ଘରେ ଏକ୍ସରସାଇଜ୍‌ କରୁଥିଲେ

କରୋନା ଲାଗି ଦୀର୍ଘଦିନ ଘରେ ରହି ଅନେକେ ମୋଟା ହୋଇଯାଇଛନ୍ତି। ହେଲେ ଅପରପକ୍ଷେ ଏହା ସେମାନଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯାହାକୁ ଦୂର କରିବା ଲାଗି କେହି କେହି ଜିମ୍‌ ପରିବର୍ତ୍ତେ ଘରେ ଏକ୍ସରସାଇଜ୍‌ କରୁଥିବା ଦେଖିବାକୁ ମିଳୁଛି। ଯଦି ଆପଣ ବି ଘରେ ଏକ୍ସରସାଇଜ୍‌ କରୁଛନ୍ତି ଅବା ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଜାଣି ରଖନ୍ତୁ କେତୋଟି ଟିପ୍ସ…
ପ୍ରତିଦିନ ଅତି କମ୍‌ରେ ୨୦-୪୫ ମିନିଟ୍‌ ଏକ୍ସରସାଇଜ କରନ୍ତୁ। ଅଧିକ ସମୟ ଚାଲିବାରେ ଦିଅନ୍ତୁ। ଘରେ ସମସ୍ତଙ୍କର ଟ୍ରେଡ଼ମିଲ୍‌ ନ ଥାଏ, ତେଣୁ ଛାତ ଉପରେ କିମ୍ବା ଅନ୍ୟ କୌଣସି ଖୋଲା ସ୍ଥାନରେ ଚାଲିପାରିବେ।
ଆପାର୍ଟମେଣ୍ଟରେ
ରହୁଥିଲେ ଲିଫ୍ଟ ବଦଳରେ ପାହାଚ ବ୍ୟବହାର କରନ୍ତୁ, ଶରୀର ଫିଟ୍‌ ରହିବ।
ମନ ଇଚ୍ଛା କୌଣସି ଏକ୍ସରସାଇଜ୍‌ ନ କରି ଏକ୍ସପର୍ଟଙ୍କ ପରାମର୍ଶ ନେଇ କରିବା ଭଲ। ତେବେ ବର୍ତ୍ତମାନ ୟୁଟ୍ୟୁବ୍‌ରେ ଅନେକ ଫିଟ୍‌ନେସ୍‌ ଏକ୍ସପର୍ଟଙ୍କ ଭିଡ଼ିଓ ଆସୁଛି, ଯାହାକୁ ଦେଖି ଏକ୍ସରସାଇଜ କରି ପାରିବେ।
ଏଥିରେ କିଛି ସମୟ ଯୋଗ ଏବଂ ପ୍ରାଣାୟାମ ଆଦିକୁ ସାମିଲ କଲେ ଅଧିକ ଉପକୃତ ହୋଇପାରିବେ।
ଆପଣ ଚାହିଁଲେ ୟୁଟ୍ୟୁବ୍‌ ଦେଖି ଏରୋବିକ୍ସ କିମ୍ବା ଜୁମ୍ବା ଭଳି ଡ୍ୟାନ୍ସ ଏକ୍ସରସାଇଜ୍‌ ବି କରିପାରିବେ।
ମନେରଖନ୍ତୁ, ପ୍ରଥମେ ପ୍ରଥମେ ଏକ୍ସରସାଇଜ୍‌ କରୁଥିଲେ ପତଳା ହେବା ନିଶାରେ ଏକାସଙ୍ଗେ ବହୁତ ଏକ୍ସରସାଇଜ୍‌ କରନ୍ତୁ ନାହିଁ, ଏହାଦ୍ୱାରା ଦେହ ଦରଜ ଭଳି ସମସ୍ୟା ଦେଖା ଦେଇପାରେ। ତେଣୁ ପ୍ରଥମେ ଅଳ୍ପ ସମୟ ଏକ୍ସରସାଇଜ୍‌ କରିବା ପରେ ଧୀରେଧୀରେ ଅଧିକ କରନ୍ତୁ। ଏହି ସମୟରେ ହାଲୁକା ଏବଂ ଆରାମଦାୟକ ପୋଷାକ ପିନ୍ଧନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଗାସନ ଦୂର କରେ ଅନେକ ରୋଗ

ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯୋଗାସନ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ।...

ପେଟ ବୃଦ୍ଧି କମାଇବା ସହ କୋଷ୍ଠକାଠିନ୍ୟ ଦୂର କରେ ଗୋଲମରିଚ

ଗୋଲମରିଚକୁ କେବଳ ମସଲା ଭାବେ ବ୍ୟବହାର କରିହେବ ତାହା ନୁହେଁ, ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦ ଅନୁଯାୟୀ, ସକାଳେ ଅଳ୍ପ ଉଷୁମ...

ସ୍ବାସ୍ଥ୍ୟ ପାଇଁ ହିତକର ସାଇକେଲିଂ

ଯାତାୟାତ ଲାଗି ସାଇକେଲ ସ୍ବାସ୍ଥ୍ୟ ପାଇଁ ହିତକର । ଆଜିକାଲିର ଲାଇଫ୍‌ ଷ୍ଟାଇଲ୍‌ ଓ ଖାଦ୍ୟପେୟ ଦିନକୁ ଦିନ ଲୋକଙ୍କୁ ରୁଗ୍ଣ କରିଦେଉଛି। ଅଧିକ ଫ୍ୟାଟ୍‌...

ଏ ସବୁ ସମସ୍ୟାରୁ ମୁକ୍ତିଦିଏ କର୍ପୂରତେଲ

ଘରେ ବିଭିନ୍ନ ପୂଜାପାର୍ବଣ ବା ଆଳତି ସମୟରେ କର୍ପୂରର ବ୍ୟବହାର କରାଯାଇଥାଏ। ଏହା ପରେ ମଧ୍ୟ କର୍ପୂରକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରୁ...

ରାତ୍ରିଭୋଜନ ପରେ ୧୦ ମିନିଟ ଚାଲନ୍ତୁ ମଧୁମେହ ରୋଗୀ

ଆଜିକାଲି ମଧୁମେହ ସାଧାରଣ ରୋଗରେ ପରିଣତ ହେଲାଣି। ହେଲେ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ଖାଦ୍ୟପେୟଠାରୁ ଆରମ୍ଭ କରି ନିଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବାକୁ ଡାକ୍ତରମାନେ ପରାମର୍ଶ...

ଥକ୍କାପଣ ଦୂର କରିବାର ନୂଆ ଉପାୟ

କାର୍ଯ୍ୟଚାପରେ ଅନେକ ଥକି ପଡ଼ିଥାଆନ୍ତି। ଏଥିରୁ ନିଜକୁ ରକ୍ଷା କରିବାର ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ...

ଓ୍ବିଣ୍ଟର ଫ୍ୟାଶନ୍‌

ଶୀତଋତୁ ଆରମ୍ଭ ହୋଇଗଲାଣି । ଯଦି ଆପଣ ଏହି ଋତୁରେ କପଡ଼ା କିଣିବାକୁ ଭାବୁଥାନ୍ତି ତେବେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି… ଉଲେନ୍‌ କୁର୍ତ୍ତି: ଆଗରୁ...

ତମାଖୁ ସେବନ, ମହିଳାଙ୍କ ସ୍ବାସ୍ଥ୍ୟ

ସାରା ପୃଥିବୀରେ ମେ ୩୧ ତାରିଖ ଦିନ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଓ ତା’ର ସହଯୋଗୀ ରାଷ୍ଟ୍ରମାନେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରିଥା’ନ୍ତି...

Coronavirus Update

Archives

Model This Week

Why Dharitri