ଟିକା ପାଇଁ ଉତ୍ତେଜନା

ବାଳକାଟୀ,୧୧।୫(ଡି.ଏନ୍‌.ଏ.): ରାଜ୍ୟର ସବୁ ଟିକା କେନ୍ଦ୍ରରେ ଲୋକେ ଟିକା ନେବା ପାଇଁ ଅସମ୍ଭାଳ ଭିଡ଼ ହେଉଛି। ଟିକା ନେବା ପାଇଁ ରାତି ୩ଟାରୁ ଲୋକେ ଆସି ଲାଇନ୍‌ ଲଗାଉଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିବାବେଳେ ପରିସ୍ଥିତି ମଧ୍ୟ ଅଣାୟତ୍ତ ହୋଇପଡ଼ୁଛି। ଅନ୍ୟପଟେ କେନ୍ଦ୍ରକୁ ୧୦୦ଟିକା ଆସିଥିବାବେଳେ ପ୍ରାୟ ୩୦୦ ଲୋକ ଲାଇନ୍‌ରେ ରହୁଛନ୍ତି। ଶେଷରେ ଟିକା ନ ପାଇ ଅସନ୍ତୋଷ ପ୍ରକାଶ କରିବା ସହ ଟିକାକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଳକାଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ବାଳକାଟୀ ଅଞ୍ଚଳରେ ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତିମାନଙ୍କର ଦ୍ୱିତୀୟ ଡୋଜ୍‌ ନେବା ପାଇଁ ସମୟ ହୋଇଯାଇଥିବାରୁ ସେମାନେ ମଧ୍ୟ ଟିକା କେନ୍ଦ୍ରକୁ ଆସି ଲାଇନ ଲଗାଉଛନ୍ତି। ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଅଦ୍ୟାବଧି ୨୩୦୦ ଲୋକ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ଅପେକ୍ଷାରେ ଥିବାବେଳେ ସେହି ଅନୁପାତରେ ଟିକା ଆସି ନାହିଁ। ୨/୩ ଦିନ ଅନ୍ତରରେ ଟିକା ଆସୁଥିବାବେଳେ ଏକା ସମୟରେ ଦ୍ୱିତୀୟ ଡୋଜ ନେବା ଲାଗି ଥିବା ବ୍ୟକ୍ତି ଓ ପ୍ରଥମ ଡୋଜ୍‌ ଟିକା ନେବା ପାଇଁ ଲୋକ ସଂଖ୍ୟା ବଢ଼ିବାରେ ଲାଗୁଛି। ଫଳରେ ଟିକା ଯଥେଷ୍ଟ ପରିମାଣରେ ଆସୁ ନ ଥିବାରୁ ଅଧିକାଂଶ ଲୋକ ନିରାଶ ହୋଇ ଫେରୁଛନ୍ତି। ସୋମବାର ଟିକା କେନ୍ଦ୍ର ଆଗରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଲାଇନ ଥିବାବେଳେ ରାତି ୩ଟାରୁ ଲୋକେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖାଯାଇଥିଲା। ଅପରପକ୍ଷେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିଲା। ୧୦୦ଜଣଙ୍କ ପାଇଁ ଟିକା ଆସିଥିବାରୁ କୁପନ ବଣ୍ଟାଯିବା ପରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିଥିବା ପ୍ରାୟ ୩୦୦ ଲୋକ ଶେଷରେ ନିରାଶ ହୋଇ ଫେରିଥିବାରୁ ଉତ୍ତେଜନା ଦେଖାଯାଇଥିଲା। ପରେ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଆସି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁ ଘଟଣା

କଟକ ଅଫିସ୍‌/ ପୁରୀ ଅଫିସ୍‌ ୧୫।୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଶନିବାର ମାମଲା ରୁଜୁ...

ବଫର ଜୋନ୍‌କୁ ପଠାଯାଇଥିବା ରୋଗୀ ନିଖୋଜ

ବେଦବ୍ୟାସ,୨୨ା୫(ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା ରାଉରକେଲାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ଜିଲା ପ୍ରଶାସନର ହେପାଜତରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ ରୋଗୀଙ୍କୁ ବିଭାଗୀୟ...

ସ୍କୁଲ ଫି, ବିଦ୍ୟୁତ୍‌ ଦେୟ, ଘରଭଡ଼ା ଛାଡ଼ ଦାବି କଲା ସମ୍ବିଧାନ ସୁରକ୍ଷା ମଞ୍ଚ

ବରଗଡ଼ ଅଫିସ,୮ା୬: କରୋନା ଭଳି ବିପର୍ଯ୍ୟୟ ସମୟରେ ସ୍କୁଲ ଫି, ବିଦ୍ୟୁତ ଦେୟ ଏବଂ ଘରଭଡ଼ା ଅସୁଲ କରାଯାଉଛି। ପ୍ରାୟ ଅଢ଼େଇ ମାସ ହେଲା ଲକ୍‌ଡାଉନ୍‌...

ପାଣି ବୋହି ପରିବାର ଚଳାଉଛନ୍ତି ମନମୋହନ

ଖୋର୍ଦ୍ଧା ଅଫିସ,୨୧ା୧୨: ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ ହେବ। ଏଥିପାଇଁ ରାଜ୍ୟ ସରକାର ନିକଟରେ ଓଡ଼ିଶା କନକ୍ଲେଭ ଆୟୋଜନ କରିଥିଲେ। ତେବେ ରାଜ୍ୟରେ ଏମତି ବି...

ଆର୍‌ଏସ୍‌ଏସ୍‌ ପକ୍ଷରୁ ରକ୍ତଦାନ ଶିବିର

କେନ୍ଦୁଝର, ୧୧ା୫(ଡି.ଏନ୍‌.ଏ.)-ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ କେନ୍ଦୁଝର ନଗର ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ...

ପ୍ରଚାର ମଇଦାନରେ ବର୍ଷା ପ୍ରିୟଦର୍ଶିନୀ, ଏଲିନା

ଯାଜପୁର ଅଫିସ,୨୧।୩: ଆସନ୍ତା ୨୪ ତାରିଖରେ ପୌର ନିର୍ବଚନ। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ନିର୍ବାଚନୀ...

ଘଣ୍ଟାଏ ବର୍ଷାରେ ସାହି ଜଳବନ୍ଦୀ

ବ୍ରହ୍ମପୁର ଅଫିସ,୨୨।୩: ପଶ୍ଚିମା ଝଡ ପ୍ରଭାବରେ ବ୍ରହ୍ମପୁରରେ ଗତ ୩ ଦିନ ଧରି ପାଗ ମେଘୁଆ ସାଙ୍ଗକୁ ସନ୍ଧ୍ୟାରୁ ରାତି ଯାଏ ବର୍ଷା ଲାଗି ରହୁଥିଲା।...

ଗାଉଛନ୍ତି ୮ ଭାଷାରେ ଗୀତ

ଢେଙ୍କାନାଳ ଅଫିସ, ୧୭।୪: ନିଜର ଅସାଧାରଣ ପ୍ରତିଭା ପାଇଁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ଢେଙ୍କାନାଳର ସାଇସମ୍ପନ୍ନା। ସ୍ଥାନୀୟ ମଣ୍ଟଫର୍ଟ ସ୍କୁଲ ଏଲ୍‌କେଜିରେ ପଢୁଥିବା ଏହି କୁନିଝିଅ...

Advertisement
Archives

Model This Week