ଆୟ ତୁଳନାରେ ଅଧିକ ବ୍ୟୟ

ଢେଙ୍କାନାଳ ଅଫିସ, ୧୭ା୬ ଆୟ ତୁଳନାରେ ବଢ଼ିବାରେ ଲାଗିଛି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗର ବ୍ୟୟ। ତଥାପି ଖର୍ଚ୍ଚ ପରିଚାଳନା ଲାଗି ନାହିଁ କୌଣସି ଯୋଜନା। ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଏଥିସହ ଦେବୋତ୍ତର ନିରୀକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସେହିପରି ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ନୂଆ ଅଖରେ ଚକ ଡେରା କାର୍ଯ୍ୟ କରାଯାଇଥାଏ। ଚଳିତବର୍ଷ ବନ ବିଭାଗ କାଠ ନ ଦେବାରୁ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରା ଭଙ୍ଗ ହୋଇଛି। ପୁରୁଣା ଅଖରେ ଚକ ଯୋଡ଼ାଯାଇ କାମତୁଲ କରାଯାଇଛି, ଯାହାକୁ ନେଇ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଏବଂ ସଭ୍ୟମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
୨୦୨୦ରେ ନୂଆକାଠରେ ଅଖ ଏବଂ ରଥ ନିର୍ମାଣ ହୋଇଥିଲା। ତେବେ କରୋନା ସଂକ୍ରମଣ ପାଇଁ ରଥଯାତ୍ରା ଅନୁଷ୍ଠିତ ହୋଇ ନ ଥିଲା। ଶ୍ରୀବଳରାମ ମନ୍ଦିରରେ ପ୍ରତୀକାତ୍ମକ ଭାବେ ବିଧି ପାଳନ କରାଯାଇଥିଲା। ରଥଯାତ୍ରା ବନ୍ଦ ହେବା ପରେ କାଠସବୁ ରଥକାଠ ରହୁଥିବା ଘରେ ରଖାଯାଇଥିଲା। ହେଲେ ଉକ୍ତ କାଠ ଏବଂ ଅଖ ଗାଏବ ହୋଇଯାଇଛି। ଏହି କାଠ କୁଆଡ଼େ ଗଲା ବୋଲି ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ। ଝଡ଼ବର୍ଷାରେ ଗଛ ପଡ଼ିଯିବାରୁ ରଥକାଠ ରହୁଥିବା ଘର ଆଜବେଷ୍ଟସ ଭାଙ୍ଗିଯାଇଥିଲା। ଫଳରେ କାଠ ନଷ୍ଟ ହୋଇଯାଇଥିବା ଦେବୋତ୍ତର ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ତେବେ ଉପସ୍ଥିତ ସଦସ୍ୟମାନେ ଏହାକୁ ସହଜରେ ଗ୍ରହଣ କରି ନ ଥିଲେ। ବିଭିନ୍ନ କାର୍ଯ୍ୟରେ ଦେବୋତ୍ତର ବିଭାଗ ପକ୍ଷରୁ ଆବଶ୍ୟକତାଠାରୁ ଅଧିକ ବ୍ୟୟ କରାଯାଉଛି। ହେଲେ ରଥକାଠ ସୁରକ୍ଷିତ ଭାବେ ରଖିବା ଲାଗି ସ୍ଥାୟୀ ଘର ନିର୍ମାଣ କରାଯାଉ ନ ଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରଥଯାତ୍ରା ପାଇଁ ହାତଗଣତି ଦିନ ବାକିଥିବାବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ୨ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଅପରପକ୍ଷେ ରଥଯାତ୍ରା ପାଇଁ ବନ ବିଭାଗ ଅଡିଟ୍‌ ଅବଜେକ୍ସନ ରିପୋର୍ଟ ଦର୍ଶାଇ କାଠ ନେଇ ନ ଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରତିବର୍ଷ ରଥକାଠ ବାବଦକୁ ଦେବୋତ୍ତର ବିଭାଗ ପକ୍ଷରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ରୟାଲ୍‌ଟି ପ୍ରଦାନ କରାଯାଉଥିଲା। ଚଳିତବର୍ଷ ବନ ବିଭାଗ ୯୭ ହଜାର ଟଙ୍କା ରୟାଲ୍‌ଟି ଦାବି କରୁଛି। ବନ ବିଭାଗର ଏଭଳି ଦାବିକୁ ନେଇ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲା ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା ପରେ ରୟାଲଟି ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅନ୍ୟପଟେ ଜିଲାପାଳଙ୍କ ହସ୍ତକ୍ଷେପ ପରେ ଗୁରୁବାର ସକାଳେ ରଥଗଡ଼ାରେ କାଠ ପହଞ୍ଚତ୍ଥିବା ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସ୍ନିଗ୍ଧାରାଣୀ ଧଳ ସୂଚନା ଦେଇଛନ୍ତି।
ରଥଯାତ୍ରା ପୂର୍ବରୁ ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ଶୃଙ୍ଖଳା ରକ୍ଷା, ବ୍ୟବସ୍ଥିତ ଢଙ୍ଗରେ ଟ୍ରାଫିକ୍‌ ପରିଚାଳନା, ଆମିଷ ଓ ମଦ ଦୋକାନ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହୋଇଛି। ସେହିପରି ପର୍ଯ୍ୟାପ୍ତ ପାନୀୟ ଜଳଯୋଗାଣ, ଶ୍ରଦ୍ଧାଳୁଙ୍କ ଉପରେ ଜଳସିଞ୍ଚନ ବ୍ୟବସ୍ଥା କରିବାକୁ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶୁ ଚିକିତ୍ସା, ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ବଜାର ଆଲୋକୀକରଣ ପାଇଁ ମିଳିତ ବଜାର ପୂଜା କମିଟି ସଭାପତିଙ୍କୁ ଅନୁରୋଧ କରାଯାଇଛି। ରଥକୁ ଆକର୍ଷଣୀୟ ସାଜସଜ୍ଜା, ନୂଆ କପଡ଼ା ଲଗାଇବା, ସାନରଥ ପରିଚାଳନା କମିଟିରେ ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି., ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ସଦର ଏସ୍‌ଡିପିଓ ବିକାଶ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri