ଚାପରେ ଚେପା ତଦନ୍ତ ରିପୋର୍ଟ

ଯାଜପୁର ଅଫିସ,୧୦ା୫:ଶିଳ୍ପ, କାରଖାନାରେ ଭରିଗଲାଣି ଯାଜପୁର ଜିଲାର କଳିଙ୍ଗନଗର ଓ ଜାରକା ଶିଳ୍ପାଞ୍ଚଳ। ଦ୍ରୁତ ଶିଳ୍ପାୟନ ଦ୍ୱାରା ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ ଏବଂ ବିକାଶ ଧାରା ସୃଷ୍ଟି ହେବ ବୋଲି ଯେଉଁ ଆଶା ରଖାଯାଇଥିଲା ତାହା ସମ୍ଭବ ହେଉନାହିଁ। ବରଂ ପ୍ରଦୂଷଣର ବିଷ ହିଁ ସମସ୍ତଙ୍କୁ ମିଳୁଛି। ସରକାର ଗୋଟିଏ ପଟେ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଥିବା ବେଳେ ଅନ୍ୟପଟେ ସରକାରୀ ଅଧିକାରୀମାନେ ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ପରିବେଶ ବିପର୍ଯ୍ୟୟ ପ୍ରତି ଆଖିବୁଜି ଦେଉଛନ୍ତି। ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଉକ୍ତ କମ୍ପାନୀଗୁଡ଼ିକ ଆଗରେ ହାତ ଟେକି ଦେଇଥିବା ମନେହେଉଛି। ସେଥିମଧ୍ୟରୁ ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ ଦ୍ୱାରା ସୃଷ୍ଟ ପ୍ରଦୂଷଣ ଭାର ସୀମା ଟିପିଛି। ଏଥିରେ ଭାରାକ୍ରାନ୍ତ ୧୦ ଗ୍ରାମର ବାସିନ୍ଦା ପରିବେଶଗତ ବିପର୍ଯ୍ୟୟକୁ ଆଉ ସମ୍ଭାଳିବା ସ୍ଥିତିରେ ନାହାନ୍ତି ବୋଲି କ୍ଷୋଭ ଜଣାଉଛନ୍ତି। ଅଞ୍ଚଳବାସୀଙ୍କ ଏହି ଅଭିଯୋଗ ଉପରେ ସବ୍‌ଡିଭିଜ୍‌ନାଲ ମାଜିଷ୍ଟ୍ରେଟ୍‌ ପଦକ୍ଷେପ ନେବା ପୂର୍ବରୁ ତାହାକୁ ଚପାଇଦିଆଯାଇଛି। ସମ୍ପ୍ରତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଆଞ୍ଚଳିକ କାର୍ଯ୍ୟାଳୟର ଏକ ସ୍ବତନ୍ତ୍ର ଟିମ୍‌ ରାମ୍‌କୋ ସିମେଣ୍ଟର ପ୍ରଦୂଷଣ ଉପରେ ତଦନ୍ତ କରି ଏସ୍‌ପିସିବିକୁ ରିପୋର୍ଟ ଦେଇଥିଲେ ହେଁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ରାମ୍‌କୋ ସିମେଣ୍ଟ କାରଖାନା ସଂଲଗ୍ନ ଶ୍ରୀବନ୍ତପୁର ଗ୍ରାମର ବିପିନ ବିହାରୀ ସେଠୀ ଓ ଶ୍ରୀକାନ୍ତ ପୃଷ୍ଟି, ଗୁଆରଙ୍ଗ ଗ୍ରାମର ଟୁନା ବାରିକ, ଥାନୁଆଳ ଗ୍ରାମର ରାଜୁ ମଲ୍ଲିକ, ଜୋଗଡ଼ା ଗ୍ରାମର ଜଗନ୍ନାଥ ପରିଡ଼ା, ଖୁଣ୍ଟା ଗ୍ରାମର କୁଞ୍ଜବିହାରୀ ବେହେରା ଏବଂ ମୁରାରିପୁର ଗ୍ରାମର ସତ୍ୟବ୍ରତ ନାଏକ ଓ ଜୟଦେବ ନାଏକ କହିଛନ୍ତି, ରାମ୍‌କୋ ସିମେଣ୍ଟ କାରଖାନାର ବାୟୁ ପ୍ରଦୂଷଣକୁ ଆଉ ସହି ହେବନାହିଁ। ଏହି କାରଖାନାର ସିମେଣ୍ଟ ଗୁଣ୍ଡ, ଧୂଳିଧୂଆଁ ଓ ଶବ୍ଦ ପ୍ରଦୂଷଣ ଯୋଗୁ ସାଧାରଣ ଲୋକଙ୍କ ଜୀବନ ବିପଦାପନ୍ନ ହୋଇଛି। ଏହି ୩ ବର୍ଷ ମଧ୍ୟରେ ଏକାଧିକ ଗ୍ରାମବାସୀ ବାୟୁ ପ୍ରଦୂଷଣଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏନେଇ ଧରିତ୍ରୀରେ ନିୟମିତ ଖବର ପ୍ରକାଶ ପରେ ଏସ୍‌ପିସିିବି କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ଏକ ସ୍ବତନ୍ତ୍ର ବୈଜ୍ଞାନିକ ଦଳ ରାମ୍‌କୋ ସିମେଣ୍ଟ କାରଖାନାର ପାରିପାର୍ଶ୍ୱିକ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନରେ ପ୍ରାୟ ୧୨୦ ପିଏମ୍‌(୧୦) ବା ପାର୍ଟିକୁଲେଟ ମିଟରଠାରୁ ଅଧିକ ବାୟୁ ପ୍ରଦୂଷଣ ହେଉଥିବା ଏହି ଦଳ ଜାଣିବାକୁ ପାଇଥିଲେ। ଏହାସହ ରାମ୍‌କୋ କାରଖାନାର ବେଗ୍‌ ଫିଲ୍‌ଟର ଉପଯୁକ୍ତ ଭାବେ କାମ ନ କରିବାରୁ ଏଭଳି ହେଉଛି। ସନ୍ଧ୍ୟା ୫ଟାରୁ ସକାଳ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ପାଉଁଶର କୁହୁଡି ସୃଷ୍ଟି ହେଉଛି। ଘରଦ୍ୱାର, ଗଛପତ୍ର, ଜମି, ବନ୍ଧ, ଜଳାଶୟ ଧୂଳିଧୂଆଁରେ ପୋତି ହୋଇଯାଉଛି। କାରଖାନାର ୫୦୦ ମିଟର ଦୂରତାରେ ୧୦ରୁ ଊର୍ଦ୍ଧ୍ୱ ଜନବସତି ରହିଛି। ଏସ୍‌ପିସିବିର ସର୍ତ୍ତ ଅନୁଯାୟୀ କାରଖାନା ଓ ଜନବସତି ମଧ୍ୟରେ କୌଣସି ସବୁଜ ବଳୟ ନାହିଁ। ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ପରିବେଶ ସୁରକ୍ଷା ଆଇନ ଅନୁସାରେ କାରଖାନାର କୌଣସି ନିଜସ୍ବ ବ୍ୟବସ୍ଥା ନାହିଁ। ଏହିଭଳି ଭାବରେ ରାମ୍‌କୋ ସିମେଣ୍ଟ କାରଖାନାର ସରକାରୀ ଆଇନ ଓ ନିୟମ ଉଲ୍ଲଂଘନର ତାଲିକା ବେଶ୍‌ ଲମ୍ବା। କାରଖାନାରୁ ନିର୍ଗତ ସିମେଣ୍ଟ ଗୁଣ୍ଡ ସମେତ କଳା ପାଉଁଶର ଆସ୍ତରଣ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରିଛି। ଏହିସବୁ କାରଣ ଉପରେ ଏସ୍‌ପିସିବି କଳିଙ୍ଗନଗର ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ହେଲେ ପ୍ରାୟ ଦେଢ଼ ମାସ ହେବ ଏହି ରିପୋର୍ଟ ଉପରେ ଭୁବନେଶ୍ୱର କାର୍ଯ୍ୟାଳୟର କର୍ତ୍ତୃପକ୍ଷ ନୀରବ ରହିଥିବା ଅଭିଯୋଗ ହେଉଛି। ଏନେଇ ସ୍ଥାନୀୟ ପ୍ରଭାବିତ ଲୋକେ ଅତିଷ୍ଠ ହୋଇ ଗତ ମାର୍ଚ୍ଚ ୨୪ରେ ଆବଶ୍ୟକ କାଗଜପତ୍ର ସହ ରାମ୍‌କୋର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଓ ପବ୍ଲିକ ରିଲେଶନ ଅଫିସର(ପିଆର୍‌ଓ)ଙ୍କ ବିରୋଧରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ୨୮ା୩ା୨୦୨୨ରେ ଏହାର ଶୁଣାଣି କରି ଉପରୋକ୍ତ ଅଧିକାରୀଦ୍ୱୟଙ୍କୁ ୧୨ା୪ା୨୦୨୨ ପୂର୍ବାହ୍ନ ୧୦ଟାରେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ସେମାନେ ଉପସ୍ଥିତ ହୋଇ ନ ଥିଲେ। ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ରାମ୍‌କୋ ସିମେଣ୍ଟ କାରଖାନାର ପ୍ରଦୂଷଣ ଉପରେ ସେ କିଛି କହିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?