Posted inଫୁରସତ

ଦାମୀ ଖଟ

ଖଟ ବା ବେଡ୍‌ ଉପରେ ଟିକେ ଶୋଇପଡ଼ିଲେ ଶରୀରକୁ ବେଶ୍‌ ଆରାମ ଲାଗିଥାଏ। ହେଲେ ଏମିତି ବି କିଛି ଖଟ ଅଛି, ଯାହାକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ଏପରି ତିଆରି କରାଯାଇଛି, ଯେଉଁଥିରେ ଶୋଇଲେ ଆରାମ ମିଳିବା ସହ ତପାହାନ୍ତାରେ ବହୁତ କିଛି ସୁବିଧା ପାଇହେବ। ସେଥିପାଇଁ ଏହି ଖଟଗୁଡ଼ିକର ଦାମ୍‌ ସାଧାରଣ ଖଟ ତୁଳନାରେ ଢେର୍‌ ଅଧିକ ହୋଇଥାଏ।
ସେମିତି କେତୋଟି ଦାମୀ ଖଟ ସମ୍ପର୍କରେ…

* ସ୍ଫେୟର୍‌ ବେଡ୍‌: କରିମ୍‌ ରସିଦ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଏହି ଖଟରେ ୩୨ ଇଞ୍ଚର ଏକ ଏଲ୍‌ସିଡି ଟିଭି ଲାଗିଥିବା ସହ ମୁହଁ ଦେଖିବା ପାଇଁ ଏକ ଆକର୍ଷଣୀୟ ଦର୍ପଣ, ଖଟକୁ ଆଲୋକିତ କରିବା ପାଇଁ ଏକାଧିକ ଏଲ୍‌ଇଡି ଲାଇଟ୍ସ, କୋଲ୍ଡଡ୍ରିଙ୍କ୍ସ କିମ୍ବା ସାମ୍ପେନ୍‌ ରଖିବା ପାଇଁ ଏକ ହୋଲ୍ଡର ତଥା ସାଉଣ୍ଡ ସିଷ୍ଟମ୍‌ ଆଦିର ସୁବିଧା ରହିଛି। ତା’ସହିତ ଶରୀରର ଥକ୍କାପଣକୁ ଦୂର କରିବା ପାଇଁ ଏହି ଖଟରେ ରହିଥିବା ଗଦିରେ ଏକ ସ୍ବତନ୍ତ୍ର ଧରଣର ମସାଜ୍‌ ୟୁନିଟ୍‌ ମଧ୍ୟ ଲଗାଯାଇଛି। ଏଥିସହିତ ପ୍ରେମୀଯୁଗଳ ବା ନବଦମ୍ପତିଙ୍କ ଜୀବନରେ ପ୍ରେମର ଗୋଲାପୀ ରଙ୍ଗ ଭରିଦେବା ପାଇଁ ଏହି ଖଟକୁ ସମ୍ପୂର୍ଣ୍ଣ ନାଲି ରଙ୍ଗରେ ଡିଜାଇନ୍‌ କରାଯାଇଛି; ସେଥିପାଇଁ ଏହାର ଦାମ୍‌ ପ୍ରାୟ ୫୦ ହଜାର ଡଲାର୍‌ ରଖାଯାଇଛି।

*ଦ ଷ୍ଟାରି ନାଇଟ୍‌ ସ୍ଲିପ୍‌ ଟେକ୍ନୋଲୋଜି ବେଡ୍‌: ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ପ୍ରସ୍ତୁତ ଏହି ବେଡ୍‌ ବା ଖଟରେ ସ୍ବତନ୍ତ୍ର ଆଣ୍ଟି ସ୍ନୋର୍‌ ଟେକ୍ନୋଲୋଜିର ବ୍ୟବହୃତ କରାଯାଇଛି; ଯଦ୍ଦ୍ବାରା ଘୁଙ୍ଗୁଡ଼ି ମାରୁଥିବା ଲୋକ ଏହି ଖଟରେ ଶୋଇଲେ ଆପେ ଆପେ ତାଙ୍କର ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ କମିଯିବ। ତା’ଛଡ଼ା ଏହି ଖଟରେ ଆଇପଡ୍‌ ସ୍ଲଟ୍‌, ଇଣ୍ଟରନେଟ୍‌ କନେକ୍‌ସନ୍‌, କମ୍ଫର୍ଟ ସେଟିଙ୍ଗ୍‌ ତଥା ଘରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସ୍ବତନ୍ତ୍ର ଫିଚର୍ସ ଇତ୍ୟାଦି ମଧ୍ୟ ଉପଲବ୍ଧ ରହିଛି। ସେହିପରି ଉକ୍ତ ଖଟରେ ଏକ ଭିଡିଓ ପ୍ରୋଜେକ୍ଟର ବି ଲାଗିଛି, ଯାହାକୁ ଚାଲୁ କରିବା ମାତ୍ରେ ଘରର ସିଲିଂରେ ନୀଳ ଆକାଶର ପ୍ରତିବିମ୍ବ ଦେଖାଯିବ, ଯେଉଁଥିରେ ସୁନେଲି ରଙ୍ଗର ତାରାଗୁଡ଼ିକ ଝଲସୁଥିବେ। ଥରେ ଭାବିଲେ କେମିତି ଥିବ ଉକ୍ତ ଦୃଶ୍ୟଟି! ନିହାତି ମନଲୋଭା ହୋଇଥିବ ନା! ସେଥିପାଇଁ ତ ଏହି ଖଟର ଦାମ୍‌ ବି ରହିଛି ପ୍ରାୟ ୫୦ ହଜାର ଡଲାର।

*କୋସ୍ମୋଭୋଏଡ୍‌ ବେଡ୍‌: ଅଣ୍ଡାକୃତି ଆକାରର ଦେଖାଯାଉଥିବା ଏହି ଖଟଟିର ଡିଜାଇନ୍‌ ଉତ୍ତର ଫ୍ରାନ୍ସରେ ହୋଇଛି। ଖଟଟିକୁ ଆଲୋକିତ କରିବା ପାଇଁ ଏହାର ଉପରପାର୍ଶ୍ୱରେ କେତେଗୁଡିଏ ଏଲ୍‌ଇଡି ଲାଇଟ୍‌ ବି ଲାଗିଛି। ତା’ସହିତ ଉକ୍ତ ଖଟରେ ହୋମ୍‌ ଥିଏଟର୍‌ ସିଷ୍ଟମ୍‌, ଡିଭିଡି ପ୍ଲେୟର୍‌, ଟିଭି ସେଟ୍‌ ତଥା ଟେଲିଫୋନ୍‌ର ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଶରୀରକୁ ଆରାମ ପ୍ରଦାନ କରିବା ପାଇଁ କମ୍ଫଟେବଲ୍‌ ମଖମଲିଆ ଗଦି ମଧ୍ୟ ଏଥିରେ ବ୍ୟବହୃତ ହୋଇଛି। ତେଣୁ ଏହି ଖଟଟିର ଦାମ୍‌ ପ୍ରାୟ ୬୦ ହଜାର ଡଲାର୍‌ ରହିଛି।

*କ୍ୱାଣ୍ଟମ୍‌ ସ୍ଲିପର୍‌ ବେଡ୍‌: ଏହି ଖଟଟି ଦେଖିବାକୁ ଏକ ବଡ଼ ବକ୍ସ ପରି, ଯାହା ମଧ୍ୟରେ ଗୋଟିଏ ମଖମଲିଆ ଗଦି ପଡ଼ିଥିବା ସହ ଅନେକ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଥିବାର ଦେଖିବାକୁ ମିଳିଥାଏ। ଯେମିତିକି ରେଫ୍ରିଜରେଟର୍‌, ମାଇକ୍ରୋଓ୍ବେଭ୍‌, ଟିଭି, ବ୍ୟାକ୍‌ଅପ୍‌ ପାଓ୍ବାର୍‌, ଏମର୍‌ଜେନ୍ସି କମ୍ୟୁନିକେଶନ୍‌ ସିଷ୍ଟମ୍‌, ଭେଣ୍ଟିଲେଶନ୍‌ ସିଷ୍ଟମ୍‌, ମୋସନ୍‌ ସେନ୍ସର୍‌ ତଥା ଶୌଚାଳୟର ବ୍ୟବସ୍ଥା ବି ରହିଛି। ସେହିପରି ଏହି ଖଟଟିରେ ବୁଲେଟ୍‌ ପ୍ରୁଫ୍‌ର ସୁବିଧା ମଧ୍ୟ ଉପଲବ୍ଧ ଅଛି, ତେଣୁ ଏହାର ଦାମ୍‌ ପ୍ରାୟ ୧ ଲକ୍ଷ ୬୦ ହଜାର ଡଲାର୍‌ ରଖାଯାଇଛି।

*ମ୍ୟାଗ୍‌ନେଟିକ୍‌ ଫ୍ଲୋଟିଂ ବେଡ୍‌: ଏହି ଖଟଟିକୁ ଦେଖିଲେ ଲାଗିବ ସତେ ଯେମିତି ଏହା ଶୂନ୍ୟରେ ଝୁଲିଛି। କିନ୍ତୁ ପ୍ରକୃତରେ ସେୟା ନୁହେଁ, ଉକ୍ତ ଖଟଟିର ଚାରିପଟେ ପାଓ୍ବାରଫୁଲ୍‌ ମ୍ୟାଗ୍‌ନେଟ୍‌ ରହିଛି। ଆଉ ସେହି ମ୍ୟାଗ୍‌ନେଟ୍‌ ସହ ସରୁର ଚାରୋଟି ଲୁହା ତାରକୁ ସଂଯୋଗ କରାଯାଇଥିବାରୁ ଖଟଟି ଶୂନ୍ୟରେ ଆରାମରେ ଝୁଲି ରହିପାରୁଛି। କିନ୍ତୁ ହଠାତ୍‌ ଯିଏ ଦେଖିବ ସିଏ ଭାବିବ ଯେ, କାଳେ ଏହି ଖଟ ଉପରେ ଶୋଇପଡ଼ିଲେ ଖଟଟି ହୁଏତ୍‌ ଛିଡିକି ତଳେ ପଡ଼ିଯିବ! ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିରେ ଲାଗିଥିବା ପାଓ୍ବାର୍‌ଫୁଲ୍‌ ମ୍ୟାଗ୍‌ନେଟ୍‌ ଯୋଗୁ ଏହି ଖଟଟି ପ୍ରାୟ ୯ ଶହ କି.ଗ୍ରା.ର ଓଜନକୁ ସମ୍ଭାଳିବାରେ ସକ୍ଷମ ହୋଇପାରିବ। ସେଥିପାଇଁ ଏହି ଖଟର ଦାମ୍‌ ପ୍ରାୟ ୧.୬ ମିଲିୟନ୍‌ ଡଲାର୍‌ ରଖାଯାଇଛି।

*ବଲ୍ଡାଚିନୋ ସୁପ୍ରିମ୍‌ ବେଡ୍‌: ଷ୍ଟୁଆର୍ଟ ହୁଘେସ୍‌ଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଏହି ଆଲିଶାନ୍‌ ଖଟକୁ ଆକର୍ଷଣୀୟ ଭାବେ ସଜାଇବାକୁ ଏଥିରେ ପ୍ରାୟ ୯୦ କି.ଗ୍ରା. ଓଜନର ୨୪ କ୍ୟାରେଟ୍‌ ସୁନାର ବ୍ୟବହୃତ ହୋଇଛି। ଏଥିସହିତ ଏହି ଖଟର ଫ୍ରେମ୍‌ଗୁଡ଼ିକୁ ଆସ୍‌, ଚେରି ଭଳି ଦାମୀ କାଠରେ ତିଆରି କରାଯାଇଥିବାରୁ ଏହାର ଦାମ୍‌ ପ୍ରାୟ ୬.୩ ମିଲିୟନ୍‌ ଡଲାର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri