Posted inଫୁରସତ

ଦାମୀ ଖ୍ରୀଷ୍ଟମାସ ଟ୍ରି

ଖ୍ରୀଷ୍ଟମାସର ମୁଖ୍ୟ ଆକର୍ଷଣ ହେଉଛି ଖ୍ରୀଷ୍ଟମାସ ଟ୍ରି। ବିଶ୍ୱାସ ରହିଛି ଯେ, ସୁସଜ୍ଜିତ ଖ୍ରୀଷ୍ଟମାସ ଟ୍ରି ଯେଉଁଠି ଥାଏ ସେଠାକୁ ସାନ୍ତା ସୌଭାଗ୍ୟ ନେଇ ଆସିଥାନ୍ତି। ତେଣୁ ଏହାକୁ ବିଭିନ୍ନ ରଙ୍ଗିନ ଜିନିଷ ସହ ସୁନା, ହୀରା ଭଳି ବହୁ ଦାମୀ ଜିନିଷରେ ବି ସଜା ଯାଇଥାଏ। ଯାହାକୁ ପରେ ଦାମୀ ଖ୍ରୀଷ୍ଟମାସ ଟ୍ରିର ମାନ୍ୟତା ମିଳିଥାଏ…

* ସ୍ପେନ୍‌ର ଦାମୀ ଖ୍ରୀଷ୍ଟମାସ ଟ୍ରି: ସ୍ପେନ୍‌ର କେମ୍ପିସ୍କି ହୋଟେଲ୍‌ ପରିସରରେ ୨୦୧୯ରେ ଏକ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା; ଯେଉଁଥିରେ ଗୋଲାପୀ, ନାଲି, ଧଳା ଓ କଳା ରଙ୍ଗର ଏକାଧିକ ହୀରା, ଡିଜାଇନର୍‌ ଜୁଏଲେରି ତଥା ବହୁ ଦାମୀ ଷ୍ଟୋନ୍‌ମାନ ଲାଗିଥିଲା। ଡେକୋରେଶନ ପାଇଁ ଏଥିରେ ଅନେକ ଆକର୍ଷଣୀୟ ପରଫ୍ୟୁମ ବୋତଲ, ଥ୍ରୀଡି ପ୍ରିଣ୍ଟେଡ୍‌ର ଚକୋଲେଟ୍‌ ମୟୁର ଓ ଓଟପକ୍ଷୀର ଅଣ୍ଡା (ଯାହାକୁ ଖାଇହେବ) ବି ଲାଗିଥିଲା। ସେଥିପାଇଁ ଏହାର ମୂଲ୍ୟ ପ୍ରାୟ ୧୫ ମିଲିୟନ୍‌ ଡଲାର ରହିଥିଲା।

* ଏମିରେଟ୍ସ ପ୍ୟାଲେସ୍‌ ଖ୍ରୀଷ୍ଟମାସ ଟ୍ରି: ଆବୁଧାବିର ଦ ଏମିରେଟ୍ସ ପ୍ୟାଲେସ୍‌ ନାମକ ଏକ ପଞ୍ଚତାରକା ହୋଟେଲ୍‌ରେ ୨୦୧୦ରେ ଯେଉଁ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା; ସେଥିରେ ଅନେକ ସୁନା, ହୀରା, ମୋତି, ମାଣିକ ତଥା ଦାମୀ ପଥରମାନ ଲାଗିଥିଲା। କେବଳ ସେତିକି ନୁହେଁ ସାଜସଜ୍ଜା ପାଇଁ ଏଥିରେ କେତେକ ଦାମୀ ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌ ଓ ହାତଘଣ୍ଟା ବି ବ୍ୟବହୃତ ହୋଇଥିଲା। ତେଣୁ ଏହାର ମୂଲ୍ୟ ଥିଲା ପ୍ରାୟ ୧୧.୪ ମିଲିୟନ୍‌ ଡଲାର।

* ଗିଞ୍ଜା ଟନକା ଡିଜ୍‌ନୀ ଗୋଲ୍ଡ ଖ୍ରୀଷ୍ଟମାସ ଟ୍ରି: ଜାପାନର ଟୋକିଓରେ ଥିବା ଗିଞ୍ଜା ଟନକା ନାମକ ଏକ ଜୁଏଲେରି ଷ୍ଟୋର୍‌ ତରଫରୁ ୨୦୧୨ରେ ପ୍ରାୟ ୨.୪ ମିଟର ଉଚ୍ଚତା ବିଶିଷ୍ଟ ସୁନାର ଏକ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା, ଯେଉଁଥିରେ ପ୍ରାୟ ୫୦ଟି ସୁନାର ଡିଜ୍‌ନୀ କ୍ୟାରେକ୍ଟରକୁ ଡେକୋରେଶନ୍‌ ପାଇଁ ଲଗାଯାଇଥିଲା। ପାଖାପାଖି ୮୮ ପାଉଣ୍ଡ ଓଜନ ବିଶିଷ୍ଟ ଏହି ଖ୍ରୀଷ୍ଟମାସ ଟ୍ରିକୁ ତିଆରି କରିବା ଲାଗି ୧୦ ଜଣ କାରିଗରଙ୍କୁ ପ୍ରାୟ ଦୁଇ ମାସ ସମୟ ଲାଗିଥିଲା। ଏହାର ମୂଲ୍ୟ ପ୍ରାୟ ୪.୨୭ ମିଲିୟନ୍‌ ଡଲାର ରହିଥିଲା।

* ଗିଞ୍ଜା ଟନକା ଗୋଲ୍ଡ ଟେବୁଲ୍‌ ଟପ୍‌ ଟ୍ରି: ଜାପାନର ଟୋକିଓରେ ଥିବା ଗିଞ୍ଜା ଟନକା ଜୁଏଲେରି ଷ୍ଟୋର୍‌ ତରଫରୁ ୨୦୧୬ରେ ଦ୍ୱିତୀୟ ଥର ପାଇଁ ପୁଣି ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଥିଲା; ଯେଉଁଥିରେ ପ୍ରାୟ ୪୨ ପାଉଣ୍ଡ ଓଜନ ବିଶିଷ୍ଟ ୨୪ କ୍ୟାରେଟ୍‌ ସୁନା ବ୍ୟବହାର ହୋଇଥିଲା। ଏହି ସମୟରେ ଉକ୍ତ ଜୁଏଲେରି ଷ୍ଟୋର ନିଜର ୯୦ତମ ବାର୍ଷିକୋତ୍ସବ ପାଳନ କରୁଥିଲା। ଆଉ ସେହି ଉପଲକ୍ଷେ ଖ୍ରୀଷ୍ଟମାସ ଟ୍ରି ଷ୍ଟାଇଲ୍‌ର ଉକ୍ତ ଟେବୁଲ୍‌ ଟପ୍‌ ଟ୍ରି ଟି ତିଆରି ହୋଇଥିଲା। ଆକର୍ଷଣୀୟ ଲୁକ୍‌ ପାଇଁ ଏହି ଟ୍ରିରେ ସୁନାର ସରୁ ସରୁ ତାରକୁ ବି ଛନ୍ଦା ଯାଇଥିଲା। ତେଣୁ ଏହାର ଦାମ୍‌ ରହିଥିଲା ପ୍ରାୟ ୧.୮ ମିଲିୟନ୍‌ ଡଲାର।

* ସ୍ବରୋଭସ୍କି କ୍ରିଷ୍ଟାଲ୍‌ ଖ୍ରୀଷ୍ଟମାସ ଟ୍ରି: ୨୦୧୩ରେ ହଂକଂର ଏୟାରପୋର୍ଟ ଗ୍ରାଉଣ୍ଡରେ ପ୍ରାୟ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ କ୍ରିଷ୍ଟାଲ୍‌ ଖ୍ରୀଷ୍ଟମାସ ଟ୍ରିକୁ ଲୋକଙ୍କ ଦେଖିବା ନିମନ୍ତେ ରଖାଯାଇଥିଲା; ଯେଉଁଥିରେ ଏକାଧିକ ମୂଲ୍ୟବାନ ସ୍ବରୋଭସ୍କି ଗୋଲ୍ଡ ଓ ସିଲ୍‌ଭର୍‌ର କ୍ରିଷ୍ଟାଲ୍‌ ଲାଗିଥିଲା। ତେଣୁ ଏହାର ମୂଲ୍ୟ ପ୍ରାୟ ୧.୮ ମିଲିୟନ୍‌ ଡଲାର ରହିଥିଲା।

* ରୋଜ୍‌ ମିନି ଖ୍ରୀଷ୍ଟମାସ ଟ୍ରି: ପ୍ୟାରିସ୍‌ର ଏକ ଫୁଲ ବ୍ୟବସାୟ କମ୍ପାନୀ ହେଲା କ୍ଲାଉଡେ କୁଇନ୍‌କ୍ୱାଉଡ୍‌ ଏବଂ ଏକ ଡିପାର୍ଟମେଣ୍ଟ ଷ୍ଟୋର କମ୍ପାନୀ ହେଲା ଟକ୍‌ଶିମାୟା। ଏହି ଦୁଇଟି କମ୍ପାନୀର ମିଳିତ ଉଦ୍ୟମରେ କିଛିଦିନ ତଳେ ଗୋଲାପ ଫୁଲରେ ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଥିଲା; ଯାହାର ପ୍ରତିଟି ଗୋଲାପ ଫୁଲରେ ଲାଗିଥିଲା ଅଷ୍ଟ୍ରେଲିଆ ଓ ଆଫ୍ରିକାରୁ ଆସିଥିବା ଦାମୀ ହୀରା। ଏହାର ମୂଲ୍ୟ ପ୍ରାୟ ୧.୮ ମିଲିୟନ୍‌ ଡଲାର୍‌ ରହିଥିଲା।

* ସୁ କି ଜୁଏଲେରି ଶପ୍‌ ଡାଇମଣ୍ଡ ଟ୍ରି: ସିଙ୍ଗାପୁର୍‌ର ସୁ କି ନାମକ ଏକ ଜୁଏଲେରି ଶପ୍‌ ଓ ବର୍ଗିସ୍‌ ଜଙ୍କସନ୍‌ ନାମକ ଏକ ଶପିଂ ମଲ୍‌ର ମିଳିତ ସହଯୋଗରେ ୨୦୦୭ରେ ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା; ଯେଉଁଥିରେ ୯୧୩ କ୍ୟାରେଟ୍‌ ବିଶିଷ୍ଟ ପ୍ରାୟ ୨୧, ୭୯୮ଟି ହୀରା ଏବଂ ୩୭୬୨ଟି କ୍ରିଷ୍ଟାଲ୍‌ ବିଡ୍ସ ଏବଂ ୪୫୬ଟି ଆକର୍ଷଣୀୟ ଲାଇଟ୍‌ ବଲ୍‌ବ ଲାଗିଥିଲା। ପ୍ରାୟ ୨୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ଖ୍ରୀଷ୍ଟମାସ ଟ୍ରିର ମୂଲ୍ୟ ପ୍ରାୟ ୧ ମିଲିୟନ୍‌ ଡଲାର ରଖାଯାଇ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri