୮ ମାସ ପରେ ବି ମିଳୁନି ରାଜ୍ୟ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା, ସମନ୍ୱୟ କିଏ ରକ୍ଷା କରୁଛି: ଅନୁ

ଭୁବନେଶ୍ୱର,୧୫।୪ (ରବିନାରାୟଣ ଜେନା): ସମନ୍ବୟ ରକ୍ଷା କରୁଛି କିଏ? ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ। ୮ ମାସ ପରେ ବି ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା(ଏସ୍‌ଏସ୍‌ଏପି) ସମ୍ପର୍କିତ କୌଣସି ପ୍ରସ୍ତାବ ନ ମିଳିବାରୁ ଚଳିତମାସ ୩ରେ ଉତ୍ତର-ପୂର୍ବାଞ୍ଚଳ ଆଞ୍ଚଳିକ ଜଳ ଓ ଭୂପରିଚାଳନା ଅନୁଷ୍ଠାନ (ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌)ଙ୍କ ପତ୍ର ପାଇବା ପରେ ଉନ୍ନୟନ ଆୟୁକ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏଭଳି ଟିପ୍ପଣୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ ପକ୍ଷରୁ ଜୁଲାଇ ୨୪ରେ ସବୁ ରାଜ୍ୟର ଜଳସମ୍ପଦ ବିଭାଗ ସହିତ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ପରିଚାଳନା ନେଇ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା ନିର୍ଦ୍ଧାରିତ ସମୟ ଭିତରେ ଦେବାକୁ କୁହାଯାଇଥିଲା। ହେଲେ ଇତିମଧ୍ୟରେ ସାଢ଼େ ୮ମାସ ବିତି ଯାଇଥିଲେ ହେଁ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ଉତ୍ତର ଏପର୍ଯ୍ୟନ୍ତ ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌କୁ ପ୍ରଦାନ କରାଯାଇନାହିଁ। ଏହାକୁ ନେଇ ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ର ନିର୍ଦ୍ଦେଶକ ପ୍ରଦୀପ କୁମାର ବୋରା ଚଳିତମାସ ୩ରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ ପତ୍ର ଲେଖି ଏଭଳି ଅବହେଳା କ’ଣ ପାଇଁ ବିଭାଗ ପକ୍ଷରୁ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଏହି ପତ୍ରର ଅବିକଳ ନକଲ ଏଠାରେ ଛପାଯାଇଛି।

ବୋରା ଦର୍ଶାଇଛନ୍ତି, ଜାତୀୟ ଜଳ ଆୟୋଗଙ୍କ ପକ୍ଷରୁ ଜୁଲାଇ ୨୪ରେ ହୋଇଥିବା ସମୀକ୍ଷା ବେଳେ ରାଜ୍ୟ ସରକାର ଏସଂକ୍ରାନ୍ତରେ ସ୍ବତନ୍ତ୍ର ପ୍ରସ୍ତାବ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ, ୨୦୨୪ ନଭେମ୍ବର ୧୦ ସୁଦ୍ଧା ଓଡ଼ିଶା ପକ୍ଷରୁ ଡିଏସ୍‌ଆର୍‌ ପ୍ରସ୍ତାବ ମିଳିବା କଥା। ସେହିପରି ମାର୍ଚ୍ଚ ସୁଦ୍ଧା ମଧ୍ୟବର୍ତ୍ତୀ ରିପୋର୍ଟ ପ୍ରଦାନ କରାଯିବା କଥା। ସେହିପରି ଜୁଲାଇ ୨୦୨୫ ସୁଦ୍ଧା ଏସ୍‌ଏସ୍‌ଏପି ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯିବା କଥା। ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିନାହିଁ। ଜଳସମ୍ପଦ ବିଭାଗ ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ନିରର୍ଥକ ହୋଇଛି। ତେଣୁ ତୁରନ୍ତ ଏସ୍‌ଏସ୍‌ଏପି ପଠାଇବାକୁ ବୋରା ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୪ ଜୁଲାଇ ୨୭ରେ ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ ଅତିରିକ୍ତ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୧୩ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଜଳ ପରିଚାଳନା ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ପକ୍ଷରୁ କେବେସୁଦ୍ଧା ଡିଏସ୍‌ଆର୍‌ ରିପୋର୍ଟ ଓ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରାଯିବ ସେ ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ୮ମାସ ପରେ ବି ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ ନିକଟରେ ରାଜ୍ୟର ଏସ୍‌ଏସ୍‌ଏପି ରିପୋର୍ଟ ପହଞ୍ଚି ପାରି ନାହିଁ। ଏହାକୁ ନେଇ ଏନ୍‌ଇଆର୍‌ଆଇଡବ୍ଲ୍ୟୁଏଲ୍‌ଏମ୍‌ ରାଜ୍ୟ ଜଳସମ୍ପଦ ବିଭାଗକୁ ପତ୍ର ଲେଖି ତାଗିଦ କରିଥିବା ବେଳେ ବିଭାଗୀୟ ଅତିରିକ୍ତ ସଚିବ ଅନୁ ଗର୍ଗ ଏଭଳି ଅସନ୍ତୋଷ ବ୍ୟକ୍ତ କରିବା ସହିତ ସେଚସଦନସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କଠାରୁ ରିପୋର୍ଟ ଲୋଡ଼ିଛନ୍ତି। ରୁର୍‌କୀ ଆଇଆଇଟି ସହିତ ପରାମର୍ଶ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ ପତ୍ରରେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?