Posted inଜାତୀୟ

ପ୍ରତ୍ୟେକ ମେଡିକାଲ କଲେଜକୁ ଦେବାକୁ ପଡିବ ବର୍ଷକର ବିବରଣୀ…

ନୂଆଦିଲ୍ଲୀ,୧୦।୮ : ଦେଶର ସମସ୍ତ ମେଡିକାଲ କଲେଜକୁ ବର୍ତ୍ତମାନ ରୋଗୀଙ୍କ ହିସାବ ଦେବାକୁ ପଡିବ। କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ (କ୍ୟୁସିଆଇ) ମେଡିକାଲ କଲେଜଗୁଡ଼ିକ ପାଇଁ ୫୯ ପୃଷ୍ଠାର ଡ୍ରାଫ୍ଟ ପ୍ରସ୍ତୁତ କରିଛି, ଯେଉଁଥିରେ ଚିକିତ୍ସା, ଚେକ ଅପ, ଜନ୍ମ-ମୃତ୍ୟୁ ସମେତ ସମସ୍ତ ସୂଚନା ବର୍ଷସାରା ଏଠାକୁ ଆସୁଥିବା ରୋଗୀଙ୍କ ପାଇଁ ଉପଲବ୍ଧ ହେବ। ଏହି ଆଧାରରେ କଲେଜକୁ ଗୁଣାତ୍ମକ ପ୍ରମାଣପତ୍ର ଦିଆଯିବ।

ଡାକ୍ତରୀ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ନ୍ୟାଶନାଲ ମେଡିକାଲ କମିଶନ (ଏନଏମସି) ନିକଟରେ କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ସହିତ ମିଳିତ ହୋଇଛି। ଯେଉଁଥିରେ ମେଡିକାଲ କଲେଜଗୁଡ଼ିକରେ ଗୁଣାତ୍ମକ ମାନର ଉନ୍ନତି ଦାୟିତ୍ୱ ଦିଆଯାଇଛି। ଏନଏମସିର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ମେଡିକାଲ କଲେଜଗୁଡ଼ିକରେ ଗୁଣବତ୍ତା ଉନ୍ନତି ପାଇଁ କ୍ୟୁସିଆଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି, ଯେଉଁଥିରେ ଆପତ୍ତି ଏବଂ ପରାମର୍ଶ ନିଆଯାଇଛି। କ୍ୟୁସିଆଇI ପରବର୍ତ୍ତୀ ଏକାଡେମିକ ଅଧିବେଶନରୁ ସମସ୍ତ ମେଡିକାଲ କଲେଜଗୁଡ଼ିକର ଗୁଣବତ୍ତା ଉପରେ ନଜର ରଖିବ । ଏକ ପ୍ରଶ୍ନ ଉପରେ ସେ କହିଛନ୍ତି ଯେତେବେଳେ ବି ମେଡିକାଲ କଲେଜଗୁଡ଼ିକର ସ୍ବୀକୃତି ସମ୍ପର୍କରେ ସମୀକ୍ଷା କରାଯିବ, ସେଥିରେ ଗୁଣାତ୍ମକ ପ୍ରମାଣପତ୍ର ରହିବା ଆବଶ୍ୟକ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ମେଡିକାଲ କଲେଜ ସଂଖ୍ୟାରେ ୮୨ ପ୍ରତିଶତ ବୃଦ୍ଧି ଘଟିଛି, ୨୦୧୪ ପୂର୍ବରୁ ୩୮୭ ରୁ ବର୍ତ୍ତମାନ ୭୦୪ରେ।

ଡ୍ରାଫ୍ଟ ଅନୁଯାୟୀ ପ୍ରତ୍ୟେକ ମେଡିକାଲ କଲେଜକୁ ସେମାନଙ୍କ ଛାତ୍ରମାନଙ୍କ ମାଧ୍ୟମରେ ନିକଟସ୍ଥ ପରିବାର ଗ୍ରହଣ କରିବାକୁ ପଡିବ। ଏହି ପରିବାରକୁ ତିନି ବର୍ଷ ପାଇଁ ସେବା କରିବାକୁ ପଡିବ। ଏହି ଅବଧି ମଧ୍ୟରେ ରକ୍ତହୀନତା ଠାରୁ କିଡନୀ, ହୃଦୟ ଏବଂ ଯକ୍ଷ୍ମା ପର୍ଯ୍ୟନ୍ତ ସଂକ୍ରାମକ ରୋଗର ଚିକିତ୍ସା ମାଗଣାରେ କରିବାକୁ ପଡିବ। ଡାକ୍ତରୀ ଶିକ୍ଷା ଏବଂ ସୱାସ୍ଥ୍ୟ ସେବା ବ୍ୟତୀତ କ୍ୟୁସିଆଇ ଡ୍ରାଫ୍ଟରେ ଗ୍ରାମୀଣ ସ୍ବାସ୍ଥ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri