ତିନିଥର ଅସ୍ତ୍ରୋପଚାର ପରେ ବି ଅସୁସ୍ଥ

ବଲାଙ୍ଗୀର ଅଫିସ, ୨୦।୪ – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ୍‌ ଘୁନସର ପଞ୍ଚାୟତ ଅନ୍ତର୍ଗତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍‌ ଓ ଗ୍ରାଜୁଏଟ୍‌ ମେଧାବୀ ଆଦିବାସୀ ଯୁବକ କମଳ ବରିହା (୩୦) ଏବେ ସାଂଘାତିକ ଅସୁସ୍ଥତା ଦେଇ ଗତି କରୁଛନ୍ତି। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିବା କମଳଙ୍କ ପେଟରେ ତିନିଥର ଅସ୍ତ୍ରୋପଚାର ପରେ ମଧ୍ୟ ସୁସ୍ଥ ହୋଇ ନ ଥିବାରୁ ଏହି ଗରିବ ଆଦିବାସୀ ପରିବାର ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।
ଗତ ୨୦୨୧ ଅକ୍ଟୋବର ମାସରେ କମଳ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଜ୍ୱର ହେବା ସହ ପେଟ ଫୁଲି ଯାଇଥିଲା। ଏହାପରେ ସେ ଖପ୍ରାଖୋଲ ସିଏଚ୍‌ସି, ପାଟଣାଗଡ ଉପଖଣ୍ଡ ହସ୍ପିଟାଲ ଏବଂ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପର୍ଯ୍ୟାୟକ୍ରମେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ମଳଦ୍ୱାର ହଠାତ୍‌ ବନ୍ଦ ହୋଇଯାଇଥିବା ଜଣାପଡିଥିଲା। ତାଙ୍କୁ ଅସ୍ତ୍ରୋପଚାର ପାଇଁ ବୁର୍ଲା ଭିମସାର ପଠାଯାଇଥିଲା। ସେଠାରେ ଅକ୍ଟୋବର ୨୨ରେ ପ୍ରଥମ ଅସ୍ତ୍ରୋପଚାର କରାଯାଇଥିଲା। ଏହା ସଫଳ ନହେବାରୁ ୨୦୨୨ ଫେବୃୟାରୀ ୧୪ରେ ଦ୍ୱିତୀୟ ଥର ଅସ୍ତ୍ରୋପଚାର ହୋଇଥିଲା। ଏହା ମଧ୍ୟ ସଫଳ ନହେବାରୁ ପେବୃୟାରୀ ୧୬ରେ ତୃତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କ ମଳଦ୍ୱାରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ପେଟରେ ଏକ ବିକଳ୍ପ ପାଇପ୍‌ ଲଗାଯାଇଛି। ଏହାସତ୍ତ୍ୱେ କମଳ ସୁସ୍ଥ ହୋଇନାହାନ୍ତି। ଚତୁର୍ଥ ଥର ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏବେ ଏହି ପରିବାର ଘୋର ଆର୍ଥିକ ଓ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। କେଉଁ କାରଣରୁ କମଳଙ୍କ ୩ ଥର ଅସ୍ତ୍ରୋପଚାର ସତ୍ତ୍ୱେ ଅସୁସ୍ଥତା ଲାଗି ରହୁଛି ସେନେଇ ଏହି ଗରିବ ଆଦିବାସୀ ପରିବାରକୁ କିଛି କୁହାଯାଉନାହିଁ। କମଳ ଏବେ ଘରେ ଶଯ୍ୟାଶାୟୀ । ମେଧାବୀ ପୁଅ କମଳଙ୍କ ଏଭଳି ଅବସ୍ଥା ଦେଖି ବରିହା ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସାନବାଞ୍ଜିପାଲିରୁ ଥରେ ବୁର୍ଲା ଯିବା ଆସିବା କରିବାକୁ ଗାଡି ଭଡା ବାବଦକୁ ପ୍ରାୟ ୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏହାବାଦ୍‌ ଅନ୍ୟାନ୍ୟ ଖର୍ଚ୍ଚ ରହିଛି। କମଳଙ୍କ ବାପା ଘନଶ୍ୟାମ ବରିହା (୭୫) ଏବଂ ମାତା ଯମୁନା ବରିହା (୭୦) ପରିଣତ ବୟସରେ। ସାନଭାଇ ଭଜମନ ବରିହା (୨୨) ଜଣେ ଶାରୀରିକ ଭିନ୍ନକ୍ଷମ। ସେ ମଧ୍ୟ ଶଯ୍ୟାଶାୟୀ। ଏକମାତ୍ର ବିବାହିତା ଭଉଣୀ ମଧ୍ୟ ଏବେ ବାପଘରେ ଆଶ୍ରୟ ନେଇଛନ୍ତି। ଏହି ବରିହା ପରିବାରର ଜମି ଅଧ ଏକର ରହିଛି। ଅର୍ଥ ଉପାର୍ଜନ ପନ୍ଥା ନାହିଁ। ଏଭଳି ସ୍ଥିତିରେ କମଳଙ୍କ ଅସୁସ୍ଥତା ଏବଂ ବାରମ୍ବାର ଅସ୍ତ୍ରୋପଚାର ବରିହା ପରିବାରକୁ ଦୋହଳାଇ ଦେଲାଣି। ବରିହା ପରିବାର ପାଖରେ ସ୍ବାସ୍ଥ୍ୟକାର୍ଡ ଥିଲେ ମଧ୍ୟ କୌଣସି କାମରେ ଆସୁନାହିଁ। ଏଭଳି ପରିସ୍ଥିତିରେ କମଳଙ୍କ ଆରୋଗ୍ୟ ପାଇଁ ଉଚ୍ଚତର ଚିକିତ୍ସାର ଆବଶ୍ୟକତା ପଡୁଛି। ସ୍ବାସ୍ଥ୍ୟ ବିଭାଗ କେବଳ ହସ୍ପିଟାଲ ପଠାଇ ଦେଇ କର୍ତ୍ତବ୍ୟ ସମାପନ କର ଦେଉଛି। ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଏହି ଆଦିବାସୀ ପରିବାରକୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri