ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ: ସ୍ନାତକ, ସ୍ନାତକୋତ୍ତର, ବିଏଡ୍‌ ପରୀକ୍ଷାଫଳ ପ୍ରକାଶ

କଟକ,୧୦ା୬(କାର୍ତ୍ତିକ ସାହୁ): ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ବିଏଡ୍‌ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ସ୍ନାତକ ଶ୍ରେଣୀରେ ମୋଟ ୩୮୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୩୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସ୍ନାତକୋତ୍ତରରେ ୨୫୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୩୭ ଜଣ ପାସ୍‌ କରିଛନ୍ତି। ସେହିପରି ବିଏଡ୍‌ ପାଠ୍ୟକ୍ରମରେ ୪୨ ଜଣ କୃତକାର୍ଯ୍ୟ ହୋଇ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସ୍ନାତକରେ ପ୍ରାଣୀବିଜ୍ଞାନ ଛାତ୍ରୀ ସ୍ବର୍ଣ୍ଣପ୍ରଭା ସାହୁ ସର୍ବୋଚ୍ଚ ନମ୍ବର ରଖିଥିବା ବେଳେ ବିଏଡ୍‌ର କଳା ବିଭାଗରେ ସୁଦୀପ୍ତା ବେହେରା ଓ ବିଜ୍ଞାନରେ ମୋନାଲିସା ଜେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସ୍ନାତକ ଶ୍ରେଣୀର ୨୨ଟି ବିଭାଗରୁ ନୃବିଜ୍ଞାନରେ ସଂଯୁକ୍ତା ମାଝି, ଅର୍ଥନୀତିରେ ଅନେଶ୍ୱେତା ମନ୍ତ୍ରୀ, ଶିକ୍ଷାରେ ରିତୁ ମହାପାତ୍ର, ଇଂରାଜୀରେ ଶିବାନୀ ମହାକୁଲ, ହିନ୍ଦୀରେ ତନିଶା ପ୍ରିୟଦର୍ଶୀ, ଇତିହାସରେ ପାୟଲ ସାହା, ଗୃହ ବିଜ୍ଞାନରେ ଜୋରେନ୍‌ ମେହେକ, ଲାଇବ୍ରେରୀ ସାଇନ୍ସରେ ଆସମାତୁନ ନିଶା, ଓଡ଼ିଆରେ ଅଙ୍କିତା ମହାରଣା, ଦର୍ଶନଶାସ୍ତ୍ରରେ ସରୋଜିନୀ ଖୁଣ୍ଟିଆ, ରାଜନୀତି ବିଜ୍ଞାନରେ ପାନାମଣି ମୁର୍ମୁ, ମନସ୍ତତ୍ତ୍ୱ ବିଜ୍ଞାନରେ ତନ୍ମୟୀ ମହାନ୍ତି, ସଂସ୍କୃତରେ ପାୟଲ ସ୍ବାଇଁ, ସମାଜବିଜ୍ଞାନରେ ସାଇଜ୍ୟୋତି ମହାପାତ୍ର, ଊର୍ଦ୍ଦୁରେ ସାଏଦା ନସିଦା, ବାଣିଜ୍ୟରେ ସର୍ବାଣି ଶ୍ରୀୟାଣୀ ପଣ୍ଡା, ଉଦ୍ଭିଦ ବିଜ୍ଞାନରେ ସୌମ୍ୟା ଶ୍ରୀରୂପା ପାଣ୍ଡବ, ରସାୟନ ବିଜ୍ଞାନରେ ରଶ୍ମି କର୍ମକାର, କମ୍ପ୍ୟୁଟର ବିଜ୍ଞାନରେ ପ୍ରିୟଦର୍ଶୀନି ସ୍ବାଇଁ, ଗଣିତ(କଳା)ରେ ଅନନ୍ୟା ମହାନ୍ତି, ଗଣିତ(ବିଜ୍ଞାନ)ରେ ମୋନାଲିସା ତ୍ରିପାଠୀ, ପଦାର୍ଥ ବିଜ୍ଞାନରେ ସୋନମ ଶତପଥୀ ଓ ପ୍ରାଣୀ ବିଜ୍ଞାନରେ ସ୍ବର୍ଣ୍ଣପ୍ରଭା ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ସ୍ନାତକୋତ୍ତର ୧୨ଟି ବିଭାଗରୁ ଅର୍ଥନୀତିରେ ଅମିତା ପତି, ଶିକ୍ଷାରେ ମଧୁସ୍ମିତା ସାହୁ ଓ ନାହିଦ ଅଖତର, ଇଂରାଜୀରେ ସୁଚୀସ୍ମିତା ସାହୁ, ହିନ୍ଦୀରେ ଅର୍ପିତା ମିଶ୍ର, ଇତିହାସରେ ଦୀପ୍ତିମୟୀ ସାମନ୍ତରାୟ, ଗୃହ ବିଜ୍ଞାନରେ ଏସ୍‌. ଫାତିମା ବୁସ୍ରା, ଓଡ଼ିଆରେ ସନ୍ଦୀପ୍ତା ପଣ୍ଡା, ଦର୍ଶନଶାସ୍ତ୍ରରେ ଶ୍ୱେତା ଦାସ, ରାଜନୀତି ବିଜ୍ଞାନରେ ଭବାନୀ ମହାପାତ୍ର, ମନସ୍ତତ୍ତ୍ୱ ବିଜ୍ଞାନରେ ଶ୍ରଦ୍ଧାଞ୍ଜଳି ପାଇକରାୟ, ସଂସ୍କୃତରେ ପ୍ରୀତିଛନ୍ଦା ଦାସ ଓ ସମାଜବିଜ୍ଞାନରେ ଅମ୍ରିତା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ପରୀକ୍ଷା ନିୟନ୍ତ୍ରକ ଡ. ନର୍ମଦା କୁମାରୀ ପରିଡ଼ାଙ୍କ ସମେତ ଡ. ପ୍ରଭାତ ମଞ୍ଜରୀ ମହାନ୍ତି, ଡ. ଗାୟତ୍ରୀ କର, ପ୍ରତାପ ସାମଲ ଓ ପ୍ରଣତି ପ୍ରିୟଦର୍ଶିନୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri