ସଲମାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବା ସହ କ୍ଷମା ମାଗିବାଗୁ ଚାହୁଁଛନ୍ତି ଏକ୍ସ ଗର୍ଲ ଫ୍ରେଣ୍ଡ ସୋମି

ମୁମ୍ବାଇ,୨୧।୧୦: ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ତାଙ୍କର ଏକ ବୟାନକୁ ନେଇ ଆଜିକାଲି ଖବରରେ ଅଛନ୍ତି। ସେ ଶୀଘ୍ର ଭାରତ ଆସିବାକୁ ଯାଉଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ସୋମି ଅଲି କହିଛନ୍ତି ଯେ ସେ ଜେଲ ଯାଇ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବାକୁ ଚାହୁଁଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଯେ ସେ ମଧ୍ୟ ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ଚାହୁଁଛନ୍ତି।

ସୋମି ଅଲି କହିଛନ୍ତି- ସଲମାନ ଖାନ କଳା ହରିଣ ଶିକାର କରିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ପୂଜା କରନ୍ତି ଏବଂ ଏହାକୁ ଏକ ଦେବତା ପରି ବିବେଚନା କରନ୍ତି। ମୁଁ ନିଶ୍ଚିତ ଭାବରେ କହିପାରେ ଯେ ସଲମାନ ଏ ବିଷୟରେ ଜାଣି ନଥିଲେ। ମୁଁ ଏହା ଜାଣେ କାରଣ ଅଭିନେତା ଯୋଧପୁରରୁ ଫେରିବା ପରେ ସେ ମୋତେ ଏହା ବିଷୟରେ କହିଥିଲେ। ମୁଁ ସେତେବେଳେ ତାଙ୍କ ସହ ସମ୍ପର୍କ ରଖିଥିଲି। ସୋମି ଆହୁରି କହିଛନ୍ତି- ଯଦି ସେ ଜାଣିଶୁଣି ଭୁଲ କରିଛନ୍ତି, ତେବେ ସଲମାନ ଖାନ କେବଳ ସେହି ଅଞ୍ଚଳରେ ଶିକାର କରିଛନ୍ତି କି? ଅନ୍ୟ ଲୋକମାନେ କ’ଣ କରନ୍ତି ନାହିଁ? ମୁଁ ବିଷ୍ଣୋଇ ସମ୍ପ୍ରଦାୟର ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ଚାହୁଁଛି। ସଲମାନ ଖାନ ପଶୁ ଏବଂ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ସେ ଥରେ ଆହତ ବିଲେଇଙ୍କୁ ମୋ ସାମ୍ନାରେ ଚିକିତ୍ସା କରିଥିଲେ। ସଲମାନଙ୍କୁ ହତ୍ୟା କରିବା ପରେ କ’ଣ ସେହି ମ୍ୟତ ହରିଣକୁ ଫେରାଇ ଆଣିବ ହେବ କି ବୋଲି ସୋରି ପ୍ରଶ୍ନ କରିଛନ୍ତି। ଏହା କି ପ୍ରକାର ଲଜିକ ବା ତର୍କ ବୋଲି ସେ କହିଛନ୍ତି।
ଏହା ବ୍ୟତୀତ ସୋମି କହିଛନ୍ତି ଯେ ସେ ସଲମାନ ଖାନଙ୍କ ସହ ଆଦୌ କଥା ହେବାକୁ ଚାହାଁନ୍ତି ନାହିଁ। ସଲମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ଲେଣ ଦେଣ ନାହିଁ। ସୋମି କହିଛନ୍ତି ଯେ ମୁଁ ୧୭ବର୍ଷ ଧରି ଝିଅ ଏବଂ ମହିଳାଙ୍କ ପାଇଁ ସ୍ବର ଉତ୍ତୋଳନ କରୁଛି। ମୁଁ ହିଂସା ବିରୁଦ୍ଧରେ ଅଛି।
ସୂଚନାଯୋଗ୍ୟ, ସୋମି ଅଲି ପ୍ରଥମେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେ ସେ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ ସେ ଜୁମ କଲ ମାଧ୍ୟମରେ ଲରେନ୍ସଙ୍କ ସହ କଥା ହେବାକୁ ଚାହାଁନ୍ତି। ତେବେ ପରେ ସେ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ।
ଏହି ସମୟରେ ବିଷ୍ଣୋଇ ସମାଜର ସଭାପତି ଦେବେନ୍ଦ୍ର ବିଷ୍ଣୋଇ କହିଛନ୍ତି – ମିଥ୍ୟା କହି କେହି ରକ୍ଷା ପାଇପାରିବେ ନାହିଁ। ତାଙ୍କର ପୁରା ପରିବାର ମିଛ କହୁଛନ୍ତି। ସଲମାନ ବର୍ତ୍ତମାନ କ୍ଷମା ପାଇବେ ନାହିଁ । ଆମେ ଗଛ ଏବଂ ବନ୍ୟଜନ୍ତୁ ପାଇଁ ଶହୀଦ ହେଉଛୁ। କୋର୍ଟ ନିଜେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୋମି ଅଲିଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?