୭୨ ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ବ କୋଠା ନାହିଁ

ଭବାନୀପାଟଣା,୧୨।୯(ଉତ୍ତମ କୁମାର ଦାଶ): ଗୋଟେ ବର୍ଷ ନୁହଁ କି ୨ ବର୍ଷ ନୁହଁ। ଦୀର୍ଘ ୭୨ ବର୍ଷର ପୌରପାଳିକାର ନିଜସ୍ବ କାର୍ଯ୍ୟାଳୟ ଗୃହ ନ ଥିବା ସାଧାରଣରେ ଏବେ ଚର୍ଚ୍ଚାର ବିଷୟ। ପୌରପାଳିକା ସ୍ଥାପନରୁ ବର୍ତ୍ତମାନ ଯାଏଁ ରାଜୁଡା ଅମଳର ନିର୍ମିତ ଏକ କୋଠାରେ ଚାଲିଛି ଏହି କାର୍ଯ୍ୟାଳୟ। ଯାହାକି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ। ଭବାନୀପାଟଣା ପୌରପାଳିକା ୧୯୫୧ରେ ସ୍ଥାପନ ହୋଇଥିବାବେଳେ ବର୍ତ୍ତମାନ ଯାଏଁ ୩୫ଜଣ ଅଧ୍ୟକ୍ଷା/ଅଧ୍ୟକ୍ଷ ପଦବୀ ନିର୍ବାଚିତ ହୋଇଥିବା ଓ ଅଧିକାରୀ ଦାୟିତ୍ୱରେ ରହିଥିବା ସୂଚନା ଫଳକରୁ ଜଣାପଡିଛି। ରାଜ୍ୟର ପୁରାତନ ପୌରପାଳିକାରେ ଭବାନୀପାଟଣା ସହର ନାମ ମଧ୍ୟ ରହିଛି। ଭବାନୀପାଟଣା ପୌରପାଳିକାରେ ୨୦ଟି ୱାର୍ଡ ରହିଥିବାବେଳେ ସହରର ଜନସଂଖ୍ୟା ପାଖାପାଖି ଚଳିତବର୍ଷର ରିପୋର୍ଟ ଅନୁଯାୟୀ ୯୦ ହଜାରରୁ ଟପିଲାଣି। ଗତ ଦିନରେ ପୌରପାଳିକା ପକ୍ଷରୁ ସହରରେ ବିଭିନ୍ନ ଯୋଜନାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହ ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଲାଣି। ହେଲେ ଏହି ୭୨ ବର୍ଷର ପୌରପାଳିକାର ବର୍ତ୍ତମାନ ଯାଏଁ ନିଜସ୍ବ କୋଠା ନ ହୋଇପାରିବା ଦୁଃଖ ଓ ପରିତାପର ବିଷୟ। ଏହା ପ୍ରଶାସନିକ ଅବହେଳା ନା ପୌରପାଳିକାର ଅବହେଳା ତାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୌରପାଳିକା ଆରମ୍ଭରୁ ବର୍ତ୍ତମାନ ଯାଏଁ ଯେଉଁ କୋଠାରେ ଏହି କାର୍ଯ୍ୟାଳୟ ଚାଲୁଛି ତାହା କଳାହାଣ୍ଡି ରାଜା ରାଜୁଡା ଶାସନ ସମୟର ହୋଇଥିବା ଜଣାପଡିଛି। ଏହି କୋଠାଟିକୁ ତକତ୍ାଳୀନ ରାଜା ନିର୍ମାଣ କରିଥିବାବବେଳେ ଏହି କୋଠାରେ ରାଜା ବିଲିଆଡ୍ସ ଖେଳ ଖେଳିବା ପାଇଁ ଓ ଲାଇବ୍ରେରୀ ରୁମ ପାଇଁ ନିର୍ମିତ ହୋଇଥିଲା ବୋଲି ସ୍ଥାନୀୟ ଲୋକଙ୍କଠୁ ଜଣାପଡିଛି। ଦେଶ ସ୍ବାଧୀନତା ଆଗରୁ ନିର୍ମିତ ହୋଇଥିବା ଏହି କୋଠାଟି ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ପାରିପାର୍ଶ୍ୱିକ ଚିତ୍ରରୁ ଦେଖିବାକୁ ମିଳିଛି। ବର୍ଷା ହେଲେ ଛାତରୁ ପାଣି ଗଳୁଥିବାବେଳେ ଓ ସିମେଣ୍ଟ ଚଟାଣଗୁଡିକ ମଧ୍ୟ ପଡିଯାଉଥିବା ଜଣାପଡିଛି। ଫଳରେ ଅଫିସ କାମରେ ବେଳେ ବେଳେ ବାଧା ମଧ୍ୟ ସୃଷ୍ଟି ହେଉଥିବା ନିଜର ରହିଛି। ସିମେଣ୍ଟ ଖଣ୍ଡ ପଡିଯାଇଥିବା ସ୍ଥାନରେ ଲୁହା ରଡଗୁଡିକ ଜଳ ଜଳ ହୋଇ ଦେଖାଯାଉଛି। ବିଭିନ୍ନ ସମୟରେ ଛାତରୁ ସିମେଣ୍ଟ ଖଣ୍ଡଗୁଡିକ ପଡୁଥିବାରୁ ତଳେ ବସୁଥିବା ଅଧିକାରୀ, କର୍ମଚାରୀଙ୍କ ପ୍ରତି ମଧ୍ୟ ବିପଦ ରହିଛି। କୋଠାର ଅବସ୍ଥା ଯେକୌଣିସି ଲୋକ ଦେଖିଲେ ମଧ୍ୟ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି ବୋଲି କହିବ। ଏ ନେଇ ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କୁ ପଚାରିବାରୁ ନୂତନ କାର୍ଯ୍ୟାଳୟ କୋଠା ପାଇଁ ସହରରେ ସ୍ଥାନ ଚିହ୍ନଟ ହୋଇସାରିଛି। ସେହିପରି ନୂତନ କୋଠା ପାଇଁ ପ୍ରସ୍ତାବ ଯାଇଥିବାବେଳେ ଖୁବଶୀଘ୍ର ଅନୁମୋଦନ ହୋଇ ଆସିଲେ କୋଠା କାମ ନିର୍ମାଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri