ଲଣ୍ଡା ପାହାଡ଼ରେ ସବୁଜିମା

ସମ୍ବଲପୁର,୧୮ା୮(ଶୁଭାଶିଷ ପାଢ଼ୀ): ସହର ଉପକଣ୍ଠରେ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ସମ୍ବଲପୁର ବନଖଣ୍ଡ ପକ୍ଷରୁ ବିଭିନ୍ନ ଯୋଜନାରେ ବୃକ୍ଷ ରୋପଣ କରାଯାଉଛି। ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବା ସହ ପୁନରୁଦ୍ଧାର କରାଯାଉଛି। ତଥ୍ୟ ଅନୁଯାୟୀ ୩ବର୍ଷ ଭିତରେ ପ୍ରାୟ ୪୦୦୦ ହେକ୍ଟର ଜମିରେ ଚାରାରୋପଣ ଓ ପୁନରୁଦ୍ଧାର କରାଯାଇଛି। ଏବେ ପାହାଡିଆ ଅଞ୍ଚଳରେ ପଥର ପାହାଡ଼ (ରକି ହିଲ୍‌) ନାମକ ଏକ ଅଭିନବ ଯୋଜନାରେ ବୃକ୍ଷ ରୋପଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଡିଭିଜନରେ ବୃକ୍ଷରୋପଣ ପାଇଁ ପରୀକ୍ଷଣ ପ୍ରକ୍ରିୟା ଚାଲୁରହିଛି। ଏହି ଅଭିନବ କାର୍ଯ୍ୟ ସଫଳ ହେବା ନେଇ ଆଶା ରହିଛି। ଆଗକୁ ଏହାର ପରିମାଣ ବୃଦ୍ଧି ପାଇବ ବୋଲି ସମ୍ବଲପୁର ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବରନ କହିଛନ୍ତି। ଡିଏଫ୍‌ଓ ଆହୁରି କହିଛନ୍ତି, ଜଙ୍ଗଲ ବିଭାଗ ବୃକ୍ଷରୋପଣର ବିଭିନ୍ନ କୌଶଳ ଉପରେ ପରୀକ୍ଷଣ କରୁଛି। ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି। ମିୟାୱାକି ବୃକ୍ଷର ସଫଳତା ପରେ ସେମାନେ ବର୍ତ୍ତମାନ ପ୍ରଥମଥର ପାଇଁ ପଥର ଜମିରେ ବୃକ୍ଷରୋପଣ ପରୀକ୍ଷା ଆରମ୍ଭ କରିଛନ୍ତି। ଦେଶର ଅଭିଜ୍ଞ ପରିବେଶବିତ୍‌ଙ୍କ ସହିତ ଆଲୋଚନା ଓ ପରାମର୍ଶ ନେବା ପରେ ଏହି ନୂତନ ପରୀକ୍ଷଣ କରାଯାଉଛି। ପୁନରୁଦ୍ଧାର ତଥା ସୁରକ୍ଷା କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇ ସଚେତନ କରାଯାଉଛି। ସମ୍ବଲପୁର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ପ୍ରାୟ ୬୦୦ରୁ ୭୦୦ ହେକ୍ଟର ଟାଙ୍ଗରା ପାହାଡ଼ ରହିଛି। ସେଠାରେ ମାଟି ପ୍ରାୟ ନ ଥିବା ସହିତ ସମାନ। ଏହିପରି ପଥର ଜମିରେ ବୃକ୍ଷରୋପଣ କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ। ଏହି ଅଭିନବ ଯୋଜନା ପାଇଁ ଜିଲା ଖଣିଜ ପାଣ୍ଠିରୁ ପ୍ରତି ହେକ୍ଟର ପିଛା ୧୦ଲକ୍ଷ ଟଙ୍କାର ବଜେଟ କରାଯାଇଛି। ଏଥିରେ ବିଭିନ୍ନ କିସମର ୧୬ଶହ ଚାରା ରୋପଣ କରାଯାଇ ୩ବର୍ଷ ପାଇଁ ରକ୍ଷଣାବେକ୍ଷଣ କରାଯବ। ଠିକ୍‌ ପଦ୍ଧତି ଅନୁସରଣ କରି ଏପରି ପଥର ଅଞ୍ଚଳରେ କେତେକ ପ୍ରଜାତି ଚାଷ କରାଯାଇପାରିବ। ନୂତନ ଯୋଜନାରେ କିଲାସମା ସଂରକ୍ଷିତ ଜଙ୍ଗଲ, ଭାଲୁବାହାଲ, ରେଙ୍ଗାଲି ରେଞ୍ଜରେ ବୃକ୍ଷରୋପଣ କରାଯାଇଛି। ଏହି ଯୋଜନାକୁ ନେଇ ପ୍ରଥମେ ମୃତ୍ତିକା କିମ୍ବା ପଥରଖଣ୍ଡ ନ ଥିବାରୁ କ୍ଷେତ୍ର କର୍ମଚାରୀ ବୃକ୍ଷରୋପଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପରେ ସମାନ ସମସ୍ୟାକୁ ନେଇ ବିଶ୍ଳେଷଣ କରାଯାଇଥିଲା। ସମଗ୍ର ଡିଭିଜନରେ ଅନୁଧ୍ୟାନ କରାଯିବା ପରେ ପ୍ରାୟ ୭୦୦ ହେକ୍ଟର ଜମି ମିଳିଥିଲା, ଯେଉଁଠାରେ କମ୍‌ ବୃକ୍ଷରୋପଣ ସହିତ ପଥର ରହିଛି। ଗୋଟିଏ ହେକ୍ଟର କ୍ଷେତ୍ରକୁ ନେଇ ପରୀକ୍ଷା କରାଯାଇଛି। ଏକ ହେକ୍ଟରରେ ପ୍ରାୟ ୧୬ଶହ ଚାରା ରୋପଣ କରାଯାଇଛି। ଗେଣ୍ଡୁଲି, ବରଗଛ, ଅଁଳା, ବାହାଡ଼ା, ଅଗସ୍ତି, ମହୁଲ, କେନ୍ଦୁ ଇତ୍ୟାଦି ପ୍ରଜାତି ସହିତ ପରୀକ୍ଷା କରାଯିବ। ବୃକ୍ଷରୋପଣ ଦୁଇବର୍ଷ ପାଇଁ ମୂଲ୍ୟାଙ୍କନ ହେବ। ସମସ୍ତ ପର୍ଯ୍ୟବେକ୍ଷଣ ରେକର୍ଡ କରାଯାଇ ବିଶ୍ଳେଷଣ କରାଯିବ। ଏହା ଦ୍ୱାରା ଯେଉଁଠାରେ ଗଛ ମରିଯାଉଛି ତାହାର କାରଣ ଜଣାପଡିବ। ସ୍ଥାନୀୟ ପରିବର୍ତ୍ତନ ସହିତ ଚାରାଗୁଡିକରେ ମଧ୍ୟ ପରିବର୍ତ୍ତନ କରାଯିବ। ପଥର ଚଟାଣ ଓ କମ ମାଟି ଥିବା ସ୍ଥାନରେ ଦୁଇଫୁଟ୍‌ ଉଚ୍ଚତା ଓ ଦୁଇଫୁଟ୍‌ ଦୈର୍ଘ୍ୟର ପଥର କାନ୍ଥ କରାଯିବ। ସେଥିରେ ମାଟି ପକାଇ ଚାରା ରୋପଣ କରାଯିବ। ଚାରିପଟେ ପଥର ଥିବାରୁ ବର୍ଷା ହେଲେ ମଧ୍ୟ ମାଟି ଧୋଇବ ନାହିଁ। ଚାରାରୋପଣ କରିବା ପରେ ଭର୍ମିକମ୍ପୋଷ୍ଟ, ଜିଭାମୂତ୍ର ବ୍ୟବହାର କରାଯିବ। କମ୍‌ ବର୍ଷରେ ଗଛଗୁଡିକ କିଭଳି ବଡ ହୋଇ ସବୁଜ ପାହାଡ ହେବ ସେ ନେଇ ଚେଷ୍ଟା କରାଯିବ। ଏଥିପାଇଁ ବନ ବିଭାଗ କର୍ମଚାରୀ ନିୟୋଜିତ ରହି ରକ୍ଷଣାବେକ୍ଷଣ କରିବେ। ଏହି ଯୋଜନା ପାଇଁ ସ୍ଥାନୀୟ ବନ ସୁରକ୍ଷା ସମିତିର ସହଯୋଗ ନିଆଯାଇଛି। ସେମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଯୋଜନା ସଫଳ ହେଲେ ଆଗକୁ ସମ୍ବଲପୁର ଜିଲାରେ ଥିବା ଲଣ୍ଡା ପାହାଡ଼, ପଥୁରିଆ ଅଞ୍ଚଳରେ ସବୁଜ ବନାନୀ ସୃଷ୍ଟି ହେବ ବୋଲି ଡିଏଫ୍‌ଓ ନୀଳାମ୍ବରନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri