ତିରିମଲ ଗ୍ରାମରେ ବାଣ ବିସ୍ଫୋରଣ

ଜଟଣୀ,୧୨ା୧୦(ରବୀନ୍ଦ୍ରନାଥ ମହାକୁଡ଼)ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ତିରିମଲ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଣ ବିସ୍ପୋରଣ ଘଟିଛି। ଏଥିରେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବାବେଳେ ବାଣ ପ୍ରସ୍ତୁତକାରୀଙ୍କ ଘରଛାତ ଉଡ଼ିଯିବା ସହ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ପୋରଣ ଯୋଗୁ ଭୀଷଣ ଶବ୍ଦ ସୃଷ୍ଟି ହେବା ସହିତ କେତେଜଣ ପଡ଼ୋଶୀ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ତିରିମଲ ଗ୍ରାମର ପାତ୍ର ସାହିରେ ଥିବା ତ୍ରିନାଥ ପାତ୍ରଙ୍କ ଘରେ କୌଣସି କାରଣରୁ ବାଣ ବିସ୍ପୋରଣ ଘଟିଥିଲା। ତ୍ରିନାଥ ବାଣ ତିଆରି କରିବା ସହ ବିକ୍ରି କରିଥାନ୍ତି। ପରିବାର ପ୍ରତିପୋଷଣ ପାଇଁ ସେ ବାଣ ବ୍ୟବସାୟ ଉପରେ ନିର୍ଭରଶୀଳ। ଘରେ ବାଣ ଗଛିତ ଥିବାବେଳେ କୌଣସି କାରଣରୁ ବିସ୍ପୋରଣ ଘଟିଥିଲା। ଏହି ଘଟଣାରେ ତ୍ରିନାଥଙ୍କ ଦୁଇ ବଖରା ସହିତ ପଡ଼ୋଶୀ ମାଗୁଣି ପାତ୍ରଙ୍କ ଦୁଇ ବଖରା ଘରର ଛାତ ଉଡ଼ିଯାଇଥିଲା। ମାଗୁଣିଙ୍କ ସ୍ତ୍ରୀ ବାଣ ବିସ୍ପୋରଣରେ ଆହତ ହୋଇଥିଲେ। ଘଟଣାସ୍ଥଳରେ ଏକ ବାଛୁରୀର ମୃତ୍ୟୁ ହୋଇଥିଲା। ଆହତଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରଥମେ ଭୁବନେଶ୍ୱର ଏମ୍ସ ଏବଂ ପରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତ୍ରିନାଥଙ୍କ ସାନପୁଅ ମୁନା ପାତ୍ର ଏବ ତାଙ୍କ ସ୍ତ୍ରୀ ସ୍ମୃତିରେଖା ପାତ୍ର ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ଜଣାପଡିଛି। ବିସ୍ପୋରଣରେ ସ୍ମୃତିରେଖା ପୋଡ଼ିିଯାଇଥିବା ବେଳେ ସେ  ୭ ମାସର ଗର୍ଭବତୀ ରହିଥିବା ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି। ଖବର ଲେଖା ହେଲା ପର୍ଯ୍ୟନ୍ତ ପୀଡିତଙ୍କ ପକ୍ଷରୁ କେହି ଜଟଣୀ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି। ତେବେ ଆଲୋକର ପର୍ବ ଦୀପାବଳି ପୂର୍ବରୁ ଏଭଳି ଅଘଟଣକୁ ନେଇ ଜଟଣୀ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆସନ୍ତା ଦୀପାବଳିକୁ ନଜରରେ ରଖି ଜଟଣୀରେ କୋଟି କୋଟି ଟଙ୍କାର ବାଣ ଆସି ବିଭିନ୍ନ ସ୍ଥାନରେ ଗଛିତ କରିଲେଣି। ଜଟଣୀ ସହର ଓ ଏହାର ପାଖଆଖରେ ବେପାର କରୁଥିବା ସିଜିନାଲ ବ୍ୟବସାୟୀମାନେ ବାଣ ଗଛିତ ରଖିବା ଓ ବିକ୍ରି କରିବା ପାଇଁ ବୈଧ ଲାଇସେନ୍ସ ପାଇଥିବା ଏବଂ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ସଜାଗ ରହିଛନ୍ତିକି ନାହିଁ ସେ ନେଇ ଅନେକ ପ୍ରଶ୍ନ ଉଠିଛି।

Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?