ଟିଏସ୍‌ଏମ୍‌ଏଲ୍‌ର ସ୍ବତନ୍ତ୍ର ଆପ୍ରେଣ୍ଟିଶିପ୍‌ ପ୍ରୋଗ୍ରାମ

ଭୁବନେଶ୍ୱର,୧୨।୪: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍ରେଣ୍ଟିଶିପ୍‌ ପ୍ରୋଗ୍ରାମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିବିଧତା,ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତୀକରଣ ଅଭିଯାନର ଅଂଶ ସ୍ବରୂପ କମ୍ପାନୀର ଓଡ଼ିଶା କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ଲାଗି ଏଭଳି ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି ଅଣ ପାରମ୍ପରିକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପ୍ରଦାନ କରି ମହିଳାମାନଙ୍କୁ ସଶକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ଉକ୍ତ ଅଭିଯାନକୁ ଯାଜପୁର ଜିଲାରେ ଥିବା କମ୍ପାନୀର ସୁକିନ୍ଦା କ୍ରୋମାଇଟ୍‌ ଖଣି କ୍ୟାମ୍ପସ୍‌ରେ ଏହାର କେନ୍ଦ୍ର ଉଦ୍‌ଘାଟନ କରାଯାଇଥିଲା। ସେହିଭଳି ସମ୍ପୂର୍ଣ୍ଣ ମହିଳା ଆପ୍ରେଣ୍ଟିଶିପ୍‌ ବ୍ୟାଚ୍‌ରେ ଓଡ଼ିଶାର ବିଭିନ୍ନ ସ୍ଥାନର ୧୫ଜଣ ମହିଳା ରହିଛନ୍ତି, ଯେଉଁମାନଙ୍କୁ ମେଟାଲର୍ଜି, ଇଲେକ୍ଟ୍ରିକାଲ୍‌, ସିଭିଲ ଆଦି ଟ୍ରେଡ୍‌ ଉପରେ ଏକବର୍ଷିଆ ଅବଧିର ପ୍ରଶିକ୍ଷଣ ପ୍ରଦାନ କରାଯିବ। ବିଶେଷ କରି ଖଣିର ବିଭିନ୍ନ ଦିଗ ଯଥା ଜିଓଲୋଜି, ଡ୍ରିଲିଂ, ବ୍ଲାଷ୍ଟିଂ ଆଦି ଉପରେ ମଧ୍ୟ ଏହି ବ୍ୟାଚ୍‌ ତାଲିମ ହାସଲ କରିବେ। ସେହିପରି ଟିଏସ୍‌ଏମ୍‌ଏଲ୍‌ର ଆଠଗଡ଼, ଗୋପାଳପୁର ଓ ଯାଜପୁରଠାରେ ଥିବା ଫେରୋ ଆଲଏଜ୍‌ କାରଖାନା ଏବଂ ସୁକିନ୍ଦା ଅଞ୍ଚଳରେ ଥିବା ଖଣିର ଅଭିଜ୍ଞ ବ୍ୟକ୍ତିବିଶେଷଙ୍କ ମାର୍ଗଦର୍ଶନରେ ଆପ୍ରେଣ୍ଟିଶ୍‌ମାନେ ତାଲିମ ହାସଲ କରିବେ। ଯେଉଁଠାରେ ସେମାନେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବା ସହିତ କାର୍ଯ୍ୟକ୍ଷେତ୍ରର ବାସ୍ତବ ଦୁନିଆ ବିଷୟରେ ପରିଚିତ ହୋଇପାରିବେ।
ଏ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ସମ୍ପୂର୍ଣ୍ଣ ମହିଳା ଆପ୍ରେଣ୍ଟିଶିପ୍‌ କାର୍ଯ୍ୟକ୍ରମ ଘୋଷଣାକରି ଆମେ ବେଶ୍‌ ଆନନ୍ଦିତ, ଯାହା ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ଦିଗରେ ବେଶ୍‌ ସହାୟକ ହେବ। ଏପରିକି ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିବା ଲାଗି ମହିଳାଙ୍କ ମଧ୍ୟରେ ଥିବା ଅପାର ସମ୍ଭାବନାକୁ ଆମେ ବୁଝିଛୁ ଏବଂ ସେମାନଙ୍କ ଅଭିଳାଷ ପୂରଣ କରିବା ଲାଗି ଆବଶ୍ୟକ ସମର୍ଥନ ଓ ସୁଯୋଗ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri