‘ସବୁ ବ୍ୟକ୍ତି ଭିତରେ କବି ସତ୍ତାଟିଏ ରହିଛି’

ବଲାଙ୍ଗୀର ଅଫିସ, ୨୮ା୧୨: କଥାଶିଳ୍ପୀ ଡା. ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଙ୍କଳନ ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ ଉନ୍ମୋଚିତ ହୋଇଛି ା ବଲାଙ୍ଗୀର ପୂଜ୍ୟପୂଜା ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଲିଟେରାରୀ ଆଣ୍ଡ ସୋସିଆଲ କ୍ଳବ ପରିସରରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ବତ ସମାରୋହରେ ମୁଖ୍ୟଅତିଥି ଭାବେ କବି ଭାଗିରଥି ମିଶ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ଗାଳ୍ପିକା ଅମୂଲ୍ୟମଣି ମିଶ୍ର ମଞ୍ଚାସୀନ ଥିଲେ। ସଙ୍ଗଠନ ସମ୍ପାଦକ ମଦନ ମୋହନ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭା ପ୍ରାରମ୍ଭରେ ପଣ୍ଡିତ ବ୍ରଜବିହାରୀ ତ୍ରିପାଠୀ ବେଦପାଠ କରିଥିଲେ। ଗାଳ୍ପିକା ପଣ୍ଡା ତାଙ୍କ ସାରସ୍ବତ ଜୀବନର ଅନୁଭବ ଉପରେ କହିଥିଲେ ା ଗପ ଭିତରେ କିଭଳି ମଣିଷ ଜୀବନ ଗତିଶୀଳ ହେଉଥାଏ ତାହା କହିଥିଲେ ା ସମ୍ମାନିତ ଅତିଥି ମିଶ୍ର ତାଙ୍କ ବକ୍ତବ୍ୟରେ କବିତା ଓ ଗଳ୍ପରେ ସ୍ବାତନ୍ତ୍ରତା ଉପରେ କହିଥିଲେ ା ମୁଖ୍ୟଅତିଥି ମିଶ୍ର ସବୁ ବ୍ୟକ୍ତି ଭିତରେ କବି ସତ୍ତାଟିଏ ଥାଏ ବୋଲି କହିଥିଲେ। ସଭାପତୀୟ ଅଭିଭାଷଣରେ ନାଟ୍ୟଭୂଷଣ ଛୁରିଆ ମଣିଷର ଅଭାବବୋଧଟି କିଭଳି ସାରସ୍ବତ ସମ୍ପଦ ହୋଇଯାଏ ସେ ଉପରେ କହିଥିଲେ। ଗଳ୍ପ ସଙ୍କଳନ ଉପରେ ଆଲେଳାଚନା କରି କବି ରତ୍ନମୟ ତ୍ରିପାଠୀ ଗାଳ୍ପିକାଙ୍କ ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ ଭିତରେ କିଭଳି ସମାଜର ବିଭିନ୍ନ ବର୍ଗ ଓ ମଣିଷ ଜୀବନର ବିଭିନ୍ନ ବିଭବ ପ୍ରକାଶ ପାଇଛି ତାହା କହିଥିଲେ ା ସଭାରେ ଚୂଡେନ୍ଦ୍ର କୁମାର ବେହେରା, କସ୍ତୁରୀ ରଥ ଓ ଅନ୍ୟମାନେ ବିଶେଷ ସହଯୋଗ କରିଥିଲେ ା ସଭା ଶେଷରେ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ା ଏହି ସମାରୋହରେ ସହରର ବହୁ ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭତା ଲାଗି ଆବେଦନ କରି ବୁରୁଧ୍‌ ନିରାଶ

ଅତାବିରା, ୮।୧୧ (ଡି.ଏନ୍‌.ଏ.)-ବରଗଡ ଜିଲା ଭେଡେନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଛକ ପାସର ବିଧବା ବୁରୁଧ୍‌ ହେମ ଦନ୍ତା(୮୦)। ପରିବାର କହେଲେ ପୁଓ ଲୋକନାଥ,...

ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ ଉଠିଲା

ମୁରିବାହାଲ, ୨୩ା୫(ଡି.ଏନ.ଏ.): ବଲାଙ୍ଗୀର ଜ଼ିଲା ମୁରିବାହାଲ ପଞ୍ଚାୟତ ସମିତିର ତ୍ରୈମାସିକ ବୈଠକ ସୋମବାର ବ୍ଲକ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ...

ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟ ମାମଲା: ଗିରଫ ହେଲେ ଯୁବତୀଙ୍କ ସହ ପୁରୁଷବନ୍ଧୁ

ବଲାଙ୍ଗୀର ଅଫିସ,୧୦।୯: ବଲାଙ୍ଗୀର ସହର ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଭଡା ରହିବାକୁ ଆସି ଯୁବତୀଙ୍କ ସହ ତାଙ୍କର ପୁରୁଷବନ୍ଧୁ ୩ ଲକ୍ଷ...

ପୁଅର ସମାଧି ଉପରେ ପୂଜାର୍ଚ୍ଚନା, ଗୁଣିଗାରେଡି ସନ୍ଦେହ କଲେ ବାପା

ପାଟଣାଗଡ଼,୧୩ା୯ (ଡି.ଏନ.ଏ.): ବିଜ୍ଞାନର ଢେର ଅଗ୍ରଗତି ଘଟିଛି। ଅନ୍ଧବିଶ୍ୱାସ, କୁସଂସ୍କାର ଦୂର ହୋଇଛି ବୋଲି ପ୍ରଚାର ଚାଲିଛି । ହେଲେ ଆଜି ବି ଗୁଣିଗାରେଡି ପ୍ରତି...

ଗୋବିନ୍ଦ ସାହୁଙ୍କ ବିଷୟରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ବଲାଙ୍ଗୀର ଅଫିସ,୧୯ା୧୦: ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ରବିବାର ରାତିରେ ଟିଟିଲାଗଡ଼ ପୋଲିସ ବାରାକରୁ ଫେରାର ହୋଇଯାଇଥିଲେ। ତାଙ୍କ...

୧୬ ହଜାର ବୋତଲ କଫ୍‌ ସିରପ ଜବତ : ଆନୁମାନିକ ମୂଲ୍ୟ ୨୫ ଲକ୍ଷ

ପାଟଣାଗଡ଼,୨।୧୨(ଡି.ଏନ୍‌.ଏ.): ପାଟଣାଗଡ଼ ପୋଲିସ ରବିବାର ବିଳମ୍ବିତ ରାତିରେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘରେ ଚଢ଼ାଉ କରି ୧୬ ହଜାର ବୋତଲ...

୪ମାସ ବିତିଲା, ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି

ଦେଓଗାଁ, ୨୮ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁ ନିକଟ ସୋନଗଡ ନଦୀପଠାରୁ ୧୧ବର୍ଷର ବାଳକ ବାବୁଲାଲ ବଗର୍ତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହେବା...

୩୦ ଗାଁର ପିଲାଙ୍କ ପାଠପଢାରେ ବାଧକ ସାଜିଛି ନେଟଓ୍ବର୍କ

ଲାଠୋର,୨୪।୬: ବଲାଙ୍ଗୀର ଜିଲା କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସରକାର ଜୁନ ୨୧ତାରିଖରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନଲାଇନରେ...

Advertisement
Archives

Model This Week