ଅବଧି ପରେ ବି କାମ ସରୁନି

ବ୍ରହ୍ମପୁର,୯ା୧୧(ସ୍ମୃତି ରଞ୍ଜନ ମହାଲିକ)ସହରର ବିଭିନ୍ନ ୱାର୍ଡରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ ୧୦୦ ଦିନ ମଧ୍ୟରେ ସାରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍‌ସି) ପକ୍ଷରୁ କାଉନସିଲ ବୈଠକରେ ଯନ୍ତ୍ରୀଙ୍କୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। ଏହି ମର୍ମରେ ନିଗମର ୱାର୍ଡଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। କିନ୍ତୁ ଏଭଳି କିଛି ୱାର୍ଡ ରହିଛି, ଯେଉଁଠାରେ କାର୍ଯ୍ୟ ବିଳମ୍ବ କାରଣରୁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ସବୁଠି ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ୪୨ନଂ. ୱାର୍ଡରେ। ଉକ୍ତ ୱାର୍ଡରେ ଥିବା ଶରଧାବାଲି ପ୍ରଥମ ଲେନରେ ବିଇଏମସି ପକ୍ଷରୁ ବାହାନା ନାଳ ଉପରେ କଲଭର୍ଟ କାର୍ଯ୍ୟ ୩ ମାସ ହେଲା ଆରମ୍ଭ ହୋଇଛି। କେତେବେଳ କାର୍ଯ୍ୟ ବନ୍ଦ ହେଉଛି ତ ଆଉ କେତେବେଳେ କାର୍ଯ୍ୟ ଜାରି ରହୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ବିଇଏମସି ସୂଚନା ପ୍ରକାରେ, ୧୬ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟରେ ଏହି କଲଭର୍ଟ ନିର୍ମାଣ ନିମନ୍ତେ ଗତ ଜୁଲାଇ ୨୧ ତାରିଖରେ କାର୍ଯ୍ୟାଦେଶ ଦିଆଯାଇଥିଲା। ବିଇଏମସି ପକ୍ଷରୁ ପ୍ରଥମେ ୩ ମିଟର ଓସାର ବିଶିଷ୍ଟ କଲଭର୍ଟ ନିର୍ମାଣ ଯୋଜନା ଥିଲା। ନିର୍ମାଣ କାର୍ଯ୍ୟ ୩ ମାସ ମଧ୍ୟରେ ସାରିବା ପାଇଁ ନିଗମ ପକ୍ଷରୁ ସମୟ ଦିଆଯାଇଥିଲା। କିନ୍ତୁ ଡ୍ରେନେଜ ବିଭାଗ ପକ୍ଷରୁ ବାହାନା ନାଳରେ ବର୍ଷା ଜଳ ନିଷ୍କାସନର ସୁବିଧା ନିମନ୍ତେ କଲଭର୍ଟକୁ ଅଧିକ ପ୍ରଶସ୍ତ କରିବା ପାଇଁ ବିଇଏମସିକୁ ପ୍ରସ୍ତାବ ଦିଆଯାଇଥିଲା। ଫଳରେ ବିଇଏମସି ପକ୍ଷରୁ କଲଭର୍ଟକୁ ଆଉ ୧ ମିଟର ଅର୍ଥାତ ୪ ମିଟର ପ୍ରଶସ୍ତ କରିବାକୁ ଯୋଜନା କରାଯାଇଥିଲା। କଲଭର୍ଟର ଲମ୍ବ ୯ ମିଟର ରହିଛି। କିନ୍ତୁ ଅବଧି ସମୟ ପୂରି ଥିବା ବେଳେ ବର୍ତ୍ତମାନ ସୁଦ୍ଧା କଲଭର୍ଟ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନାହିଁ। ସୂଚନା ଥାଉ କି, ଏହି କଲଭର୍ଟ ରାସ୍ତାଟି ଶରଧାବାଲି ୧ମରୁ ୫ ଲେନ ଯାଏଁ ସଂଯୋଗ କରୁଛି। କିନ୍ତୁ କଲଭର୍ଟ କାର୍ଯ୍ୟରେ ବିଳମ୍ବ କାରଣରୁ ଉକ୍ତ ଲେନର ବାସିନ୍ଦାଙ୍କ କ୍ଷେତ୍ରରେ ଯାତାୟାତରେ ବାଧା ଉପୁଜୁଛି। ଫଳରେ ଲୋକେ୬ଷ୍ଠ ଲେନ ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତା ଦେଇ ମହିଳାମାନେ ଯାତାୟାତ କରିବା ପାଇଁ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି। ଅନ୍ୟପଟେ ନିର୍ମାଣାଧୀନ କଲଭର୍ଟ ସ୍ଥାନଟିରେ ଲୁହା ରଡ ଓ ଗଭୀର ଖାଲ ରହିଛି। କିନ୍ତୁ କଲଭର୍ଟ କାର୍ଯ୍ୟ ହେଉଥିବା ନେଇ ବିଇଏମସି ପକ୍ଷରୁ କାୈଣସି ସୂଚନା ଫଳକ ଲାଗି ନାହିଁ। ଫଳରେ ରାତିରେ ନିର୍ମାଣାଧୀନ କଲଭର୍ଟ ଉପରୁ ଖସିପଡ଼ିବା ସମ୍ଭାବନା ଅଧିକା ରହିଛି। ଏଣୁ ନିର୍ମାଣାଧୀନ କଲଭର୍ଟ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ସହ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ ବିଇଏମସି ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ କଲଭର୍ଟର ଛାତ କାର୍ଯ୍ୟ ବାକି ରହିଛି। ଲଗାଣ ବର୍ଷା ଓ ନିର୍ମାଣରେ ପରିବର୍ତ୍ତନ କାରଣରୁ ସମୟ ଅତିବାହିତ ହୋଇଛି। ଏଣୁ ଆସନ୍ତା ୧ ସପ୍ତାହ ମଧ୍ୟରେ କଲଭର୍ଟ ନିର୍ମାଣ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ରଖାଯାଇଛି। ତେବେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସମନ୍ବୟର ଅଭାବ କାରଣରୁ କଲଭର୍ଟ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri