‘ସବୁ ବ୍ୟକ୍ତି ଭିତରେ କବି ସତ୍ତାଟିଏ ରହିଛି’

ବଲାଙ୍ଗୀର ଅଫିସ, ୨୮ା୧୨: କଥାଶିଳ୍ପୀ ଡା. ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଙ୍କଳନ ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ ଉନ୍ମୋଚିତ ହୋଇଛି ା ବଲାଙ୍ଗୀର ପୂଜ୍ୟପୂଜା ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଲିଟେରାରୀ ଆଣ୍ଡ ସୋସିଆଲ କ୍ଳବ ପରିସରରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ବତ ସମାରୋହରେ ମୁଖ୍ୟଅତିଥି ଭାବେ କବି ଭାଗିରଥି ମିଶ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ଗାଳ୍ପିକା ଅମୂଲ୍ୟମଣି ମିଶ୍ର ମଞ୍ଚାସୀନ ଥିଲେ। ସଙ୍ଗଠନ ସମ୍ପାଦକ ମଦନ ମୋହନ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭା ପ୍ରାରମ୍ଭରେ ପଣ୍ଡିତ ବ୍ରଜବିହାରୀ ତ୍ରିପାଠୀ ବେଦପାଠ କରିଥିଲେ। ଗାଳ୍ପିକା ପଣ୍ଡା ତାଙ୍କ ସାରସ୍ବତ ଜୀବନର ଅନୁଭବ ଉପରେ କହିଥିଲେ ା ଗପ ଭିତରେ କିଭଳି ମଣିଷ ଜୀବନ ଗତିଶୀଳ ହେଉଥାଏ ତାହା କହିଥିଲେ ା ସମ୍ମାନିତ ଅତିଥି ମିଶ୍ର ତାଙ୍କ ବକ୍ତବ୍ୟରେ କବିତା ଓ ଗଳ୍ପରେ ସ୍ବାତନ୍ତ୍ରତା ଉପରେ କହିଥିଲେ ା ମୁଖ୍ୟଅତିଥି ମିଶ୍ର ସବୁ ବ୍ୟକ୍ତି ଭିତରେ କବି ସତ୍ତାଟିଏ ଥାଏ ବୋଲି କହିଥିଲେ। ସଭାପତୀୟ ଅଭିଭାଷଣରେ ନାଟ୍ୟଭୂଷଣ ଛୁରିଆ ମଣିଷର ଅଭାବବୋଧଟି କିଭଳି ସାରସ୍ବତ ସମ୍ପଦ ହୋଇଯାଏ ସେ ଉପରେ କହିଥିଲେ। ଗଳ୍ପ ସଙ୍କଳନ ଉପରେ ଆଲେଳାଚନା କରି କବି ରତ୍ନମୟ ତ୍ରିପାଠୀ ଗାଳ୍ପିକାଙ୍କ ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ ଭିତରେ କିଭଳି ସମାଜର ବିଭିନ୍ନ ବର୍ଗ ଓ ମଣିଷ ଜୀବନର ବିଭିନ୍ନ ବିଭବ ପ୍ରକାଶ ପାଇଛି ତାହା କହିଥିଲେ ା ସଭାରେ ଚୂଡେନ୍ଦ୍ର କୁମାର ବେହେରା, କସ୍ତୁରୀ ରଥ ଓ ଅନ୍ୟମାନେ ବିଶେଷ ସହଯୋଗ କରିଥିଲେ ା ସଭା ଶେଷରେ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ା ଏହି ସମାରୋହରେ ସହରର ବହୁ ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?