ ପଞ୍ଚତାରକା ହୋଟେଲ୍‌ରେ ୨୦୧୦ରେ ଯେଉଁ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା; ସେଥିରେ ଅନେକ ସୁନା, ହୀରା, ମୋତି, ମାଣିକ ତଥା ଦାମୀ ପଥରମାନ ଲାଗିଥିଲା। କେବଳ ସେତିକି ନୁହେଁ ସାଜସଜ୍ଜା ପାଇଁ ଏଥିରେ କେତେକ ଦାମୀ ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌ ଓ ହାତଘଣ୍ଟା ବି ବ୍ୟବହୃତ ହୋଇଥିଲା। ତେଣୁ ଏହାର ମୂଲ୍ୟ ଥିଲା ପ୍ରାୟ ୧୧.୪ ମିଲିୟନ୍‌ ଡଲାର।

* ଗିଞ୍ଜା ଟନକା ଡିଜ୍‌ନୀ ଗୋଲ୍ଡ ଖ୍ରୀଷ୍ଟମାସ ଟ୍ରି: ଜାପାନର ଟୋକିଓରେ ଥିବା ଗିଞ୍ଜା ଟନକା ନାମକ ଏକ ଜୁଏଲେରି ଷ୍ଟୋର୍‌ ତରଫରୁ ୨୦୧୨ରେ ପ୍ରାୟ ୨.୪ ମିଟର ଉଚ୍ଚତା ବିଶିଷ୍ଟ ସୁନାର ଏକ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା, ଯେଉଁଥିରେ ପ୍ରାୟ ୫୦ଟି ସୁନାର ଡିଜ୍‌ନୀ କ୍ୟାରେକ୍ଟରକୁ ଡେକୋରେଶନ୍‌ ପାଇଁ ଲଗାଯାଇଥିଲା। ପାଖାପାଖି ୮୮ ପାଉଣ୍ଡ ଓଜନ ବିଶିଷ୍ଟ ଏହି ଖ୍ରୀଷ୍ଟମାସ ଟ୍ରିକୁ ତିଆରି କରିବା ଲାଗି ୧୦ ଜଣ କାରିଗରଙ୍କୁ ପ୍ରାୟ ଦୁଇ ମାସ ସମୟ ଲାଗିଥିଲା। ଏହାର ମୂଲ୍ୟ ପ୍ରାୟ ୪.୨୭ ମିଲିୟନ୍‌ ଡଲାର ରହିଥିଲା।

* ଗିଞ୍ଜା ଟନକା ଗୋଲ୍ଡ ଟେବୁଲ୍‌ ଟପ୍‌ ଟ୍ରି: ଜାପାନର ଟୋକିଓରେ ଥିବା ଗିଞ୍ଜା ଟନକା ଜୁଏଲେରି ଷ୍ଟୋର୍‌ ତରଫରୁ ୨୦୧୬ରେ ଦ୍ୱିତୀୟ ଥର ପାଇଁ ପୁଣି ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଥିଲା; ଯେଉଁଥିରେ ପ୍ରାୟ ୪୨ ପାଉଣ୍ଡ ଓଜନ ବିଶିଷ୍ଟ ୨୪ କ୍ୟାରେଟ୍‌ ସୁନା ବ୍ୟବହାର ହୋଇଥିଲା। ଏହି ସମୟରେ ଉକ୍ତ ଜୁଏଲେରି ଷ୍ଟୋର ନିଜର ୯୦ତମ ବାର୍ଷିକୋତ୍ସବ ପାଳନ କରୁଥିଲା। ଆଉ ସେହି ଉପଲକ୍ଷେ ଖ୍ରୀଷ୍ଟମାସ ଟ୍ରି ଷ୍ଟାଇଲ୍‌ର ଉକ୍ତ ଟେବୁଲ୍‌ ଟପ୍‌ ଟ୍ରି ଟି ତିଆରି ହୋଇଥିଲା। ଆକର୍ଷଣୀୟ ଲୁକ୍‌ ପାଇଁ ଏହି ଟ୍ରିରେ ସୁନାର ସରୁ ସରୁ ତାରକୁ ବି ଛନ୍ଦା ଯାଇଥିଲା। ତେଣୁ ଏହାର ଦାମ୍‌ ରହିଥିଲା ପ୍ରାୟ ୧.୮ ମିଲିୟନ୍‌ ଡଲାର।

