ରାଜ୍ୟପାଳଙ୍କ ଅସ୍ତିତ୍ୱ ଓ କ୍ଷମତା

ଦେଶରେ ରାଜନୈତିକ ପରିସ୍ଥିତିକୁ ଦେଖିଲେ ରାଜ୍ୟପାଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଂଯୋଗର ସେତୁ ରୂପେ କାର୍ଯ୍ୟକରି ସମ୍ବିଧାନକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି। ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ଇସିଙ୍କୁ ଅଭିଯୋଗ କରିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟଧାରା ଉପରେ ଅଙ୍କୁଶ ଲଗାଇବାକୁ ଇସିଙ୍କୁ ଟିଏମ୍‌ସି ନିବେଦନ କରିଛି। କେରଳ ବିଧାନସଭାରେ ୨୦୨୧ ଓ ୨୦୨୨ରେ ବିଭିନ୍ନ ବିଭାଗର ୭ଟି ବିଲ୍‌ ଗୃହୀତ ହୋଇଥିଲା। ରାଜ୍ୟପାଳ ସେଗୁଡ଼ିକୁ ମଞ୍ଜୁରି ନ ଦେଇ ଅଟକାଇ ରଖିଲେ। ସେଥିରୁ ୪ ବିଧେୟକକୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ପାଇଁ ପଠାଇଥିଲେ। ସେ ମଧ୍ୟ ସହସା ମଞ୍ଜୁରି ଦେଇ ନ ଥିଲେ। ରାଜ୍ୟର ସିପିଆଇଏମ୍‌ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ଏହା ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି କୌଣସି କାରଣ ନ ଦର୍ଶାଇ ବିଲ୍‌ଗୁଡ଼ିକୁ ପକାଇ ରଖିବାକୁ ଅସାମ୍ବିଧାନିକ ବୋଲି ଦର୍ଶାଇଛନ୍ତି। ଏପରି କି କେରଳ ରାଜ୍ୟପାଳଙ୍କୁ ବେଆଇନ ଘୋଷଣା କରାଯିବାକୁ କେରଳ ସରକାର ପିଟିଶନରେ ଦର୍ଶାଇଛନ୍ତି। ସେହିଭଳି ଆଉ ଏକ ଘଟଣା ତାମିଲନାଡୁରେ ପ୍ରକାଶ ପାଇଛି। କେ. ପୋନ୍‌ମୁଡ଼ିିଙ୍କୁ ମନ୍ତ୍ରୀଭାବେ ନିଯୁକ୍ତ ନ କରିବାକୁ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଚାହିଁ ନ ଥିଲେ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେଇଥିଲେ। ରାଜ୍ୟପାଳ ନିଯୁକ୍ତି ନ ଦେବାର କାରଣ ଥିଲା ବେ-ଆଇନ ସମ୍ପତ୍ତି ଠୁଳ ମାମଲାରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ୨୦୧୧ରେ ପୋନ୍‌ମୁଡ଼ିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ। ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦଣ୍ଡାଦେଶ ଖାରଜ ହୋଇଥିଲା। ତେବେ ଏହା ଅସାମ୍ବିଧାନିକ ବୋଲି ଅଭିହିତ କରି ରାଜ୍ୟପାଳ ସ୍ପଷ୍ଟ ମନା କରି ଦେଇଥିଲେ। ଏହାର ପ୍ରତିବାଦରେ ଡିଏମ୍‌କେ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରିଥିଲେ। ଏହିପରି କେତେକ ଅଭିଯୋଗ ରାଜ୍ୟପାଳଙ୍କ ବିରୋଧରେ ମୁଣ୍ଡ ଟେକିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହଁ।
ଆମ ଦେଶର ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ସମ୍ବିଧାନର ୩୬୧ ଅନୁଯାୟୀ ଆଇନଗତ ସୁରକ୍ଷା ମିଳିଥାଏ। ଅର୍ଥାତ୍‌ କୌଣସି ବ୍ୟକ୍ତିବିଶେଷ ରାଷ୍ଟ୍ରପତି, ରାଜ୍ୟପାଳ କିମ୍ବା ଉପରାଜ୍ୟପାଳ ପଦରେ ଥିବା ସମୟରେ ତାଙ୍କ ବିରୋଧରେ କୌଣସି ପ୍ରକାର ଫୌଜଦାରି କିମ୍ବା ଦଓ୍ବୋନୀ ମାମଲା ଅଦାଲତରେ ରୁଜୁ କିମ୍ବା ଚାଲୁ କରିପାରିବେ ନାହିଁ। ଏହିଭଳି ଦେଖିବାକୁ ଗଲେ ଦେଶର ସାମ୍ବିଧାନିକ ପଦମର୍ଯ୍ୟାଦା ଭାରତୀୟ ସମ୍ବିଧାନରେ ଦିଆଯାଇଛି। ତେବେ ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଏହି ପଦମର୍ଯ୍ୟାଦା ଏକପ୍ରକାର ସଙ୍କଟରେ ସମ୍ମୁଖୀନ ହେଉଛି। ଅତି ସୂକ୍ଷ୍ମ ଭାବେ ଚିନ୍ତାକଲେ ଦେଶର ଶାସନ ବ୍ୟବସ୍ଥା ଏପରି ଯାହା ନ୍ୟାୟିକ ବ୍ୟବସ୍ଥା ପ୍ରତି ସଙ୍କଟ ସୃଷ୍ଟି କରୁଥିବା ଦେଖାଯାଉଛି। ଏଭଳି ଅଘଟଣ ଘଟିବା ମୂଳରେ କେତୋଟି କାରଣ ରହିଛି। ତାହା ହେଉଛି ଦେଶର ଗଣତାନ୍ତ୍ରିକ ନିର୍ବାଚନ ପଦ୍ଧତି ଅଚଳ ହୋଇ ପଡ଼ିବା। ରାଜନୈତିକ ଦଳଗୁଡ଼ିକ ଗଣତାନ୍ତ୍ରିକ ନୀତି ଅନୁସାରେ ଚାଲୁ ନାହାନ୍ତି। ଦଳ ମଧ୍ୟରେ ନିର୍ବାଚନ ଉପାୟରେ ସଭାପତି ଓ କର୍ମକର୍ତ୍ତା ନିର୍ବାଚନ ହେଉ ନାହିଁ। ଦଳ ସାଂପ୍ରଦାୟିକ ନିରପେକ୍ଷତାକୁ ଗୁରୁତ୍ୱ ଦେଉ ନାହାନ୍ତି। ଦଳୀୟ ନୀତି ରାଷ୍ଟ୍ର ଓ ଜନମଙ୍ଗଳ ଉପରେ ପର୍ଯ୍ୟବସିତ ହେଉ ନାହିଁ। ଭାରତ ବର୍ଷରେ ଏପରି କି କୋଟିଏରୁ ଊର୍ଦ୍ଧ୍ୱ ଦକ୍ଷ, ବିଚକ୍ଷଣ, ଦେଶଭକ୍ତ, ଅତିଯୋଗ୍ୟ, ନିରପେକ୍ଷ ବୁଦ୍ଧିଜୀବୀ ଅଛନ୍ତି; ଯେଉଁମାନଙ୍କୁ ଦଳ ପାର୍ଲାମେଣ୍ଟ ଓ ବିଧାନସଭାକୁ ଯିବା ପାଇଁ ବାଟ ଛାଡୁ ନାହାନ୍ତି। ଦଶନ୍ଧି ଦଶନ୍ଧି ଧରି ଦେଖାଯାଉଛି ୫ ଥର ୬ଥର ନିର୍ବାଚିତ ରାଜନୈତିକ ସ୍ବାର୍ଥାନ୍ବେଷୀ,ବିପୁଳ ସମ୍ପତ୍ତି ଠୁଳ କରିଥିବା, ଶାସନ ଗାଦିକୁ ଅକ୍ତିଆର କରିଥିବା ସେହି ବଡ଼ପଣ୍ଡାମାନଙ୍କୁ ଦଳ ପ୍ରାର୍ଥିତ୍ୱ ପ୍ରଦାନ କରି ଚାଲିଛି। ଦେଶର ଏକ ସର୍ବେକ୍ଷଣ ସଂସ୍ଥା ଦର୍ଶାଇଛି ଯେ ଲୋକ ସଭାକୁ ଯାଉଥିବା ୪୪ ପ୍ରତିଶତ ସାଂସଦଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ରାଜନୈତିକ ଦଳ ଗୁଡ଼ିକର କ୍ଷମତାସୀନ ହେବାର ମୋହ ଏତେ ଶକ୍ତିଶାଳୀ ହୋଇପଡ଼ିଛି ଯେ ଦେଶର ସ୍ବାର୍ଥକୁ ପଛରେ ପକାଇ ଗଣତାନ୍ତ୍ରିକ ପଦ୍ଧତିକୁ ଆଡ଼େଇ ଦେଇ ଶାସନର ଗଣ୍ଡିରୁ ବାହାରି ଯିବାକୁ ଚାହୁଁ ନାହାନ୍ତି। ଦେଶରେ ଏହା ଏକ ରାଜନୈତିକ ପରମ୍ପରାରେ ପରିଣତ ହୋଇସାରିଛି। ନିର୍ବାଚନ ପରିଚାଳନା ଓ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ସମ୍ବିଧାନରେ ସେପରି ନିର୍ଦ୍ଦିଷ୍ଟ ବା ସ୍ପଷ୍ଟ ଚିତ୍ର ନ ଥିଲେ ହେଁ ନିର୍ବାଚନ ମୁଖ୍ୟ ନିଜସ୍ବ କ୍ଷମତା ବଳରେ ସ୍ବଚ୍ଛ ନୀତିକୁ ଆପଣେଇ ପାରନ୍ତେ। ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏହି ସ୍ବଚ୍ଛ ନୀତିକୁ କାର୍ଯ୍ୟକାରୀ କରାଇ ପାରନ୍ତେ। ନିର୍ବାଚିତ ପ୍ରତିନିଧି କ୍ଷମତା ହାସଲ କଲା ପରେ କେତେକେ ଦେଶର ସାର୍ବଭୌମତ୍ୱକୁ ଜଳାଞ୍ଜଳି ଦେବାକୁ ପଛାଉ ନ ଥିବା ଦେଖାଯାଏ। ଯେଉଁମାନେ ଶାସନ ବାହାରେ ରହିଯାଆନ୍ତି ସେମାନେ ଯୁକ୍ତି କରନ୍ତି ଅଭିବ୍ୟକ୍ତିର ସ୍ବାଧୀନତା, ଧର୍ମୀୟ ସ୍ବାଧୀନତା, ଏକାଡେମୀ ସ୍ବାଧୀନତା, ସମାବେଶ ସ୍ବାଧୀନତା, କାର୍ଯ୍ୟକରିବାରେ ଏନ୍‌ଜିଓଗୁଡ଼ିକର ସ୍ବାଧୀନତା, ଆଇନର ଶାସନ, ନ୍ୟାୟପାଳିକାର ସ୍ବାଧୀନତା, ପୋଲିସର ସ୍ବାଧୀନତାର ମୂଲ୍ୟାୟନ କରାଯାଉ ବୋଲି ସେହିମାନେ ହିଁ ଏହିସବୁ କ୍ଷେତ୍ରରେ ସ୍ବେଚ୍ଛାଚାରିତା ଅବଲମ୍ବନ କରି ଆସିଥିବା ଦେଖାଯାଏ। ତେବେ ବିଚାର କଲେ ଦେଖିବା ଯେ ଭାରତୀୟ ଗଣତନ୍ତ୍ରରେ ଏହା ଏକ ଭୟାନକ ରୂପ ମୁଣ୍ଡ ଟେକି ଉଠିଛି। କ୍ଷମତାସୀନ ଗୋଷ୍ଠୀକୁ ଗାଦିରୁ ହଟାଇ ଏମାନେ କ୍ଷମତାସୀନ ହେବାକୁ ଚାହାନ୍ତି। ସେଥିପାଇଁ ସେମାନେ ନୀତି ନୈତିକତାକୁ ପଛରେ ପକାଇ ଗଣତନ୍ତ୍ରର ସ୍ତମ୍ଭଗୁଡ଼ିକର ମର୍ଯ୍ୟାଦା ହାନି କରାଇବାକୁ ପଛାନ୍ତି ନାହିଁ।
ରାଜ୍ୟଗୁଡ଼ିକରେ ନିଯୁକ୍ତ ରାଜ୍ୟପାଳ ନୀରବଦ୍ରଷ୍ଟା ହୋଇ ପଦବୀ ଧାରଣ କରିଥାଆନ୍ତି ସତ, ଏଭଳି ସ୍ବେଚ୍ଛାଚାରିତା ବିରୋଧରେ ପଦକ୍ଷେପ ନେବାକୁ ଉଦ୍ୟମ କଲେ ତାଙ୍କ କ୍ଷମତା ସମ୍ପର୍କରେ ପ୍ରଶ୍ନ ଉଠାଇ ଏହିମାନେ ହିଁ ଅଭିଯୋଗ ଆଣିଥାଆନ୍ତି; ଯାହା ବର୍ତ୍ତମାନର ପରିସ୍ଥିତିରୁ ଜଣାପଡ଼େ। ତେବେ ରାଜ୍ୟପାଳଙ୍କୁ ଅଧିକ କ୍ଷମତା ପ୍ରଦାନର ବେଳ ଆସିଯାଇଥିବା କୁହାଯାଇପାରେ। ସବୁ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ସେ ନିଜ ଦପ୍ତରରୁ ନିଜ କ୍ଷମତାକୁ ପ୍ରୟୋଗ କରି ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା କରିପାରିବେ। ଦେଶରେ ଗଣତାନ୍ତ୍ରିକ ସ୍ବଚ୍ଛତା ଆଣିବା ପାଇଁ ଏଥିପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ, ଲୋକ ସଭା ବାଚସ୍ପତି ପି ଏ ସାଙ୍ଗମା, ନିର୍ବାଚନ କମିଶନର ଟିଏନ ଶେଷାନ ମୁହଁ ଖୋଲିଥିବା ସମସ୍ତେ ଜାଣନ୍ତି। କିନ୍ତୁ ଏହି ପରମ୍ପରାକୁ ଭାଙ୍ଗି ନୂତନ ବାତାବରଣ ସୃଷ୍ଟି କରିବାରେ ଉଦ୍ୟମ ହୋଇ ନ ଥିବା ବେଳେ ଏବେଠୁ ନିର୍ବାଚିତ ପ୍ରତିନିଧିମାନେ ଉଦ୍ୟମ କରିବା ଦେଶବାସୀ ଚାହାନ୍ତି। ଦେଶରେ ରାଜ୍ୟପାଳଙ୍କ କ୍ଷମତାକୁ ସିଧା ସଳଖ ଊଦ୍ଧ୍ୱର୍ର୍ମୁଖୀ କରାଗଲେ ଏବଂ ତାଙ୍କର ଜ୍ଞାନ ଓ ଅଭିଜ୍ଞତାକୁ ମନ୍ତ୍ରିମଣ୍ଡଳ ସୁଯୋଗ ଦେଲେ ଗଣତନ୍ତ୍ର ଠିକ ବାଟକୁ ଆସିପାରନ୍ତା। ସେମାନେ ଆଇନ ତିଆରି କରି ନ ପାରନ୍ତି, କିନ୍ତୁ ଆଇନର ରକ୍ଷକ ସାଜିବା ପାଇଁ ଦେଶରେ ରାଜ୍ୟପାଳଙ୍କୁ କ୍ଷମତାଯୁକ୍ତ କରିବା ଆବଶ୍ୟକ କରୁ ନାହିଁ କି ?

  • ହରେକୃଷ୍ଣ ପଣ୍ଡା
    ସୟଦପୁର, ଯାଜପୁର
    ମୋ: ୯୪୩୭୩୧୫୬୨୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri