ସ୍ବାଧୀନତାର ୭ ଦଶନ୍ଧି ପରେ ବି ପରାଧୀନ

ଭବାନୀପାଟଣା,୨୦।୨(ସ୍ବ.ପ୍ର.): ଦେଶ ସ୍ବାଧୀନତା ପୂର୍ବରୁ ଛୁଆଁଅଛୁଆଁ ଭେଦଭାବ ରହିଥିଲା। ସେହି ସମୟରେ ଆଦିବାସୀଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଥିଲା। ଆଦିବାସୀଙ୍କୁ ଘୃଣା କରିବା ସହ ନିର୍ଯାତନା ମଧ୍ୟ ଦେଉଥିଲେ। ସେହି ସମୟରେ ଅକଥନୀୟ ନିର୍ଯାତନା ସହି ନ ପାରି ସରଳି ଆଦିବାସୀମାନେ ଜଙ୍ଗଲ ମଧ୍ୟକୁ ଚାଲିଆସି ସେଠାରେ ବାସ କରୁଥିଲେ। ଜଙ୍ଗଲଜାତ ଦ୍ରବ୍ୟ ଖାଉଥିଲେ ଓ ଝରଣା ପାଣି ପିଉଥିଲେ। ଦେଶ ସ୍ବାଧୀନ ହୋଇ ୭୫ ବର୍ଷ ହେଲେ ଆଜି ବି ଆଦିବାସୀମାନେ ଜଙ୍ଗଲରେ ପରାଧୀନ ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କ ପାଇଁ ସରକାରୀ ଯୋଜନା ସବୁ ଫେଲ ମାରିଛି। କେବଳ ନିର୍ବାଚନ ସମୟରେ ମାଳମାଳ ରାଜନେତା ଯାଇ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ପରେ ଆଦିବାସୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତ ବଣପାହାଡ଼ ଘେରାରେ ରହିଛି କୁସୁମବରା ଗାଁ। ଏହି ଗାଁ କେଉଁ ଆବାହମାନ କାଳରୁ ଥିବାବେଳେ ଏହା ସରକାରଙ୍କ ରାଜସ୍ବ ଗ୍ରାମ ମାନ୍ୟତା ମିଳିଛି। ଏହି ଗାଁରେ ୨୦ଟି ଆଦିବାସୀ ପରିବାର ବସ କରୁଛନ୍ତି। ଏହି ଆସିବାସୀମାନେ ଶାନ୍ତସ୍ବଭାବର ହୋଇଥିବା ବେଳେ ଏମାନେ ସବୁ ବେଳେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲ କାଠକୁ ପୋଡି କୋଇଲା ପ୍ରସ୍ତୁତ କରି ସେହି କୋଇଲାକୁ ବିକ୍ରି କରି ଏମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ଗାଁରେ ଫେଲ ମାରିଛି ଆବାସ ଯୋଜନା। ଗାଁର ଆଦିବାସୀମାନଙ୍କ ମଧ୍ୟରୁ କାହାକୁ କିଛି ମଧ୍ୟ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଏମାନେ ଏବେବି ଚାଳ ଘରେ ବସବାସ କରୁଛନ୍ତି। କୁସୁମବରା ଗ୍ରାମର ଆଦିବାସୀମାନଙ୍କ ପାଇଁ ରାସ୍ତା ଟିଏ ନାହିଁ। ଏମାନେ ଜଙ୍ଗଲରେ ପାଦଚଲା ରାସ୍ତାରେ ଯିବାଆସିବା କରିଥାନ୍ତି। ରାସ୍ତା ନ ଥିବା ଯୋଗୁ ଗର୍ଭବତୀ କିମ୍ବା ପ୍ରସୂତି ଅବା ଅନ୍ୟ କୌଣସି ରୋଗାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ୫ କି.ମି. ଖଟିଆରେ ବୋହି ବୋଣ୍ଡୋଗୁଡା ଗାଁକୁ ନେଇଥାନ୍ତି। ସେଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଅନ୍ତି। ଗାଁରେ ନେଟୱାର୍କ ନ ଥିବା ଯୋଗୁ ଯୋଗାଯୋଗ ହୋଇପାରେ ନାହିଁ। ସ୍ବାଧୀନତାର ୭ ଦଶନ୍ଧି ପରେ ଆଜି ବି ବିକାଶ ଅପହଞ୍ଚ ହୋଇଥିବା ବେଳେ କେବେ ଏହି ଦୁର୍ଗମ କୁସୁମବରା ଗାଁ ବିକାଶର ଶିଖର ପହଞ୍ଚତ୍ବ, କେବେ ଏହି ଗାଁକୁ ଗମନାଗମନ ପାଇଁ ରାସ୍ତା, ସ୍ବଚ୍ଛ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ମିଳିବ ତାହା ଦେଖବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ୍‌ରେ ଗପୁଥିବା ସମୟରେ ମାରିଲା ଘଡ଼ଘଡ଼ି, ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ

ମହାକାଳପଡ଼ା,୧୯।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ରବିବାର ରାତିରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା। ଫଳରେ ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା...

୫୪ ଜଣଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନ

ଯାଜପୁର ଅଫିସ,୧୦ା୧୦:  ସାହିତ୍ୟ, ଶିକ୍ଷା, ପରିବେଶ, ସମାଜସେବା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯାଜପୁର ଜିଲାର ୫୪ଜଣ ବ୍ୟକ୍ତି ବିଶେଷଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା...

ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଅଫିସ,୮ା୩ (ବ୍ୟୁରୋ) ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲିର)ର ମନ୍ଦାକିନୀ ଭୋଇ। ସ୍ବାମୀ କୂଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ...

ବୌଦ୍ଧରେ ୬୫୯୪ ଛାତ୍ରୀଛାତ୍ର ଦେବେ ମାଟ୍ରିକ ପରୀକ୍ଷା

ବୌଦ୍ଧ,୬।୨(ସ୍ବ.ପ୍ର.): ମାର୍ଚ୍ଚ ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୭୬ ହାଇସ୍କୁଲର ୬୫୯୪ଜଣ...

ପାରଦ ସହ ପାଣି ସମସ୍ୟା

ବଇଣ୍ଡା,୨୬।୪ (ପରିକ୍ଷିତ ସାହୁ) କିଛି ଦିନ ହେବ ଅନୁଗୋଳ ଜିଲାରେ ଜାରି ରହିଛି ଅଗ୍ନିବର୍ଷା। ୪୦ ଡିଗ୍ରୀ ତଳକୁ ଖସୁନି ପାରଦ। ଦେହ ଜଳାଇଦେବା ଭଳି...

ଢିଙ୍କିଆରେ ବୁଥ୍‌ ହେବନି

କୁଜଙ୍ଗ,୧୧ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ପାଇଁ ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗାଁରେ କୌଣସି ବୁଥ୍‌ ହେବ ନାହିିଁ। ଏହି ଗାଁର ୬ଟି ବୁଥ୍‌କୁ...

ମମିତା ମେହେର ହତ୍ୟା ମାମଲା: ଚାର୍ଜଶିଟ୍‌ ଦାଖଲ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ,୧୧।୨: କଳାହାଣ୍ଡି ଜିଲାର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ବଲାଙ୍ଗୀର ପୋଲିସ ପକ୍ଷରୁ ମୁଖ୍ୟ...

ବଡ଼ମ୍ବା ରାଜବାଟୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ

ବଡ଼ମ୍ବା, ୨୮ା୧୧(ଡି.ଏନ୍‌.ଏ.): ବଡମ୍ବା ରାଜବାଟୀସ୍ଥିତ ଜଗନ୍ନାଥଙ୍କର ଶୁକ୍ରବାର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ପ୍ରଥମଥର ଲାଗି ରାଜବାଟୀରେ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର...

Advertisement
Archives

Model This Week