* ସ୍ବରୋଭସ୍କି କ୍ରିଷ୍ଟାଲ୍‌ ଖ୍ରୀଷ୍ଟମାସ ଟ୍ରି: ୨୦୧୩ରେ ହଂକଂର ଏୟାରପୋର୍ଟ ଗ୍ରାଉଣ୍ଡରେ ପ୍ରାୟ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ କ୍ରିଷ୍ଟାଲ୍‌ ଖ୍ରୀଷ୍ଟମାସ ଟ୍ରିକୁ ଲୋକଙ୍କ ଦେଖିବା ନିମନ୍ତେ ରଖାଯାଇଥିଲା; ଯେଉଁଥିରେ ଏକାଧିକ ମୂଲ୍ୟବାନ ସ୍ବରୋଭସ୍କି ଗୋଲ୍ଡ ଓ ସିଲ୍‌ଭର୍‌ର କ୍ରିଷ୍ଟାଲ୍‌ ଲାଗିଥିଲା। ତେଣୁ ଏହାର ମୂଲ୍ୟ ପ୍ରାୟ ୧.୮ ମିଲିୟନ୍‌ ଡଲାର ରହିଥିଲା।

* ରୋଜ୍‌ ମିନି ଖ୍ରୀଷ୍ଟମାସ ଟ୍ରି: ପ୍ୟାରିସ୍‌ର ଏକ ଫୁଲ ବ୍ୟବସାୟ କମ୍ପାନୀ ହେଲା କ୍ଲାଉଡେ କୁଇନ୍‌କ୍ୱାଉଡ୍‌ ଏବଂ ଏକ ଡିପାର୍ଟମେଣ୍ଟ ଷ୍ଟୋର କମ୍ପାନୀ ହେଲା ଟକ୍‌ଶିମାୟା। ଏହି ଦୁଇଟି କମ୍ପାନୀର ମିଳିତ ଉଦ୍ୟମରେ କିଛିଦିନ ତଳେ ଗୋଲାପ ଫୁଲରେ ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଥିଲା; ଯାହାର ପ୍ରତିଟି ଗୋଲାପ ଫୁଲରେ ଲାଗିଥିଲା ଅଷ୍ଟ୍ରେଲିଆ ଓ ଆଫ୍ରିକାରୁ ଆସିଥିବା ଦାମୀ ହୀରା। ଏହାର ମୂଲ୍ୟ ପ୍ରାୟ ୧.୮ ମିଲିୟନ୍‌ ଡଲାର୍‌ ରହିଥିଲା।

* ସୁ କି ଜୁଏଲେରି ଶପ୍‌ ଡାଇମଣ୍ଡ ଟ୍ରି: ସିଙ୍ଗାପୁର୍‌ର ସୁ କି ନାମକ ଏକ ଜୁଏଲେରି ଶପ୍‌ ଓ ବର୍ଗିସ୍‌ ଜଙ୍କସନ୍‌ ନାମକ ଏକ ଶପିଂ ମଲ୍‌ର ମିଳିତ ସହଯୋଗରେ ୨୦୦୭ରେ ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା; ଯେଉଁଥିରେ ୯୧୩ କ୍ୟାରେଟ୍‌ ବିଶିଷ୍ଟ ପ୍ରାୟ ୨୧, ୭୯୮ଟି ହୀରା ଏବଂ ୩୭୬୨ଟି କ୍ରିଷ୍ଟାଲ୍‌ ବିଡ୍ସ ଏବଂ ୪୫୬ଟି ଆକର୍ଷଣୀୟ ଲାଇଟ୍‌ ବଲ୍‌ବ ଲାଗିଥିଲା। ପ୍ରାୟ ୨୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ଖ୍ରୀଷ୍ଟମାସ ଟ୍ରିର ମୂଲ୍ୟ ପ୍ରାୟ ୧ ମିଲିୟନ୍‌ ଡଲାର ରଖାଯାଇ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri