୨ ସନ୍ତାନଙ୍କ ବାପା ହୋଇ ସୁଦ୍ଧା ୧୬ବର୍ଷ ସାନ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତା, ଏମିତି ସର୍ତ୍ତ ଶୁଣି…

ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ମମତାଜ ଅନ୍ୟତମ। ଅନେକ ଫିଲ୍ମରେ କାମ କରି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ୬୦ ଓ ୭୦ ଦଶକରେ ମମତାଜ ବଲିଉଡରେ ରାଜ କରିଥିଲେ। ଅନ୍ୟପକ୍ଷରେ ଶମି କପୁର ଜଣେ ରୋମାଣ୍ଟିକ ହିରୋ ଭାବରେ ବଲିଉଡରେ ବହୁତ ଲୋକପ୍ରିୟ ଥିଲେ। ସେ ପ୍ରସିଦ୍ଧ ଅଭିନେତ୍ରୀ ଗୀତା ବାଲିଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ତାଙ୍କ ପିତା ପୃଥୀରାଜ କପୁର ଏବଂ ଗୀତାଙ୍କ ପରିବାର ଏହି ବିବାହକୁ ବିରୋଧ କରିଥିଲେ। ଏ ନେଇ ଦୁହେଁ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ପରିବାର ଏହି ବିବାହରେ ସହମତ ହୋଇଥିଲେ। ଶମି ଏବଂ ଗୀତାଙ୍କର ଦୁଇଟି ସନ୍ତାନ ଥିଲେ। ସେମାନଙ୍କ ବିବାହର ମାତ୍ର ୧୦ବର୍ଷ ପରେ ଗୀତା ରୋଗରେ ମୃତ୍ୟୁ ବରଣ କଲେ।

ପରେ ତାଙ୍କ ଘର ଲୋକ ଦୁଇ ଛୁଆଙ୍କ ଯତ୍ନ ପାଇଁ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଥିଲେ। ଏହି ସମୟରେ ଫିଲ୍ମ ବ୍ରହ୍ମଚାରି ଶୁଟିଂ ଚାଲିଥିଲା। ଶୁଟିଂ ସେଟ୍‌ରେ ମମତାଜ କହିଥିଲେ, ଶମି ତାଙ୍କ ଉପରେ ଫିଦା। ସେ ତାଙ୍କର ପ୍ରଥମ କ୍ରସ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ଦୁହେଁ ବହୁତ ନିକଟତର ହୋଇଥିଲେ। ଦିନେ ଶମିି ମମତାଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।

ସେ ମଧ୍ୟ ସର୍ତ୍ତ ରଖିଥିଲେ ଯେ, ବିବାହ ପରେ ସେ ଫିଲ୍ମରେ କାମ କରିବେ ନାହିଁ, ବରଂ ଘରେ ରହି ନିଜ ପିଲାମାନଙ୍କର ଯତ୍ନ ନେବେ। ମମତାଜ ସେତେବେଳେ ୧୮ ବର୍ଷ ହୋଇଥିଲେ ଏବଂ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାକୁ ସଂଘର୍ଷ କରୁଥିଲେ। ଶମିଙ୍କ ଏହି ସର୍ତ୍ତ ଅଫର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ।

ଶମି ତାଙ୍କଠାରୁ ପ୍ରାୟ ୧୬ ବର୍ଷ ବଡ ଥିଲେ। ବୟସର ଏହି ବ୍ୟବଧାନ ଏବଂ ମମତାଜଙ୍କ ସାମ୍ନାରେ ଦୀର୍ଘ କ୍ୟାରିଅର୍‌, ଏହାକୁ ବିଚାର କରିବା ପରେ ମମତାଜ ଶମିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶମିି ହୃଦୟ ଭାଙ୍ଗି ଯାଇଥିଲା। ପରେ ସେ କୌଣସି ନାୟିକାଙ୍କୁ ବିବାହ ନକରିବାକୁ ସ୍ଥିର କଲେ ଏବଂ ନୀଲା ଦେବୀଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri