ବିବାଦ ବଢୁଥିଲେ ବି ମୁହଁ ଖୋଲିଲେନି ସସ୍ମିତ, କହିଲେ ଦଳ ଦେବ ସ୍ପଷ୍ଟୀକରଣ

ଭୁବନେଶ୍ୱର,୧୦ା୪: ଓ୍ବକ୍‌ଫ ବିଲ୍‌କୁ ନେଇ ରାଜ୍ୟ ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି। ଇତିମଧ୍ୟରେ ବିଦେଶ ଗସ୍ତରୁ ଫେରିଛନ୍ତି ଏମ୍‌ପି ସସ୍ମିତ ପାତ୍ର। ସେ ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ଓ୍ବକ୍‌ଫ ବିଲ୍‌କୁ ନେଇ ବିବାଦ ବଢ଼ି ଚାଲିଥିବା ବେଳେ ସସ୍ମିତ ମୁହଁ ନ ଖୋଲିବା ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ଦଳ ଏନେଇ ସ୍ପଷ୍ଟୀକରଣ ଦେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ବୁଧବାର ଭି.କେ. ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ମତ ରଖି ନବୀନ କହିଛନ୍ତି, ପାଣ୍ଡିଆନ୍‌ ରାଜ୍ୟ ଓ ବିଜେଡି ପାଇଁ ବହୁତ ଭଲ କାମ କରିଛନ୍ତି। ସେ ୧୦ ମାସ ତଳୁ ଦଳ ପରିତ୍ୟାଗ କରିସାରିଛନ୍ତି। ବର୍ତ୍ତମାନ ସେ ବିଜେଡିର କୌଣସି କାର୍ଯ୍ୟରେ ଲିପ୍ତ ନାହାନ୍ତି କିମ୍ବା ଦଳୀୟ ନିଷ୍ପତ୍ତିରେ ତାଙ୍କର କୌଣସି ହସ୍ତକ୍ଷେପ ନାହିଁ। ତାଙ୍କୁ କୌଣସି ପ୍ରକାର ବଦ୍‌ନାମ କରିବା ଉଚିତ୍‌ ନୁହେଁ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦଳରୁ କେବେଠାରୁ ବହିଷ୍କୃତ ହୋଇସାରିଛନ୍ତି। ସେ ବିଜେଡିରେ ଏବେ ଆଉ ନାହାନ୍ତି, ଚିଟ୍‌ଫଣ୍ଡ ଠକେଇ ମାମଲାରେ ସେ ଜେଲ୍‌ ଯାଇଥିଲେ। ବିଜେଡି ସହିତ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ନବୀନ କହିଥିଲେ। ସେ କହିଥିଲେ ଯେ, ଶଙ୍ଖ ଭବନର ବିସ୍ତୃତ ଜାଗା ଅଛି। ତେଣୁ ଏଣେତେଣେ ବୈଠକକୁ ନାପସନ୍ଦ କରିଥିଲେ।
ପାଣ୍ଡିଆନ୍‌ଙ୍କ ସପକ୍ଷରେ ନବୀନ ଏଭଳି ମତ ପରେ ଏବେ ଦଳରେ ବହୁ ବରିଷ୍ଠ ନେତା ପ୍ରଭାତଙ୍କ ବିରୋଧରେ ବିଷୋଦାଗାର କରିଛନ୍ତି। ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଚାଲିଥିବା ହାଇଡ୍ରାମାକୁ ନେଇ ବୁଧବାର ବିଜେଡିର ବରିଷ୍ଠ ନେତାଙ୍କ ଘନ ଘନ ବୈଠକ ବସିବା ସହ କେତେଜଣ ବିଧାୟକ ଦଳର ସଭାପତିଙ୍କୁ ଖୋଲା ଚିଠି ଲେଖିଥିଲେ। ପୂର୍ବାହ୍ନରେ ପଟିଆସ୍ଥିତ ଏକ ହୋଟେଲରେ ବରିଷ୍ଠ ନେତାଙ୍କୁ ନେଇ ଅନୁଷ୍ଠିତ ବୈଠକ ପରେ ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଥିଲେ, ଦଳକୁ ଅଧିକ ଶକ୍ତିଶାଳୀ କରାଯିବ। ଯେଉଁ ବାହ୍ୟ ଶତ୍ରୁମାନେ ଦଳର ନେତା ନବୀନଙ୍କ ଉପରକୁ ଅଙ୍ଗୁଳି ଉଠାଇବେ ତାଙ୍କୁ ବରଦାସ୍ତ କରାଯିବ ନାହିଁ। ସେହିପରି ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଦଳକୁ ସୁସଙ୍ଗଠିତ କରିବା ପାଇଁ ସବୁକିଛି କରାଯିବ ବୋଲି କହିଥିଲେ। ଏହାପରେ ଦଳର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ଅନ୍ୟ ୬ଜଣ ନେତା ଦଳର ସୁପ୍ରିମୋଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହେବାପରେ ବହୁ ବରିଷ୍ଠ ନେତା ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। ତାଙ୍କ ଯୋଗୁଁ ଦଳ ପରାଜୟର ସମ୍ମୁଖୀନ ହେଲା ବୋଲି ପ୍ରତ୍ୟକ୍ଷ ଓ ପରୋକ୍ଷରେ କହି ବୁଲିଥିଲେ। ଏହାକୁ ନେଇ ସେତେବେଳେ ନବୀନ ଗଣମାଧ୍ୟମ ସମ୍ମୁଖକୁ ଆସି ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଥିବା କହିଥିଲେ। ଏହାପରେ ପାଣ୍ଡିଆନ ବିଜେଡିରୁ ସନ୍ନ୍ୟାସ ନେଇଥିଲେ। ସେବେଠାରୁ ପାଣ୍ଡିଆନ ଦଳର କୌଣସି ବୈଠକରେ ଦେଖାଯାଉ ନ ଥିବାବେଳେ ସାମାଜିକ କାର୍ଯ୍ୟକ୍ରମରେ କେବଳ ଦୃଶ୍ୟ ହେଉଥିଲେ। ନିକଟରେ ଓ୍ବକ୍‌ଫ ବିଲ୍‌କୁ ନେଇ ରାଜ୍ୟ ସଭାରେ ସୃଷ୍ଟି ହୋଇଥିବା ବିଭାଜିତ ମତ ପଛରେ ପାଣ୍ଡିଆନ୍‌ଙ୍କ ସମ୍ପୃକ୍ତି ଥିବା ନେଇ କେତେକ ନେତା ଟାର୍ଗେଟ କରିବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?