୪ର୍ଥ ଥର ଗ୍ରାମୀ ଆଓ୍ବାଡର୍‌ସ ପାଇଁ ରିକି କେଜ୍‌ ମନୋନୀତ

ଲସ୍‌ ଏଞ୍ଜେଲ୍ସ, ୧୦।୧୧: ୬୭ତମ ଗ୍ରାମୀ ଆଓ୍ବାଡର୍‌ସ ପାଇଁ ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ରିକି କେଜ୍‌ ଓ ବ୍ରିଟିଶ ଭାରତୀୟ ସଙ୍ଗୀତଜ୍ଞ ଅନୁଷ୍କା ଶଙ୍କରଙ୍କୁ ମନୋନୀତ କରାଯାଇଛି। ପୂର୍ବରୁ ୩ ଥର ଗ୍ରାମୀ ପୁରସ୍କାର ବିଜେତା କେଜ୍‌ଙ୍କୁ ଚଳିତଥର ଚତୁର୍ଥ ଥର ପାଇଁ ତାଙ୍କ ଆଲ୍‌ବମ ‘ବ୍ରେକ୍‌ ଅଫ୍‌ ଡାଉନ୍‌’ ପାଇଁ ମନୋନୀତ କରାଯାଇଛି। ‘ଆମ୍ବିଏଣ୍ଟ’ ଓ ‘ଚାଣ୍ଟ ଆଲ୍‌ବମ’ ଶ୍ରେଣୀରେ କେଜ୍‌ଙ୍କ ‘ବ୍ରେକ୍‌ ଅଫ୍‌ ଡାଉନ୍‌ ଆମ୍ବିଏଣ୍ଟ’କୁ ମନୋନୀତ କରାଯାଇଛି। ସେହିପରି ‘ଚାପ୍ଟର ୨: ହାଓ ଡାର୍କ ଇଟ୍‌ ଇଜ୍‌ ବିଫୋର ଡନ୍‌’ ଆଲବମ ପାଇଁ ସିତାର ବାଦକ ତଥା ସଙ୍ଗୀତଜ୍ଞ ଅନୁଷ୍କା ଶଙ୍କରଙ୍କୁ ମନୋନୀତ କରାଯାଇଛି। ସେହିପରି ପ୍ରସିଦ୍ଧ ବ୍ରିଟିଶ୍‌ ସଙ୍ଗୀତଜ୍ଞ ଜାକବ କୋଲିୟରଙ୍କ ଗୀତ ‘ଏ ରକ୍‌ ସମ୍‌ ହୋୟାର’ରେ ନିଜର ବିଶେଷ ଭୂମିକା ପାଇଁ ଅନୁଷ୍କା ଅତିରିକ୍ତ ଭାବେ ମନୋନୀତ ହୋଇଛନ୍ତି। କେଜ୍‌ ପୂର୍ବରୁ ୨୦୧୫, ୨୦୨୨ ଓ ୨୦୨୩ରେ ଗ୍ରାମୀ ପୁରସ୍କାର ଗ୍ରହଣ କରିଥିଲେ। ପ୍ରକାଶ ଯେ, ୬୭ତମ ଗ୍ରାମୀ ଆଓ୍ବାଡର୍‌ସ ଆସନ୍ତା ବର୍ଷ ଫେବୃଆରୀ ୨ରେ ଆମେରିକାର ଲସ୍‌ ଏଞ୍ଜେଲ୍ସରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

ପ୍ରଦୀପଙ୍କୁ ସ୍ବାବଲମ୍ବୀ କରିଛି ଡ୍ରାଗନ ଫ୍ରୁଟ ଚାଷ

ଜି.ଉଦୟଗିରି,୭ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ବଜାର ଫୁଟପାଥରେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। ଏହାର କିଲୋ ୨୦୦ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକଙ୍କ…

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri