Posted inଜାତୀୟ

ଜାମିନ ନିଷ୍ପତ୍ତିରେ ଦିନେ ବିଳମ୍ବ ବି ମୌଳିକ ଅଧିକାରକୁ ପ୍ରଭାବିତ କରେ

ଜାମିନ ଆବେଦନ କରିବା ବ୍ୟକ୍ତିଗତ ସ୍ବାଧୀନତା ଅଧିକାରର ଏକ ଅଂଶବିଶେଷ। ଅନୁରୂପ ଭାବେ ବ୍ୟକ୍ତିଗତ ସ୍ବାଧୀନତା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ରେ ସୁନିଶ୍ଚିତ କରାଯାଇଥିତ୍ବା ଜୀବନଧାରଣ ଅଧିକାରର ଏକ ଅଂଶ। ତେବେ ତଳ କୋର୍ଟଗୁଡ଼ିକରେ ଜାମିନ ପ୍ରଦାନରେ ନିଷ୍ପତ୍ତି ବେଳେ ଅହେତୁକ ବିଳମ୍ବ କରାଯାଉଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଫଳରେ ଅଭିଯୁକ୍ତମାନେ ଅକାରଣେ ଦୀର୍ଘଦିନ ଧରି ଜେଲ୍‌ରେ ଜୀବନ ବିତାଉଛନ୍ତି। ଏଭଳି ସ୍ଥିତିରେ ସୁପ୍ରିମ୍‌କୋର୍ଟ ୨୦୨୩ ଅଗଷ୍ଟରୁ ବିଚାରାଧୀନ ଥିବା ଏକ ମାମଲାର ଶୁକ୍ରବାର ଶୁଣାଣି କରି ଜାମିନ ଆବେଦନ ପ୍ରକ୍ରିୟା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଷ୍ଟିସ୍‌ ବି.ଆର. ଗଭାଇ ଏବଂ କେ.ଭି. ବିଶ୍ୱନାଥନ୍‌ଙ୍କ ଖଣ୍ଡପୀଠ ଜାମିନ ପ୍ରଦାନରେ ଅଭ୍ୟାସଗତ ବିଳମ୍ବକୁ ନାପସନ୍ଦ କରି କହିଛନ୍ତି, ଜାମିନ ପାଇବା ଅଭିଯୁକ୍ତଙ୍କ ମୌଳିକ ଅଧିକାର। ଏଥିରେ ଦିନଟିଏ ବି ବିଳମ୍ବ ହେଲେ ସମ୍ବିଧାନ ପ୍ରଦତ୍ତ ଏହି ଅଧିକାର କ୍ଷୁଣ୍ଣ ହେଉଛି।

ନୂଆଦିଲ୍ଲୀ,୧୦।୧୧(ପି.ଟି.): ଅଦାଲତଗୁଡ଼ିକ ଜାମିନ ଆବେଦନକୁ ବର୍ଷ ବର୍ଷ ଧରି ପକାଇ ରଖୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ଜାମିନ ଆବେଦନର ବିଚାର ଗୋଟିଏ ଦିନ ବିଳମ୍ବ ହେବା ଦ୍ୱାରା ନାଗରିକମାନଙ୍କ ମୌଳିକ ଅଧିକାର ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି। ବ୍ୟକ୍ତିଗତ ସ୍ବାଧୀନତାର ଗୁରୁତ୍ୱ ଉପରେ ସର୍ବୋଚ୍ଚ ଅଦାଲତ ପୁଣିଥରେ ଜୋର୍‌ ଦେଇଛନ୍ତି।
ଜଣେ ଆବେଦନକାରୀଙ୍କ ଜାମିନ ଆବେଦନ ଗତବର୍ଷ ଅଗଷ୍ଟରୁ ଆଲ୍ଲାହାବାଦ ହାଇକୋର୍ଟରେ ବିଚାର ଅପେକ୍ଷାରେ ପଡ଼ିରହିଥିବାବେଳେ ଏଥିରେ କୌଣସି ଅଗ୍ରଗତି ଘଟି ନ ଥିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବିନା ଜାମିନ ଆବେଦନକୁ ବାରମ୍ବାର ସ୍ଥଗିତ ରଖାଯାଉଥିବା ସେ ଅଭିଯୋଗ କରିଥିଲେ। ସର୍ବୋଚ୍ଚ ଅଦାଲତ ତାଙ୍କ ପିଟିଶନର ଶୁଣାଣି କରିବା ଅବସରରେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ହାଇକୋର୍ଟରେ ନଭେମ୍ବର ୧୧ରେ ଜାମିନ ଆବେଦନର ଶୁଣାଣି ହେବାକୁ ଥିବାରୁ ସେହିଦିନ ଏହାର ବିଚାର କରି ଯଥାସମ୍ଭବ ନିଷ୍ପତ୍ତି ନେବା ପାଇଁ ସମ୍ପୃକ୍ତ ବିଚାରପତିଙ୍କୁ ଖଣ୍ଡପୀଠ ଅନୁରୋଧ କରିଛନ୍ତି। ସେହିଦିନ ନିଷ୍ପତ୍ତି ନେବା ସମ୍ଭବ ନ ହେଲେ ୨ ସପ୍ତାହ ମଧ୍ୟରେ ରାୟ ପ୍ରଦାନ କରିବାକୁ ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?