ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ କାନ୍ଧ ମିଳିଲାନି

କୁଚିଣ୍ଡା,୨୦ା୨(ବିରଞ୍ଚତ୍ ଦର୍କା):ସ୍ବାଧୀନତାର ୭୭ବର୍ଷ ପରେ ବି ମଣିଷ ଅନ୍ଧବିଶ୍ୱାସରୁ ନିଜକୁ ମୁକଳାଇପାରି ନାହିଁ। ଝିଅମାନେ ଅନ୍ୟ ଜାତିରେ ବିବାହ କରିଥିବାରୁ ମା’ଙ୍କ ମୃତଦେହକୁ ଜାତିଭାଇ ଛୁଇଁଲେ ନାହିଁ କି କାନ୍ଧଦେବାକୁ ଆସିଲେନି। ଶେଷରେ ଟ୍ରଲି ରିକ୍ସାରେ ମୃତଦେହ ମଶାଣିକୁ ଗଲା। ସୋମବାର ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା କୁଚିଣ୍ଡା ଏନ୍‌ଏସି ୱାର୍ଡ ନଂ.୫ ବଡ଼ପଡ଼ାଠାରେ।
କୁଚିଣ୍ଡା ଉପଖଣ୍ଡ ମୁଖ୍ୟାଳୟ ନିକଟରେ ଆଦିବାସୀ ଅଧ୍ୟୁଷିତ ବଡ଼ପଡ଼ା ଗ୍ରାମ ରହିଛି। ଏଠାରେ ବହୁଳ ଭାବେ ଆଦିବାସୀ କିଷାନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ବୃଦ୍ଧା ଗୋମତି ଛତ୍ରିଆ (୭୦) ଏହି ବଡ଼ପଡ଼ାରେ ରୁହନ୍ତି। ଗତ କିଛିବର୍ଷ ପୂର୍ବେ ସ୍ବାମୀ ତାଙ୍କୁ ଛାଡି ଆରପାରିକୁ ଚାଲିଗଲେ। ତାଙ୍କର ପୁଅ ନ ଥିବାବେଳେ କେବଳ ୭ଝିଅ ଅଛନ୍ତି। ସେଥିମଧ୍ୟରୁ ୩ଝିଅ ନିଜ ସମ୍ପ୍ରଦାୟ ଛାଡି ଅନ୍ୟ ଜାତିରେ କୁଆଡେ ବିବାହ କରିଥିବା ଏବଂ ଗୋମତି ଝିଅମାନଙ୍କ ଘରକୁ ଯାଇ ଖିଆପିଆ କରୁଥିବା ନେଇ ସମାଜ ଚଳଣିରୁ ଜାତି ଭାଇମାନେ ଦୂରେଇ ଯାଇଥିଲେ। ଏପରିସ୍ଥିତିରେ ହଠାତ୍‌ ସୋମବାର ଅପରାହ୍ନରେ ଗୋମତିଙ୍କ ମୃତ୍ୟୁ ହୋଇଥିଲା। ଝିଅମାନେ ଜାତିଭାଇଙ୍କ ପାଖରେ ମୃତଦେହ କାନ୍ଧ ଦେବାକୁ କାକୁତିମିନତି ହୋଇଥିଲେ। ମାତ୍ର ସେମାନେ କାନ୍ଧ ଦେବାକୁ ରୋକଠୋକ ମନା କରିଦେଇଥିଲେ। କାନ୍ଧ ପାଇଁ କେହି ନ ଆସିବାରୁ ଶେଷରେ ବୃଦ୍ଧାଙ୍କ ପୁତୁରା ସୁଶାନ୍ତ ଛତ୍ରିଆ ଓ ଜ୍ବାଇଁ ଏକ ଟ୍ରଲି ରିକ୍ସା ଯୋଗାଡ କରି ମୃତଦେହ ମଶାଣିକୁ ନେଇ ଅନ୍ତିମ ସଂସ୍କାର କରିଥିଲେ। ପ୍ରଶାସନର ନାକ ତଳେ ଦେଖାଦେଇଥିବା ଏଭଳି କୁତ୍ସିତ ପରମ୍ପରା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ମୃତାଙ୍କ ପୁତୁରା କିମ୍ବା ଝିଅ ଜ୍ୱାଇଁମାନେ ଏ ନେଇ ପୋଲିସ କିମ୍ବା ପ୍ରଶାସନକୁ ଅବଗତ କରି ନ ଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri