ବିବାଦ ବଢୁଥିଲେ ବି ମୁହଁ ଖୋଲିଲେନି ସସ୍ମିତ, କହିଲେ ଦଳ ଦେବ ସ୍ପଷ୍ଟୀକରଣ

ଭୁବନେଶ୍ୱର,୧୦ା୪: ଓ୍ବକ୍‌ଫ ବିଲ୍‌କୁ ନେଇ ରାଜ୍ୟ ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି। ଇତିମଧ୍ୟରେ ବିଦେଶ ଗସ୍ତରୁ ଫେରିଛନ୍ତି ଏମ୍‌ପି ସସ୍ମିତ ପାତ୍ର। ସେ ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ଓ୍ବକ୍‌ଫ ବିଲ୍‌କୁ ନେଇ ବିବାଦ ବଢ଼ି ଚାଲିଥିବା ବେଳେ ସସ୍ମିତ ମୁହଁ ନ ଖୋଲିବା ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ଦଳ ଏନେଇ ସ୍ପଷ୍ଟୀକରଣ ଦେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ବୁଧବାର ଭି.କେ. ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ମତ ରଖି ନବୀନ କହିଛନ୍ତି, ପାଣ୍ଡିଆନ୍‌ ରାଜ୍ୟ ଓ ବିଜେଡି ପାଇଁ ବହୁତ ଭଲ କାମ କରିଛନ୍ତି। ସେ ୧୦ ମାସ ତଳୁ ଦଳ ପରିତ୍ୟାଗ କରିସାରିଛନ୍ତି। ବର୍ତ୍ତମାନ ସେ ବିଜେଡିର କୌଣସି କାର୍ଯ୍ୟରେ ଲିପ୍ତ ନାହାନ୍ତି କିମ୍ବା ଦଳୀୟ ନିଷ୍ପତ୍ତିରେ ତାଙ୍କର କୌଣସି ହସ୍ତକ୍ଷେପ ନାହିଁ। ତାଙ୍କୁ କୌଣସି ପ୍ରକାର ବଦ୍‌ନାମ କରିବା ଉଚିତ୍‌ ନୁହେଁ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦଳରୁ କେବେଠାରୁ ବହିଷ୍କୃତ ହୋଇସାରିଛନ୍ତି। ସେ ବିଜେଡିରେ ଏବେ ଆଉ ନାହାନ୍ତି, ଚିଟ୍‌ଫଣ୍ଡ ଠକେଇ ମାମଲାରେ ସେ ଜେଲ୍‌ ଯାଇଥିଲେ। ବିଜେଡି ସହିତ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ନବୀନ କହିଥିଲେ। ସେ କହିଥିଲେ ଯେ, ଶଙ୍ଖ ଭବନର ବିସ୍ତୃତ ଜାଗା ଅଛି। ତେଣୁ ଏଣେତେଣେ ବୈଠକକୁ ନାପସନ୍ଦ କରିଥିଲେ।
ପାଣ୍ଡିଆନ୍‌ଙ୍କ ସପକ୍ଷରେ ନବୀନ ଏଭଳି ମତ ପରେ ଏବେ ଦଳରେ ବହୁ ବରିଷ୍ଠ ନେତା ପ୍ରଭାତଙ୍କ ବିରୋଧରେ ବିଷୋଦାଗାର କରିଛନ୍ତି। ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଚାଲିଥିବା ହାଇଡ୍ରାମାକୁ ନେଇ ବୁଧବାର ବିଜେଡିର ବରିଷ୍ଠ ନେତାଙ୍କ ଘନ ଘନ ବୈଠକ ବସିବା ସହ କେତେଜଣ ବିଧାୟକ ଦଳର ସଭାପତିଙ୍କୁ ଖୋଲା ଚିଠି ଲେଖିଥିଲେ। ପୂର୍ବାହ୍ନରେ ପଟିଆସ୍ଥିତ ଏକ ହୋଟେଲରେ ବରିଷ୍ଠ ନେତାଙ୍କୁ ନେଇ ଅନୁଷ୍ଠିତ ବୈଠକ ପରେ ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଥିଲେ, ଦଳକୁ ଅଧିକ ଶକ୍ତିଶାଳୀ କରାଯିବ। ଯେଉଁ ବାହ୍ୟ ଶତ୍ରୁମାନେ ଦଳର ନେତା ନବୀନଙ୍କ ଉପରକୁ ଅଙ୍ଗୁଳି ଉଠାଇବେ ତାଙ୍କୁ ବରଦାସ୍ତ କରାଯିବ ନାହିଁ। ସେହିପରି ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଦଳକୁ ସୁସଙ୍ଗଠିତ କରିବା ପାଇଁ ସବୁକିଛି କରାଯିବ ବୋଲି କହିଥିଲେ। ଏହାପରେ ଦଳର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ଅନ୍ୟ ୬ଜଣ ନେତା ଦଳର ସୁପ୍ରିମୋଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହେବାପରେ ବହୁ ବରିଷ୍ଠ ନେତା ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। ତାଙ୍କ ଯୋଗୁଁ ଦଳ ପରାଜୟର ସମ୍ମୁଖୀନ ହେଲା ବୋଲି ପ୍ରତ୍ୟକ୍ଷ ଓ ପରୋକ୍ଷରେ କହି ବୁଲିଥିଲେ। ଏହାକୁ ନେଇ ସେତେବେଳେ ନବୀନ ଗଣମାଧ୍ୟମ ସମ୍ମୁଖକୁ ଆସି ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଥିବା କହିଥିଲେ। ଏହାପରେ ପାଣ୍ଡିଆନ ବିଜେଡିରୁ ସନ୍ନ୍ୟାସ ନେଇଥିଲେ। ସେବେଠାରୁ ପାଣ୍ଡିଆନ ଦଳର କୌଣସି ବୈଠକରେ ଦେଖାଯାଉ ନ ଥିବାବେଳେ ସାମାଜିକ କାର୍ଯ୍ୟକ୍ରମରେ କେବଳ ଦୃଶ୍ୟ ହେଉଥିଲେ। ନିକଟରେ ଓ୍ବକ୍‌ଫ ବିଲ୍‌କୁ ନେଇ ରାଜ୍ୟ ସଭାରେ ସୃଷ୍ଟି ହୋଇଥିବା ବିଭାଜିତ ମତ ପଛରେ ପାଣ୍ଡିଆନ୍‌ଙ୍କ ସମ୍ପୃକ୍ତି ଥିବା ନେଇ କେତେକ ନେତା ଟାର୍ଗେଟ କରିବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?