୧୬୭ ଲକ୍ଷ କୋଟି ଖର୍ଚ୍ଚ ପରେ ବି ଆମେରିକା ଖାଲିହାତରେ ଫେରିଲା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଅଗଷ୍ଟ ୩୧ର ଡେଡ୍‌ଲାଇନ୍‌ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ସୈନ୍ୟବାହିନୀଙ୍କୁ ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ଫଳରେ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନର ଶାସନ ପୁଣି ଫେରିଛି। ଆମେରିକା ପକ୍ଷରୁ ଏଠାରେ ସୈନ୍ୟବାହିନୀ ମୁତୟନ କରାଯାଇଥିଲା। ଆଫଗାନିସ୍ତାନ ସରକାରଙ୍କ ସହିତ ମିଳିତ ଭାବେ ଆମେରିକା ତାଲିବାନ ବିରୋଧରେ ଲଢ଼େଇ ଜାରି ରଖିଥିଲା। ତେବେ ଶେଷରେ ୨୦ ବର୍ଷର ଲଢ଼େଇ ପରେ ଆମେରିକା ସୈନ୍ୟ ଖାଲିହାତରେ ସ୍ବଦେଶ ଫେରିଛନ୍ତି। ଆଫଗାନିସ୍ତାନରେ ୨୦୦୧ର ପୂର୍ବ ଦୟନୀୟ ଅବସ୍ଥା ପୁଣି ଫେରିବାକୁ ଯାଉଛି। ଅଜଣା ଭୟରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଆଫଗାନିସ୍ତାନ ଯୁଦ୍ଧରେ ଆମେରିକାର ୧୬୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଆମେରିକା ସୈନ୍ୟବାହିନୀର ୬,୩୮୪ ସୈନ୍ୟଙ୍କ ଜୀବନ ମଧ୍ୟ ଯାଇଛି। ୯ଲକ୍ଷ ୭୦ ହଜାରରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି। ତାଲିବାନ ବିରୋଧୀ ଲଢ଼େଇରେ ୨ଲକ୍ଷ ୪୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତାଲିବାନ୍‌ ଶିବିର ଉପରେ ହୋଇଥିବା ଆମେରିକାର ଡ୍ରୋନ୍‌ ଆକ୍ରମଣରେ ୭୧,୩୪୪ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଭାରତର ପ୍ରତିରକ୍ଷା ବଜେଟର ୪୦ ଗୁଣା ଟଙ୍କା ଆମେରିକା ଆଫଗାନିସ୍ତାନରେ ଖର୍ଚ୍ଚ କରିଥିଲେ ବି କୌଣସି ସଫଳତା ମିଳି ନାହିଁ। ୨୦୨୧-୨୨ ପାଇଁ ଭାରତର ପ୍ରତିରକ୍ଷା ବଜେଟ୍‌ ୪.୭୮ ଲକ୍ଷ କୋଟି ରହିଛି। ଏହାଠାରୁ ଢ଼େର୍‌ ଅଧିକ ଖର୍ଚ୍ଚ କରି ମଧ୍ୟ ଆମେରିକା ସୈନ୍ୟବାହିନୀ ଆଫଗାନିସ୍ତାନ ଯୁୂଦ୍ଧରେ ବିଫଳ ହୋଇଛନ୍ତି। ଅମେରିକାର ପହରା ହଟିବା ପରେ ତାଲିବାନ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇ କୁହାଯାଇଛି ଯେ, ଏବେ ଆମେ ସ୍ବାଧୀନ। ତେବେ ଆଫଗାନିସ୍ତାନର ଯୁବବର୍ଗଙ୍କ ଭବିଷ୍ୟତ ଉପରେ ସଙ୍କଟକ ସୃଷ୍ଟି ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳରୁ ପୃଥିବୀକୁ ଆସିଲା ଏଲିଅନଙ୍କ ସିଗନାଲ, ବୈଜ୍ଞାନିକ କଲେ ଡିକୋଡ…

ପ୍ୟାରିସ,୨୮।୫ : ୨୬ ମେରେ ଅନ୍ତର୍ଜାତୀୟ ସ୍ପେସ ଏଜେନ୍ସି(ଇଏସଏ) ନିଶ୍ଚିତ କରିଥିଲା ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ଏକ ଏଲିଅନ ସିଗନାଲ ଆସିଥିଲା।...

ମୃତ୍ୟୁ ପୂର୍ବରୁ ପଡ଼ୋଶୀଙ୍କ ନାମରେ ୫୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧା, ଜଣାପଡ଼ିବା ପରେ…

ସାଧାରଣତଃ ଯଦି ପରିବାରରେ କୌଣସି ଝଗଡ଼ା ହୁଏ ତେବେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହୋଇଥାଏ। ଏପରି ସ୍ଥିତିରେ କୌଣସି ବ୍ୟକ୍ତି ଇଞ୍ଚେ ଜାଗା ବି କାହାକୁ...

ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଛାଡିଲେ ଦୂତାବାସ

କାବୁଲ,୨୦ ।୯: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି । ଫଳରେ ତାଲିବାନ କୁଟନୈତିକ ମୋର୍ଚ୍ଚାରେ ଆଗକୁ ବଢିବାକୁ...

ଭାରତ ଛାଡ଼ି ପଳାଉଥିବା ୩୫୦ ବାଂଲାଦେଶୀ ଗିରଫ

ଢ଼ାକା,୩୦।୧୨: ସିଏଏ ଲାଗୁ ହେବା ପରେ ଭାରତ-ବାଂଲାଦେଶ ସୀମାରେ ବାସ କରୁଥିବା କେତେକ ଲୋକ ଭୟରେ ବାସ ସ୍ଥାନ ଛାଡ଼ିଛନ୍ତି। ଇତିମଧ୍ୟରେ ବାଂଲାଦେଶରେ ଅନୁପ୍ରବେଶ କରୁଥିବା...

ଚାଇନା-ରୁଷିଆ ସୀମା ସିଲ୍‌

ବେଜିଂ,୮ା୪: ଚାଇନା ଓ ରୁଷିଆ ମଧ୍ୟରେ ଥିବା ସ୍ଥଳ ସୀମାକୁ ମଙ୍ଗଳବାର ସିଲ୍‌ କରିଦିଆଯାଇଛି। ଚାଇନାର ୫୯ ନାଗରିକଙ୍କଠାରେ କରୋନା ଭାଇରସ୍‌ ଚିହ୍ନଟ ହେବା ପର...

ଏସ୍‌ସିଓ ନୂଆ କ୍ଷମତାକେନ୍ଦ୍ର

ସମରକନ୍ଦ,୧୭।୯: ସୋଭିଏଟ୍‌ ସଂଘର ପୂର୍ବତନ ସଦସ୍ୟ ଉଜ୍‌ବେକିସ୍ତାନରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଏହାକୁ ନୂଆ...

ପ୍ରତି ୫ ଜଣରେ ଜଣଙ୍କୁ କରୋନା ସଂକ୍ରମଣର ରହିଛି ଆଶଙ୍କା: ପୃଥିବୀର ୧୭୦ କୋଟି ଲୋକ ବିପଦରେ

ପ୍ୟାରିସ୍‌, ୧୭।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଲାସେଣ୍ଟ୍‌ ପତ୍ରିକା ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ ହୋଇଛି...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶେହବାଜଙ୍କ ପୁଅ

ଲାହୋର,୧।୫: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ପୁଅ ହମଜା ଶରିଫ ଦେଶର ସବୁଠାରୁ ରାଜନୈତିକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ପଞ୍ଜାବ ପ୍ରଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି।...

Advertisement
Archives

Model This Week