ମଣିଷର ଆସୁରିକ ଭୋଜନ

ମାନେକା ଗାନ୍ଧୀ

ଖାଇବାବେଳେ ନିଜେ ପ୍ରାଣୀକୁ ମାରି ଖାଉଥିବା ଜଣେ ମାଂସାହାରୀଙ୍କଠାରୁ କଂସେଇଖାନାରେ କଟାଯାଇଥିବା ପ୍ରାଣୀଙ୍କ ମାଂସ ଖାଉଥିବା ମାଂସାହାରୀ ଜଣକ ଅଧିକ ଖରାପ ବୋଲି କାହିଁ ମୁଁ ଭାବି ପାରୁନାହିଁ। କିଛି ନିର୍ଦ୍ଦିଷ୍ଟ ପ୍ରକାର ବ୍ୟକ୍ତି ରହିଛନ୍ତି ଯେଉଁମାନେ ରେସ୍ତୋରାଁକୁ ଯାଇ ଆକ୍ୱାରିୟମ ଭିତରୁ ଜିଅନ୍ତା ମାଛ, ଅକ୍ଟୋପସ, ଚିଙ୍ଗୁଡ଼ି କିମ୍ବା ସାପ ପସନ୍ଦ କରୁଛନ୍ତି ଓ ତାହାକୁ ସେଥିରୁ ବାହାର କରି ସେମାନଙ୍କ ସମ୍ମୁଖରେ ମରାଯାଉଛି। ଏହାର ମୁଖ୍ୟ କାରଣ ସେମାନେ ତଟକା ମାଂସ ଚାହୁଁଛନ୍ତି। ବାସ୍ତବ କଥା ହେଉଛି କିଛି ଲୋକ ପ୍ରାଣୀମାନଙ୍କ ନିର୍ଯାତନା ଉପଭୋଗ କରିବାକୁ ଭଲ ପାଆନ୍ତି। ଏମାନଙ୍କ ପାଇଁ ମାଂସର ସ୍ବାଦ ଅପେକ୍ଷା ନିର୍ଯାତନା ଅଧିତ୍କ ଗୁରୁତ୍ୱପୂର୍ଣ୍ଣ। ଏଭଳି ଭୋଜନ କରୁଥିବା ଲୋକମାନଙ୍କ ସମ୍ପର୍କରେ ମୁଁ ବା କ’ଣ କହିବି।
ଚାଇନାର ୟିଙ୍ଗ୍‌ ୟାଙ୍ଗ୍‌ ଫିସ୍‌କୁ ଫ୍ରାଏ କରାଗଲେ ବି ତାହା ଜିଇଥାଏ। ମାଛ ମୁହଁ ଓ ଆଖିରେ ଚୋପଷ୍ଟିକରେ ଆଘାତ କଲେ ମାଛଟି ମୁହଁ ଓ ଗାଲିଶି ସାହାଯ୍ୟରେ ନିଃଶ୍ୱାସ ନେବାକୁ ଚେଷ୍ଟା କରିବା ଲକ୍ଷ୍ୟ କରାଯାଏ। ଏହାର ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ନ ହେବା ଭଳି ଏହାକୁ ଖାବ୍‌ ଶୀଘ୍ର ପ୍ରସ୍ତୁତ କରାଯାଏ। ଏହା ଦ୍ୱାରା ମାଛ ୩୦ ମିନିଟ ଯାଏ ବଞ୍ଚିରହେ। ମାଛମାନେ ମୁଖ୍ୟତଃ ଯନ୍ତ୍ରଣା ପ୍ରତି ଖୁବ୍‌ ସମ୍ବେଦନଶୀଳ। ତେବେ ଚିନ୍ତା କରନ୍ତୁ ତ ଜିଅନ୍ତା ଅବସ୍ଥାରେ ମାଛ ଫ୍ରାଏ ହେବା ଓ ତାହାକୁ ପୁଣି ଖଣ୍ଡ ଖଣ୍ଡ କରି ଖାଇବା କେତେ ଯନ୍ତ୍ରଣାଦାୟକ। ଜାପାନରେ ସଶିମି ଏକ ପ୍ରକାର ଡିଶ୍‌ ଯେଉଁଥିରେ ଛୋଟ ଛୋଟ ତଟକା କଞ୍ଚା ମାଛ ଓ ମାଂସକୁ ସୋୟା ସସ୍‌ ସହ ଖିଆଯାଇଥାଏ। ଇକିଜୁକୁରୀ ଏକ ପ୍ରକାର ସଶିମି ଯାହା ଜିଅନ୍ତା ସାମୁଦ୍ରିକ ଜୀବଙ୍କୁ ନେଇ ପ୍ରସ୍ତୁତ କରାଯାଏ। ମୁଖ୍ୟତଃ ମାଛ ଓ ଅକ୍ଟୋପସକୁ ହିଁ ପ୍ଲେଟ୍‌ରେ ପାଇବେ। ଏହାବାଦ ସଶିମିରେ ବି ଜିଅନ୍ତା ଫ୍ରଗ୍‌ ବା ବେଙ୍ଗ ଖାଇବାକୁ ମିଳିବ। ବେଙ୍ଗର ଚମଡା ଛେଲି ଦିଆଯାଇ ଏକ କଣ୍ଟାରେ ଧୀରେ ଧୀରେ ତା ଦେହରୁ ମାଂସ କାଟି ଖିଆଯାଏ। ଶିଂଜୁକାର ଏକ ରେସ୍ତୋରାଁରେ ଷ୍ଟାର୍ଷ୍ଟର ଭାବେ ଏଭଳି ଜିଅନ୍ତା ବେଙ୍ଗ ଖାଇବାକୁ ଦିଅନ୍ତି। ନି୍ୟୁୟର୍କର ରେସ୍ତୋରାଁଗୁଡିକରେ ଜିଅନ୍ତା କଙ୍କଡ଼ା ବି ପ୍ଲେଟ୍‌ରେ ପାଇବେ। ସେଠାରେ କଙ୍କଡ଼ାରୁ ‘ବେଲି ସଶିମ’ ପ୍ରସ୍ତୁତ କରାଯାଏ। ତା’ ପେଟରୁ ମାଂସ ଖାଇବା ବେଳେ ତାହା ଯନ୍ତ୍ରଣା ପାଇଥାଏ। ଭିନେଗାର ଓ ଶେକ୍‌ରେ ବୁଡାଯାଇଥିତ୍ବା ଛୋଟ କୋଚିଆକୁ ଜାପାନରେ ଜିଅନ୍ତା ଗଳିଦିଅନ୍ତି। ଦକ୍ଷିଣ କୋରିଆରେ ସାନାକ୍‌ଜି ଏକ ପ୍ରକାର ଖାଦ୍ୟ ଯେଉଁଥିରେ ଛୋଟ ଅକ୍ଟୋପସର ଶୁଣ୍ଢକୁ ଟାଣି ବାହାର କରିବା ପରେ ତାହା ଛଟପଟ ହେଉଥିବା ଅବସ୍ଥାରେ ପରଷି ଦିଆଯାଏ। ସାନାକ୍‌ଜି ଗ୍ରାହକମାନେ ଜିଅନ୍ତା ଅକ୍ଟେପସ ଶୁଣ୍ଢକୁ ଷ୍ଟିକ୍‌ ମାଧ୍ୟମରେ ପାଟିକୁ ନେଇ ତା’ ଜିଅନ୍ତାପଣକୁ ଅନୁଭବ କରିଥାନ୍ତି।
ଚାଇନାମାନେ ପ୍ରାଣୀମାନଙ୍କୁ ନିର୍ଯାତନା ଦେବାରେ ବି ପଛରେ ନାହାନ୍ତି। ଜିଅନ୍ତା ଚିଙ୍ଗୁଡିକୁ ବାୟିଜ୍ୟୁ ନାମକ ଏକ ପ୍ରକାର ମଦରେ ରଖାଯାଏ ଏବଂ ଡିନର୍‌ରେ ଲୋକମାନେ ମଦ ପିଇବା ସମୟରେ ତା’ ମୁଣ୍ଡକୁ କାମୁଡ଼ି ଖାଇଥାନ୍ତି। ଚାଇନାରେ ‘ଥ୍ରି ସ୍କୁଏକ୍ସ’ ଡିଶ୍‌ରେ ମୂଷା ଛୁଆକୁ ସସ୍‌ରେ ବୁଡାଇ ଜିଅନ୍ତା ଖିଆଯାଏ। ମୂଷାଛୁଆକୁ ଚୋପ୍‌ଷ୍ଟିକରେ ଧରି ସସ୍‌ରେ ବୁଡ଼ାଇ ଆଘାତ ଦେବା ସମୟରେ ତାହା ଏକ ପ୍ରକାର ଶବ୍ଦ କରିଥାଏ ଯେଉଁଥିପାଇଁ ଏହି ଡିଶ୍‌ର ନାମ ରଖାଯାଇଛି ‘ଥ୍ରି ସ୍କୁଏକ୍ସ’। ଜିଅନ୍ତା ମାଙ୍କଡ଼ ଛୁଆର ତାଜା ମସ୍ତିଷ୍କକୁ ବହୁତ ଅଧିକ ଦାମ୍‌ ଦେଇ ଚାଇନା ଓ ହଂକଂରେ ଧନୀ ଲୋକମାନେ ଖାଇଥାନ୍ତି। ଶେଫ୍‌ ଟେବୁଲ ତଳେ ଏକ ଜିଅନ୍ତା ମାଙ୍କଡ଼ ଛୁଆକୁ ରଖିବା ସହ ଏକ କଣା ମାଧ୍ୟମରେ ତା’ ମୁଣ୍ଡକୁ ଟେବୁଲ ଉପରକୁ ଉଠାଇ ରଖିଥାନ୍ତି। ପରେ ଶେଫ୍‌ ତା’ ମୁଣ୍ଡର ଉପର ଅଂଶକୁ କାଟି ଦେବା ପରେ ତାହା ଚିଲାଉଥିବା ବେଳେ ଗ୍ରାହକ ମସ୍ତିଷ୍କକୁ କଞ୍ଚା ଖାଇଯାଆନ୍ତି। ଏହାପରେ ରହିଛି ଗଧ ଛୁଆର ତଟକା ମାଂସ (ହ୍ୟୁଓ ଜିଆଓ ଲୁ)। ଗଧ ଛୁଆର ଗୋଡ଼ ବାନ୍ଧି ଦିଆଯାଏ ଓ ଶେଫ୍‌ ତା’ ଶରୀରରୁ ମାଂସ କାଟି ତତ୍‌କ୍ଷଣାତ ଗ୍ରାହକଙ୍କୁ ଦେଇଥାନ୍ତି। ବତକ ଅଣ୍ଡାରୁ ଛୁଆ ଫୁଟିବାର ଦିନକ ପରେ ଜିଅନ୍ତା ଭ୍ରୂଣକୁ ଚାଇନାରେ ଖିଆଯାଇଥାଏ। ଏବେ ଏହାକୁ ଫିଲିପାଇନ୍ସର ଲୋକେ ଖାଉଛନ୍ତି ଓ ସେଠାରେ ଏହାକୁ ବାଲୁଟ୍‌ କୁହାଯାଉଛି। ଚାଇନାମାନେ ଜିଅନ୍ତା କୁକୁଡ଼ାଛୁଆକୁ ଛଟପଟ ହେଉଥିବା ଅବସ୍ଥାରେ ଖାଆନ୍ତି। ସେମାନେ ପ୍ରାଣୀମାନଙ୍କ ଶତ୍ରୁ ପାଲଟିଯିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ସେମାନେ ପ୍ରାଣୀମାନଙ୍କୁ ନିର୍ଯାତନା ଦେବାକୁ ତଥା ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ଭଲ ପାଆନ୍ତି। ଓଡରି ଇବି କିମ୍ବା ‘ଡ୍ୟାନ୍ସିଂ ଶ୍ରିମ୍ପ୍‌’ ଜାପାନର ଏକ ପ୍ରକାର ସଶିମି ଯେଉଁଥିରେ ଗୋଲାପିି ରଙ୍ଗର ଚିଙ୍ଗୁଡି ଗୋଡ ଓ ନିଶ ହଲାଉଥିବା ଅବସ୍ଥାରେ ଲୋକେ ତାହାକୁ ଖାଇଥାନ୍ତି। ଚିଙ୍ଗୁଡିକୁ ଚୋବାଇବା ପରେ ହିଁ ତାହା ମରିଥାଏ। ଓଡରି ଡନ୍‌ ରେ ଜିଅନ୍ତା କଟଲଫିସ୍‌ ବା ସମୁଦ୍ରଫେଣୀ ଉପରେ ସୋୟା ସସ୍‌ ଢାଳିବା ପରେ ତା’ ନିଶ ଶୀଘ୍ର ହଲାଉଥିବା ଅବସ୍ଥାରେ ତାକୁ ଚୋବାଇ ଖାଇଥାନ୍ତି। ଭିଏତନାମର ଲୋକେ ଜିଅନ୍ତା ସାପର ସ୍ପନ୍ଦନ ହେଉଥିତ୍ବା ହାର୍ଟ ଓ ରକ୍ତ ଖାଇବାକୁ ଭଲ ପାଆନ୍ତି। ରାସ୍ତାକଡ଼ ଷ୍ଟଲ୍‌ରୁ ଜିଅନ୍ତା ସାପ ପସନ୍ଦ କରିବା ପରେ ସେମାନେ ତାକୁ କାଟି ଗୋଟିଏ ମିନିଟରେ ଆପଣଙ୍କୁ ଦେଇଥାନ୍ତି। ମୁଁ ବି ଏହି ଦୃଶ୍ୟ ହଂକଂରେ ଦେଖିଛି। ଚାଇନାରେ ଲୋକେ ଜିଅନ୍ତା ସାପ ଛୁଆ ମଧ୍ୟ ଖାଆନ୍ତି।
ସି’ ଅର୍ଚ୍ଚିନ୍ସ ସମୁଦ୍ର ଶଯ୍ୟାରେ ରହୁଥିବା ଏକ ଗୋଲାକାର ପ୍ରାଣୀ। ଏହାର ଶରୀର ଚାରିପାଖରେ କଣ୍ଟା ରହିଛି ଓ ଏହା ସାହାଯ୍ୟରେ ନିଜକୁ ରକ୍ଷା କରନ୍ତି। ଏମାନଙ୍କୁ ଧରି ଜିଅନ୍ତା ଭୋଜନରେ ପରଷି ଦିଆଯାଉଛି। ଏମାନଙ୍କ ଜନନେନ୍ଦ୍ର ସବୁଠୁ ସ୍ବାଦିଷ୍ଟ। ମୁଖ୍ୟତଃ ୟୁରୋପୀୟମାନେ ଜିଅନ୍ତା ଅର୍ଚ୍ଚିନକୁ କଇଁଚିରେ କାଟି ଲୁଣିଆ ସ୍ବାଦର ଜନନଗ୍ରନ୍ଥିକୁ ବାହାର କରି କଞ୍ଚା ଖାଇଥାନ୍ତି। ସାଧାରଣତଃ ଫ୍ରାନ୍ସର ଲୋକେ ଶାମୁକାର ଖୋଳକୁ ଭାଙ୍ଗି ତା’ ଭିତରେ ଥିବା ମାଂସକୁ ଶୋଷି କଞ୍ଚା ଖାଇବାକୁ ଭଲ ପାଆନ୍ତି। ପ୍ରଥମରୁ ଫ୍ରାନ୍ସର ଲୋକେ ଜିଅନ୍ତା ଶାମୁକା ଖାଉଥିଲେ ବି ଏବେ ପ୍ରାୟ ସାରା ବିଶ୍ୱରେ ଏହାକୁ ଖାଉଛନ୍ତି। କୋପେନହାଗେନର ଏକ ପ୍ରତିଷ୍ଠିତ ରେସ୍ତୋରାଁ ଗ୍ରୁପ୍‌ ସାଲାଡ଼ ପରଷି ଦିଅନ୍ତି ଯାହା ଉପରେ ପିମ୍ପୁଡ଼ି ଧୀରେ ଧୀରେ ଚାଲୁଥାନ୍ତିି ଓ ଗ୍ରାହକ ସେମାନଙ୍କୁ ସାଲାଡ ସହ ଜିଅନ୍ତା ଖାଆନ୍ତି। ଅଷ୍ଟ୍ରେଲିଆର କେତେକ ଅଞ୍ଚଳରେ ଲୋକେ ଜିଅନ୍ତା ଓ୍ବିଚିଟି ଗ୍ରୁବ୍‌ (କାଠ ଖାଉଥିବା ଏକ ପ୍ରକାର ଲାର୍ଭା)କୁ ଖାଆନ୍ତି। ଇଟାଲୀରେ ମେଣ୍ଢା କ୍ଷୀରରୁ ଏକ ପ୍ରକାର ଛେନା (କାସୁମାର୍ଜୁ) ପ୍ରସ୍ତୁତ କରାଯାଏ। ଏଥିରେ ଚିଜ ଫ୍ଲାଇ ବା ଛେନା ଉପରେ ବସୁଥିବା ମାଛିର ଲାର୍ଭା ରହିଥାଏ। ଛେନାକୁ ଚୋବାଇ ଖାଇବା ସମୟରେ ଏମାନଙ୍କ ଉପସ୍ଥିତି ଜାଣିହୁଏ। ଫିୟର ଫ୍ୟାକ୍ଟର ଆଣ୍ଡ୍‌ ସର୍ଭାଇବର ଟିଭି ଶୋ’ରେ ପ୍ରତିଯୋଗୀମାନେ ଜିଅନ୍ତା କୀଟ, ବୁଢ଼ିଆଣୀ, ଅସରପା ଓ ପୋକ ଖାଇବା ଦୃଶ୍ୟ ବିରୋଧରେ ମୁଁ ବାରମ୍ବାର ବର୍ଷ ବର୍ଷ ଧରି ମନ୍ତ୍ରଣାଳୟକୁ ଅଭିଯୋଗ କରିଛି। କିନ୍ତୁ ସେମାନେ କାର୍ଯ୍ୟାନୁଷ୍ଠାନ ନେବାବେଳେକୁ ସେହି ଶୋ’ ଶେଷ ହୋଇଯାଇଥିଲା। ତା’ ପରେ ଆମେ ଆଉ ଗୋଟିଏ ସିରିଜ୍‌ ମ୍ୟାନ୍‌ ଭର୍ସେସ ଆନିମଲ୍‌ ଆରମ୍ଭ କରିଦେଇଛୁ, ଯେଉଁଥିରେ ବିୟର ଗ୍ରିଲିସ ତାଙ୍କ ମରଦପଣିଆ ଦେଖାଇବାକୁ ଯାଇ ଜିଅନ୍ତା କୀଟ ଖାଇବା ପ୍ରଦର୍ଶନ କରୁଛନ୍ତି। ଯେଉଁମାନେ ଯନ୍ତ୍ରଣା ଜର୍ଜରିତ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି ସେମାନଙ୍କୁ କ’ଣ କହିବା? ଏମାନେ ଅସୁର! ଏହି ଭୟଙ୍କର ଦୁଷ୍ଟ ମାନବ ସମ୍ଭବତଃ ସମାଜ ଲାଗି ବଡ଼ ସଙ୍କଟ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri