ଭାରତରେ ଜ୍ଞାନର କ୍ରମବିକାଶ

କେଉଁସବୁ ବିଷୟରେ ପ୍ରବୀଣ ବୋଲି ନାରଦଙ୍କୁ ଋଷି ସନତ କୁମାର ପଚାରିଥିଲେ। ଋଷିଙ୍କର ସେହି ପ୍ରଶ୍ନର ଉତ୍ତରରେ ଯେଉଁ ବିଷୟ ସମ୍ପର୍କରେ ନାରଦ କହିଥିଲେ ତାହା ହିଁ ଭାରତର ପ୍ରଥମ ଶୈକ୍ଷିକ ପାଠ୍ୟକ୍ରମର ତାଲିକା। ଏହା ଛାନ୍ଦୋଗ୍ୟ ଉପନିଷଦ୍‌ରୁ ଜାଣିବାକୁ ବିଳେ। ସନତ କୁମାରଙ୍କ ଉତ୍ତରରେ ନାରଦ ଯେଉଁ ବିଷୟଗୁଡ଼ିକର ତାଲିକା ଦେଇଥିଲେ ସେଗୁଡ଼ିକ ହେଉଛି ୪ଟି ବେଦ, ପଞ୍ଚମ ବେଦ (ଇତିହାସ-ପୁରାଣ), ବେଦାଙ୍ଗ (ଭାଷାବିଜ୍ଞାନ, ବିପତ୍ତ୍ତିଶାସ୍ତ୍ର , ବ୍ୟାକରଣ, ଛନ୍ଦଶାସ୍ତ୍ର, ଜ୍ୟାମିତି, ସମୟ ଗଣନା, ସଂସ୍କାର ବା ପର୍ବ), ତର୍କ, ଭୂବିଜ୍ଞାନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ), ଦେବ ଜ୍ଞାନ, ପିତୃପୁରୁଷ, ସର୍ପ, ତାରା (ଜ୍ୟୋତିଷ)। ସନତ କୁମାର ସୂଚାଇ ଦେଇଛନ୍ତି ଯେ, ନାରଦଙ୍କ ପ୍ରଦତ୍ତ ତାଲିକାରେ ଆତ୍ମ-ସଚେତନତା (ବ୍ରହ୍ମବିଦ୍ୟା) ଅନ୍ତର୍ଭୁକ୍ତ ହୋଇ ନାହିଁ। ତେଣୁ କେବଳ ବୁଝିବା ଭଳି ନାରଦଙ୍କ ଜ୍ଞାନ ବାହ୍ୟ ବା ଉପରଠଉରିଆ ସଦୃଶ। ଏଥିରେ ବୁଝାମଣା ଓ ଏକୀକରଣର ଅଭାବ ରହିଛି। ଏଭଳି ଜ୍ଞାନର ଉଦାହରଣ ହେଉଛନ୍ତି ରାବଣ। ରାମାୟଣ ତାଙ୍କୁ ଜଣେ ବୈଦିକ ବ୍ରାହ୍ମଣ ଭାବେ ଦର୍ଶାଇଛି। ଏହା ସହ ସେ ଔଷଧ ଏବଂ ଜ୍ୟୋତିଷ ଏବଂ ଇଞ୍ଜିନିୟରିଂ ସହ ଜଡ଼ିତ ଅନେକ ପୁସ୍ତକର ଲେଖକ ବୋଲି ରାମାୟଣରେ ବର୍ଣ୍ଣନା ରହିଛି। କିନ୍ତୁ ସେ ମଣିଷକୁ ସମ୍ମାନ ଦିଅନ୍ତି ନାହିଁ। ସେ ପ୍ରାଧାନ୍ୟ ବିସ୍ତାରକାରୀ ଏବଂ କ୍ଷେତ୍ରାଧିପତି ହେବାକୁ ଚେଷ୍ଟା କରନ୍ତି। ସେ ନିଜ ଭାଇକୁ ଘରୁ ବାହାର କରିଦେଇ ତାଙ୍କ ସମ୍ପତ୍ତି ଦାବି କରନ୍ତି। ତାଙ୍କ ପ୍ରତି ଅନ୍ୟ ଭାଇମାନେ ସମ୍ପୂର୍ଣ୍ଣ ବିଶ୍ୱସ୍ତ ରୁହନ୍ତୁ ଏବଂ ତାଙ୍କ କଥା ମାନନ୍ତୁ ବୋଲି ସେ ଦାବି କରନ୍ତି। ସେ ଜଣେ ମହିଳାଙ୍କ ସମ୍ମତିକୁ ସମ୍ମାନ କରନ୍ତି ନାହିଁ । ଅନ୍ୟର ଭାବାବେଗକୁ ସମ୍ମାନ ଜଣାଇବାର ଅଭାବ ଏକ ଅନୁଭବୀ ଓ ବିଚାର ବିହୀନ ଜ୍ଞାନକୁ ଦର୍ଶାଏ , ଯାହାକୁ ସନତ କୁମାର ସୂଚିତ କରୁଛନ୍ତି। ଏହି ବ୍ରହ୍ମା-ବିଦ୍ୟା ଆତ୍ମ ସଚେତନତା ହେଉଛି ଭାରତୀୟ ଜ୍ଞାନ ପ୍ରଣାଳୀର ମୂଳଦୁଆ ।
ଛାନ୍ଦୋଗ୍ୟ ଉପନିଷଦ ବୌଦ୍ଧଧର୍ମଠାରୁ ପୁରାତନ ବୋଲି କୁହାଯାଏ। ଏହା ୨,୭୦୦ ବର୍ଷ ପୁରୁଣା ବିଚାରଧାରାକୁ ପ୍ରକାଶ କରିଛି। ସେହି ସମୟରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ସଂଗଠିତ ହୋଇଥିଲା ବୋଲି ଆମେ ଦାବି କରିପାରିବା। ପରେ ନାରଦଙ୍କ ପ୍ରଦତ୍ତ ତାଲିକା ସମ୍ପ୍ରସାରିତ ହୋଇଥିଲା। ସେଥିରେ ସଙ୍ଗୀତ (ଗାନ୍ଧର୍ଭ), ଯୁଦ୍ଧ (ଧନୁର୍‌), ଆରୋଗ୍ୟ (ଆୟୁର୍‌) ଏବଂ ସ୍ଥପତ୍ୟ ଜ୍ଞାନ (ବେଦ) ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରାୟ ୧,୫୦୦ ବର୍ଷ ପୂର୍ବେ ଅନ୍ୟ ଏକ ପ୍ରକାର ବିଚାର ବା ସିଦ୍ଧାନ୍ତ ସୃଷ୍ଟି ହୋଇଥିଲା । ସେଗୁଡ଼ିକୁ ଶାସ୍ତ୍ର (ସଂଗଠିତ ଜ୍ଞାନ) କୁହାଯାଉଥିଲା। ଏଥିରେ ଧର୍ମ (ସମାଜ), ଅର୍ଥ (ଅର୍ଥନୀତି) ଏବଂ କାମ (କଳା ଏବଂ ଆନନ୍ଦ) ବିଷୟରେ ଜ୍ଞାନ ଅନ୍ତର୍ଭୁକ୍ତ ହୋଇଥିଲା। ଦଶମ ଶତାବ୍ଦୀ ସୁଦ୍ଧା ଅଲୌକିକ ବିଜ୍ଞାନ (ତନ୍ତ୍ର)) ଏବଂ ରହସ୍ୟମୟ ଚିନ୍ତାଧାରାର ବର୍ଣ୍ଣନା (ସିଦ୍ଧଯୋଗ) ଉପରେ ଲେଖା ରହିଛି। ସେଗୁଡ଼ିକ କେବଳ ଶରୀର ଏବଂ ନିଃଶ୍ୱାସ ବିଷୟ ଉପରେ ଆଧାରିତ ନୁହେଁ, ବରଂ ବ୍ରହ୍ମାଣ୍ଡ ଶକ୍ତି ସହିତ ସଂଯୋଗ ଓ ତାହାର ନିୟନ୍ତ୍ରଣ ତଥା ପ୍ରକୃତି, ମହାକାଶ ଏବଂ ସମୟକୁ ନିୟନ୍ତ୍ରଣ କରିବା ବିଷୟ ସ୍ତରରେ ଉଲ୍ଲେଖ କରାଯାଇଥିଲା। ଏହା ଆଧ୍ୟାତ୍ମିକତା, ଯାଦୁ କିମ୍ବା ଅବିକଶିତ ବିଜ୍ଞାନ ଥିଲା କି? ଏ ଦୁଇଟିର କୌଣସି ପ୍ରମାଣ ନାହିଁ ବୋଲି ଆମେ ସବୁବେଳେ ଭାବୁ । କିନ୍ତୁ ଏହି ସମସ୍ତ ଜ୍ଞାନ ପ୍ରବନ୍ଧନ ଅତ୍ୟଧିକ ବ୍ରାହ୍ମଣୀୟ, ପୁରୋହିତମାନଙ୍କ ପାରମ୍ପରିକ ବିଦ୍ୟା ଥିଲା। ଏହା ସଂସ୍କୃତରେ ମୌଖିକ ଭାବରେ ପ୍ରସାରିତ ହୋଇଥିଲା ଏବଂ ପରେ ଲିଖିତ ଆକାରରେ ରଖାଯାଇଥିଲା। ଅଧିକାଂଶ ଭାରତୀୟ ଜ୍ଞାନ ଢ଼ାଞ୍ଚା ଉଲ୍ଲେଖ କରାଯାଇପାରି ନ ଥିଲା। ସେଥିପାଇଁ ସେଗୁଡ଼ିକ ଲୁପ୍ତ ହୋଇଯାଇଛି। ବୁଣାକାର, କୁମ୍ଭାର, ଧାତୁ କାରିଗର, କୃଷକ, ପଶୁପାଳକ, ବ୍ୟବସାୟୀ, କଂସେଇ ଆଦିର ବିଭିନ୍ନ ପ୍ରଯୁକ୍ତିବିଦ୍ୟା (ବିଦ୍ୟା)ର ସାମାନ୍ୟ ଲିଖିତ ପ୍ରମାଣ ରହିଛି। ଏହା ପାଇଁ ଆମେ ଜାତି ବ୍ୟବସ୍ଥାକୁ ଦାୟୀ କରିପାରିବା।
ଜାତି ବ୍ୟବସ୍ଥା ଯେତେବେଳେ ଜ୍ଞାନ ଢାଞ୍ଚାକୁ ଆସିଲା ସେତେବେଳେ ଏହାର ଏକ ଭଲ ଏବଂ ଖରାପ ଦିଗ ଥିଲା। ଜାତି ବ୍ୟବସ୍ଥାର ଭଲ ଦିଗଟି ହେଲା, ଏକ ସମ୍ପ୍ରଦାୟ ବା ଗୋଷ୍ଠୀ ଦ୍ୱାରା ଜ୍ଞାନକୁ ସୁରକ୍ଷିତ ରଖାଯାଇଥିଲା। କେବଳ ଏତିକି ନୁହେଁ ଏହି ଜ୍ଞାନକୁ ପିଢ଼ି଼ି ପରେ ପିଢ଼ି ବିସ୍ତାର କରାଯାଇଥିଲା ଏବଂ ସମୟକ୍ରମେ ତାହାକୁ ବିକଶିତ କରାଯାଇଥିଲା। ଜାତି ବ୍ୟବସ୍ଥାର ଖରାପ ଦିଗଟି ଥିଲା, ଏହାକୁ ପୃଥକ ଭାବରେ ରଖାଯାଇଥିଲା, ଯାହା ବାହାର ଲୋକଙ୍କ ପାଇଁ ଉପଲବ୍ଧ ନ ଥିଲା। ହେଲେ ଆଧୁନିକ ଜ୍ଞାନ ବ୍ୟବସ୍ଥାଗୁଡ଼ିକ ଖୋଲା ଉତ୍ସ ହେବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ସମସ୍ତେ ଜାଣିପାରିବେ ଓ ଏହାର ଭାଗୀଦାରି ହୋଇପାରିବେ। କେବଳ ପାଣ୍ଟେଣ୍ଟ ଆଇନ ଲାଗୁ ହେଲେ ଏହା କରାଯାଇପାରିବ ନାହିଁ।
ଏବେ ଭାରତୀୟ ଶିକ୍ଷାବିତ୍‌ମାନେ ଆମ ପିଲାମାନଙ୍କୁ ଭାରତୀୟ ଜ୍ଞାନ ବ୍ୟବସ୍ଥା ବିଷୟରେ ମନେ ପକାଇଦେବା ଉଚିତ ଓ ଏଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯାଉଛି। ଏହା କରାଗଲେ ପିଲାମାନେ ସମସ୍ତ ଜ୍ଞାନ ପାଶ୍ଚାତ୍ୟ ଦେଶରୁ ଆସିଛି ବୋଲି ଅନୁଭବ କରିବେ ନାହିଁ। ଗଣିତ, ଗଣନା ଏବଂ ବିଜ୍ଞାନ ପରି କ୍ଷେତ୍ରରେ ସେମାନଙ୍କ ପୂର୍ବଜଙ୍କ ଅବଦାନ ବିଷୟରେ ପିଲାମାନଙ୍କୁ ସଚେତନ ଏବଂ ଗର୍ବିତ କରାଯିବା ଆବଶ୍ୟକ। କିନ୍ତୁ ଆମେ ସଚେତନ ହେବା ଉଚିତ ଏବଂ ଏହା ମଧ୍ୟ ସ୍ବୀକାର କରିବା ଦରକାର ଯେ, ସମସ୍ତ ଭାରତୀୟ ଜ୍ଞାନ କେବଳ ବ୍ରାହ୍ମଣମାନଙ୍କଠାରୁ ଆସିନାହିଁ। ବୌଦ୍ଧ, ଜୈନଙ୍କ ଅବଦାନ ଏବଂ ଭାରତର ଅନ୍ୟ ଜାତି ଏବଂ ସମ୍ପ୍ରଦାୟ ତଥା ଜନଜାତିର ଯୋଗଦାନ ଏଥିରେ ରହିଛି ବୋଲି ସ୍ବୀକାର କରିବାକୁ ହେବ। କେବଳ ସଂସ୍କୃତ ନୁହେଁ, ଭାରତରେ ସମସ୍ତ ଭାଷାରେ ଜ୍ଞାନ ବିଦ୍ୟମାନ। ଜାତୀୟତାବାଦୀ ହେବା ପାଇଁ ଆମର ଉତ୍ସୁକତାରେ ଆମେ ଛଦ୍ମ-ଇତିହାସ ଏବଂ ଛଦ୍ମ-ବିଜ୍ଞାନର ପ୍ରଲୋଭନରେ ପଡ଼ିବା ଉଚିତ ନୁହେଁ, ଯାହା ଆମକୁ ଦୁନିଆର ଉପହାସର ପାତ୍ର କରିଦେବ। କରିଦେବ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri