ଏକ୍ସାଇଟେଡ ଡେଲିରିଅମ ହୋଇପାରେ ବି କ୍ଷତିକାରକ…

ଏକ୍ସାଇଟେଡ ଡେଲିରିଅମ ନାମକ ସମସ୍ୟ ଯୋଗୁ କେତେକଙ୍କର ସାଧାରଣ ଜୀବନ ଶୈଳୀରେ ପ୍ରଭାବ ପଡ଼ିଥାଏ। ଏହି ସମସ୍ୟାକୁ ଡାକ୍ତର ଏଜିଟେଟେଡ ଡେଲିରିଅମ ମଧ୍ୟ କହିଥାନ୍ତି। ଏଭଳି ସମସ୍ୟାରେ ଉତ୍ତେଜିତ ହୋଇ ସମ୍ପୃକ୍ତ ବ୍ୟକ୍ତି ହିଂସାତ୍ମକ କାର୍ଯ୍ୟକଳାପ କରିବା ସହିତ ତାଙ୍କର ଶରୀରର ଉତ୍ତାପ ବୃଦ୍ଧି ପାଇଥାଏ। ଏହାଯୋଗୁ ଉଚ୍ଚ ରକ୍ତଚାପ ସହିତ ହାର୍ଟ ଆଟାକ୍‌ ଆଦି ଆଶଙ୍କା ବଢ଼ିଯାଇଥାଏ। ଦୀର୍ଘଦିନ ଧରି ଔଷଧ କୋକେନ, ମେଥାମ୍ଫେଟାମିନ କାଥିନୋନସ ରହିଥିବା ଔଷଧ ବ୍ୟବହାର ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର କହିଥାନ୍ତି। ମାନସିକ ସମସ୍ୟା ନିମନ୍ତେ ବ୍ୟବହୃତ ଆଣ୍ଟିସାଇକୋଟିକ ଔଷଧ ହଠାତ୍‌ ବନ୍ଦ କଲେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏକ୍ଷେତ୍ରରେ କେଟାମିନ, ମିଡାଜୋଲାମ ଓ ହାଲୋପେରିଡୋଲ ଆଦି ଇଞ୍ଜେକସନ ଆଦି ଡାକ୍ତର ପ୍ରୟୋଗ କରିଥାନ୍ତି।
ଏହି ସମସ୍ୟା ରହିଥିବା ଲୋକଙ୍କ ମଧ୍ୟରେ ମହିଳା ତୁଳନାରେ ଅଧିକ ସଂଖ୍ୟକ ପୁରୁଷଙ୍କ ମୃତ୍ୟୁ ଘଟିଥାଏ। କେତେକଙ୍କ କ୍ଷେତ୍ରରେ ଇଲେକ୍ଟ୍ରିକ୍‌ ଶକ୍‌ର ବ୍ୟବହାର ମଧ୍ୟ କରାଯାଇଥାଏ। ତେବେ ଧ୍ୟାନ କରିବା ଦ୍ୱାରା ଏହି ସମସ୍ୟା ଦୂର ହେବା ସହଜ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri