ନିୟମିତ ଡାକ୍ତର ରହୁ ନ ଥିବାରୁ ଉତ୍ତେଜନା

ଦଶମନ୍ତପୁର, ୧୩।୯ ( ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ବିରିଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ଅବ୍ୟବସ୍ଥା ଲାଗି ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ମନୋଜ କୁମାର ସ୍ବାଇଁ ନିଯୁକ୍ତି ହୋଇଥିଲେ ମଧ୍ୟ ଅଧିକାଂଶ ସମୟରେ ଛୁଟିରେ ରହୁଥିବାରୁ ଲୋକେ ଉଚିତ୍‌ ସ୍ବାସ୍ଥ୍ୟସେବା ପାଇ ପାରୁ ନ ଥିବା ଅଭିଯୋଗ ହୋଇଛି। ସଂପୃକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଭାବେ ଡାକ୍ତର ନ ରହିଲେ ଆମେ ଚିକିତ୍ସାଳୟରେ ତାଲା ପକାଇ ଆନ୍ଦୋଳନ କରିବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଅଞ୍ଚଳବାସୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ୪ର୍ଥ ଶ୍ରେଣୀ କର୍ମଚାରୀ ଗଙ୍ଗାଧର ହେନ୍ତାଳ ଓ ସ୍ବାସ୍ଥ୍ୟକର୍ମୀ ଜୟନ୍ତୀ ସେନାପତିଙ୍କୁ ଘେରି କେବେ ଡାକ୍ତର ଆସିବେ ବୋଲି ପ୍ରଶ୍ନ କରିବାକୁ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ମୁର୍କାର ପଞ୍ଚାୟତରେ ଥିବା ଟେରାଗୁଡ଼ା, ମାଲିଚେମା, କନ୍ଦୁପୁଟ, ବଡ଼ପଦା, ବିରୀଗୁଡ଼ା, ଝଲାଗୁଡ଼ା, ନାରାନଗୁଡ଼ା, ଚେଣ୍ଡିଗୁଡ଼ା ଭଳି ମୋଟ ୨୨ ଖଣ୍ଡ ଗାଁର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବିରିଗୁଡା ଉପ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ର୍ନିଭରଶୀଳ। ତେଣୁ ଅଞ୍ଚଳବାସୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ଏକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି । ହେଲେ ସଂପୃକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନ ଥିବାରୁ କୌଣସି ଗୁରୁତର ରୋଗୀ ଆସିଲେ ସେଠାରେ କାର୍ଯ୍ୟରତ ୪ର୍ଥ କର୍ମଚାରୀ ହେନ୍ତାଳ ସ୍ବାସ୍ଥ୍ୟସେବା ଯୋଗାଇଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁ ନ ଥିବାରୁ ଆମେ କାହା ଭରଷାରେ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବୁ ବୋଲି ଗ୍ରାମରଥବିର ମାଣ୍ଡିଂ, ରାଜେଶ ମାଣ୍ଡିଙ୍ଗା, କୃଷ ମାଣ୍ଡିଙ୍ଗା, ହାଡ଼ି ମାଣ୍ଡିଙ୍ଗା, ଡିଉ ହିକକାଙ୍କ ସମେତ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଯୋଗୁ ରୋଗୀଙ୍କୁ ୧୮ କିମି ଦୂର ଲକ୍ଷ୍ମୀପୁର ଏବଂ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ କହିଛନ୍ତି। ଉପ ସ୍ବାସ୍ଥ୍ୟକେନ୍ଦ୍ରଟି ସକାଳ ୮ ରୁ ୧୨ ଏବଂ ୪ ରୁ ୬ ଟା ଯାଏ ଖୋଲିବାର ନିୟମ ଥିବାବେଳେ ଜଣେ ପିଅନଙ୍କୁ ବାଦ ଦେଲେ ପ୍ରାୟତଃ ଡାକ୍ତର ଏଂ ଫାର୍ମାସିଷ୍ଟ ୧୧ଟାରେ ଆସି ଦିନ ୨ଟା ମଧ୍ୟରେ ଚାଲି ଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କୌଣସି ରୋଗୀ ଗୁରୁତର ହେଲେ ଆମେ ୧୮ କିମି ଦୂର ଚିକିତ୍ସାଳୟକୁ ନେଉଥିବା ସମୟରେ ଯଦି କୌଣସି ଅଘଟଣ ଘଟେ ତେବେ ଦାୟୀ କିଏ ରହିବ ବୋଲି ଗ୍ରାମବାସୀ ଶିତ୍ରୁ ମାଣ୍ଡିଙ୍ଗା, ସାରିଆ ମାଣ୍ଡିଙ୍ଗା, ଗୋବିନ୍ଦ ମାଣ୍ଡିଙ୍ଗା, ସାଲପୁ ମାଣ୍ଡିଙ୍ଗା ପ୍ରମୁଖ ଅଭିଯୋଗ କରିଛନ୍ତି। ତେବେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଏଂ ଫାର୍ମାସିଷ୍ଟ ନିୟମିତ ନ ରୁହନ୍ତି ତେବେ ଆମେ ଆଗାମୀ ଦିନରେ ସ୍ବସ୍ଥ୍ୟକେନ୍ଦ୍ରରେ ତାଲା ଠୁଙ୍କି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପାର୍ଥ ସାରଥୀ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri