ନିର୍ମାଣ ପରେ ବି କାର୍ଯ୍ୟକ୍ଷମ ହେଉନି ଥାନା

ନିମାପଡ଼ା,୩।୩(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ଗୃହ ବିଭାଗର ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିମାପଡ଼ାଠାରେ ବହୁ ପ୍ରତୀକ୍ଷିତ ନବନିର୍ମିତ ନିମାପଡ଼ା ଥାନାର ନୂତନ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ମାସେ ହେବ ସରିଛି। ପୋଲିସ ହାଉସିଂବୋର୍ଡ ଏହି ନବନିର୍ମିତ ଥାନା ନିର୍ମାଣ ସମାପନ କରି ନିମାପଡ଼ା ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଛିି। ହେଲେ ଥାନାକୁ ଏହି ନୂତନ ବିଲ୍ଡିଂ ପ୍ରାୟ ୪ ମାସ ହେବ ହସ୍ତାନ୍ତର ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହାର ଉଦ୍‌ଘାଟ, ଲୋକାର୍ପିତ ହୋଇପାରି ନ ଥିବାରୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ନୂତନ ଥାନା ଉଦ୍‌ଘାଟିତ ହୋଇପାରି ନ ଥିବାରୁ ଏବେ ବ୍ରିଟିଶ ଅମଳର ଏହି ବହୁ ପୁରାତନ ନିମାପଡ଼ା ଥାନାଟି ରୁଗ୍‌ଣ, ଜରାଜୀର୍ଣ୍ଣ ଆଜବେଷ୍ଟସ ଘରେ କାର୍ଯ୍ୟ କରୁଛି। ଆୟତନ, ଜନସଂଖ୍ୟା, ପରିସୀମା, ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ନିମାପଡ଼ା ଥାନାଟି ପୁରୀ ଜିଲାର ଏକ ସୁଦୀର୍ଘ ଥାନା ଭାବେ ବେଶ୍‌ ଜଣାଶୁଣା। ନବନିର୍ମିତ ଥାନାର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ପୁରୁଣା, ରୁଗ୍‌ଣ, ଅତି ସଂକୀର୍ଣ୍ଣ ଗୃହରେ ଚାଲିଥିବା ନିମାପଡ଼ା ଥାନା ନୂତନ ଥାନା ବିଲ୍ଡିଂକୁ ସ୍ଥାନାନ୍ତର ହୋଇପାରି ନ ଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବହୁ ବୁଦ୍ଧିଜୀବୀ, ରାଜନେତା, ସାମାଜିକ କର୍ମୀ, ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଏହା କେବେ ଉଦ୍‌ଘାଟନ ଓ ଲୋକାର୍ପିତ ହୋଇ ଲୋକଙ୍କ ସେବାରେ ଲାଗିବ ତାହା ସ୍ପଷ୍ଟ ଭାବେ ଜଣାପଡୁନାହିଁ।
ଏ ସମ୍ପର୍କରେ ଏସ୍‌ଡିପିଓ ଦେବାଶିଷ ମିଶ୍ରଙ୍କୁ ପଚାରିବାରେ, ଖୁବ୍‌ଶୀଘ୍ର ନିମାପଡ଼ାର ନବନିର୍ମିତ ଥାନା ଉଦ୍‌ଘାଟିତ ହୋଇ ଲୋକାର୍ପିତ ହେବ ବୋଲି କହିଛନ୍ତି। ଏନେଇ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପଚାରିବାରେ, ଖୁବ୍‌ଶୀଘ୍ର ନବନିର୍ମିତ ନିମାପଡ଼ା ଥାନାର ନୂଆ ବିଲ୍ଡିଂ ଉଦ୍‌ଘାଟିତ ହୋଇ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି। ଯଥାଶୀଘ୍ର ନବନିର୍ମିତ ଥାନାକୁ ଲୋକାର୍ପିତ କରାଯାଇ କାର୍ଯ୍ୟକ୍ଷମ କରାଯିବାକୁ ସ୍ଥାନୀୟ ଅଞ୍ଚଳବାସୀ ପୋଲିସ ଡିଜି, ଡିଆଇଜି, ପୁରୀ ଏସ୍‌ପି, ଗୃହମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କୁଆଁରମୁଣ୍ଡା,୧୪।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଦୁମକିଶିହିରିଆ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

‘ମୋତେ ମୋ ପ୍ରେମିକର କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ପଡିବ…’ କାହିଁକି ଏମିତି କହିଲେ ଜଷ୍ଟିନ ଟ୍ରୁଡୋ? ଜାଣନ୍ତୁ ଏହା ପଛର ରହସ୍ୟ

ଓଟାଓ୍ବା,୧୪।୬: ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନ ଏବଂ ଫିଫା ବିଶ୍ୱକପ 2026 ପାଇଁ ଖବରରେ ଅଛନ୍ତି। ବିଶ୍ୱକପ ଉଦଘାଟନୀ ଦିନରେ…

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ହେଜବୋଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୪।୬: ଯେତେବେଳେ ଆମେରିକା ଏବଂ ଇରାନ ଶାନ୍ତି ଆଲୋଚନା ବିଷୟରେ ଦାବି କରୁଛନ୍ତି, ସେତେବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଇସ୍ରାଏଲ ହେଜବୋଲା ପଦାଧିକାରୀମାନଙ୍କ ଉପରେ…

ଦିଦିଙ୍କ ହାତରୁ ଗଲା ଟିଏମସି? କାକୋଲି କହିଲେ, ‘ନୂଆ ଦଳ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବୁ’

କୋଲକାତା,୧୪।୬: ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ହରାଉଥିବା ଜଣାପଡ଼ିଛି। ୨୦ ରୁ…

ପହିଲି ରଜରେ ଅଘଟଣ: ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ

ରାଜନଗର,୧୪ା୬(ଭାସ୍କର ରାଉତରାୟ): ପହିଲି ରଜରେ ଅଘଟଣ। ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଘଡ଼ିଆମାଳ ଗାଁର ଦୈତାରୀ…

ରଜରେ ବଡ଼ ଅଘଟଣ; ୧୦ ମିନିଟ୍‌ ବ୍ୟବଧାନରେ ୨ ଦୁର୍ଘଟଣା, କେନ୍ଦୁଝରରେ ୫ ମୃତ

କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ପ୍ରଥମ ରଜ ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ରହିଥିବା ବେଳେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଏନଏଚ ୪୯ ରେ…

ଦାମୀଗାଡ଼ିରେ ଗଞ୍ଜେଇ ଚାଲାଣ, ପାଟ୍ରୋଲିଂବେଳେ ଦୁଇ ଅଭିଯୁକ୍ତଙ୍କୁ…

ବଲାଙ୍ଗୀର,୧୪ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରେ ଚାଲାଣ ହେଉଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri