ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ: ସ୍ନାତକ, ସ୍ନାତକୋତ୍ତର, ବିଏଡ୍‌ ପରୀକ୍ଷାଫଳ ପ୍ରକାଶ

କଟକ,୧୦ା୬(କାର୍ତ୍ତିକ ସାହୁ): ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ବିଏଡ୍‌ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ସ୍ନାତକ ଶ୍ରେଣୀରେ ମୋଟ ୩୮୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୩୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସ୍ନାତକୋତ୍ତରରେ ୨୫୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୩୭ ଜଣ ପାସ୍‌ କରିଛନ୍ତି। ସେହିପରି ବିଏଡ୍‌ ପାଠ୍ୟକ୍ରମରେ ୪୨ ଜଣ କୃତକାର୍ଯ୍ୟ ହୋଇ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସ୍ନାତକରେ ପ୍ରାଣୀବିଜ୍ଞାନ ଛାତ୍ରୀ ସ୍ବର୍ଣ୍ଣପ୍ରଭା ସାହୁ ସର୍ବୋଚ୍ଚ ନମ୍ବର ରଖିଥିବା ବେଳେ ବିଏଡ୍‌ର କଳା ବିଭାଗରେ ସୁଦୀପ୍ତା ବେହେରା ଓ ବିଜ୍ଞାନରେ ମୋନାଲିସା ଜେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସ୍ନାତକ ଶ୍ରେଣୀର ୨୨ଟି ବିଭାଗରୁ ନୃବିଜ୍ଞାନରେ ସଂଯୁକ୍ତା ମାଝି, ଅର୍ଥନୀତିରେ ଅନେଶ୍ୱେତା ମନ୍ତ୍ରୀ, ଶିକ୍ଷାରେ ରିତୁ ମହାପାତ୍ର, ଇଂରାଜୀରେ ଶିବାନୀ ମହାକୁଲ, ହିନ୍ଦୀରେ ତନିଶା ପ୍ରିୟଦର୍ଶୀ, ଇତିହାସରେ ପାୟଲ ସାହା, ଗୃହ ବିଜ୍ଞାନରେ ଜୋରେନ୍‌ ମେହେକ, ଲାଇବ୍ରେରୀ ସାଇନ୍ସରେ ଆସମାତୁନ ନିଶା, ଓଡ଼ିଆରେ ଅଙ୍କିତା ମହାରଣା, ଦର୍ଶନଶାସ୍ତ୍ରରେ ସରୋଜିନୀ ଖୁଣ୍ଟିଆ, ରାଜନୀତି ବିଜ୍ଞାନରେ ପାନାମଣି ମୁର୍ମୁ, ମନସ୍ତତ୍ତ୍ୱ ବିଜ୍ଞାନରେ ତନ୍ମୟୀ ମହାନ୍ତି, ସଂସ୍କୃତରେ ପାୟଲ ସ୍ବାଇଁ, ସମାଜବିଜ୍ଞାନରେ ସାଇଜ୍ୟୋତି ମହାପାତ୍ର, ଊର୍ଦ୍ଦୁରେ ସାଏଦା ନସିଦା, ବାଣିଜ୍ୟରେ ସର୍ବାଣି ଶ୍ରୀୟାଣୀ ପଣ୍ଡା, ଉଦ୍ଭିଦ ବିଜ୍ଞାନରେ ସୌମ୍ୟା ଶ୍ରୀରୂପା ପାଣ୍ଡବ, ରସାୟନ ବିଜ୍ଞାନରେ ରଶ୍ମି କର୍ମକାର, କମ୍ପ୍ୟୁଟର ବିଜ୍ଞାନରେ ପ୍ରିୟଦର୍ଶୀନି ସ୍ବାଇଁ, ଗଣିତ(କଳା)ରେ ଅନନ୍ୟା ମହାନ୍ତି, ଗଣିତ(ବିଜ୍ଞାନ)ରେ ମୋନାଲିସା ତ୍ରିପାଠୀ, ପଦାର୍ଥ ବିଜ୍ଞାନରେ ସୋନମ ଶତପଥୀ ଓ ପ୍ରାଣୀ ବିଜ୍ଞାନରେ ସ୍ବର୍ଣ୍ଣପ୍ରଭା ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ସ୍ନାତକୋତ୍ତର ୧୨ଟି ବିଭାଗରୁ ଅର୍ଥନୀତିରେ ଅମିତା ପତି, ଶିକ୍ଷାରେ ମଧୁସ୍ମିତା ସାହୁ ଓ ନାହିଦ ଅଖତର, ଇଂରାଜୀରେ ସୁଚୀସ୍ମିତା ସାହୁ, ହିନ୍ଦୀରେ ଅର୍ପିତା ମିଶ୍ର, ଇତିହାସରେ ଦୀପ୍ତିମୟୀ ସାମନ୍ତରାୟ, ଗୃହ ବିଜ୍ଞାନରେ ଏସ୍‌. ଫାତିମା ବୁସ୍ରା, ଓଡ଼ିଆରେ ସନ୍ଦୀପ୍ତା ପଣ୍ଡା, ଦର୍ଶନଶାସ୍ତ୍ରରେ ଶ୍ୱେତା ଦାସ, ରାଜନୀତି ବିଜ୍ଞାନରେ ଭବାନୀ ମହାପାତ୍ର, ମନସ୍ତତ୍ତ୍ୱ ବିଜ୍ଞାନରେ ଶ୍ରଦ୍ଧାଞ୍ଜଳି ପାଇକରାୟ, ସଂସ୍କୃତରେ ପ୍ରୀତିଛନ୍ଦା ଦାସ ଓ ସମାଜବିଜ୍ଞାନରେ ଅମ୍ରିତା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ଅଧ୍ୟକ୍ଷା ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ପରୀକ୍ଷା ନିୟନ୍ତ୍ରକ ଡ. ନର୍ମଦା କୁମାରୀ ପରିଡ଼ାଙ୍କ ସମେତ ଡ. ପ୍ରଭାତ ମଞ୍ଜରୀ ମହାନ୍ତି, ଡ. ଗାୟତ୍ରୀ କର, ପ୍ରତାପ ସାମଲ ଓ ପ୍ରଣତି ପ୍ରିୟଦର୍ଶିନୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?