ଯାଇଥିଲେ ହେଲେ ନବୀନଙ୍କୁ ଦେଖା କରିପାରିଲେନି, ବବିଙ୍କ ଫୋନ୍‌ରୁ ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ; ବଢ଼ିଲା…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର): ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ଚିକିତ୍ସାଧୀନ ରହିଛନ୍ତି। ପୂର୍ବରୁ କେବେ ନିଜର ଚିକିତ୍ସା ସମ୍ପର୍କରେ ସାଧାରଣରେ ସବିଶେଷ ତଥ୍ୟ ଦେଇଯାଇ ନ ଥିଲେ। ହେଲେ ପ୍ରଥମ ଥର ଲାଗି ନବୀନ ନିଜର ଚିକିତ୍ସା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସାଧାରଣ ଲୋକଙ୍କୁ ଜଣାଇଥିଲେ।ଏହାପରେ ଦଳୀୟ ନେତା ଓ କର୍ମୀମାନେ ନବୀନଙ୍କ ଆଶୁ ଆରୋଗ୍ୟ କାମନାକରି ପୂଜାର୍ଚ୍ଚନାରେ ଲାଗି ପଡ଼ିଥିଲେ। ଏହାପରେ କେତେଜଣ ଆଗ ଧାଡ଼ିର ନେତା ନିଜ ନେତାଙ୍କୁ ଦେଖାକରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ଲାଗି ମୁମ୍ବାଇ ଅଭିମୁଖେ ବାହାରିପଡ଼ିଥିଲେ। ହେଲେ ଏହି ନେତାମାନଙ୍କ ସବୁ ସରାଗ ଭାଙ୍ଗିଯାଇଛି। ନିଜ ନେତାଙ୍କୁ ପାଖରୁ ଦେଖିବାକୁ ନ ପାଇ କେବଳ ଭିଡିଓ କଲ୍‌ରେ ଦେଖି ନିଜ ମନ ଖୁସି କରିବାକୁ ଚେଷ୍ଟା କରିଛନ୍ତି। ନିଜ ନେତାଙ୍କ ଦେଖା ନ ପାଇ ଦଳର ବରିଷ୍ଠ ନେତାମାନେ ଖାଲିରେ ଫେରିଥିବା ଖବର ଜାଣିବା ପରେ ଯେଉଁ ଆଉ କେତେଜଣ ନେତା ମୁମ୍ବାଇ ଯିବେ ବୋଲି ବାହାରିଥିଲେ ସେମାନେ ଏବେ ନିଜ ମନ ବଦଳାଇ ଦେଇଛନ୍ତି। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମୋବାଇଲ୍‌ରୁ ଭି.କେ. ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ ଯାଇଥିଲା। ଏହିପରି ବମ୍ବେ ଯାଇଥିବା ନେତାମାନେ ନବୀନଙ୍କୁ ଦେଖିଥିଲେ, ଯାହା ଦଳ ଭିତରେ ଆହୁରି ଅସନ୍ତୋଷକୁ ବଢ଼ାଇ ଦେଇଛି।

ଗତ ସାଧାରଣ ନିର୍ବାଚନରେ ବିଜେଡି ସରକାରରୁ ଯିବା ପାଇଁ ପାଣ୍ଡିଆନ୍‌ ଏବଂ ବବିଙ୍କୁ ଦଳର ଏକାଧିକ ନେତା ଓ କର୍ମୀ ଦାୟୀ କରିଥିଲେ। ନିର୍ବାଚନ ପୂର୍ବରୁ ଦଳରେ ବବି ସବୁଠାରୁ କ୍ଷମତାଶାଳୀ ନେତା ହୋଇଯାଇଥିବା ବେଳେ ପାଣ୍ଡିଆନ୍‌ ପୂରା ଦଳକୁ ପରିଚାଳନା କରୁଥିଲେ। ଅନ୍ୟ ନେତାମାନଙ୍କୁ ସେତେବେଳେ ସମ୍ପୂର୍ଣ୍ଣ ଅଣଦେଖା କରିଦିଆଯାଇଥିଲା। ଯେଉଁ ନେତା ନବୀନଙ୍କୁ ଦେଖା କରିବାକୁ ଚାହୁଁଥିଲେ ତାହା ଆଉ ସମ୍ଭବ ହେଉ ନ ଥିଲା। ଯିଏ ସବୁ ଆସୁଥିଲେ ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ପାଣ୍ଡିଆନ୍‌ଙ୍କୁ ଦେଖାକରିବା ପାଇଁ ବବି ହିଁ ମାଧ୍ୟମ ସାଜିଥିଲେ, ଯେଉଁଥିଲାଗି ଦଳର ପରାଜୟ ପରେ ଏଭଳି ବିରୋଧ ହୋଇଥିଲା ଯେ ପାଣ୍ଡିଆନ୍‌ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା କହିଥିଲେ। ହେଲେ ଏବେ ଯେତେବେଳେ ନିର୍ବାଚନ ଫଳ ବାହାରିବାର ଗୋଟିଏ ବର୍ଷ ବିତିଯାଇଛି ଏବଂ ସେହି ଢାଞ୍ଚା ଏବେ ବି ଦଳ ଭିତରେ ଚାଲିଛି । ତାକୁ ଦେଖି ଦଳ ଭିତରେ ପୁଣି ଥରେ କମ୍ପନ ଆରମ୍ଭ ହୋଇଛି। ଜଣେ ବରିଷ୍ଠ ନେତା କହିଛନ୍ତି, ଦଳକୁ ଏତେ କ୍ଷତି ସହିବାକୁ ପଡିଲା ପରେ ବି ଯଦି ପାଣ୍ଡିଆନ୍‌ ଏବଂ ବବି ସବୁ ନିୟନ୍ତ୍ରଣରେ ରଖିଛନ୍ତି ତେବେ ବିଜେଡିର ଭବିଷ୍ୟତ ଭଲ ନୁହେଁ। ନବୀନଙ୍କୁ ଦେଖାକରିବା ପାଇଁ ସେଇ ବବିଙ୍କ ଫୋନ୍‌ରୁ ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ କରାଯିବ ଏହିଭଳି ନବୀନଙ୍କୁ ଦେଖିବାକୁ ପଡିବ। ଏହାର ଅର୍ଥ ବବି ଆଉ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଏବେ ବି ଦଳ ଚାଲିଛି, ଯାହାକି ଭବିଷ୍ୟତ ଲାଗି ଭଲ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପଟେ କିନ୍ତୁ ଦଳ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଦଳର ଏକାଧିକ ନେତା ନବୀନଙ୍କୁ ଦେଖି ସ୍ବାସ୍ଥ୍ୟାବସ୍ଥା କଥା ବୁଝିଲେ ବୋଲି ଉଲ୍ଲେଖ କରାଯାଇଛି।

ଅନ୍ୟପଟେ ମୁମ୍ବାଇ ଯାଇଥିବା ନେତାମାନେ ନବୀନଙ୍କ ବଡ ଭାଇ ପ୍ରେମ୍‌ ପଟ୍ଟନାୟକ ଏବଂ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଭେଟିଥିବା ଜଣାପଡିଛି। ପ୍ରେମ୍‌ଙ୍କ ସହ ଦଳୀୟ ନେତାମାନେ କିଛି ସମୟ ଆଲୋଚନା କରିଥିଲେ। ଏହି ନେତାମାନେ ଗତ ମଙ୍ଗଳବାର ମୁମ୍ବାଇ ଗସ୍ତରେ ଯାଇଥିଲେ। ସେଠାରେ ଏକ ଘରୋଇ ହୋଟେଲରେ ସବୁ ନେତା ଗୋଟିଏ ଦିନ ରହିଥିଲେ। ଏମାନଙ୍କ ମଧ୍ୟରେ ବରିଷ୍ଠ ନେତା ଅଶୋକ ପଣ୍ଡା, ଅତନୁ ସବ୍ୟସଚୀ ନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଦାସବର୍ମା, ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ମାନସ ମଙ୍ଗରାଜ, ପ୍ରଣବ ବଳବନ୍ତରାୟ, ସଞ୍ଜୀବ ମଲିକ, ବିଶ୍ୱରଞ୍ଜନ ମଲିକ, ବିକ୍ରମ ପଣ୍ଡା, ଚନ୍ଦ୍ରଶେଖର ସାହୁ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri