ବିଜେପୁର ଆସନ ଉପରେ ସଭିଙ୍କ ଆଖି

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ନିର୍ବାଚନମଣ୍ଡଳୀ କୁହାଯାଉଥିବା ବରଗଡ଼ ଜିଲା ବିଜେପୁର ଆସନ ପ୍ରତି ଏବେ ସଭିଙ୍କ ଆଖି ରହିଛି। ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ଏହି ଆସନ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପଟେ ଭାଜପା-ବିଜେଡି ମେଣ୍ଟ ଚର୍ଚ୍ଚା ଉଭୟ ଦଳକୁ ଅଡ଼ୁଆରେ ପକାଇଛି। ଖୋଦ ମୁଖ୍ୟମନ୍ତ୍ରୀ ଏହି ଆସନକୁ ନିଜ ଦ୍ୱିତୀୟ ନିର୍ବାଚନମଣ୍ଡଳୀ ଘୋଷଣା କରିସାରିଥିବାରୁ ମେଣ୍ଟ ହେଲେ ମଧ୍ୟ ଭାଗବଣ୍ଟାରେ ଏହି ଆସନକୁ ବିଜେଡି ଭାଜପା ହାତକୁ ଠେଲିଦେବ, ସେହି ଆଶା କ୍ଷୀଣ ରହିଛି। ମେଣ୍ଟ ହେଲେ, କଂଗ୍ରେସ ହିଁ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ସାଜିବ ବୋଲି ସ୍ପଷ୍ଟ ଦେଖାଯାଉଛି। କିନ୍ତୁ ଆଗାମୀ ନିର୍ବାଚନରେ କଂଗ୍ରେସ ପୂର୍ବସ୍ଥିତିକୁ ଫେରିବା ପାଇଁ କେତେଦୂର ସଫଳ ହେବ, ତାହା ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡ଼ିବ।
ବିଜେପୁର ଆସନ କଂଗ୍ରେସର ଗଡ଼ ଥିଲା। ୧୯୯୫ ସାଧାରଣ ନିର୍ବାଚନରେ ସ୍ବର୍ଗତ ରିପୁନାଥ ସେଠ ଏଠାରେ କଂଗ୍ରେସରୁ ଲଢ଼ି ବିଜୟୀ ହେବା ସହିତ ଶକ୍ତି, କ୍ରୀଡ଼ା, ସ୍ବାସ୍ଥ୍ୟ ଏବଂ ଶିକ୍ଷାମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ରିପୁନାଥ ୨୦୦୦ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଠାରୁ ସେ ପରାଜିତ ହୋଇଥିଲେ। ସେତେବେଳେ ବିଜେପୁର ଆସନ ମଧ୍ୟ କଂଗ୍ରେସ ହାତରୁ ବିଜେଡିକୁ ଚାଲିଯାଇଥିଲା ଏବଂ ତତ୍କାଳୀନ ବିଜେଡିି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବିଜୟୀ ହୋଇ ଦଳର ଖାତା ଖୋଲିଥିଲେ।
ଅପରପକ୍ଷେ ୨୦୦୪ରୁ ୨୦୧୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେଡି ଆଉ କଂଗ୍ରେସ ସହିତ ସମକକ୍ଷ ହୋଇ ପାରି ନ ଥିଲା। ସେହି ୩ ସାଧାରଣ ନିର୍ବାଚନରେ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ସୁବଳ ସାହୁ ବାଜିମାତ୍‌ କରିଥିଲେ। ସେ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ ସହିତ ବିଜେଡିର ଆଗଧାଡ଼ିର ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ପରାଜିତ କରିଥିଲେ। ୨୦୧୮ରେ ସୁବଳଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଦଖଲରେ ରହିଥିବା ବରପାଲି ଏନ୍‌ଏସିକୁ ବିଜେଡି ନିଜ ଦଖଲକୁ ନେବା ସହିତ ସୁବଳଙ୍କ ସ୍ତ୍ରୀ ରୀତାଙ୍କୁ ୨୦୧୮ ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ଭାବେ ଛିଡ଼ା କରାଇ ବିଜୟର ସ୍ବାଦ ଚାଖିଥିଲା। ଏହାର କିଛିମାସ ପରେ ୨୦୧୯ ସାଧାରଣ ନିର୍ବାଚନ ହୋଇଥିଲା। ନିର୍ବାଚନ ମଇଦାନକୁ ବିଜେଡି ରୀତାଙ୍କୁ ଛାଡ଼ି ନ ଥିଲା ଏବଂ ନିଜର ଦ୍ୱିତୀୟ ନିର୍ବାଚନମଣ୍ଡଳୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ଆସନରୁ ସେ ଇସ୍ତଫା ଦେବାରୁ ପୁଣିଥରେ ଉପନିର୍ବାଚନ ହୋଇଥିଲା ଏବଂ ସେଥିରେ ରେକର୍ଡ ସଂଖ୍ୟକ ଭୋଟ ପାଇ ରୀତା ପୁଣି ବିଧାୟିକା ନିର୍ବାଚିତ ହୋଇଥିଲେ। ଏପରିକି ରୀତାଙ୍କ ପ୍ରତି ଭରସା ରଖି ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନିତ କରିଛନ୍ତି।
ଆଗକୁ ନିର୍ବାଚନ ଥିବା ବେଳେ ଦଳୀୟ କନ୍ଦଳ କାହାକୁ ଅଛପା ନାହିଁ। ବିରୋଧୀ ଦଳଙ୍କ ବିରୋଧ ନଜରକୁ ଆସୁ ନ ଥିବାବେଳେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିରେ ଚାଲିଥିବା ବିଦ୍ରୋହ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସ୍ଥିତିରେ ବିଜେଡି ଆଶାୟୀ ତାଲିକାରେ ସଂଖ୍ୟା ବଢ଼ିଚାଲିଛି। ରୀତାଙ୍କ ସମେତ ଡ. ପ୍ରଭାସ ସିଂ, ନୀହାରିକା ଗିରି, କିଶୋର ଦେବତା, ଲାଲ ବିକ୍ରମ ସିଂ ଦେଓଙ୍କ ସମେତ ଅନେକ ଦଳୀୟ ଆଶାୟୀ ରହିଛନ୍ତି। ତେବେ ବିଜେଡି ବିଦ୍ରୋହକୁ ହାତଛଡ଼ା କରିବା ପାଇଁ ବିରୋଧୀ କଂଗ୍ରେସ ଓ ଭାଜପା ଚାହୁଁ ନ ଥିବା ଦେଖାଯାଉଛି।
ମନେପକାଇ ଦିଆଯାଇପାରେ ଯେ, ଉକ୍ତ ନିର୍ବାଚନମଣ୍ଡଳୀରେ କଂଗ୍ରେସର ୨ଟାଣୁଆ ନେତା ସ୍ବର୍ଗତ ରିପୁନାଥ ସେଠ ଏବଂ ସ୍ବର୍ଗତ ସୁବଳ ସାହୁଙ୍କ ବହୁତ ପ୍ରଭାବ ରହିଥିଲା। ସାହୁଙ୍କ ଦେହାନ୍ତ ଯୋଗୁ ସ୍ତ୍ରୀ ରୀତା ବିଜେଡିରେ ଯୋଗଦାନ କରିବା ପରେ ଦଳର ପୁରୁଖା ନେତା ସ୍ବର୍ଗତ ସେଠଙ୍କ ପୁଅ ଅଭିଷେକଙ୍କୁ ଆଗାମୀ ନିର୍ବାଚନରେ କଂଗ୍ରେସ ଏଠାରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଛାଡ଼ିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ପିତାଙ୍କ ପ୍ରେରଣାରୁ ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିକୁ ଓହ୍ଲାଇଥିବା ଅଭିଷେକ ୨୦୧୯ରେ ଦଳର ଜିଲା ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହାସହ ବିଜେପୁର ନିର୍ବାଚନମଣ୍ଡଳୀର ସ୍ଥାନୀୟ ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସହିତ ସେ ଆନ୍ଦୋଳନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି। ତେବେ ଅଭିଷେକଙ୍କ ସହିତ ଗତ ସାଧାରଣ ନିର୍ବାଚନର ଦଳୀୟ ପ୍ରାର୍ଥୀ ଦିଲୀପ ପଣ୍ଡା ଏବଂ ଦୁଷ୍ମନ୍ତ ମେହେରଙ୍କ ସମେତ ଅନେକ ଆଶାୟୀ ଟିକେଟ ଦୌଡ଼ରେ ଅଛନ୍ତି।
ଭାଜପାରେ ଆଶାୟୀଙ୍କ ତାଲିକା ଆହୁରି ଲମ୍ବା। ସେମାନଙ୍କ ମଧ୍ୟରୁ ଗତ ସାଧାରଣ ନିର୍ବାଚନର ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆ, ହଳପାଣି ମାଝି, ସୁରେନ୍ଦ୍ର ପାତ୍ର, ଝରଣା ପାଣିଗ୍ରାହୀ, ଡା. ସୁନୀଲ ଶର୍ମା, ଗୋବର୍ଦ୍ଧନ ଭୁଏ, ପ୍ରମୋଦ ଛତରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତାଙ୍କ ନାମ ଶୁଣିବାକୁ ମିଳୁଛି। ତେବେ ଏହି ଆସନରେ ଏପର୍ଯ୍ୟନ୍ତ ଭାଜପା ଖାତା ଖୋଲିପାରି ନ ଥିବାବେଳେ କେଉଁ ଆଶାୟୀଙ୍କ ପ୍ରତି ଅଧିକ ଭରସା ରଖି ନିର୍ବାଚନୀ ମଇଦାନକୁ ଛାଡ଼ିବ, ପ୍ରାର୍ଥୀ ତାଲିକା ପ୍ରକାଶ ପରେ ତାହା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri