ଚାପରେ ଚେପା ତଦନ୍ତ ରିପୋର୍ଟ

ଯାଜପୁର ଅଫିସ,୧୦ା୫:ଶିଳ୍ପ, କାରଖାନାରେ ଭରିଗଲାଣି ଯାଜପୁର ଜିଲାର କଳିଙ୍ଗନଗର ଓ ଜାରକା ଶିଳ୍ପାଞ୍ଚଳ। ଦ୍ରୁତ ଶିଳ୍ପାୟନ ଦ୍ୱାରା ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ ଏବଂ ବିକାଶ ଧାରା ସୃଷ୍ଟି ହେବ ବୋଲି ଯେଉଁ ଆଶା ରଖାଯାଇଥିଲା ତାହା ସମ୍ଭବ ହେଉନାହିଁ। ବରଂ ପ୍ରଦୂଷଣର ବିଷ ହିଁ ସମସ୍ତଙ୍କୁ ମିଳୁଛି। ସରକାର ଗୋଟିଏ ପଟେ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଥିବା ବେଳେ ଅନ୍ୟପଟେ ସରକାରୀ ଅଧିକାରୀମାନେ ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ପରିବେଶ ବିପର୍ଯ୍ୟୟ ପ୍ରତି ଆଖିବୁଜି ଦେଉଛନ୍ତି। ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଉକ୍ତ କମ୍ପାନୀଗୁଡ଼ିକ ଆଗରେ ହାତ ଟେକି ଦେଇଥିବା ମନେହେଉଛି। ସେଥିମଧ୍ୟରୁ ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ ଦ୍ୱାରା ସୃଷ୍ଟ ପ୍ରଦୂଷଣ ଭାର ସୀମା ଟିପିଛି। ଏଥିରେ ଭାରାକ୍ରାନ୍ତ ୧୦ ଗ୍ରାମର ବାସିନ୍ଦା ପରିବେଶଗତ ବିପର୍ଯ୍ୟୟକୁ ଆଉ ସମ୍ଭାଳିବା ସ୍ଥିତିରେ ନାହାନ୍ତି ବୋଲି କ୍ଷୋଭ ଜଣାଉଛନ୍ତି। ଅଞ୍ଚଳବାସୀଙ୍କ ଏହି ଅଭିଯୋଗ ଉପରେ ସବ୍‌ଡିଭିଜ୍‌ନାଲ ମାଜିଷ୍ଟ୍ରେଟ୍‌ ପଦକ୍ଷେପ ନେବା ପୂର୍ବରୁ ତାହାକୁ ଚପାଇଦିଆଯାଇଛି। ସମ୍ପ୍ରତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଆଞ୍ଚଳିକ କାର୍ଯ୍ୟାଳୟର ଏକ ସ୍ବତନ୍ତ୍ର ଟିମ୍‌ ରାମ୍‌କୋ ସିମେଣ୍ଟର ପ୍ରଦୂଷଣ ଉପରେ ତଦନ୍ତ କରି ଏସ୍‌ପିସିବିକୁ ରିପୋର୍ଟ ଦେଇଥିଲେ ହେଁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ରାମ୍‌କୋ ସିମେଣ୍ଟ କାରଖାନା ସଂଲଗ୍ନ ଶ୍ରୀବନ୍ତପୁର ଗ୍ରାମର ବିପିନ ବିହାରୀ ସେଠୀ ଓ ଶ୍ରୀକାନ୍ତ ପୃଷ୍ଟି, ଗୁଆରଙ୍ଗ ଗ୍ରାମର ଟୁନା ବାରିକ, ଥାନୁଆଳ ଗ୍ରାମର ରାଜୁ ମଲ୍ଲିକ, ଜୋଗଡ଼ା ଗ୍ରାମର ଜଗନ୍ନାଥ ପରିଡ଼ା, ଖୁଣ୍ଟା ଗ୍ରାମର କୁଞ୍ଜବିହାରୀ ବେହେରା ଏବଂ ମୁରାରିପୁର ଗ୍ରାମର ସତ୍ୟବ୍ରତ ନାଏକ ଓ ଜୟଦେବ ନାଏକ କହିଛନ୍ତି, ରାମ୍‌କୋ ସିମେଣ୍ଟ କାରଖାନାର ବାୟୁ ପ୍ରଦୂଷଣକୁ ଆଉ ସହି ହେବନାହିଁ। ଏହି କାରଖାନାର ସିମେଣ୍ଟ ଗୁଣ୍ଡ, ଧୂଳିଧୂଆଁ ଓ ଶବ୍ଦ ପ୍ରଦୂଷଣ ଯୋଗୁ ସାଧାରଣ ଲୋକଙ୍କ ଜୀବନ ବିପଦାପନ୍ନ ହୋଇଛି। ଏହି ୩ ବର୍ଷ ମଧ୍ୟରେ ଏକାଧିକ ଗ୍ରାମବାସୀ ବାୟୁ ପ୍ରଦୂଷଣଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏନେଇ ଧରିତ୍ରୀରେ ନିୟମିତ ଖବର ପ୍ରକାଶ ପରେ ଏସ୍‌ପିସିିବି କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ଏକ ସ୍ବତନ୍ତ୍ର ବୈଜ୍ଞାନିକ ଦଳ ରାମ୍‌କୋ ସିମେଣ୍ଟ କାରଖାନାର ପାରିପାର୍ଶ୍ୱିକ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନରେ ପ୍ରାୟ ୧୨୦ ପିଏମ୍‌(୧୦) ବା ପାର୍ଟିକୁଲେଟ ମିଟରଠାରୁ ଅଧିକ ବାୟୁ ପ୍ରଦୂଷଣ ହେଉଥିବା ଏହି ଦଳ ଜାଣିବାକୁ ପାଇଥିଲେ। ଏହାସହ ରାମ୍‌କୋ କାରଖାନାର ବେଗ୍‌ ଫିଲ୍‌ଟର ଉପଯୁକ୍ତ ଭାବେ କାମ ନ କରିବାରୁ ଏଭଳି ହେଉଛି। ସନ୍ଧ୍ୟା ୫ଟାରୁ ସକାଳ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ପାଉଁଶର କୁହୁଡି ସୃଷ୍ଟି ହେଉଛି। ଘରଦ୍ୱାର, ଗଛପତ୍ର, ଜମି, ବନ୍ଧ, ଜଳାଶୟ ଧୂଳିଧୂଆଁରେ ପୋତି ହୋଇଯାଉଛି। କାରଖାନାର ୫୦୦ ମିଟର ଦୂରତାରେ ୧୦ରୁ ଊର୍ଦ୍ଧ୍ୱ ଜନବସତି ରହିଛି। ଏସ୍‌ପିସିବିର ସର୍ତ୍ତ ଅନୁଯାୟୀ କାରଖାନା ଓ ଜନବସତି ମଧ୍ୟରେ କୌଣସି ସବୁଜ ବଳୟ ନାହିଁ। ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ପରିବେଶ ସୁରକ୍ଷା ଆଇନ ଅନୁସାରେ କାରଖାନାର କୌଣସି ନିଜସ୍ବ ବ୍ୟବସ୍ଥା ନାହିଁ। ଏହିଭଳି ଭାବରେ ରାମ୍‌କୋ ସିମେଣ୍ଟ କାରଖାନାର ସରକାରୀ ଆଇନ ଓ ନିୟମ ଉଲ୍ଲଂଘନର ତାଲିକା ବେଶ୍‌ ଲମ୍ବା। କାରଖାନାରୁ ନିର୍ଗତ ସିମେଣ୍ଟ ଗୁଣ୍ଡ ସମେତ କଳା ପାଉଁଶର ଆସ୍ତରଣ ସମଗ୍ର ଅଞ୍ଚଳକୁ ଆଚ୍ଛାଦିତ କରିଛି। ଏହିସବୁ କାରଣ ଉପରେ ଏସ୍‌ପିସିବି କଳିଙ୍ଗନଗର ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ହେଲେ ପ୍ରାୟ ଦେଢ଼ ମାସ ହେବ ଏହି ରିପୋର୍ଟ ଉପରେ ଭୁବନେଶ୍ୱର କାର୍ଯ୍ୟାଳୟର କର୍ତ୍ତୃପକ୍ଷ ନୀରବ ରହିଥିବା ଅଭିଯୋଗ ହେଉଛି। ଏନେଇ ସ୍ଥାନୀୟ ପ୍ରଭାବିତ ଲୋକେ ଅତିଷ୍ଠ ହୋଇ ଗତ ମାର୍ଚ୍ଚ ୨୪ରେ ଆବଶ୍ୟକ କାଗଜପତ୍ର ସହ ରାମ୍‌କୋର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଓ ପବ୍ଲିକ ରିଲେଶନ ଅଫିସର(ପିଆର୍‌ଓ)ଙ୍କ ବିରୋଧରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ୨୮ା୩ା୨୦୨୨ରେ ଏହାର ଶୁଣାଣି କରି ଉପରୋକ୍ତ ଅଧିକାରୀଦ୍ୱୟଙ୍କୁ ୧୨ା୪ା୨୦୨୨ ପୂର୍ବାହ୍ନ ୧୦ଟାରେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ସେମାନେ ଉପସ୍ଥିତ ହୋଇ ନ ଥିଲେ। ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ରାମ୍‌କୋ ସିମେଣ୍ଟ କାରଖାନାର ପ୍ରଦୂଷଣ ଉପରେ ସେ କିଛି କହିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri