ଲଣ୍ଡା ପାହାଡ଼ରେ ସବୁଜିମା

ସମ୍ବଲପୁର,୧୮ା୮(ଶୁଭାଶିଷ ପାଢ଼ୀ): ସହର ଉପକଣ୍ଠରେ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ସମ୍ବଲପୁର ବନଖଣ୍ଡ ପକ୍ଷରୁ ବିଭିନ୍ନ ଯୋଜନାରେ ବୃକ୍ଷ ରୋପଣ କରାଯାଉଛି। ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବା ସହ ପୁନରୁଦ୍ଧାର କରାଯାଉଛି। ତଥ୍ୟ ଅନୁଯାୟୀ ୩ବର୍ଷ ଭିତରେ ପ୍ରାୟ ୪୦୦୦ ହେକ୍ଟର ଜମିରେ ଚାରାରୋପଣ ଓ ପୁନରୁଦ୍ଧାର କରାଯାଇଛି। ଏବେ ପାହାଡିଆ ଅଞ୍ଚଳରେ ପଥର ପାହାଡ଼ (ରକି ହିଲ୍‌) ନାମକ ଏକ ଅଭିନବ ଯୋଜନାରେ ବୃକ୍ଷ ରୋପଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଡିଭିଜନରେ ବୃକ୍ଷରୋପଣ ପାଇଁ ପରୀକ୍ଷଣ ପ୍ରକ୍ରିୟା ଚାଲୁରହିଛି। ଏହି ଅଭିନବ କାର୍ଯ୍ୟ ସଫଳ ହେବା ନେଇ ଆଶା ରହିଛି। ଆଗକୁ ଏହାର ପରିମାଣ ବୃଦ୍ଧି ପାଇବ ବୋଲି ସମ୍ବଲପୁର ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବରନ କହିଛନ୍ତି। ଡିଏଫ୍‌ଓ ଆହୁରି କହିଛନ୍ତି, ଜଙ୍ଗଲ ବିଭାଗ ବୃକ୍ଷରୋପଣର ବିଭିନ୍ନ କୌଶଳ ଉପରେ ପରୀକ୍ଷଣ କରୁଛି। ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି। ମିୟାୱାକି ବୃକ୍ଷର ସଫଳତା ପରେ ସେମାନେ ବର୍ତ୍ତମାନ ପ୍ରଥମଥର ପାଇଁ ପଥର ଜମିରେ ବୃକ୍ଷରୋପଣ ପରୀକ୍ଷା ଆରମ୍ଭ କରିଛନ୍ତି। ଦେଶର ଅଭିଜ୍ଞ ପରିବେଶବିତ୍‌ଙ୍କ ସହିତ ଆଲୋଚନା ଓ ପରାମର୍ଶ ନେବା ପରେ ଏହି ନୂତନ ପରୀକ୍ଷଣ କରାଯାଉଛି। ପୁନରୁଦ୍ଧାର ତଥା ସୁରକ୍ଷା କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରାଯାଇ ସଚେତନ କରାଯାଉଛି। ସମ୍ବଲପୁର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ପ୍ରାୟ ୬୦୦ରୁ ୭୦୦ ହେକ୍ଟର ଟାଙ୍ଗରା ପାହାଡ଼ ରହିଛି। ସେଠାରେ ମାଟି ପ୍ରାୟ ନ ଥିବା ସହିତ ସମାନ। ଏହିପରି ପଥର ଜମିରେ ବୃକ୍ଷରୋପଣ କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ। ଏହି ଅଭିନବ ଯୋଜନା ପାଇଁ ଜିଲା ଖଣିଜ ପାଣ୍ଠିରୁ ପ୍ରତି ହେକ୍ଟର ପିଛା ୧୦ଲକ୍ଷ ଟଙ୍କାର ବଜେଟ କରାଯାଇଛି। ଏଥିରେ ବିଭିନ୍ନ କିସମର ୧୬ଶହ ଚାରା ରୋପଣ କରାଯାଇ ୩ବର୍ଷ ପାଇଁ ରକ୍ଷଣାବେକ୍ଷଣ କରାଯବ। ଠିକ୍‌ ପଦ୍ଧତି ଅନୁସରଣ କରି ଏପରି ପଥର ଅଞ୍ଚଳରେ କେତେକ ପ୍ରଜାତି ଚାଷ କରାଯାଇପାରିବ। ନୂତନ ଯୋଜନାରେ କିଲାସମା ସଂରକ୍ଷିତ ଜଙ୍ଗଲ, ଭାଲୁବାହାଲ, ରେଙ୍ଗାଲି ରେଞ୍ଜରେ ବୃକ୍ଷରୋପଣ କରାଯାଇଛି। ଏହି ଯୋଜନାକୁ ନେଇ ପ୍ରଥମେ ମୃତ୍ତିକା କିମ୍ବା ପଥରଖଣ୍ଡ ନ ଥିବାରୁ କ୍ଷେତ୍ର କର୍ମଚାରୀ ବୃକ୍ଷରୋପଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପରେ ସମାନ ସମସ୍ୟାକୁ ନେଇ ବିଶ୍ଳେଷଣ କରାଯାଇଥିଲା। ସମଗ୍ର ଡିଭିଜନରେ ଅନୁଧ୍ୟାନ କରାଯିବା ପରେ ପ୍ରାୟ ୭୦୦ ହେକ୍ଟର ଜମି ମିଳିଥିଲା, ଯେଉଁଠାରେ କମ୍‌ ବୃକ୍ଷରୋପଣ ସହିତ ପଥର ରହିଛି। ଗୋଟିଏ ହେକ୍ଟର କ୍ଷେତ୍ରକୁ ନେଇ ପରୀକ୍ଷା କରାଯାଇଛି। ଏକ ହେକ୍ଟରରେ ପ୍ରାୟ ୧୬ଶହ ଚାରା ରୋପଣ କରାଯାଇଛି। ଗେଣ୍ଡୁଲି, ବରଗଛ, ଅଁଳା, ବାହାଡ଼ା, ଅଗସ୍ତି, ମହୁଲ, କେନ୍ଦୁ ଇତ୍ୟାଦି ପ୍ରଜାତି ସହିତ ପରୀକ୍ଷା କରାଯିବ। ବୃକ୍ଷରୋପଣ ଦୁଇବର୍ଷ ପାଇଁ ମୂଲ୍ୟାଙ୍କନ ହେବ। ସମସ୍ତ ପର୍ଯ୍ୟବେକ୍ଷଣ ରେକର୍ଡ କରାଯାଇ ବିଶ୍ଳେଷଣ କରାଯିବ। ଏହା ଦ୍ୱାରା ଯେଉଁଠାରେ ଗଛ ମରିଯାଉଛି ତାହାର କାରଣ ଜଣାପଡିବ। ସ୍ଥାନୀୟ ପରିବର୍ତ୍ତନ ସହିତ ଚାରାଗୁଡିକରେ ମଧ୍ୟ ପରିବର୍ତ୍ତନ କରାଯିବ। ପଥର ଚଟାଣ ଓ କମ ମାଟି ଥିବା ସ୍ଥାନରେ ଦୁଇଫୁଟ୍‌ ଉଚ୍ଚତା ଓ ଦୁଇଫୁଟ୍‌ ଦୈର୍ଘ୍ୟର ପଥର କାନ୍ଥ କରାଯିବ। ସେଥିରେ ମାଟି ପକାଇ ଚାରା ରୋପଣ କରାଯିବ। ଚାରିପଟେ ପଥର ଥିବାରୁ ବର୍ଷା ହେଲେ ମଧ୍ୟ ମାଟି ଧୋଇବ ନାହିଁ। ଚାରାରୋପଣ କରିବା ପରେ ଭର୍ମିକମ୍ପୋଷ୍ଟ, ଜିଭାମୂତ୍ର ବ୍ୟବହାର କରାଯିବ। କମ୍‌ ବର୍ଷରେ ଗଛଗୁଡିକ କିଭଳି ବଡ ହୋଇ ସବୁଜ ପାହାଡ ହେବ ସେ ନେଇ ଚେଷ୍ଟା କରାଯିବ। ଏଥିପାଇଁ ବନ ବିଭାଗ କର୍ମଚାରୀ ନିୟୋଜିତ ରହି ରକ୍ଷଣାବେକ୍ଷଣ କରିବେ। ଏହି ଯୋଜନା ପାଇଁ ସ୍ଥାନୀୟ ବନ ସୁରକ୍ଷା ସମିତିର ସହଯୋଗ ନିଆଯାଇଛି। ସେମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଯୋଜନା ସଫଳ ହେଲେ ଆଗକୁ ସମ୍ବଲପୁର ଜିଲାରେ ଥିବା ଲଣ୍ଡା ପାହାଡ଼, ପଥୁରିଆ ଅଞ୍ଚଳରେ ସବୁଜ ବନାନୀ ସୃଷ୍ଟି ହେବ ବୋଲି ଡିଏଫ୍‌ଓ ନୀଳାମ୍ବରନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri