ଧାର୍ଯ୍ୟ ସମୟ ଶେଷ ପରେ ବି କାମ ସରିନି

କୃଷ୍ଣପ୍ରସାଦ, ୧୨ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ)କୃଷ୍ଣପ୍ରସାଦ ଅଞ୍ଚଳକୁ ୩ପାର୍ଶ୍ୱରୁ ଲବଣାକ୍ତ ହ୍ରଦ ଚିଲିକା ଏବଂ ଅନ୍ୟ ଏକ ପାର୍ଶ୍ୱରୁ ବଙ୍ଗୋପସାଗର ଘେରି ରହିଛି। ଚତୁଃଦିଗରୁ ଜଳରାଶି ଘେରି ରହିଥିଲେ ମଧ୍ୟ ଲବଣାକ୍ତ ଯୋଗୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ। ଏଥିଯୋଗୁ କୃଷ୍ଣପ୍ରସାଦବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ଘରେ ପାନୀୟଜଳ ପହଞ୍ଚାଇବା ନିମନ୍ତେ କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିଆ ପଞ୍ଚାୟତର ଉଦୟନାଥ ଷ୍ଟାଡିୟମ୍‌ଠାରେ ୨୦୧୮ ନଭେମ୍ବର ୨୨ରେ ବସୁଧା ଯୋଜନାର ଶୁଭାରମ୍ଭ କରିଥିଲେ। ସମ୍ପୃକ୍ତ ବ୍ଲକକୁ ପଡ଼ୋଶୀ ଜିଲା ଗଞ୍ଜାମର ଋଷିକୂଲ୍ୟାରୁ ପାନୀୟଜଳ ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଲେ। କୃଷ୍ଣପ୍ରସାଦ ବାସିନ୍ଦା ପାନୀୟଜଳ ପାଇବା ଆଶାରେ ଆନନ୍ଦିତ ହୋଇ ଉଠିଥିବା ବେଳେ ତାହା ଏବେ ସ୍ବପ୍ନ ପାଲଟିଛି। କୃଷ୍ଣପ୍ରସାଦର ଘରେ ଘରେ ପାନୀୟଜଳ ଯୋଗାଇବା ପାଇଁ ୫୦.୫୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ହାଇଦ୍ରାବାଦର ଏମ୍‌ଏସ୍‌ଜିଭିପିଆର୍‌ ଇଞ୍ଜିନିୟର୍ସ ଲିମିଟେଡ୍‌ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ଚୁକ୍ତି ଅନୁଯାୟୀ ଉକ୍ତ ପ୍ରକଳ୍ପ ୨୦୧୮ ଅଗଷ୍ଟ ୨୮ରୁ ଆରମ୍ଭ କରାଯାଇ ୨୦୨୦ ଅଗଷ୍ଟ ୨୭ରେ ସାରି ଲୋକଙ୍କୁ ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଥିଲା। ଧାର୍ଯ୍ୟ ତାରିଖରେ କମ୍ପାନୀ କାର୍ଯ୍ୟ ଆରମ୍ଭ କରି ୨୮.୧୨ କୋଟି ଟଙ୍କାର ରନିଂ ବିଲ୍‌ ବାବଦରେ ସରକାରଙ୍କ ଠାରୁ ଗ୍ରହଣ କରିଛି। ତେବେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରି ନ ପାରି କମ୍ପାନୀ ୨୦୨୨ ଡିସେମ୍ବର ସୁଦ୍ଧା ଶେଷ କରିବ ବୋଲି ସରକାରଙ୍କ ସହ ଦ୍ୱିତୀୟ ଥର ଚୁକ୍ତି କରିଥିଲା। ଚୁକ୍ତି କରି ୩ କୋଟି ୮୦ ଲକ୍ଷ ୧୪ ଶହ ୨ଟଙ୍କା ପୁନର୍ବାର ରନିଂ ବିଲ୍‌ ବାବଦରେ ନେଇଛନ୍ତି। ତେବେ ଉକ୍ତ ଅବଧି ଶେଷ ହୋଇଥିବାବେଳେ ଏଯାଏ କାର୍ଯ୍ୟ ଶେଷ ହୋଇପାରିନାହିଁ। କୃଷ୍ଣପ୍ରସାଦ ବ୍ଲକ ଅଧୀନ ୧୪ଟି ପଞ୍ଚାୟତର ୯୨ଟି ଗ୍ରାମରେ ପାଣି ଯୋଗାଣ କରିବା ପାଇଁ ପାଇପ ଲାଇନ ବିଛାଇବା ନିମନ୍ତେ ରାସ୍ତା ଖୋଳି ବର୍ଷ ବର୍ଷ ଧରି କାର୍ଯ୍ୟ ଶେଷ ନ କରିବାରୁ ଯାତାୟାତରେ ସମସ୍ୟା ଉପୁଜୁଛି। ରାସ୍ତା ଖୋଳାଯାଇଥିବାରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ପାଣି ଜୀବନ ବଞ୍ଚାଇବା ବଦଳରେ ଦୁର୍ଘଟଣାରେ ଜୀବନ ଚାଲିଯାଉଛି। ଦୁଇ ଥର କାର୍ଯ୍ୟ ସାରିବାର ଅବଧି ସରିଥିବାବେଳେ ଏପର୍ଯ୍ୟନ୍ତ କୃଷ୍ଣପ୍ରସାଦରେ କାର୍ଯ୍ୟ ସେହିଭଳି ତ୍ୱରାନ୍ବିତ ହୋଇନାହିଁ। ଏନେଇ ବାରମ୍ବାର ଅବଧି ଘୁଞ୍ଚି ଘୁଞ୍ଚି ଚାଲିଥିବା ବେଳେ କଂଗ୍ରେସ ଯୁବନେତା ଡ. ନିରଞ୍ଜନ ବିଶ୍ୱାଳ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇଁ ଆବେଦନ କରିଥିଲେ। ସୂଚନା ଅନୁଯାୟୀ, କାର୍ଯ୍ୟ ନେଇଥିବା କମ୍ପାନୀ ୨୦୨୪ ମାର୍ଚ୍ଚରେ କାର୍ଯ୍ୟ ଶେଷ କରିବା ପାଇଁ ପୁନର୍ବାର ସମୟ ମାଗିଥିବା ଜଣାପଡ଼ିଛି। ଆଉ କିଛି ମାସ ପରେ ଏହି ଅବଧି ଶେଷ ହୋଇଯିବ। ତେବେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। କାର୍ଯ୍ୟ ସାରିବା ପାଇଁ ସମ୍ପୃକ୍ତ କମ୍ପାନୀ ବାରମ୍ବାର ଅବଧି ଘୁଞ୍ଚାଇ ଚାଲିଛି। ଯଦି ୨୦୨୪ ମାର୍ଚ୍ଚରେ କାର୍ଯ୍ୟ ଶେଷ ନ ହୁଏ ତେବେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ପୁରୀ ଜିଲା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନର ଆବାହକ ଡ. ନିରଞ୍ଜନ ବିଶ୍ୱାଳ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri