ରାଜ୍ୟପାଳଙ୍କ ଅସ୍ତିତ୍ୱ ଓ କ୍ଷମତା

ଦେଶରେ ରାଜନୈତିକ ପରିସ୍ଥିତିକୁ ଦେଖିଲେ ରାଜ୍ୟପାଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଂଯୋଗର ସେତୁ ରୂପେ କାର୍ଯ୍ୟକରି ସମ୍ବିଧାନକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି। ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ଇସିଙ୍କୁ ଅଭିଯୋଗ କରିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟଧାରା ଉପରେ ଅଙ୍କୁଶ ଲଗାଇବାକୁ ଇସିଙ୍କୁ ଟିଏମ୍‌ସି ନିବେଦନ କରିଛି। କେରଳ ବିଧାନସଭାରେ ୨୦୨୧ ଓ ୨୦୨୨ରେ ବିଭିନ୍ନ ବିଭାଗର ୭ଟି ବିଲ୍‌ ଗୃହୀତ ହୋଇଥିଲା। ରାଜ୍ୟପାଳ ସେଗୁଡ଼ିକୁ ମଞ୍ଜୁରି ନ ଦେଇ ଅଟକାଇ ରଖିଲେ। ସେଥିରୁ ୪ ବିଧେୟକକୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ପାଇଁ ପଠାଇଥିଲେ। ସେ ମଧ୍ୟ ସହସା ମଞ୍ଜୁରି ଦେଇ ନ ଥିଲେ। ରାଜ୍ୟର ସିପିଆଇଏମ୍‌ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ଏହା ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି କୌଣସି କାରଣ ନ ଦର୍ଶାଇ ବିଲ୍‌ଗୁଡ଼ିକୁ ପକାଇ ରଖିବାକୁ ଅସାମ୍ବିଧାନିକ ବୋଲି ଦର୍ଶାଇଛନ୍ତି। ଏପରି କି କେରଳ ରାଜ୍ୟପାଳଙ୍କୁ ବେଆଇନ ଘୋଷଣା କରାଯିବାକୁ କେରଳ ସରକାର ପିଟିଶନରେ ଦର୍ଶାଇଛନ୍ତି। ସେହିଭଳି ଆଉ ଏକ ଘଟଣା ତାମିଲନାଡୁରେ ପ୍ରକାଶ ପାଇଛି। କେ. ପୋନ୍‌ମୁଡ଼ିିଙ୍କୁ ମନ୍ତ୍ରୀଭାବେ ନିଯୁକ୍ତ ନ କରିବାକୁ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଚାହିଁ ନ ଥିଲେ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେଇଥିଲେ। ରାଜ୍ୟପାଳ ନିଯୁକ୍ତି ନ ଦେବାର କାରଣ ଥିଲା ବେ-ଆଇନ ସମ୍ପତ୍ତି ଠୁଳ ମାମଲାରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ୨୦୧୧ରେ ପୋନ୍‌ମୁଡ଼ିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ। ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦଣ୍ଡାଦେଶ ଖାରଜ ହୋଇଥିଲା। ତେବେ ଏହା ଅସାମ୍ବିଧାନିକ ବୋଲି ଅଭିହିତ କରି ରାଜ୍ୟପାଳ ସ୍ପଷ୍ଟ ମନା କରି ଦେଇଥିଲେ। ଏହାର ପ୍ରତିବାଦରେ ଡିଏମ୍‌କେ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରିଥିଲେ। ଏହିପରି କେତେକ ଅଭିଯୋଗ ରାଜ୍ୟପାଳଙ୍କ ବିରୋଧରେ ମୁଣ୍ଡ ଟେକିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହଁ।
ଆମ ଦେଶର ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ସମ୍ବିଧାନର ୩୬୧ ଅନୁଯାୟୀ ଆଇନଗତ ସୁରକ୍ଷା ମିଳିଥାଏ। ଅର୍ଥାତ୍‌ କୌଣସି ବ୍ୟକ୍ତିବିଶେଷ ରାଷ୍ଟ୍ରପତି, ରାଜ୍ୟପାଳ କିମ୍ବା ଉପରାଜ୍ୟପାଳ ପଦରେ ଥିବା ସମୟରେ ତାଙ୍କ ବିରୋଧରେ କୌଣସି ପ୍ରକାର ଫୌଜଦାରି କିମ୍ବା ଦଓ୍ବୋନୀ ମାମଲା ଅଦାଲତରେ ରୁଜୁ କିମ୍ବା ଚାଲୁ କରିପାରିବେ ନାହିଁ। ଏହିଭଳି ଦେଖିବାକୁ ଗଲେ ଦେଶର ସାମ୍ବିଧାନିକ ପଦମର୍ଯ୍ୟାଦା ଭାରତୀୟ ସମ୍ବିଧାନରେ ଦିଆଯାଇଛି। ତେବେ ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଏହି ପଦମର୍ଯ୍ୟାଦା ଏକପ୍ରକାର ସଙ୍କଟରେ ସମ୍ମୁଖୀନ ହେଉଛି। ଅତି ସୂକ୍ଷ୍ମ ଭାବେ ଚିନ୍ତାକଲେ ଦେଶର ଶାସନ ବ୍ୟବସ୍ଥା ଏପରି ଯାହା ନ୍ୟାୟିକ ବ୍ୟବସ୍ଥା ପ୍ରତି ସଙ୍କଟ ସୃଷ୍ଟି କରୁଥିବା ଦେଖାଯାଉଛି। ଏଭଳି ଅଘଟଣ ଘଟିବା ମୂଳରେ କେତୋଟି କାରଣ ରହିଛି। ତାହା ହେଉଛି ଦେଶର ଗଣତାନ୍ତ୍ରିକ ନିର୍ବାଚନ ପଦ୍ଧତି ଅଚଳ ହୋଇ ପଡ଼ିବା। ରାଜନୈତିକ ଦଳଗୁଡ଼ିକ ଗଣତାନ୍ତ୍ରିକ ନୀତି ଅନୁସାରେ ଚାଲୁ ନାହାନ୍ତି। ଦଳ ମଧ୍ୟରେ ନିର୍ବାଚନ ଉପାୟରେ ସଭାପତି ଓ କର୍ମକର୍ତ୍ତା ନିର୍ବାଚନ ହେଉ ନାହିଁ। ଦଳ ସାଂପ୍ରଦାୟିକ ନିରପେକ୍ଷତାକୁ ଗୁରୁତ୍ୱ ଦେଉ ନାହାନ୍ତି। ଦଳୀୟ ନୀତି ରାଷ୍ଟ୍ର ଓ ଜନମଙ୍ଗଳ ଉପରେ ପର୍ଯ୍ୟବସିତ ହେଉ ନାହିଁ। ଭାରତ ବର୍ଷରେ ଏପରି କି କୋଟିଏରୁ ଊର୍ଦ୍ଧ୍ୱ ଦକ୍ଷ, ବିଚକ୍ଷଣ, ଦେଶଭକ୍ତ, ଅତିଯୋଗ୍ୟ, ନିରପେକ୍ଷ ବୁଦ୍ଧିଜୀବୀ ଅଛନ୍ତି; ଯେଉଁମାନଙ୍କୁ ଦଳ ପାର୍ଲାମେଣ୍ଟ ଓ ବିଧାନସଭାକୁ ଯିବା ପାଇଁ ବାଟ ଛାଡୁ ନାହାନ୍ତି। ଦଶନ୍ଧି ଦଶନ୍ଧି ଧରି ଦେଖାଯାଉଛି ୫ ଥର ୬ଥର ନିର୍ବାଚିତ ରାଜନୈତିକ ସ୍ବାର୍ଥାନ୍ବେଷୀ,ବିପୁଳ ସମ୍ପତ୍ତି ଠୁଳ କରିଥିବା, ଶାସନ ଗାଦିକୁ ଅକ୍ତିଆର କରିଥିବା ସେହି ବଡ଼ପଣ୍ଡାମାନଙ୍କୁ ଦଳ ପ୍ରାର୍ଥିତ୍ୱ ପ୍ରଦାନ କରି ଚାଲିଛି। ଦେଶର ଏକ ସର୍ବେକ୍ଷଣ ସଂସ୍ଥା ଦର୍ଶାଇଛି ଯେ ଲୋକ ସଭାକୁ ଯାଉଥିବା ୪୪ ପ୍ରତିଶତ ସାଂସଦଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ରାଜନୈତିକ ଦଳ ଗୁଡ଼ିକର କ୍ଷମତାସୀନ ହେବାର ମୋହ ଏତେ ଶକ୍ତିଶାଳୀ ହୋଇପଡ଼ିଛି ଯେ ଦେଶର ସ୍ବାର୍ଥକୁ ପଛରେ ପକାଇ ଗଣତାନ୍ତ୍ରିକ ପଦ୍ଧତିକୁ ଆଡ଼େଇ ଦେଇ ଶାସନର ଗଣ୍ଡିରୁ ବାହାରି ଯିବାକୁ ଚାହୁଁ ନାହାନ୍ତି। ଦେଶରେ ଏହା ଏକ ରାଜନୈତିକ ପରମ୍ପରାରେ ପରିଣତ ହୋଇସାରିଛି। ନିର୍ବାଚନ ପରିଚାଳନା ଓ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ସମ୍ବିଧାନରେ ସେପରି ନିର୍ଦ୍ଦିଷ୍ଟ ବା ସ୍ପଷ୍ଟ ଚିତ୍ର ନ ଥିଲେ ହେଁ ନିର୍ବାଚନ ମୁଖ୍ୟ ନିଜସ୍ବ କ୍ଷମତା ବଳରେ ସ୍ବଚ୍ଛ ନୀତିକୁ ଆପଣେଇ ପାରନ୍ତେ। ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏହି ସ୍ବଚ୍ଛ ନୀତିକୁ କାର୍ଯ୍ୟକାରୀ କରାଇ ପାରନ୍ତେ। ନିର୍ବାଚିତ ପ୍ରତିନିଧି କ୍ଷମତା ହାସଲ କଲା ପରେ କେତେକେ ଦେଶର ସାର୍ବଭୌମତ୍ୱକୁ ଜଳାଞ୍ଜଳି ଦେବାକୁ ପଛାଉ ନ ଥିବା ଦେଖାଯାଏ। ଯେଉଁମାନେ ଶାସନ ବାହାରେ ରହିଯାଆନ୍ତି ସେମାନେ ଯୁକ୍ତି କରନ୍ତି ଅଭିବ୍ୟକ୍ତିର ସ୍ବାଧୀନତା, ଧର୍ମୀୟ ସ୍ବାଧୀନତା, ଏକାଡେମୀ ସ୍ବାଧୀନତା, ସମାବେଶ ସ୍ବାଧୀନତା, କାର୍ଯ୍ୟକରିବାରେ ଏନ୍‌ଜିଓଗୁଡ଼ିକର ସ୍ବାଧୀନତା, ଆଇନର ଶାସନ, ନ୍ୟାୟପାଳିକାର ସ୍ବାଧୀନତା, ପୋଲିସର ସ୍ବାଧୀନତାର ମୂଲ୍ୟାୟନ କରାଯାଉ ବୋଲି ସେହିମାନେ ହିଁ ଏହିସବୁ କ୍ଷେତ୍ରରେ ସ୍ବେଚ୍ଛାଚାରିତା ଅବଲମ୍ବନ କରି ଆସିଥିବା ଦେଖାଯାଏ। ତେବେ ବିଚାର କଲେ ଦେଖିବା ଯେ ଭାରତୀୟ ଗଣତନ୍ତ୍ରରେ ଏହା ଏକ ଭୟାନକ ରୂପ ମୁଣ୍ଡ ଟେକି ଉଠିଛି। କ୍ଷମତାସୀନ ଗୋଷ୍ଠୀକୁ ଗାଦିରୁ ହଟାଇ ଏମାନେ କ୍ଷମତାସୀନ ହେବାକୁ ଚାହାନ୍ତି। ସେଥିପାଇଁ ସେମାନେ ନୀତି ନୈତିକତାକୁ ପଛରେ ପକାଇ ଗଣତନ୍ତ୍ରର ସ୍ତମ୍ଭଗୁଡ଼ିକର ମର୍ଯ୍ୟାଦା ହାନି କରାଇବାକୁ ପଛାନ୍ତି ନାହିଁ।
ରାଜ୍ୟଗୁଡ଼ିକରେ ନିଯୁକ୍ତ ରାଜ୍ୟପାଳ ନୀରବଦ୍ରଷ୍ଟା ହୋଇ ପଦବୀ ଧାରଣ କରିଥାଆନ୍ତି ସତ, ଏଭଳି ସ୍ବେଚ୍ଛାଚାରିତା ବିରୋଧରେ ପଦକ୍ଷେପ ନେବାକୁ ଉଦ୍ୟମ କଲେ ତାଙ୍କ କ୍ଷମତା ସମ୍ପର୍କରେ ପ୍ରଶ୍ନ ଉଠାଇ ଏହିମାନେ ହିଁ ଅଭିଯୋଗ ଆଣିଥାଆନ୍ତି; ଯାହା ବର୍ତ୍ତମାନର ପରିସ୍ଥିତିରୁ ଜଣାପଡ଼େ। ତେବେ ରାଜ୍ୟପାଳଙ୍କୁ ଅଧିକ କ୍ଷମତା ପ୍ରଦାନର ବେଳ ଆସିଯାଇଥିବା କୁହାଯାଇପାରେ। ସବୁ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ସେ ନିଜ ଦପ୍ତରରୁ ନିଜ କ୍ଷମତାକୁ ପ୍ରୟୋଗ କରି ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା କରିପାରିବେ। ଦେଶରେ ଗଣତାନ୍ତ୍ରିକ ସ୍ବଚ୍ଛତା ଆଣିବା ପାଇଁ ଏଥିପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ, ଲୋକ ସଭା ବାଚସ୍ପତି ପି ଏ ସାଙ୍ଗମା, ନିର୍ବାଚନ କମିଶନର ଟିଏନ ଶେଷାନ ମୁହଁ ଖୋଲିଥିବା ସମସ୍ତେ ଜାଣନ୍ତି। କିନ୍ତୁ ଏହି ପରମ୍ପରାକୁ ଭାଙ୍ଗି ନୂତନ ବାତାବରଣ ସୃଷ୍ଟି କରିବାରେ ଉଦ୍ୟମ ହୋଇ ନ ଥିବା ବେଳେ ଏବେଠୁ ନିର୍ବାଚିତ ପ୍ରତିନିଧିମାନେ ଉଦ୍ୟମ କରିବା ଦେଶବାସୀ ଚାହାନ୍ତି। ଦେଶରେ ରାଜ୍ୟପାଳଙ୍କ କ୍ଷମତାକୁ ସିଧା ସଳଖ ଊଦ୍ଧ୍ୱର୍ର୍ମୁଖୀ କରାଗଲେ ଏବଂ ତାଙ୍କର ଜ୍ଞାନ ଓ ଅଭିଜ୍ଞତାକୁ ମନ୍ତ୍ରିମଣ୍ଡଳ ସୁଯୋଗ ଦେଲେ ଗଣତନ୍ତ୍ର ଠିକ ବାଟକୁ ଆସିପାରନ୍ତା। ସେମାନେ ଆଇନ ତିଆରି କରି ନ ପାରନ୍ତି, କିନ୍ତୁ ଆଇନର ରକ୍ଷକ ସାଜିବା ପାଇଁ ଦେଶରେ ରାଜ୍ୟପାଳଙ୍କୁ କ୍ଷମତାଯୁକ୍ତ କରିବା ଆବଶ୍ୟକ କରୁ ନାହିଁ କି ?

  • ହରେକୃଷ୍ଣ ପଣ୍ଡା
    ସୟଦପୁର, ଯାଜପୁର
    ମୋ: ୯୪୩୭୩୧୫୬୨୩

Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri