Posted inଜାତୀୟ

ଲିଙ୍ଗ ବଦଳାଇ ଛାତ୍ରୀଙ୍କୁ ବାହାହେଲେ ଶିକ୍ଷୟିତ୍ରୀ

ଜୟପୁର, ୯ା୧୧: ନିଜ ପ୍ରେମିକାଙ୍କୁ ଜୀବନସାଥୀ କରିବା ପାଇଁ ରାଜସ୍ଥାନର ଜଣେ ଶିକ୍ଷୟିତ୍ରୀ ନେଇଛନ୍ତି ଏକ ଭିନ୍ନ ଢଙ୍ଗର ନିଷ୍ପତ୍ତି। ପିଇଟି (ଫିଜିକାଲ ଏଜୁକେଶନ୍‌ ଟିଚର୍‌) ମୀରା ନିଜ ଲିଙ୍ଗ ପରିବର୍ତ୍ତନ କରି ପ୍ରେମିକା କଳ୍ପନାଙ୍କୁ ଜୀବନସାଥୀ ଭାବେ ଆପଣାଇଛନ୍ତି। ଏବେ ଆରଭ କୁନ୍ତଲ ନାମରେ ପରିଚିତି। ମୀରାଙ୍କ ମତରେ ପ୍ରେମରେ ପଡ଼ିଥିବା ମଣିଷ ପକ୍ଷେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ।
ରାଜସ୍ଥାନ ଭରତପୁର ସ୍କୁଲରେ ପିଇଟି ଭାବେ କାର୍ଯ୍ୟ କରୁଥିବା ମୀରା ଓ ସେହି ସ୍କୁଲର ଛାତ୍ରୀ କଳ୍ପନାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ବିଦ୍ୟାଳୟ ଖେଳପଡ଼ିଆରୁ। କଳ୍ପନା କବାଡ଼ି ଖେଳରେ ନିପୁଣ ହୋଇଥିବାବେଳେ ଶାରୀରିକ ଶିକ୍ଷା ତାଙ୍କୁ ନିହାତି ଭାବେ ଆବଶ୍ୟକ ପଡ଼ୁଥିଲା। ସେଥିପାଇଁ ସେ ମୀରାଙ୍କ ସହ ଅଧିକ ସମୟ ବିତାଉଥିଲେ। ଦିନ ବିତିବା ସାଙ୍ଗଙ୍କୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରବର୍ତ୍ତୀ ସମୟରେ ସେମାନେ ବାହା ହେବାପାଇଁ ନିଷ୍ପତ୍ତି ନେଲେ। କଳ୍ପନା କବାଡ଼ିରେ ନିଜ କ୍ୟାରିୟର୍‌କୁ ଆଗକୁ ନେବା ପାଇଁ ଯୋଜନା କରୁଥିବାବେଳେ ଆସନ୍ତା ଜାନୁୟାରୀରେ ଦୁବାଇରେ ହେବାକୁ ଥିବା ଇଣ୍ଟରନ୍ୟାଶନାଲ କବାଡ଼ି ଟୁର୍ନାମେଣ୍ଟରେ ସେ ଅଂଶଗ୍ରହଣ କରିବେ।
ଝିଅ ହୋଇ ଜନ୍ମ ହୋଇଥିବା ମୀରାଙ୍କର ବ୍ୟବହାର ଓ ହାବଭାବ ସବୁ ପୁଅ ପିଲାଙ୍କ ପରି। ସେ କେବେହେଲେ ଜଣେ ଝିଅ ହୋଇ ରହିବାକୁ ଚାହୁଁ ନ ଥିଲେ। ଲିଙ୍ଗ ପରିବର୍ତ୍ତନ ଚିନ୍ତା ବହୁବାର ତାଙ୍କ ମନରେ ଆସିଥିଲେ ମଧ୍ୟ ଏ ନେଇ ସେ ସାହସ ବାନ୍ଧି ପାରୁ ନ ଥିଲେ। କିନ୍ତୁ ଯେତେବେଳେ କଳ୍ପନା ତାଙ୍କ ଜୀବନକୁ ଆସିଲେ ସେତେବେଳେ ସେ ଏହି ଜଟିଳ ସର୍ଜରି କରିବା ପାଇଁ ନିଷ୍ପତ୍ତି ନେଲେ। ମୀରା ନିଜର ପ୍ରଥମ ସର୍ଜରି ୨୦୧୯ ଡିସେମ୍ବରରେ କରିଥିଲେ। ସର୍ଜରି ପାଇଁ ସେ କଳ୍ପନାଙ୍କ ପରାମର୍ଶ ଲୋଡ଼ିଥିବା ପ୍ରକାଶ କରିଛନ୍ତି। ମୀର ସମ୍ପୂର୍ଣ୍ଣ ଭାବେ ଆରଭ ପାଲଟିବା ପରେ ଗତ ରବିବାର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହକୁ ନେଇ କଳ୍ପନା କୁହନ୍ତି, ମୀରା ଲିଙ୍ଗ ପରିବର୍ତ୍ତନ କରି ଆରଭ ହୋଇ ନ ଥିଲେ ମଧ୍ୟ ସେ ତାଙ୍କୁ ବିବାହ କରିଥାନ୍ତେ। ଉଭୟଙ୍କ ବିବାହରେ ସେମାନଙ୍କ ପରିବାର ବେଶ୍‌ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri