ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର

କଟକ ଅଫିସ,୪ା୮:କଟକ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ ମଙ୍ଗଳବାର ବିଭ୍ରାଟ ଦେଖିବାକୁ ମିଳିଥିଲା। ଏହି ପରୀକ୍ଷା କେନ୍ଦ୍ରରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ଫଳରେ ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ମିଳିଥିବା ସୂଚନାନୁଯାୟୀ, ପୂର୍ବାହ୍ନ ୧୦ଟାରେ ଏହି ପରୀକ୍ଷାକେନ୍ଦ୍ରରେ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା। ଏହାର ୧୦ ମିନିଟ ପରେ ପ୍ରଶ୍ନପତ୍ର ଓଲଟପାଲଟ ହୋଇଥିବା ଛାତ୍ରୀଛାତ୍ର ଜାଣିବାକୁ ପାଇଥିଲେ। ଏ ନେଇ ସେମାନେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଜଣାଇଥିଲେ। ହେଲେ ସେମାନେ ଏହାକୁ କର୍ଣ୍ଣପାତ କରି ନ ଥିଲେ। ପରବର୍ତ୍ତୀ ସମୟରେ ଏହି ତ୍ରୁଟି ସମ୍ପର୍କରେ ଜାଣିବା ପରେ ପରୀକ୍ଷାକେନ୍ଦ୍ର ପରିଚାଳକ ସାଢେ ୧୧ଟାରେ ରେଗୁଲାର ଛାତ୍ରୀଛାତ୍ରଙ୍କଠାରୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ନେଇଯାଇଥିଲେ। ଫଳରେ ପ୍ରାୟ ଅଧଘଣ୍ଟା ଧରି ପରୀକ୍ଷାର୍ଥୀମାନେ ବସି ରହିଥିଲେ। ମଧ୍ୟାହ୍ନ ୧୨ଟାରେ ସେମାନଙ୍କୁ ଠିକ୍‌ ପ୍ରଶ୍ନପତ୍ର ଦିଆଯିବା ସହ ପରୀକ୍ଷା ପାଇଁ ଅଧିକ ୧ ଘଣ୍ଟା ସମୟ ଦିଆଯାଇଥିଲା। ପରେ ସେମାନେ ପରୀକ୍ଷା ଦେଇ ୧ଟାରେ ବାହାରକୁ ବାହାରିଥିଲେ। ଅନ୍ୟପକ୍ଷରେ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ରେଗୁଲାର ପ୍ରଶ୍ନପତ୍ରରେ ଉତ୍ତର ଲେଖିଥିଲେ। ସେମାନଙ୍କୁ ପରୀକ୍ଷା ପାଇଁ ଅଧିକ ସମୟ ଦିଆଯାଇ ନ ଥିଲା। ଏ ସମ୍ପର୍କରେ ଜଣାପଡିବା ପରେ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ହୋହଲ୍ଲା କରିଥିଲେ। ମଙ୍ଗଳାବାଗ ଥାନାଧିକାରୀ ଅମିତାଭ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଅଭିଭାବକଙ୍କୁ ବୁଝାଶୁଝା କରିଥିଲେ। ପରେ ଅଭିଭାବକମାନେ ଏଭଳି ବିଭ୍ରାଟକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ରେଗୁଲାର ପରୀକ୍ଷା ଦେଇଥିବା ଛାତ୍ରୀ ସୋନାଲି ପାତ୍ର କହିଛନ୍ତି, ପ୍ରଥମେ ମୋତେ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ପରୀକ୍ଷା ଆରମ୍ଭ ହେବାର ପ୍ରାୟ ଦେଢ ଘଣ୍ଟା ପରେ ମୋ ଠାରୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ନିଆଯାଇ ରେଗୁଲାର ପ୍ରଶ୍ନପତ୍ର ଦିଆଗଲା। ସେହିପରି ରେଗୁଲାର ଛାତ୍ର ମିହିର ପତ୍ରୀ କହିଛନ୍ତି, ମୁଁ ପ୍ରଥମେ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ପାଇ ଉତ୍ତର ଲେଖିଥିଲି। ଏହାପରେ ପ୍ରଶ୍ନପତ୍ର ବଦଳାଇ ଦିଆଯାଇଥିଲା। ପରେ ମୁଁ ରେଗୁଲାର ପ୍ରଶ୍ନପତ୍ର ଅନୁଯାୟୀ ଉତ୍ତର ଲେଖିଥିଲି। ଅନ୍ୟପକ୍ଷରେ ଏକ୍ସ-ରେଗୁଲାର ଛାତ୍ର ରଣଦ୍ୱୀପ ରାୟ କହିଛନ୍ତି, ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ପରେ ମୁଁ ସାର୍‌ଙ୍କୁ ରେଗୁଲାର ପ୍ରଶ୍ନପତ୍ର ମିଳିଥିବା ସମ୍ପର୍କରେ ଜଣାଇଥିଲି। ହେଲେ ସାର୍‌ ମୋ କଥା ନ ଶୁଣି ଚୁପ୍‌ ବସି ପରୀକ୍ଷା ଦେବାକୁ କହିଥିଲେ। ଅବ୍‌ଜେକ୍ଟିଭ ଏବଂ ସବ୍‌ଜେକ୍ଟିଭ ଉଭୟ ପେପର ମୁଁ ରେଗୁଲାର ପ୍ରଶ୍ନ ପତ୍ରରୁ ଉତ୍ତର ଲେଖିଆସିଲି। ମୋତେ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ମିଳିନାହିଁ କି ମୁଁ ଦ୍ୱିତୀୟ ଥର ପରୀକ୍ଷା ଦେଇନାହିଁ। ତେବେ ଏନେଇ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପ୍ରିନ୍ସିପାଲ ଦିଲୀପ କୁମାର ବେହେରାଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri