ମଣିଷର ଆସୁରିକ ଭୋଜନ

ମାନେକା ଗାନ୍ଧୀ

ଖାଇବାବେଳେ ନିଜେ ପ୍ରାଣୀକୁ ମାରି ଖାଉଥିବା ଜଣେ ମାଂସାହାରୀଙ୍କଠାରୁ କଂସେଇଖାନାରେ କଟାଯାଇଥିବା ପ୍ରାଣୀଙ୍କ ମାଂସ ଖାଉଥିବା ମାଂସାହାରୀ ଜଣକ ଅଧିକ ଖରାପ ବୋଲି କାହିଁ ମୁଁ ଭାବି ପାରୁନାହିଁ। କିଛି ନିର୍ଦ୍ଦିଷ୍ଟ ପ୍ରକାର ବ୍ୟକ୍ତି ରହିଛନ୍ତି ଯେଉଁମାନେ ରେସ୍ତୋରାଁକୁ ଯାଇ ଆକ୍ୱାରିୟମ ଭିତରୁ ଜିଅନ୍ତା ମାଛ, ଅକ୍ଟୋପସ, ଚିଙ୍ଗୁଡ଼ି କିମ୍ବା ସାପ ପସନ୍ଦ କରୁଛନ୍ତି ଓ ତାହାକୁ ସେଥିରୁ ବାହାର କରି ସେମାନଙ୍କ ସମ୍ମୁଖରେ ମରାଯାଉଛି। ଏହାର ମୁଖ୍ୟ କାରଣ ସେମାନେ ତଟକା ମାଂସ ଚାହୁଁଛନ୍ତି। ବାସ୍ତବ କଥା ହେଉଛି କିଛି ଲୋକ ପ୍ରାଣୀମାନଙ୍କ ନିର୍ଯାତନା ଉପଭୋଗ କରିବାକୁ ଭଲ ପାଆନ୍ତି। ଏମାନଙ୍କ ପାଇଁ ମାଂସର ସ୍ବାଦ ଅପେକ୍ଷା ନିର୍ଯାତନା ଅଧିତ୍କ ଗୁରୁତ୍ୱପୂର୍ଣ୍ଣ। ଏଭଳି ଭୋଜନ କରୁଥିବା ଲୋକମାନଙ୍କ ସମ୍ପର୍କରେ ମୁଁ ବା କ’ଣ କହିବି।
ଚାଇନାର ୟିଙ୍ଗ୍‌ ୟାଙ୍ଗ୍‌ ଫିସ୍‌କୁ ଫ୍ରାଏ କରାଗଲେ ବି ତାହା ଜିଇଥାଏ। ମାଛ ମୁହଁ ଓ ଆଖିରେ ଚୋପଷ୍ଟିକରେ ଆଘାତ କଲେ ମାଛଟି ମୁହଁ ଓ ଗାଲିଶି ସାହାଯ୍ୟରେ ନିଃଶ୍ୱାସ ନେବାକୁ ଚେଷ୍ଟା କରିବା ଲକ୍ଷ୍ୟ କରାଯାଏ। ଏହାର ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ ନ ହେବା ଭଳି ଏହାକୁ ଖାବ୍‌ ଶୀଘ୍ର ପ୍ରସ୍ତୁତ କରାଯାଏ। ଏହା ଦ୍ୱାରା ମାଛ ୩୦ ମିନିଟ ଯାଏ ବଞ୍ଚିରହେ। ମାଛମାନେ ମୁଖ୍ୟତଃ ଯନ୍ତ୍ରଣା ପ୍ରତି ଖୁବ୍‌ ସମ୍ବେଦନଶୀଳ। ତେବେ ଚିନ୍ତା କରନ୍ତୁ ତ ଜିଅନ୍ତା ଅବସ୍ଥାରେ ମାଛ ଫ୍ରାଏ ହେବା ଓ ତାହାକୁ ପୁଣି ଖଣ୍ଡ ଖଣ୍ଡ କରି ଖାଇବା କେତେ ଯନ୍ତ୍ରଣାଦାୟକ। ଜାପାନରେ ସଶିମି ଏକ ପ୍ରକାର ଡିଶ୍‌ ଯେଉଁଥିରେ ଛୋଟ ଛୋଟ ତଟକା କଞ୍ଚା ମାଛ ଓ ମାଂସକୁ ସୋୟା ସସ୍‌ ସହ ଖିଆଯାଇଥାଏ। ଇକିଜୁକୁରୀ ଏକ ପ୍ରକାର ସଶିମି ଯାହା ଜିଅନ୍ତା ସାମୁଦ୍ରିକ ଜୀବଙ୍କୁ ନେଇ ପ୍ରସ୍ତୁତ କରାଯାଏ। ମୁଖ୍ୟତଃ ମାଛ ଓ ଅକ୍ଟୋପସକୁ ହିଁ ପ୍ଲେଟ୍‌ରେ ପାଇବେ। ଏହାବାଦ ସଶିମିରେ ବି ଜିଅନ୍ତା ଫ୍ରଗ୍‌ ବା ବେଙ୍ଗ ଖାଇବାକୁ ମିଳିବ। ବେଙ୍ଗର ଚମଡା ଛେଲି ଦିଆଯାଇ ଏକ କଣ୍ଟାରେ ଧୀରେ ଧୀରେ ତା ଦେହରୁ ମାଂସ କାଟି ଖିଆଯାଏ। ଶିଂଜୁକାର ଏକ ରେସ୍ତୋରାଁରେ ଷ୍ଟାର୍ଷ୍ଟର ଭାବେ ଏଭଳି ଜିଅନ୍ତା ବେଙ୍ଗ ଖାଇବାକୁ ଦିଅନ୍ତି। ନି୍ୟୁୟର୍କର ରେସ୍ତୋରାଁଗୁଡିକରେ ଜିଅନ୍ତା କଙ୍କଡ଼ା ବି ପ୍ଲେଟ୍‌ରେ ପାଇବେ। ସେଠାରେ କଙ୍କଡ଼ାରୁ ‘ବେଲି ସଶିମ’ ପ୍ରସ୍ତୁତ କରାଯାଏ। ତା’ ପେଟରୁ ମାଂସ ଖାଇବା ବେଳେ ତାହା ଯନ୍ତ୍ରଣା ପାଇଥାଏ। ଭିନେଗାର ଓ ଶେକ୍‌ରେ ବୁଡାଯାଇଥିତ୍ବା ଛୋଟ କୋଚିଆକୁ ଜାପାନରେ ଜିଅନ୍ତା ଗଳିଦିଅନ୍ତି। ଦକ୍ଷିଣ କୋରିଆରେ ସାନାକ୍‌ଜି ଏକ ପ୍ରକାର ଖାଦ୍ୟ ଯେଉଁଥିରେ ଛୋଟ ଅକ୍ଟୋପସର ଶୁଣ୍ଢକୁ ଟାଣି ବାହାର କରିବା ପରେ ତାହା ଛଟପଟ ହେଉଥିବା ଅବସ୍ଥାରେ ପରଷି ଦିଆଯାଏ। ସାନାକ୍‌ଜି ଗ୍ରାହକମାନେ ଜିଅନ୍ତା ଅକ୍ଟେପସ ଶୁଣ୍ଢକୁ ଷ୍ଟିକ୍‌ ମାଧ୍ୟମରେ ପାଟିକୁ ନେଇ ତା’ ଜିଅନ୍ତାପଣକୁ ଅନୁଭବ କରିଥାନ୍ତି।
ଚାଇନାମାନେ ପ୍ରାଣୀମାନଙ୍କୁ ନିର୍ଯାତନା ଦେବାରେ ବି ପଛରେ ନାହାନ୍ତି। ଜିଅନ୍ତା ଚିଙ୍ଗୁଡିକୁ ବାୟିଜ୍ୟୁ ନାମକ ଏକ ପ୍ରକାର ମଦରେ ରଖାଯାଏ ଏବଂ ଡିନର୍‌ରେ ଲୋକମାନେ ମଦ ପିଇବା ସମୟରେ ତା’ ମୁଣ୍ଡକୁ କାମୁଡ଼ି ଖାଇଥାନ୍ତି। ଚାଇନାରେ ‘ଥ୍ରି ସ୍କୁଏକ୍ସ’ ଡିଶ୍‌ରେ ମୂଷା ଛୁଆକୁ ସସ୍‌ରେ ବୁଡାଇ ଜିଅନ୍ତା ଖିଆଯାଏ। ମୂଷାଛୁଆକୁ ଚୋପ୍‌ଷ୍ଟିକରେ ଧରି ସସ୍‌ରେ ବୁଡ଼ାଇ ଆଘାତ ଦେବା ସମୟରେ ତାହା ଏକ ପ୍ରକାର ଶବ୍ଦ କରିଥାଏ ଯେଉଁଥିପାଇଁ ଏହି ଡିଶ୍‌ର ନାମ ରଖାଯାଇଛି ‘ଥ୍ରି ସ୍କୁଏକ୍ସ’। ଜିଅନ୍ତା ମାଙ୍କଡ଼ ଛୁଆର ତାଜା ମସ୍ତିଷ୍କକୁ ବହୁତ ଅଧିକ ଦାମ୍‌ ଦେଇ ଚାଇନା ଓ ହଂକଂରେ ଧନୀ ଲୋକମାନେ ଖାଇଥାନ୍ତି। ଶେଫ୍‌ ଟେବୁଲ ତଳେ ଏକ ଜିଅନ୍ତା ମାଙ୍କଡ଼ ଛୁଆକୁ ରଖିବା ସହ ଏକ କଣା ମାଧ୍ୟମରେ ତା’ ମୁଣ୍ଡକୁ ଟେବୁଲ ଉପରକୁ ଉଠାଇ ରଖିଥାନ୍ତି। ପରେ ଶେଫ୍‌ ତା’ ମୁଣ୍ଡର ଉପର ଅଂଶକୁ କାଟି ଦେବା ପରେ ତାହା ଚିଲାଉଥିବା ବେଳେ ଗ୍ରାହକ ମସ୍ତିଷ୍କକୁ କଞ୍ଚା ଖାଇଯାଆନ୍ତି। ଏହାପରେ ରହିଛି ଗଧ ଛୁଆର ତଟକା ମାଂସ (ହ୍ୟୁଓ ଜିଆଓ ଲୁ)। ଗଧ ଛୁଆର ଗୋଡ଼ ବାନ୍ଧି ଦିଆଯାଏ ଓ ଶେଫ୍‌ ତା’ ଶରୀରରୁ ମାଂସ କାଟି ତତ୍‌କ୍ଷଣାତ ଗ୍ରାହକଙ୍କୁ ଦେଇଥାନ୍ତି। ବତକ ଅଣ୍ଡାରୁ ଛୁଆ ଫୁଟିବାର ଦିନକ ପରେ ଜିଅନ୍ତା ଭ୍ରୂଣକୁ ଚାଇନାରେ ଖିଆଯାଇଥାଏ। ଏବେ ଏହାକୁ ଫିଲିପାଇନ୍ସର ଲୋକେ ଖାଉଛନ୍ତି ଓ ସେଠାରେ ଏହାକୁ ବାଲୁଟ୍‌ କୁହାଯାଉଛି। ଚାଇନାମାନେ ଜିଅନ୍ତା କୁକୁଡ଼ାଛୁଆକୁ ଛଟପଟ ହେଉଥିବା ଅବସ୍ଥାରେ ଖାଆନ୍ତି। ସେମାନେ ପ୍ରାଣୀମାନଙ୍କ ଶତ୍ରୁ ପାଲଟିଯିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ସେମାନେ ପ୍ରାଣୀମାନଙ୍କୁ ନିର୍ଯାତନା ଦେବାକୁ ତଥା ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ଭଲ ପାଆନ୍ତି। ଓଡରି ଇବି କିମ୍ବା ‘ଡ୍ୟାନ୍ସିଂ ଶ୍ରିମ୍ପ୍‌’ ଜାପାନର ଏକ ପ୍ରକାର ସଶିମି ଯେଉଁଥିରେ ଗୋଲାପିି ରଙ୍ଗର ଚିଙ୍ଗୁଡି ଗୋଡ ଓ ନିଶ ହଲାଉଥିବା ଅବସ୍ଥାରେ ଲୋକେ ତାହାକୁ ଖାଇଥାନ୍ତି। ଚିଙ୍ଗୁଡିକୁ ଚୋବାଇବା ପରେ ହିଁ ତାହା ମରିଥାଏ। ଓଡରି ଡନ୍‌ ରେ ଜିଅନ୍ତା କଟଲଫିସ୍‌ ବା ସମୁଦ୍ରଫେଣୀ ଉପରେ ସୋୟା ସସ୍‌ ଢାଳିବା ପରେ ତା’ ନିଶ ଶୀଘ୍ର ହଲାଉଥିବା ଅବସ୍ଥାରେ ତାକୁ ଚୋବାଇ ଖାଇଥାନ୍ତି। ଭିଏତନାମର ଲୋକେ ଜିଅନ୍ତା ସାପର ସ୍ପନ୍ଦନ ହେଉଥିତ୍ବା ହାର୍ଟ ଓ ରକ୍ତ ଖାଇବାକୁ ଭଲ ପାଆନ୍ତି। ରାସ୍ତାକଡ଼ ଷ୍ଟଲ୍‌ରୁ ଜିଅନ୍ତା ସାପ ପସନ୍ଦ କରିବା ପରେ ସେମାନେ ତାକୁ କାଟି ଗୋଟିଏ ମିନିଟରେ ଆପଣଙ୍କୁ ଦେଇଥାନ୍ତି। ମୁଁ ବି ଏହି ଦୃଶ୍ୟ ହଂକଂରେ ଦେଖିଛି। ଚାଇନାରେ ଲୋକେ ଜିଅନ୍ତା ସାପ ଛୁଆ ମଧ୍ୟ ଖାଆନ୍ତି।
ସି’ ଅର୍ଚ୍ଚିନ୍ସ ସମୁଦ୍ର ଶଯ୍ୟାରେ ରହୁଥିବା ଏକ ଗୋଲାକାର ପ୍ରାଣୀ। ଏହାର ଶରୀର ଚାରିପାଖରେ କଣ୍ଟା ରହିଛି ଓ ଏହା ସାହାଯ୍ୟରେ ନିଜକୁ ରକ୍ଷା କରନ୍ତି। ଏମାନଙ୍କୁ ଧରି ଜିଅନ୍ତା ଭୋଜନରେ ପରଷି ଦିଆଯାଉଛି। ଏମାନଙ୍କ ଜନନେନ୍ଦ୍ର ସବୁଠୁ ସ୍ବାଦିଷ୍ଟ। ମୁଖ୍ୟତଃ ୟୁରୋପୀୟମାନେ ଜିଅନ୍ତା ଅର୍ଚ୍ଚିନକୁ କଇଁଚିରେ କାଟି ଲୁଣିଆ ସ୍ବାଦର ଜନନଗ୍ରନ୍ଥିକୁ ବାହାର କରି କଞ୍ଚା ଖାଇଥାନ୍ତି। ସାଧାରଣତଃ ଫ୍ରାନ୍ସର ଲୋକେ ଶାମୁକାର ଖୋଳକୁ ଭାଙ୍ଗି ତା’ ଭିତରେ ଥିବା ମାଂସକୁ ଶୋଷି କଞ୍ଚା ଖାଇବାକୁ ଭଲ ପାଆନ୍ତି। ପ୍ରଥମରୁ ଫ୍ରାନ୍ସର ଲୋକେ ଜିଅନ୍ତା ଶାମୁକା ଖାଉଥିଲେ ବି ଏବେ ପ୍ରାୟ ସାରା ବିଶ୍ୱରେ ଏହାକୁ ଖାଉଛନ୍ତି। କୋପେନହାଗେନର ଏକ ପ୍ରତିଷ୍ଠିତ ରେସ୍ତୋରାଁ ଗ୍ରୁପ୍‌ ସାଲାଡ଼ ପରଷି ଦିଅନ୍ତି ଯାହା ଉପରେ ପିମ୍ପୁଡ଼ି ଧୀରେ ଧୀରେ ଚାଲୁଥାନ୍ତିି ଓ ଗ୍ରାହକ ସେମାନଙ୍କୁ ସାଲାଡ ସହ ଜିଅନ୍ତା ଖାଆନ୍ତି। ଅଷ୍ଟ୍ରେଲିଆର କେତେକ ଅଞ୍ଚଳରେ ଲୋକେ ଜିଅନ୍ତା ଓ୍ବିଚିଟି ଗ୍ରୁବ୍‌ (କାଠ ଖାଉଥିବା ଏକ ପ୍ରକାର ଲାର୍ଭା)କୁ ଖାଆନ୍ତି। ଇଟାଲୀରେ ମେଣ୍ଢା କ୍ଷୀରରୁ ଏକ ପ୍ରକାର ଛେନା (କାସୁମାର୍ଜୁ) ପ୍ରସ୍ତୁତ କରାଯାଏ। ଏଥିରେ ଚିଜ ଫ୍ଲାଇ ବା ଛେନା ଉପରେ ବସୁଥିବା ମାଛିର ଲାର୍ଭା ରହିଥାଏ। ଛେନାକୁ ଚୋବାଇ ଖାଇବା ସମୟରେ ଏମାନଙ୍କ ଉପସ୍ଥିତି ଜାଣିହୁଏ। ଫିୟର ଫ୍ୟାକ୍ଟର ଆଣ୍ଡ୍‌ ସର୍ଭାଇବର ଟିଭି ଶୋ’ରେ ପ୍ରତିଯୋଗୀମାନେ ଜିଅନ୍ତା କୀଟ, ବୁଢ଼ିଆଣୀ, ଅସରପା ଓ ପୋକ ଖାଇବା ଦୃଶ୍ୟ ବିରୋଧରେ ମୁଁ ବାରମ୍ବାର ବର୍ଷ ବର୍ଷ ଧରି ମନ୍ତ୍ରଣାଳୟକୁ ଅଭିଯୋଗ କରିଛି। କିନ୍ତୁ ସେମାନେ କାର୍ଯ୍ୟାନୁଷ୍ଠାନ ନେବାବେଳେକୁ ସେହି ଶୋ’ ଶେଷ ହୋଇଯାଇଥିଲା। ତା’ ପରେ ଆମେ ଆଉ ଗୋଟିଏ ସିରିଜ୍‌ ମ୍ୟାନ୍‌ ଭର୍ସେସ ଆନିମଲ୍‌ ଆରମ୍ଭ କରିଦେଇଛୁ, ଯେଉଁଥିରେ ବିୟର ଗ୍ରିଲିସ ତାଙ୍କ ମରଦପଣିଆ ଦେଖାଇବାକୁ ଯାଇ ଜିଅନ୍ତା କୀଟ ଖାଇବା ପ୍ରଦର୍ଶନ କରୁଛନ୍ତି। ଯେଉଁମାନେ ଯନ୍ତ୍ରଣା ଜର୍ଜରିତ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି ସେମାନଙ୍କୁ କ’ଣ କହିବା? ଏମାନେ ଅସୁର! ଏହି ଭୟଙ୍କର ଦୁଷ୍ଟ ମାନବ ସମ୍ଭବତଃ ସମାଜ ଲାଗି ବଡ଼ ସଙ୍କଟ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri